Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shibashis Padhee

Inspirational

3  

Shibashis Padhee

Inspirational

ବଡ଼ଭାଇ

ବଡ଼ଭାଇ

4 mins
676


ଥାନା ର ପାହାଚ ଉଠୁଥିଲା ସଞ୍ଜୟ !ଗୋଡ ଚଳୁ ନ ଥିଲା !ଲାଗୁଥିଲା ପ୍ରତ୍ୱେକ ପାହାଚ ଗୋଟିଏ ଗୋଟିଏ ପାହାଡ ପରି !ଲଜ୍ଜା ରେ ମୁଣ୍ଡ ନଇଁ ଯାଉଥିଲା କିନ୍ତୁ ନୂଆ କଥା ତ ନୁହେଁ ଧୀରେ ଧୀରେ ଅଭ୍ୟାସ ହୋଇ ଆସିଲାଣି !ସବୁଥର ଭଗବାନ ଙ୍କୁ ପ୍ରାର୍ଥନା କରେ ସେ ଆଜି ବି ଜୋଡହସ୍ତ ହୋଇ ଶୂନ୍ୟ କୁ ହାତ ଟେକି କହିଲା !

"ପ୍ରଭୁ ଏଇ ଥରେ ଆଉ ଯେମିତି ଏ ଦିନ ଦେଖିବାକୁ ନ ପଡେ !

କିନ୍ତୁ ସେ ଜାଣିଛି ଟାକୁ ପୁଣି ଆସିବାକୁ ପଡିବ ସେଇଟା ପୁଣି ଥରେ ନୁହେଁ ବାରମ୍ବାର କାରଣ ବିଜୟ ଭାଇ ଆଉ ସୁଧୁରିବ ନାହିଁ !କିଛି ଦିନ ନିରବି ଯିବ କିନ୍ତୁ ପୁଣି କିଛି ଦିନ ପରେ ଯେଉଁ କଥା କୁ ସେଇ କଥା !ଥାନା ବାବୁ ବି ସେ କଥା ଜାଣିଛନ୍ତି କିନ୍ତୁ ସଞ୍ଜୟ ମୁହଁ କୁ ଚାହିଁ ଓ ଘର ପରିସ୍ଥିତି ଜାଣି ବୁଝାମଣା କରି ଛାଡି ଦିଅନ୍ତି !

ମୁହଁ ତଳକୁ କରି ବସିଥାଏ ବିଜୟ !ମୁହଁ କୁ ଭଳ ଭାବେ ଦେଖିନେଲା ସଞ୍ଜୟ !ଲେଶ ମାତ୍ର ଅନୁଶୋଚନା ନାହିଁ !ମାଡ଼ ଖାଇ ବାଁ ହାତ ଫୁଲି ଯାଇଛି !ଆଖିତଳ ର ରକ୍ତ କେତେବେଳୁ ଶୁଖି ଯାଇ ବିଭତ୍ସ ଦିଶୁଛି !ତାକୁ ଦେଖୁ ଦେଖୁ କହିଲା

"ମୋର କିଛି ଦୋଷ ନ ଥିଲା ସେ ମାନେ ବଦମାସ "ତା କଥା ପ୍ରତି ଧ୍ୟାନ ଦେଲାନି ସଞ୍ଜୟ ଥାନାବାବୁ ଙ୍କୁ ଧନ୍ୟବାଦ ଜଣାଇ ବ୍ୟକ୍ତିଗତ ମୁଚଳିକା ରେ ଦସ୍ତଖତ କରି ଏକ ମୁହାଁ ଘର କୁ ଚାଲି ଆସିଲା !ବିଜୟ ର ଡାକ କୁ ମୋଟେ ଧ୍ୟାନ ଦେଲାନି ସେ !ସେ ତା ସହ ଏକାଠି ଆସିବା କୁ ବି ଲାଜ ମାଡୁଥିଲା !

ଭଗବାନ ଙ୍କୁ ଭାରି ଅଭିମାନ କରେ ସଞ୍ଜୟ ଜନ୍ମ ରୁ ବାପା ଙ୍କୁ ନେଲା ତ ନେଲୁ ବଡ଼ଭାଇ ରୂପେ ଏଇ ଯେଉଁ ଅସରନ୍ତି ଦୁଃଖ ଦେଇଛି ତାର କଣ ଭବିଷ୍ୟତ !

ମା ର କଥା କୁ କାନ କୁ ନିଏ ନି ବିଜୟ !ଘରେ ଥିଲେ ଭାରି ଶାନ୍ତ ସୁଧାର ଥାଏ !କେଉଁଠୁ ତେଲ ଡାଲି ଆସୁଛି ତାର କିଛି ମତଲବ ନାହିଁ !ଯଦି କିଛି ପସନ୍ଦ ନ ହେଲେ ପାଟି କରିବ !ମା ବି କିଛି କହେନି କିନ୍ତୁ ସଞ୍ଜୟ ଜାଣିଛି ମା ର ବିଭିନ୍ନ ରୋଗ ର କେବଳ ଗୋଟିଏ କାରଣ ସେଇଟା ହେଲା ବିଜୟ !

ବିଜୟ କୁ ବଡ଼ଭାଇ କହିବା କୁ ବି ଥରେ ଥରେ ଲାଜ ମାଡ଼େ ତାକୁ !ପ୍ରତିଦିନ ଯେଉଁଠି ହେଲେ ଝଗଡା କରିବା !ମଦ ପାଇଁ ୟା ତା ଠୁଁ ପଇସା ମାଗିବା ନ ଦେଲେ ଜବରଦସ୍ତି ନେବା ତାର ଅଭ୍ୟାସ ହୋଇ ଗଲାଣି !ତା ପାଇଁ ଘର ର ମାନ ସମ୍ମାନ ର ଚିନ୍ହ ବର୍ଣ ନାହିଁ !

ମା କହେ ଓ ସେ ବି ଦେଖିଛି କର୍ପୁର ସିନା ଉଡିଗଲାଣି କନା ତ ପଡିଛି !ଭାରି ବଡ଼ ଚାଷି ଥିଲେ ସେମାନେ !ଅଜା ଙ୍କ ଆଖ ପାଖରେ ଭାରି ନାଆଁ ଡାକ ଥିଲା !ଅମାପ ଜମି ବାଡ଼ି !ଘିଅ ମହୁ ରେ ଭାସୁଥିଲା ବାପା କିଛି ବୁଝୁ ନ ଥିଲେ ଭାରି ଅୟସ ଆରାମ ରେ ତାଙ୍କ ଦିନ କାଟୁଥିଲେ !ଘର ଘିଅ ମହୁ ରେ ଭାସୁଥିଲା !ଅଜାଙ୍କ ପରଲୋକ ପରେ ଯେତେବେଳେ ସବୁ ଦାୟିତ୍ୱ ର ବୋଝ ବାପା ଙ୍କ ଉପରେ ପଡିଲା ବାପା ଙ୍କ ଅନଭ୍ୟସ୍ତ କାନ୍ଧ ସେ ଦାୟିତ୍ୱ ଉଠାଇ ବାକୁ ଅସମର୍ଥ ହେଲେ !କେବେ କଠିନ ପରିଶ୍ରମ କରି ନ ଥିଲେ ସେ !କ୍ଷେତ କୁ ବି ଯାଉ ନ ଥିଲେ ଏଣୁ ଆୟ କମି କମି ଗଲା !କାମକରା ଲୋକ ଗୁଡିକ ଯେତେ ପାରିଲେ ଠକି ଚାଲିଲେ ତା ସହ ମଦ ଅଭ୍ୟାସ ଯୋଗୁଁ ଖର୍ଚ୍ଚ ତୁଲାଇବା ଦୁର୍ବିସହ ହୋଇ ପଡିଲା !

ଜମି ବିକ୍ରି କିମ୍ବା ବନ୍ଧା ରଖି ସହଜ ପଇସା ଆଣି ଘର ଚଳାଇବା ଓ ମଦ ପିଇବା ଓ କିଛି କହିଲେ ମା କୁ ପ୍ରବଳ ଗାଳି ମାଡ଼ ଦେବା ତାଙ୍କ ଅଭ୍ୟାସ ହୋଇ ଯାଇଥିଲା !ପ୍ରବଳ ମଦ ଯୋଗୁଁ ତାଙ୍କ ଜୀବନ ଯିବା ବେଳକୁ ବିଜୟ କୁ ଏଗାର ବର୍ଷ ଓ ସଞ୍ଜୟ କୁ ଆଠ !

ସେଇ ଦିନ ଠୁଁ ମା ର ସଂଘର୍ଷ କୁ ଆଖି ରେ ଦେଖିଛି ସଞ୍ଜୟ !ବଳିଥିବା ଜମି ରେ ଲୋକ ଲଗାଇ ଚାଷ କରିବା ଘରେ ପତ୍ର ଖଳି ତିଆରି କରିବା !ଦାୟିତ୍ୱ ଭୟ ରେ ଦୁରେଇ ଯାଇଥିବା ସମ୍ପର୍କୀୟ ଙ୍କ ବିନା ଏକା ବିଧବା ମା ର ସଂଘର୍ଷ କୁ ବିଜୟ ବି ଦେଖିଛି କିନ୍ତୁ କାହିଁକି ତାର ମନୁଷ୍ୟତ୍ୱ ହରାଇ ବସେ ସେ କଥା ସଞ୍ଜୟ ବୁଝି ପାରେନା !!

ମା ଆଗରୁ ତାକୁ କହୁଥିଲା କିନ୍ତୁ ମଦ ନିଶା ରେ ସେ ମା କୁ ବି ମାନେନା !ଏଣୁ ମା ବି ଆଉ କହୁନି ତାର ଶେଷ ଆଶା ସଞ୍ଜୟ ଉପରେ !

ଛୋଟ ବେଳୁ ସବୁ ଦେଖି ଆସୁଥିବା ସଞ୍ଜୟ ବି ମା ର ଆଶା କୁ ବଜାୟ ରଖିବା ଓ ପରିବାର ର ହ୍ରୁତଗୌରବ ଫେରେଇ ଆଣିବା ପାଇଁ ମନେ ମନେ ଦୃଢ ପ୍ରତିଜ୍ଞ !ଖୁବ ଭଳ ମାର୍କ ରଖି ମାଟ୍ରିକ ପରେ ପାଖ ସହର କୁ ପ୍ରତିଦିନ ଦଶ କିଲୋମିଟର ସାଇକେଲ ରେ ଯାଇ ବି ଏସ ସି ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ ହୋଇଛି !

ଘର ଖର୍ଚ୍ଚ ପାଇଁ ନିଜେ ଚାଷ ବୁଝିବା ସହ ସକାଳ ଓଳି ଟ୍ୟୁସନ କରୁଛି !ଉପର ଓଳି ଟ୍ୟୁସନ ରଖେ ନି ସେ କାରଣ ବିଜୟ କୁ ଖୋଜି ଯିବାରେ ତା ସମୟ ଯାଏ !କେଉଁଠି ମଦ ଖାଇ ମାତାଲ ଅବସ୍ଥା ରେ ଝଗଡା କରୁଥିବ ନ ହେଲେ କେଉଁ ବାରଣ୍ଡା ରେ ଶୋଇ ଥିବ !ସଞ୍ଜୟ କୁ କିନ୍ତୁ କିଛି କହେନା ବିଜୟ ତାକୁ ଦେଖିଲେ ଚୁପ ଚାପ ଚାଲି ଆସେ ସେ !

ସକାଳୁ ସକାଳୁ ଭାରି ଭଳ ରହେ ସେ ସଞ୍ଜୟ ତାକୁ ଯାହା ବୁଝାଏ ସବୁ ମନ ଦେଇ ଶୁଣେ !ହଁ ବି କହେ କିନ୍ତୁ ସନ୍ଧ୍ୟା କୁ ସବୁ ଭୁଲିଯାଏ !ତାକୁ ଥାନା କୁ ନିଆ ଗଲେ ସଞ୍ଜୟ କୁ ଡାକରା ପଡେ !ସେଇଠି କେତେ ରାଣ ପକାଇ ବିକଳ ହୁଏ ବିଜୟ !

ସେ ଦିନ ଟ୍ୟୁସନ ରୁ ଫେରୁ ଥାଏ ସଞ୍ଜୟ ଡାକ ବିଭାଗ ରେ ସେ ଦେଇଥିବା ଲିଖିତ ପରୀକ୍ଷା ରେ ପାସ କରିଥିବାର ଚିଠି ଟି ପାଇବାରୁ ଖୁସି ରେ ଟ୍ୟୁସନ ଅଧା ରୁ ଘର କୁ ଆସୁଥିଲା ସେ !ବାଟ ରେ କିଛି କଳିଗୋଳ ଲାଗିଥିଲା ମନ କୁ ପାପ ଛୁଇଁଲା ବିଜୟ ନୁହେଁ ତ?

ପାଖକୁ ଯାଇ ଦେଖିଲା ବିଦ୍ୟୁତ ସରବରାହ ରେ ଭୀଷଣ ଅନିୟମିତତା ଯୋଗୁଁ ବିଭାଗୀୟ କର୍ମଚାରୀ ଙ୍କୁ ଘେରି ଛନ୍ତି ଗାଁ ଲୋକେ !ଉତ୍ସୁକତା ରୁ ସେ ବି ଠିଆ ହୋଇ ଗଲା !ଭୀଷଣ ଯୁକ୍ତି ତର୍କ ଚାଲିଥିବା ବେଳେ ହଟାତ କିଏ ଜଣେ ମାଡ଼ ଦେବା ଆରମ୍ଭ କଲା !ତା ପରେ ଆଉ ମାନେ ବି ଲାଗି ପଢିଲେ !ଶୀଘ୍ର ଶୀଘ୍ର ଘରକୁ ଚାଲି ଗଲା ସଞ୍ଜୟ !

ଦୁଇ ଘଣ୍ଟା ପରେ ପୋଲିସ ଜୀପ ଯାଇ ଘରୁ ଧରି ଆଣିଲେ ସଞ୍ଜୟ କୁ !ଜେ ଇ ତାକୁ ଭଳ ଭାବରେ ଜାଣିଥିଲା ଓ ସେଇଠି ଦେଖିଥିବାରୁ ତା ନାଁ ବି ଦେଇଥିଲେ !

ଚାକିରୀ ପାଇବା ଖୁସି ଯେମିତି ପାଣି ରେ ମିଳେଇ ଯାଉଥିଲା ଥାନା ବାରଣ୍ଡା ରେ ବସି ନିଜ ଭାଗ୍ୟ କୁ ନିନ୍ଦୁ ଥିଲା ସଞ୍ଜୟ !ଥାନା ବାବୁ ବି ତା ପ୍ରତି ସହାନୁଭୂତି ରଖିଥିଲେ କିନ୍ତୁ ଉପାୟ ନ ଥିଲା !କେଉଁଠି ଥିଲା ଝଡ଼ ପରି ଚାଲି ଆସିଲା ବିଜୟ ଭାଇ

କହିଲା "ଆମ ଘରୁ କିଏ ଯଦି ଥାନା ପୋଲିସ ଜେଲ ହେବ ସେଇଟା ମୁଁ ତୁ କାହିଁକି ଯିବୁ ତୋ ସ୍ଥାନ ରେ ମୁଁ ଯିବି "

ଥାନା ବାବୁ ଙ୍କୁ ହାତ ଯୋଡି ବିନତି କରୁଥିଲା ବିଜୟ ! ତା କଥା ମାନି ନେଇଥିଲେ ସେ !

ଭାରି ଖୁସି ରେ ତାକୁ ଘର କୁ ପଠେଇ ଦେଉଥିଲା ବିଜୟ !ସଞ୍ଜୟ କୁ ଆଜି ଲାଗୁଥିଲା ତାର ବି ଗୋଟିଏ ବଡ଼ ଭାଇ ଅଛି !


Rate this content
Log in

Similar oriya story from Inspirational