Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମୃତ୍ୟୁ ଦଣ୍ଡ
ମୃତ୍ୟୁ ଦଣ୍ଡ
★★★★★

© ସତ୍ୟବତୀ ସ୍ୱାଇଁ

Tragedy

4 Minutes   376    39


Content Ranking

"ମା ତୁ ଆଦୌ ବ୍ୟସ୍ତ ହେବୁନି। ମୁଁ ତୋର ସମସ୍ତ ଅଧିକାର ଛଡାଇ ଆଣି ତୋ ହାତରେ ଦେବି"।

ଏତିକି କଥା ଥିଲା" ଅଲିଭା"ର ତା ମା ସହିତ ରାତିରେ। ତା ପରଦିନ ସକାଳୁ ଏଡ଼େ ଏଡ଼େ ଅକ୍ଷରେ ସମାଜରେ ଲେଖା ହୋଇଥିଲା "ମେଡିକାଲ କୋଚିଂ ନେଉଥିବା ଝିଅ ଅଲିଭା ଦାସ କୁମାରୀ ମା ହେବାକୁ ଯାଉଥିବାରୁ ଫ୍ୟାନରେ ରସି ଲଗାଇ ଆତ୍ମ ହତ୍ୟା"?

ମା କିନ୍ତୁ ଜାଣିଥିଲା ଏଇଟା ରେଫ୍ ଓ ମର୍ଡର ବୋଲି।କାରଣ ଝିଅ ଲଢ଼ୁଥିଲା ତା ବାବା ଓ ତାଙ୍କ ରକ୍ଷିତା ଠାରୁ ମା କୁ ନ୍ୟାୟ ଦେବାପାଇଁ। ଅଲିଭା ଜୀବନରେ ବାବା ସେହ୍ନ ପାଇନି କି ତା ମା ପତ୍ନୀର।ଠେକ ହେଲା ପରେ ନିଜ ଓ ମା ଅଧିକାର ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲା। ଏକଥା ଜାଣିଲା ପରେ ଅନେକ ଧମକ ଆସିଥିଲା ମା ଓ ଝିଅ ପାଇଁ।କେସ୍କୁ ଉଠାଇ ଆଣିବାକୁ ବାର ବାର ଫୋନ୍ ବି ଆସୁଥିଲା।ଝିଅ କହୁଥିଲା ମା ବ୍ୟସ୍ତ ହୁଅନା।ଭୋକିଲା କୁକୁର କାମୁଡନ୍ତି ନାହିଁ।ଆମର ଜିତିବା ସୁନିଶ୍ଚିତ ଜାଣି ପାଗଳ ହୋଇଗଲେଣି ରକ୍ଷିତା ବଡ଼ି ଗାର୍ଡ ମାନେ।

ତା ଝିଅଟି ଆତ୍ମହତ୍ୟା ବା କୁମାରୀ ମା ହେବା ପରି ଦୁର୍ବଳ କାମ କଲା ଝିଅ ନଥିଲା। ଭାରି ଆଶାବାଦୀ,ସାହସୀ,ସକାରାତ୍ମକ ଚିନ୍ତାଧାରାର ଧୀରସ୍ଥିର ଝିଅଟି।ପାଠରେ ଧୁରିଣ।କୁଲ୍ କୁଲ୍ ସବୁବେଳେ।ସେ କୌଣସି ପରିସ୍ଥିତିରେ ଆତ୍ମହତ୍ୟା କରି ପାରିବ ନାହିଁ ଏ ଅଖଣ୍ଡ ବିଶ୍ୱାସ ଥିଲା ମା ର।

ମାର "ଅଲିଭା"ଦୀପ ,ବଞ୍ଚିବାର ଏକମାତ୍ର ସାଧନ ଟି ଲିଭିଗଲା ଗୋଟେ ଷଡ଼ଯନ୍ତ୍ର ଶିକାର ହୋଇ ସବୁଦିନ।ମା ଦଉଡୁଛି ନ୍ୟାୟ ପାଇଁ ।ଉପର ହାତ ପକେଟ ଗରମ ଥିବା ଲୋକଙ୍କ ସହ ତାର ଲଢେଇ।

ଏବେବି ଅଲିଭା ଫଟୋ ଆଗରେ ମା ବସି କାନ୍ଦୁଛି ଏବଂ କହୁଛି"ବ୍ୟସ୍ତ ହଁ ନା ଧନ ମୁଁ ତୋତେ ନ୍ୟାୟ ଦେବି"।

ମା ଥାନା ରୁ କୋର୍ଟ, କୋର୍ଟ ରୁ ଥାନା ଦଉଡ଼ି ଦଉଡ଼ି ନୟାନ୍ତ ହେଲାଣି।କେହି ଶୁଣିବାକୁ ପ୍ରସ୍ତୁତ ନାହାନ୍ତି।ପଚାଶ ବୟସ ବୟସ୍କା ମା ତାରିଖ ପରେ ତାରିଖ ଆସୁଛି ଥାନା ଓ କୋର୍ଟ।

ମା ଚେଷ୍ଟା କରିଛି ଝିଅ ସହ ରହୁଥିବା ତା ସାଙ୍ଗଙ୍କୁ ଦେଖା କରି ସତ୍ୟାସତ୍ୟ ଜାଣିବାକୁ ,କିଛି ପ୍ରମାଣ ଯୋଗାଡ଼ କରିବାକୁ।ମାତ୍ର ତା ସାଂଗ ମାନେ ନା ପଢୁଥିଲେ ସେ କୋଚିଂ ସେଣ୍ଟରରେ ନା ଥିଲେ ତା ରୁମ୍ ରେ।କୁଆଡେ ଗ୍ୟାଏବ ହୋଇଯାଇଥିଲେ ଯେମିତି।ତଥାପି ଆଶା ନ ହରାଇ ମା ଅନେକ ଘଣ୍ଟାଘଣ୍ଟି କରି ସେମାନଙ୍କ ଠିକଣା ପାଇ ଯାଇଥିଲା ତାଙ୍କ ଗାଁ କୁ।ଗାଁ ରେ ସେ ଝିଅ ମାନଙ୍କ ସଙ୍ଗେ ଦେଖା କରି ଦେଇ ନଥିଲେ ସେମାନଙ୍କ ବାପା ମା ମାନେ।ଗୋଡ଼ ହାତ ଧରି ମା ହୃଦୟ ବିଦାରକ କାନ୍ଦ କାନ୍ଦିବାରୁ ଝିଅଙ୍କ ସହ ଦେଖା କରାଇଥିଲେ।

ଗୋଟିଏ ଝିଅ ଯିଏକି ଅଲିଭାର ଅତି ଅନ୍ତରଙ୍ଗ ଥିଲା ସେ ମାକୁ ଖାଲି ଡବ ଡବ ଆଖିରେ ଚାହିଁଲା।ଅଲିଭା ମରିବା ଦିନୁ ସେ ଆଉ କଥା କହି ପାରୁନାହିଁ।ମାକୁ ଜାବୁଡି ଧରି କେବଳ ଭୋ ଭୋ କାନ୍ଦିଲା।ମା ଝିଅଟିକୁ ଟିକେ ଗେଲ କରି ଦେଇ ଛାତିରେ ଜାକି ଧରି କହିଲା ମୁଁ ବୁଝି ଗଲିରେ ମା!ତୋତେ ଡରିବା ବା କିଛି କହିବା ଦରକାର ନାହିଁ।ତା ମୁଣ୍ଡ ସାଉଁଳେଇ ଫେରି ଆସିଲା ବେଳେ ଝିଅଟି ମା ହାତରେ ଗୁଞ୍ଜି ଦେଇଥିଲା ଗୋଟିଏ କାଗଜ।

ଅନ୍ୟ ଝିଅଟିକୁ ଦେଖା କରିବାକୁ ଗଲାରୁ ସେ ଝିଅର ବାପା ମା, ମା ର ଗୋଡ଼ ହାତ ଧରି ନେହୁରା ହୋଇ କହିଲେ-"ଦେଖନ୍ତୁ!ଛୁଆଟା ବଞ୍ଚିବାକୁ ଦିଅନ୍ତୁ ତାକୁ।ପାଗଳ ହେବାକୁ ବସିଲାଣି।କେତେବେଳେ କଣ କହୁଛି ସେ ନିଜେ ବି ଜାଣି ପାରିନାହିଁ।ଖାଲି ଘଣ୍ଟାରେ ରାତି ଏଗାର ବାଜିଛି ଦେଖିଲେ ଭୟରେ ଥରୁଛି ଆଉ ଚିତ୍କାର କରୁଛି ଛାଡ଼ ଛାଡ଼ ମାରନା ମାରନା ।ତାପରେ ବେହୋସ ହୋଇ ଯାଉଛି।ଆମେ ବହୁତ ଦୁଃଖିତ ଆପଣଙ୍କ ଦୁଃଖରେ।ମାତ୍ର ବଞ୍ଚି ନଥିବା ଗୋଟିଏ ଝିଅ ପାଇଁ ଆପଣ କଣ ଆଉ ଦୁଇଟା ଝିଅ ଜୀବନ ନେବେ!ବୋଧେ ଏ ଘଟଣାରେ ଅତି ବଡ଼ ବଡ଼ିଆଙ୍କ ହାତ ଅଛି।ଆପଣ ଅଯଥା ଜିଦ୍ ଛାଡି ଦିଅନ୍ତୁ।ଯାହା କଲେ ଆଉ କଣ ଆପଣଙ୍କ ଝିଅ ଫେରି ଆସିବ?କାହିଁକି ଏ ବୟସରେ ଘୋର ଶତ୍ରୁତା କିଣିବେ!"।ଆମକୁ ବି ଏ କାଦୁଅରେ ପୁରାନ୍ତୁ ନାହିଁ।ଆଉ କେବେ ବି ଆସିବେନି ଅଜ୍ଞା।ଆପଣଙ୍କ ଝିଅ ପାଇଁ ଆମ ଦୁଇ ଜଣଙ୍କର ଝିଅଙ୍କ ଜୀବନ ସୂତା ଖିଏ କରେ ଝୁଲୁଛି।ଦୟାକରି ବଞ୍ଚିବାକୁ ଦିଅନ୍ତୁ।

ମା ସେମାନଙ୍କୁ ବଲ ବଲ କରି ଅନାଇଁଲା।କିଛି ଅସତ୍ୟ କହୁ ନାହାନ୍ତି ସେମାନେ।ଝିଅ ଦୁଇଟି ନିଶ୍ଚୟ ନିଜ ଆଖିରେ ସେମିତି ଭୟାନକ ଦୃଶ୍ୟ ଦେଖିଛନ୍ତି।ନିଶ୍ଚିନ୍ତ ହୋଇଗଲା ମା ତା ଝିଅକୁ ରେଫ ଓ ମଡର ହୋଇଛି।ମାରିବା ପରେ ଫ୍ୟାନରେ ଝୁଲାଇ ଆତ୍ମହତ୍ୟାର ରୂପ ଦେଇଛନ୍ତି।ଥରିଗଲା ମାର ପୃଥିବୀ।ଆଃ କି କଲବଲ କରି ନରପିଶାଚ ମାରିଥିବେ ତା ନୟନ ମଣି କୁ।ଛାତିର କଲିଜାକୁ।ବାଆଁ ପଟ ଛାତି ଉଠିଲା ପଡିଲା।ଲୁହ ଭର୍ତ୍ତି ଆଖି ଓ କୋହ ପୂର୍ଣ୍ଣ ହୃଦୟ ନେଇ ନୀରବରେ ଫେରିଲା ମା।

ଘରେ କାନିରେ ସାତ ଘଣ୍ଠି ଦେଇ ଝିଅଟି ସବୁରି ଅଲକ୍ଷେ ଦେଇଥିବା କାଗଜ ଖଣ୍ଡିକ ଖୋଲିଲା।ଯାହା ଦେଖିଲା ସେ ଖୁଣ୍ଟ ହୋଇଗଲା।ଓଃ ଭଗବାନ! ଏ କାହା ଚିତ୍ର!ଏ ତ ସେହି ରାକ୍ଷସ ଯିଏ ତା ସ୍ୱାମୀକୁ ହାତ ବାରିସି କରି ତା ପ୍ରେମିକା ଜାଲରେ ପଶେଇଛି।ମଦ ପିଆଇ ପିଆଇ ଯେତେ ଇଲିଗାଲ କାମ କରାଉଛି।ଫାଇଲ ସାଇନ କରାଉଛି।ତା ସ୍ବାମୀ ପାଖରେ ରହୁଥିବା ଝିଅର ପ୍ରେମିକ!!ଜଣେ ଲବ୍ଧ ପ୍ରତିଷ୍ଠିତ ହସ୍ତ!! ରାବଣ ମହାରାଜ ନାମରେ ଖ୍ୟାତ।ଏଇ ରାକ୍ଷସ ତେବେ ରେଫ୍ ଆଣ୍ଡ୍ ମର୍ଡର କରିଛି ଫୁଲ ପରି ତା କଅଁଳ ଛୁଆଟାକୁ!!

ମାର ମୁଣ୍ଡ କିଛି କାମ କଲାନି।ବାପ ବୟସର ରାକ୍ଷସ।ଛିଃ...।ସେବେଠୁ ନ୍ୟାୟାଳୟ କି ଥାନାରେ ମାକୁ କେହି ଦେଖିନି।ମା ଏକବାର ଚୁପ୍ ହୋଇଗଲା କିଛି ଦିନ।ଝଡ଼ ପରର ପୃଥିବୀ ପରି ଶାନ୍ତ କିନ୍ତୁ ଛାର ଖାର।

ଦିନେ ମା ଶୁଣିଲା ମାଇକି କହୁଛି ବନ୍ଧୁଗଣ! ଆସନ୍ତା କାଲି ଆମ ଗାଁ ଶେଷ ମୁଣ୍ଡ ମଠରେ ରାବଣ ମହାରାଜ ଆପଣ ମାନଙ୍କୁ କିଛି ପ୍ରବୋଧନା ଦେବେ।ଏଣୁ ଆପଣ ମାନେ ବହୁ ସଂଖ୍ୟାରେ ଯୋଗ ଦେଇ ରାବଣ ମହାରାଜଙ୍କୁ ଶୁଣିବା ହେବେ।ଶୁଣନ୍ତୁ ବନ୍ଧୁଗଣ....

ହଠାତ୍ ସମସ୍ତଙ୍କୁ ଚମକାଇ ସଭାଦିନ ଦ୍ଵି ପହରରେ ମା ଯାଇ ଥାନାରେ କହିଲା ମୁଁ ରାକ୍ଷସ ଟିଏ ମାରିଛି ମୋତେ ମୃତ୍ୟୁ ଦଣ୍ଡ ଦିଆଯାଉ।କଟୁରିରେ ହାଣି ହାଣି ମାରି ଦେଇଛି 'ରାବଣ' କୁ।ଯିଏ ମୋ ଝିଅକୁ ରେଫ୍ ଓ ମର୍ଡର୍ କରିଥିଲା।ଯାହାକୁ ତୁମେ କେହି ବା ତୁମ କୋର୍ଟ କରି ପାରି ନଥାନ୍ତା।ହଁ ମୁଁ ମଣିଷ ମାରିଛି,ମୋତେ ଦଣ୍ଡ ଦିଅ ମୃତ୍ୟୁ ଦଣ୍ଡ।

ମା ଠୋ ଠୋ ହସୁଥିଲା ଅଲିଭା ଫୋଟୋକୁ ଛାତିରେ ଜାକି।ମୁଁ ତୋତେ ନ୍ୟାୟ ଦେଇଛି ରେ ମା ଚିତ୍କାର କରୁଥିଲା।ଶେଷକୁ ଝର ଝର ଝରି ପଡୁଥିଲା କାନ୍ଦର ଲୁଣିଆଁ ଝରଟେ।

ଥାନା ବାବୁ ଗାଁ ଶେଷମୁଣ୍ଡ ମଠରେ ହେଉଥିବା ସଭାରୁ ଗୋଟାଇ ଆଣିଥିଲେ ରାବଣର ହାତ,ଗୋଡ଼,ମୁଣ୍ଡ,ଗଣ୍ଡି ଯେ କି ଏଣେ ତେଣେ ଖଣ୍ଡ ଖଣ୍ଡ ହୋଇ ପଡ଼ିଥିଲା।

*Satyabati swain,minu,balikuda,jagatsingpur*

ଅଖଣ୍ଡ ଆତ୍ମହତ୍ୟା ବିଦାରକ

Rate the content


Originality
Flow
Language
Cover design

Comments

Post

Some text some message..