Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ହୀରାଚୋର
ହୀରାଚୋର
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୩

Children Inspirational

4 Minutes   7.3K    15


Content Ranking

ଶ୍ରୀ ଅମରନାଥ ବେହେରା

ରତ୍ନପୁର ବୋଲି ରାଇଜଟିଏ l ସେଇ ରାଇଜର ରାଜାପୁଅ ମନ୍ତ୍ରୀପୁଅ ଓ ସେନାପତି ପୁଅଙ୍କ ଭିତରେ ଭାରି ସାଙ୍ଗ l ଧନରତ୍ନର ଅଭାବ ନଥାଏ l ତେଣୁ ତିନିହେଁ ମଉଜ ମଜଲିସିରେ କାଳକାଟୁଥାନ୍ତି l ସେମାନଙ୍କର ଏପରି ଢଙ୍ଗ ରଙ୍ଗ ଦେଖି ରାଜା, ମନ୍ତ୍ରୀ ଓ ସେନାପତି ମନେ ମନେ ବିରକ୍ତ ହେଉଥାନ୍ତି l ଶେଷରେ ଦିନେ ରାଜା , ରାଜକୁମାରଙ୍କୁ ଖୁବ୍ ଗାଳିଦେଲେ l ତେଣୁ ରାଜକୁମାରଙ୍କ ମନ ବଡ଼ ଦୁଃଖ ହେଲା l ସେ ଏ କଥା ତାଙ୍କ ଅନ୍ୟଦୁଇ ସାଙ୍ଗକୁ କହିଲେ l ସେମାନେ ମଧ୍ୟ ନିଜ ନିଜ ବାପାଙ୍କଠୁଁ ଏଭଳି କଥା ଶୁଣୁଛନ୍ତି ବୋଲି ଜଣାଇଲେ l ତେଣୁ ସେମାନେ ନିଜ ରାଜ୍ୟଛାଡ଼ି ଅନ୍ୟ ରାଜ୍ୟକୁ ଚାଲିଯିବାକୁ ଠିକ୍ କଲେ l ଦିନେ କାହାକୁ ନଜଣାଇ ସେମାନେ ରାଜ୍ୟଛାଡ଼ି ଚାଲିଗଲେ l କେତେ ବଣ ପାହାଡ଼ ନଈ ପାରି ହୋଇ ଅନେକ ରାଜ୍ୟବୁଲି ଦିନେ ଯାଇ ପହଞ୍ଚିଲେ ସିଦ୍ଧନଗର ରାଜ୍ୟରେ l ରାଇଜଟି ବେଶ୍ ସୁନ୍ଦର l ନଗରର ସୋଭା ଦେଖି, ସନ୍ଧ୍ୟାବେଳେ ଆସି ରହିଲେ ଏକ ଚଟି ଘରେ l ସେତେବେଳକୁ ସେମାନେ ଘରୁ ଆଣିଥିବା ଟଙ୍କା ସରିଆସିଲାଣି l ମୂଲ୍ୟବାନ୍ ପଦାର୍ଥ ଭିତରେ ଥାଏ ରାଜକୁମାରଙ୍କ ନିକଟରେ ଖଣ୍ଡିଏ ହୀରା l କ’ଣ କରିବେ l ମନ୍ତ୍ରୀପୁଅ କହିଲା, ‘’ ସବୁଠାରୁ ବଡ଼ କଥା ହେଉଛି ଧନ l ପାଖରେ ଧନ ନଥିଲେ ଆମେ କିଛି କରି ପାରିବା ନାହିଁ l ଏଣୁ ଆମେ ଆସନ୍ତା କାଲି ଅଲଗା ଅଲଗା ହୋଇ ବିଭିନ୍ନ ଦିଗକୁ ଯିବା l ଠିକ୍ ବର୍ଷକ ପରେ ଏଇ ଚଟି ଘରକୁ ଫେରିବା l ତାପରେ ଆମ ନିଜ ରାଜ୍ୟକୁ ଫେରିଯାଇ ନିଜ ନିଜର ପାରିଲା ପଣ ଦେଖାଇବା l

ସମସ୍ତଙ୍କ ମନକୁ ଏକଥା ପାଇଲା l ତିନିବନ୍ଧୁ ଯାକ ଖାଇପିଇ ଶୋଇଲେ l ମନ୍ତ୍ରୀପୁଅ ଥିଲା ଅତ୍ୟନ୍ତ ଲୋଭୀ ଓ ଚୋର ସ୍ଵଭାବର l ସମସ୍ତେ ଶୋଇସାରିବା ପରେ ସେ ଉଠି ରାଜାପୁଅର ଥଳୀରୁ ହୀରା ଖଣ୍ଡଟି ନେଇ,ନିଜ ଥଳୀ ଭିତରେ ର୍ଖିଦେଇ ଭବିଲା, ‘’ଏହାକୁ ବିଦେଶରେ ବ୍ୟବସାୟରେ ଲଗାଇ ସମସ୍ତଙ୍କ ଠାରୁ ଅଧିକ ଧନ ପାଇବି ଓ ପପ୍ରଶଂସାର ପାତ୍ର ହେବି l ‘’ ସକାଳୁ ତିନି ସାଙ୍ଗ ନିତ୍ୟକର୍ମ ସାରି ନିଜ ନିଜ ବାଟରେ ବାହାରିଲେ l ଯିବା ପୂର୍ବରୁ ରାଜାପୁଅ ଦେଖିଲା ହୀରା ଖଣ୍ଡଟି ନାହିଁ l ସେ ‘ ତା ବନ୍ଧୁ ମାନଙ୍କୁ କାହିଁକି ଅବିଶ୍ଵାସ କରିବା l ସେଇ ଚଟି ଘରେ ଚୋରି ହୋଇଯାଇଛି ବୋଲି ଭାବି, ତିନିସାଙ୍ଗ ଯାଇ ରାଜାଙ୍କ ପାଖରେ ଫେରାଦ ହେଲେ l ଆପଣଙ୍କ ରାଜ୍ୟରେ ଆମ ହୀରା ଖଣ୍ଡଟି ଚୋରୀ ହୋଇଗଲା l ସେ ରାଇଜର ଏକ ବିଶେଷତ୍ଵ ଥିଲା, ଦରବାରର ଏକ ଶୁଆ ଆଗତ ଭବିଷ୍ୟତ ଜାଣେ l ସମୟେ ସମୟେ ଚତୁର ପ୍ରଶ୍ନ ପଚାରି ସେ କଥା ଆଦାୟ କରି ଦିଏ l ତେଣୁ ରାଜ୍ୟରେ ଯିଏ ଚୋରି କରେ ସେ ତା’ ନାଆଁ କହି ଦିଏ l ଫଳରେ ଚୋର ଧରାହୋଇ ଆସି ଦଣ୍ଡ ପାଏ l ଧରାପଡ଼ିବା ଭୟରେ କେହି ଚୋରି କରୁନଥିଲେ l ବିଦେଶୀଙ୍କ ଠାରୁ ହୀରା ଚୋରି ଯିବା କଥା ଶୁଣି ରାଜାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା l ସେ ଏ ବିଷୟ ଶୁଆକୁ ବିଚାର କରିବାକୁ ଦେଲେ l

ଶୁଆକୁ ଦରବାରକୁ ଅଣାଗଲା l ସେ ପ୍ରଥମେ ତିନିବନ୍ଧୁଙ୍କୁ ପରୀକ୍ଷା କରିବାକୁ ଚାହିଁଲା l ତେଣୁ ସମସ୍ତଙ୍କୁ ଦରବାରଠାରେ ଦୂରରେ ଥିବା ଗୋଟିଏ ଗୋଟିଏ କୋଠରୀରେ ତିନିଜଣଙ୍କୁ ଅଲଗା ଅଲଗା ରଖିବାକୁ ତାଙ୍କ ପ୍ରହରିକୁ ନିର୍ଦ୍ଧେଶ ଦେଲା l ଏହାପରେ ଜଣଜଣ କରି ଡାକି ତାଙ୍କ ଆଗରେ ଗୋଟିଏ ଗପ କହିଲା କାହାଣୀଟି ଥିଲା ଏହିପରି –

ଚନ୍ଦନଗଡ଼ ରାଜ୍ୟର ରାଜକୁମାରୀ ଦିନେ ସାଥି ମେଳରେ ବୁଲୁଥିବା ସମୟରେ ହଠାତ୍ ଏକ ପାଗଳାହାତୀ ସେଇ ଆଡକୁ ମାଡ଼ି ଆସିଲା l ଭୟରେ ସମସ୍ତେ କିଏ କୁଆଡ଼େ ପଳାଇଗଲେ l ଏକା ରହିଗଲେ ରାଜକୁମାରୀ l ଆଉ ମୁହୁର୍ତ୍ତେ ବିଳମ୍ବ ହୋଇଥିଲେ, ହାତୀ ପାଦତଳେ ତାଙ୍କର ଜୀବନ ଯାଇଥାନ୍ତା l ଏହି ସମୟରେ ଗୋପନଗରର ଜଣେ ଯୁବକ ସେଇ ବାଟ ଦେଇ ଯାଉଥିଲା l ସେ ଥିଲା ଖୁବ୍ ସାହସୀ ରାଜକୁମାରୀଙ୍କର ନିଶ୍ଚିନ୍ତ ମୃତ୍ୟୁ ହୋଇଯିବ ଜାଣି ନିଜ ଜୀବନକୁ ପାଣି ଛଡେଇ ସେ ତାଙ୍କୁ ରକ୍ଷାକଲା l ରାଜକୁମାରୀ ମନସ୍ଥ କଲେ,ଯୁବକ ତାଙ୍କ ଜୀବନ ରକ୍ଷା କରିଥିବାରୁ ସେ ତାଙ୍କୁ ବିବାହ କରିବେ l ଏକଥା ତାଙ୍କ ବାପଙ୍କୁ କହିଲେ l କିନ୍ତୁ ଜଣେ ଅପରିଚିତ ଯୁବକ ସହିତ ରାଜା ରାଜକୁମାରୀଙ୍କୁ ବିବାହ ନ ଦେଇ, ପ୍ରତାପ ଗଡ଼ର ରାଜକୁମାରଙ୍କ ସହିତ ଝିଅକୁ ବିଭାହ ଦେଲେ l ରାଜକୁମାରୀ ବଧୂ ବେଶରେ ଶଶୁର ଘରକୁ ଗଲେ l ସେଇଦିନ ସେ ତାଙ୍କ ସ୍ବାମୀଙ୍କୁ ଜୀବନ ରକ୍ଷା କରିଥିବା ପୂର୍ବରୁ ସେହି ଯୁବକଙ୍କୁ ସାକ୍ଷାତ କରି ଫେରି ଆସିବାକୁ ଅନୁମତି ଦେବା ପାଇଁ ଅନୁରୋଧ କଲେ l ରାଜକୁମାରୀଙ୍କ ସ୍ଵାମୀଥିଲେ ଖୁବ୍ ଉତ୍ତମ ସ୍ଵଭାବର l ସ୍ତ୍ରୀର କଥା ଅନୁଯାୟୀ ସେ ତାଙ୍କୁ ଯିବାକୁ ଅନୁମତି ଦେଲେ l

ପ୍ରତାପଗଡ଼ରୁ ଗୋପନଗର ଯିବା ବାଟରେ ପଡେ ଅଗନା ଅଗନି ବନସ୍ତ l ଜଙ୍ଗଲ ଭିତରେ କିଛିବାତ ଗଲାପରେ ଏକ ବାଘ ରାଜକୁମାରୀଙ୍କ ପଥ ଓଗାଳି କହିଲା, ମୁଁ ଅନେକ ଦିନରୁ ଭୋକିଲା ଅଛି l ଆଜି ତୋତେ ଖାଇ ମୋ ଉଦର ପୂରଣ କରିବି l ‘’ ରାଜକୁମାରୀ ଡ଼ରି ନଯାଇ ବାଘକୁ ବିନୟ ହୋଇ କହିଲା, ‘’ ମାମୁଁ ,ମୁଁ ଏକ ଜରୁରୀ କାମରେ ଯାଉଛି, ତମେ ମୋତେ ଖାଇଲେ ମୋ ଇଚ୍ଛା ପୂରଣ ହୋଇ ପାରିବ ନାହିଁ l ସୁତରାଂ ମୁଁ ଫେରିଲେ ତମେ ମୋତେ ଖାଇବ l ‘’ ତାଙ୍କ କଥାରେ ବିଶ୍ଵାସ କରି ବାଘ ବାଟଛାଡ଼ି ଦେଲା l ଆହୁରି କିଛିବାଟ ଆଗେଇଲା ପରେ ଜେନ ଡକାୟତ ହାତରେ ଛୁରିଧରି ଆସି ତାଙ୍କ ନିକଟରେ ଉଭାହେଲା l ରାଜକୁମାରୀଙ୍କ ଦେହରେ ବହୁମୁଲ୍ୟବାନ ଅଳଙ୍କାର ଥିଲା l ଡକାୟତ ଭାବିଲା ତାଙ୍କୁ ମାରି ସେସବୁକୁ ନେଇଯିବ l କିନ୍ତୁ ରାଜକୁମାରୀଙ୍କ ସରଳ ବ୍ୟବହାରରେ ମୁଗ୍ଧହୋଇ ସେ ତାଙ୍କୁ ଛାଡ଼ିଦେଲା l ଏହାପରେ ରାଜକୁମାରୀ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲେ l

ଗପଟି କହି ଶୁଆ ନୀରବ ରହିଲା l ତିନିବନ୍ଧୁଙ୍କ ଭିତରୁ ଜଣେ କହିଲା,’’ରାଜାପୁଅ ହୋଇ ନିଜ ସ୍ତ୍ରୀକୁ ଏକୁଟିଆ ଛାଡ଼ିଦେଲା, ସେ ରାଜା ହେବାକୁ ଯୋଗ୍ୟ ନୁହେଁ l ଜଣେ କା ପୁରୁଷ l ‘’ ଆଉଜଣେ କହିଲା-‘’ରାଜକୁମାର ତାଙ୍କ ସ୍ତ୍ରୀଙ୍କ ସହିତ କେତେଜଣ ସୈନ୍ୟଙ୍କୁ ପଠାଇବା ଉଚିତ ଥିଲା l ‘’ ତୃତୀୟ ଜଣଙ୍କ କହିଲା, ଚୋର ଏତେ ଗୁଡ଼ାଏ ଅଳଙ୍କାର ପାଇ, ମଧୁର କଥାରେ ଭୁଲିଯାଇ ଛାଡ଼ିଦେଲା l ‘’ ସମସ୍ତଙ୍କ ମନ୍ତବ୍ୟ ଶୁଣି ଶୁଆ ମନ୍ତ୍ରୀ ପୁଅକୁ ବନ୍ଦିକରିବାକୁ ସିପାହୀକୁ ନିର୍ଦ୍ଦେଶ ଦେଲା ଓ ତାକୁ ଚୋର ବୋଲି ପ୍ରମାଣିତ କଳା l କାରଣ ମନ୍ତ୍ରୀପୁଅର ମନ୍ତବ୍ୟ ଥିଲା, ସୁନା ଅଳଙ୍କାର ଚୋର କିପରି ଛାଡ଼ି ଦେଲା ତାହାରି ଉପରି ମଣିଷର ସ୍ଵଭାବ ତାର କଥା ବାର୍ତ୍ତାରୁ ଜଣାପଡ଼େ l

ହୀରାଚୋର ସେନାପତି ରାଜା

Rate the content


Originality
Flow
Language
Cover design

Comments

Post

Some text some message..