Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Tragedy

3  

Satyabati Swain

Tragedy

ଶୁଦ୍ଧିକ୍ରିୟା

ଶୁଦ୍ଧିକ୍ରିୟା

5 mins
475



ଲୋକେ କଥାବାର୍ତ୍ତା ହେଉଥିଲେ ଡାଲି ଭାତଟା ଜମାଣିଆଁ ହୋଇଛି।ଖଣ୍ଡ ମଣ୍ଡଳରେ ଏମିତି ଶୁଦ୍ଧିକ୍ରିୟା ଭୋଜି କିଏ ଦେଇଛି ତେଇଶି ପ୍ରକାର ଆଇଟମ୍!। ଆଖି ଉଠିଲା ଦିନୁ ଜିଭ ଏମିତି ସ୍ୱାଦିଷ୍ଟ ଖାଦ୍ୟ ଚାଖି ନଥିଲା।ଚାରି ପାଞ୍ଚ ଟି ଆଇଟମ୍ ଛାଡିଦେଲେ ଅନ୍ୟ ଖାଦ୍ୟ ନାଁ ବି ମାଲୁମି ନାହିଁ କାହାକୁ।ଯାହା କୁହ ଜ୍ଞାନସାର୍ ଟା କପାଳିଆ। ଖାଇବା ପିଇବାରେ ଭସାଇ ଦେଲା ତା ପୁଅ ବିବେକା ହୋ।


     ସେମାନଙ୍କ ଭିତରୁ ଜଣେ କହିଲା ହଁ ପାଣି ଟୋପେ ନ ପାଇ କଲବଲ ହୋଇ ମଲେ ଜ୍ଞାନ ସାର୍। ମଶାଣୀକୁ ଯିବେ ଯିବେ ବୋଲି ବାସୀ ମଢା ହୋଇ ଗନ୍ଧାଇଲେ।ପୁଅର କାନ୍ଧ ପାଇଲେନି ଯେ ଗାଁ ଲୋକେ ଦୟା ଦେଖାଇ ନେଲେ ମଶାଣୀକୁ। ଛାତ୍ର ବିନୋଦ ମୁଖୁ ଯାଇ ଦେଲା। ଦଶାଦି କ୍ରିୟା କର୍ମ କଲା। ବିନୋଦ ପିଲାଟି ସାରଙ୍କ ବହୁ ସେବା ଯତ୍ନ ବି କରିଛି ପୁଅ ପରି। ହିନ୍ଦୁ ଧର୍ମର ଏ ଗୋଟେ ପରମ୍ପରା ପୁଅ ମୁହଁରେ ନିଆଁ ଦେବ। କିନ୍ତୁ ବିବେକା କଣ କଲା! ଜ୍ଞାନ ସାର୍ କଣ ନ କରିଥିଲେ ବିବେକା ପାଇଁ!ଆଉ ବିବେକା କଣ କଲା ! ମଲା ପରେ ପିତା ମାତା ସୁଆଗ ଉଛୁଳୁଛି। ଏଗୁଡ଼ାକ ଅଲଣା ସୁଆଗ ହୋ। ଜୀବନ୍ତରେ କିଛି ନାହିଁ। ମଲେ ଭସାଇ ଦେଉଛନ୍ତି।କଣ ନା ମୋ ବାପା ଶୁଦ୍ଧି କ୍ରିୟାକୁ ଏତେ ଖର୍ଚ୍ଚ କଲି,ଚାରି ଖଣ୍ଡି ଗାଁକୁ ଖୁଆଇଲି,ଏମିତି କଲି ସେମିତି କଲି ନିଶ ମୋଡି ବାହାବା ନେବା ପାଇଁ। ହଇଓ ବଞ୍ଚିଥିବା ଅବସ୍ଥାରେ ଏଥିରୁ କାଣିଚାଏ କରିଥିଲେ କେତେ ଆନନ୍ଦରେ ମରି ନଥାନ୍ତେ ଜ୍ଞାନ ସାର୍!


       ଶେଷ ବେଳକୁ ଯେଉଁ ଘରେ ଶୁଆ ବସା ସେଇ ଘରେ ତାଙ୍କ ଦେଖା ଚାହାଁ କରୁଥିବା ଫଗୁ ଗୋଟିଏ କଣକୁ ପ୍ଲାଷ୍ଟର ଫଟେଇ ଗାତ ଟିଏ କରି ଦେଇଥିଲା। ମାତ୍ରାଧିକ ବୟସ ହେତୁ ଆଖିକୁ ଦେଖା ଯାଉ ନଥିଲା। ଗୋଡ଼ ହାତ ଅଚଳ ହୋଇ ଯାଇଥିଲେ। ଏଣୁ ଝାଡା ପରିସ୍ରା ଯାଇ ନପାରି ସେଇ ଘର ଭିତର ଖାତରେ କରୁଥିଲେ। ଫଗୁ ବି ଶେଷକୁ ଘର ଗନ୍ଧ ହେବାରୁ ଆଉ ଜ୍ଞାନ ସାର୍ ଙ୍କ ପାଖକୁ ନଯାଇ ଠେଲି ଦେଉଥିଲା ଖାଇବା ଥାଳି। ଖାଇ ସାରି ସାର୍ ବି ପେଲି ଦେଉଥିଲେ ଦୁଆର ବନ୍ଧ ଯାଏ ଶଙ୍ଖୁଡ଼ି ଥାଳି।


       ଜାଣିଛ!ଶେଷକୁ ଏମିତି ହେଲା ଜ୍ଞାନ ସାର୍ ଆଉ ଖାତ ଯାଏ ବି ଯାଇ ପାରିଲେ ନାହିଁ।ସେଇ ଅଣ ଉଠା ଶେଯରେ ଝାଡା ପରିସ୍ରା ଲଟ ପଟ ହୋଇ ଜୀବନ ଗଲା।ଫଗୁ ଦେଇଥିବା ସାଗୁ ପାଣି ସେମିତି ଥୁଆ ହୋଇ ଥିଲା ମଲା ଦିନ ରାତିରେ। ମଢ଼ାସିଂ ଭାଇ ଯେଉଁ ମାନେ ପୋଡ଼ିବାକୁ ନେଇଥିଲେ କହୁଥୁଲେ ଭୋକ ବିକଳ ବା ପାଣି ବିକଳରେ ଜ୍ଞାନ ସାର୍ ନିଜ ଘୁଅକୁ ମେନ୍ଦେ ପାଟିରେ ପୁରେଇ ଦେଇଥିଲେ। ଆହା କି ସୁନ୍ଦର ଲୋକର ଶେଷ ପରିଣତି କି କଷ୍ଟରେ ଗଲା !


     ଏବେ ଦେଖ ବିବେକା ବାବୁ ଖାଇବା ପିଇବାରେ ହାତ ଖୋଲି ଖର୍ଚ୍ଚ କରୁଛନ୍ତି। କିନ୍ତୁ ସାର୍ ଯାଇଥିଲେ ପୁଅ ପାଖକୁ ରହିବାକୁ। କି କଥା ଶୁଣିବ ହୋ ଚା କପେ ଓ ଗଣି କରି ଦି ଖଣ୍ଡ ବିସ୍କୁଟ ସକାଳେ ଦେଇ ବସାଇଥିବେ ଦିନ ଦୁଇଟା ଯାଏ ଗଣ୍ଡେ ଖାଇବାକୁ ଦେବାକୁ। ସାରଙ୍କ ତ ଦଶଟା ପୂର୍ବରୁ ଖାଇବା ଅଭ୍ୟାସ। ହେଲେ ପୁଅ ବୋହୂ ନାତି ନାତୁଣୀଙ୍କ ଦୁଇଟା ବେଳେ ଖାଇବା ଅଭ୍ୟାସ। ପୁଅ କହିଲା ବାପା ଅଭ୍ୟାସ ବଦଳାଇ ଦିଅ ଏଣିକି ଦୁଇଟାରେ ମିଲ୍ ଖାଇବ। ଏତେ ଥର କିଏ ତୁମ ପାଇଁ ରୋଷେଇ କରିବ!

      ତୁମେ ଜାଣିଛ ଜ୍ଞାନ ସାର୍ ପିଲାଙ୍କ ପାଇଁ ନିଜ ଚାଳିଶ ବର୍ଷର ଅଭ୍ୟାସ ବି ବଦଳେଇ ଦେଲେ। ଆହୁରି ସାର୍ କହୁଥିଲେ ସହରି ଲୋକେ କୁଆଡେ ଦି ଗୁଣ୍ଡା ଭାତ ଖାଆନ୍ତି। କିନ୍ତୁ ମେହେନତି ଗାଁ ଲୋକ ଗୁଡା କଞ୍ଚା ଲଙ୍କା ଦଳି ଦେଇ ଠୁଙ୍କି ଦିଅନ୍ତି ଥାଳିଏ ଭାତ। ଜ୍ଞାନ ସାର୍ ଥାଳିଏ ନଖାଇଲେ ବି ସହରି ପେଟ ମରା ଲୋକଙ୍କ ଠାରୁ ଯଥେଷ୍ଟ ଅଧିକ ଖାଆନ୍ତି। କିନ୍ତୁ ପୁଅ ଘରେ ଭାତ ଦି ଥର ବଡ଼ ଗୁଣ୍ଡା ନେଲା ପରେ ସାର୍ ଙ୍କ ପ୍ଲେଟରେ ଆଉ ଭାତ ନଥାଏ।କେହି ତାଙ୍କୁ ପଛରେ ଯାଚନ୍ତି ନାହିଁ। ବିଚରା ପାଣି ପେଟେ ପିଇ ଶୁଅନ୍ତି। ଛାଟି ପିଟି ପଳେଇ ଆସିଲେ ବାଙ୍ଗାଲୋର ରୁ । ଅନ୍ତତଃ ନିଜ ପେନସନ୍ ଗଣ୍ଡାକରେ ମନ ଇଛା ଗଣ୍ଡେ ଖାଇ ପାରିବେ ତ.... ସ୍ୱାଧୀନ ଭାବେ ବଞ୍ଚି ପାରିବେ ମଲା ଯାଏ।କାହିଁକି ପୁଅ ବୋହୁଙ୍କ ଦୟାର ପାତ୍ର ହେବେ ସେ।


      ବିବେକା ତିନି ବର୍ଷର ହୋଇଥିଲା ବିବେକା ମା ମରିଗଲେ। ଏଇ ଜ୍ଞାନ ସାର୍ ବିବେକାକୁ ଗୋଟିଏ ହାତରେ କାଖେଇ ଅନ୍ୟ ହାତରେ ଘରର ସମସ୍ତ କାମ କରି ସ୍କୁଲ ଯାଉଥିଲେ। ସ୍କୁଲ ହେଉ କି ହାଟବଜାର,ବନ୍ଧୁ ଘର,ମେଳା ମହୋତ୍ସବ ସବୁଠି ବିବେକାକୁ ନେଇ କାଖରେ ଗୁଂଜିଥିବେ। ସେଥିରେ ଜ୍ଞାନ ସାର୍ ଙ୍କ ବାପାଙ୍କ କାମ ବି କରୁଥିଲେ। କେବେ ଜ୍ଞାନ ସାର୍ ଚାଲିବା

କେହି ଦେଖିନି ସବୁବେଳେ ଦୌଡୁଥିବେ। ବହୁ କଷ୍ଟ କରିଛନ୍ତି ବିବେକା ପାଇଁ। ଚାହିଁଥିଲେ ସେ ଦ୍ଵିତୀୟ ବିବାହ କରି କରି ପାରି ଥାନ୍ତେ । ମାତ୍ର ପଚିଶ ବର୍ଷରେ ସେ ବିପତ୍ନୀକ ହୋଇଗଲେ। କାଳେ ସାବତ ମା ଆସିଲେ ବିବେକାକୁ ହତାଦର କରିବ ସେଇ ଭୟରେ ଆଉ ବିବାହ ନାଁ ଧଇଲେ ନାହିଁ।


    କିନ୍ତୁ କଣ ହେଲା!ଶେଷ ବେଳକୁ ଇଚ୍ଛା କଲେ ଜ୍ଞାନ ସାର୍ ବିବେକା ,ନିଜ ନାତି ନାତୁଣୀ ଓ ପୁଅ ବୋହୁଙ୍କ ଦେଖା କରିବାକୁ।ମାତ୍ର ଛୁଟି ନାହିଁ କହି ଆସିବା ଟାଲି ଦେଲେ। ମରଣ ଖବର ଗଲା । ପୁଅ ହିସାବରେ କାନ୍ଧ ଦେବ ଓ ମୁଖୁଁଯାଇ ଦେବ ବୋଲି। ବିବେକା କହିଲା ତତ୍କାଳ ଟିକେଟ କରି ଗଲେ ଚାରିଜଣଙ୍କୁ ପଚାଶ ଷାଠିଏ ହଜାର ଲାଗିବ ଫ୍ଲାଇଟ ଟିକେଟ ବାଙ୍ଗାଲୋରରୁ ଭୁବନେଶ୍ୱର। ଯାହାକୁ ହେଲେ କହି ଶବ ଟା ପୋଡି ଦିଅ।ସେ ରେଳରେ ଯାଇ ପରେ ପହଞ୍ଚିବ।


     ବିବେକା ବହୁତ ବଡ଼ କଂପାନୀର ମ୍ୟାନେଜର।ମାସିକ ଦରମା ଦଶ ଲକ୍ଷରୁ ଅଧିକ।ସେ ମାତ୍ର ପଚାଶ ହଜାର ଟଙ୍କାକୁ ଡରିଲା। ପୁଅ କହିବ ଏମିତି ମଣିଷଙ୍କୁ! ଜ୍ଞାନ ସାର୍ ଜୀବନ,ଯୌବନ, ବୟସ, ସୁଖ,ଅର୍ଥ ଦେଇ ବଡ଼ ପୁଣି ଭଲ ଇଂଜିନିୟରଟିଏ କରିଥିଲେ। ନାଁ ଦେଇଥିଲେ ବିବେକା। କିନ୍ତୁ କି ଅବିବେକ ସେ। ମଲା ବାପା ମୁହଁ ଦର୍ଶନ କଲା ନାହିଁ ପଇସାକୁ ଡରି। ଯାହା ପାଖେ ନାହିଁ ତା କଥା ନିଆରା। ହେଲେ ସାର୍ ତ ବଡ଼ ରୋଜଗାରିଆ କରି ଦେଇଛନ୍ତି।ସେ କି ଅମଣିଷ।


      ମୁଁ ବି ସେଇ ସାରଙ୍କ ଛାତ୍ର ବିନୋଦ।ଛୋଟକାଟିଆ କ୍ଳର୍କଟିଏ ସେକ୍ରେଟେରିଏଟରେ । ପ୍ରତି ଶନିବାର ସାର୍ ଙ୍କ ଭଲ ମନ୍ଦ ବୁଝିବାକୁ ଆସେ। ଏଥରକ ଫନି ପାଇଁ କାର୍ଯ୍ୟ ବ୍ୟସ୍ତତା ନେଇ ପନ୍ଦର ଦିନ ଅଫିସ୍ ମରାମତିରେ ରହି ଆସି ପାରି ନଥିଲି। ଅଠର ଦିନକୁ ମୋତେ ଗାଁ ଲୋକେ ଖବର ଦେଲେ ସାର୍ ମରିଯାଇଛନ୍ତି। ସବୁ କାମ ଛାଡି ଦଉଡ଼ି ଆସିଲି। ସାର୍ ଭାରି ଭଲ ପାଉଥିଲେ ମୋତେ।ଦୁଃଖ ସୁଖ କୁହନ୍ତି ବି। ଦିନେ କଥା କଥାକେ କହିଥିଲେ ବିନୁ ମୋତେ କାଇଁ ଲାଗୁନାହିଁ ବିବେକା ଟା ମୋ ମୁହଁରେ ନିଆଁ ଦେବାକୁ ଆସିବ। ତୁ ତୋ ମୋ ପୁଅଠୁ ଅଧିକ।ଏଇ କାମଟା ତୁ କରିଦେବୁ ବିନୁ। ସତକୁ ସତ ସେଇଆ ହେଲା।ବିବେକା ଆସିବେନି ମନା କଳାରୁ ବିନୋଦ ହିଁ ମୁଖୁ ଯାଇ ଦେବା ସହ ହିନ୍ଦୁ ଶାସ୍ତ୍ର ପ୍ରଥା ପରମ୍ପରା ଅନୁଯାୟୀ ସବୁ କ୍ରିୟା କର୍ମ କଲା ବିନୋଦ।


       ସାର୍ ଦେବ ପ୍ରତିମ ଲୋକ ଥିଲେ। ପ୍ରେତ୍ୟେକ ଛାତ୍ର ପାଇଁ ପ୍ରେରଣାର ଉତ୍ସ ଥିଲେ। ସେ ସବୁବେଳେ ନୈତିକତା ବିଷୟରେ ଛାତ୍ର ମାନଙ୍କୁ ପାଠ ପଢ଼ାଉଥିଲେ। ବହୁ ଛାତ୍ର ତାଙ୍କ ପ୍ରେରଣା, ଉତ୍ସାହ ବଳରେ ଭଲ ମଣିଷ,ଭଲ ନାଗରିକ ହୋଇ ଉତୁରିଛନ୍ତି। ମାତ୍ର ତାଙ୍କ ନିଜ ପୁଅକୁ ଏଥିରୁ କିଛି ଦେଇ ପାରି ନାହାନ୍ତି। ନଲେ କି ବଞ୍ଚି ଥିବା ଅବସ୍ଥାରେ ଟିକେ ସେବା ତ ଛାଡ଼ ମଲା ପରେ ବି ପ୍ରଥା ପରମ୍ପରା ଲିଭାଇବାକୁ ଆସିଲାନି, ସେ କି ପୁଅ। ଏବେ ମଲା ପରେ କିନ୍ତୁ ଓଃ ପଇସାର ସୁଅ ଛୁଟାଇ ଖାଇବାକୁ ଦେଉଛନ୍ତି। ଚତୁର୍ଥ ପ୍ରହରୀ ଧୁମ୍ ଧଡାକରେ କରୁଛନ୍ତି।


       ମୁଁ ଭାବିଲି ମଣିଷ ଏମିତି କେମିତି ନିଷ୍ଟୁର ହୋଇ ପାରେ!ପୁଣି ନିଜ ପୁଅ!ଏଇ ମଲା ପରେ ଶୁଦ୍ଧିକ୍ରିୟା 

ଖାଇବା ପିଇବା ଖର୍ଚ୍ଚ କଣ ନିଜ ଅପରାଧର ପ୍ରାୟଶ୍ଚିତ ପାଇଁ,ନା କରିଥିବା ପାପରୁ ମୁକ୍ତି ପାଇଁ,ନା ପ୍ରଶଂସା ଲୋଭରେ ମଣିଷ ଏମିତି କରେ!! କାହିଁକି ପୁଅଝିଅଙ୍କର ବାପା ମାଙ୍କ ପ୍ରତି ବାର୍ଦ୍ଧକ୍ୟ ବେଳକୁ ଏତେ ହତାଦର !ଏତେ ନିଷ୍ଟୁର ଭାଵ!


    ଶୁଦ୍ଧିକ୍ରିୟା ରେ କିନ୍ତୁ ଅମୁହାଁ ଖର୍ଚ୍ଚ!।ଭୋକ ବିକଳରେ ଘୁଅ ଖାଇ ଯେଉଁ ବାପା ମଲା ତା ଶୁଦ୍ଧିକ୍ରିୟା ରେ ହଜାର ଛାଡି ଦଶ ହଜାର ଆଇଟମ୍ କରି ଲୋକଙ୍କୁ ଖାଇବାକୁ ଦେଲେ ବାପାମାନେ କଣ ସତରେ ଖୁସି ହୁଅନ୍ତି!କଣ ଏ ଦୁଃସ୍ଥ ମାନସିକତା!କି ଅଜବ ପରମ୍ପରା!ବିନୋଦ ଜ୍ଞାନ ସାର୍ ଙ୍କ ଉଦେଶ୍ୟରେ ଦି ଟୋପା ଶ୍ରଦ୍ଧାଞ୍ଜଳି ବାଢ଼ିଦେଲା ଚତୁର୍ଥ ପ୍ରହରୀ ଦହି ହାଣ୍ଡି ଭାଙ୍ଗି ।



Rate this content
Log in

Similar oriya story from Tragedy