STORYMIRROR

Akshayakumar Dash

Inspirational

4  

Akshayakumar Dash

Inspirational

କାମନା

କାମନା

4 mins
239


ବନମାଳି ଜାଣେ ନିଜର ଦୃବଲତା। ପ୍ରତେକ ମଣିଷ ଜୀବନ ଧାରା ନିର୍ଦ୍ଧିଷ୍ଟ ବଳୟ ଭିତରେ ସୀମିତ। କାହିକିଁନା ମନୁଷ୍ୟର ଲୋଭ ଅଛି, ଅହଙ୍କାର ଓକ୍ରୋଧ ଭିତର ଆଉଟ୍ ପାଉଟ ହେଉଛି। ତାର ଅର୍ଥ ଓ ପ୍ରତିପତ୍ତି ଯେମିତି ଅଧିକାର ସେମିତି ଯୌନ ତୃପ୍ତି ପାଇଁ ନାରୀ ର ରୂପ ସୋନ୍ଦର୍ଯପ୍ରତି ଆକୃଷ୍ଟ ହୋଇଥାଏ। ବନମାଳି ଜାଣେ ଏଗୁଡ଼ିକ ସ୍ଵାଭାବିକ ମାନବୀୟ ଉତ୍କଣ୍ଠା। ଇଥିରୁବା ସେ ଓହରିଯିବ କେମନ୍ତେ? ତଥାପି ଏଥିରୁ ବିରତି ପାଇଁ ଧର୍ମ କର୍ମ କରିବାକୁ ପଛେ ନାହିଁ। ନିତ୍ୟ ନ ଇମିତିକ କର୍ମରେ ଆରାଧନା ଓ ଧର୍ମ ଗ୍ରନ୍ଥ ପଠନ, ହନୁମାନ ଚାଳିଶା, ବେଦ ଅଧ୍ୟୟନ, ଗୀତା, ଭାଗବତ, ବିଷ୍ଟୁସହସ୍ର ନାମ, ଚଣ୍ଡୀ ଆଦି ପଠନ କରେ। କାହିଁ କିଛିବି ପରିବର୍ତ୍ତନ ନାହିଁ। ଏଥିରୁ କି ଲାଭ ମିଳୁଛି, କିଛି ବୁଝିପାରୁନାହିଁ। କଥା ହେଲା, ଲଙ୍କା ପାକଳ ବେଳେ ରାଗ କମିଯାଏନି। ବନମାଳି ଦିନକୁ ଦିନ ତାର ବିକାର ଗୁଡ଼ିକ ଆହୁରି ବଳୁଆ ହୋଇପାରିଛନ୍ତି। କଥା କଥାରେ ମୁଁ ଓ ମୋର ଅହଙ୍କାର ଓ ତାର ପସନ୍ଦ କଥା ନହେଲେ ରାଗିଯାଇ ଗାଳିଗୁଲଜ ଦିଏ। ଘରେ ପତ୍ନୀ ଓ ପିଲାଙ୍କ ସହ ଦିନି ମତାନ୍ତର। ସହିଯିବା ଚାଡ଼ି ଅହଙ୍କାର କରି ସମସ୍ତେ ତାର କଥା ମାନନ୍ତି, ସେଜାହା କହୁ ଓ କରୁ ତାକୁ ସମସ୍ତେ ଭଲ କୁହନ୍ତୁ, ସେ ଚାହେଁ।


ଏସବୁ ବିଷୟରେ ବନମାଳି ନିରୋଳାରେ ଭାବିଲେ, ଠାକୁରଙ୍କୁ କୁହେ ପ୍ରଭୁ ଏତେ ସବୁ ଅଘଟଣ ମୋ ମନ ଚାହୁଛି କାହିଁଙ୍କି? ମୁଁ କଣ ତୁମର ଅମୃତ ଶାନ୍ତିର ଧାରାରେ ଗତି କରିବି ନାହିଁ? ମୋର ଦୋଷ ତ୍ରୁଟି ସୁଧାରି ଦିଅ, ମତେ ଦିବ୍ୟ ଦର୍ଶନ ଦିଅ ଆଦି କେତେଥର କହି ହାତଯୋଡି କୁହେ ସର୍ବେ ଭବନ୍ତୁ ସୁଖିନ.............।

 ସମଚକ୍ରରେ ମଣିଷ ର ବୟସ ଗଡିଚାଲେ। ବୃଦ୍ଧଅବସ୍ଥାରେ ମଣିଷ ନିଜର ବିଚାର ଶକ୍ତି ମାର୍ଜିତ ହୁଏ। କିନ୍ତୁ ବନମାଳିବେହେରା ର ପ୍ରକୃତି ବଳବତ୍ତର। ଜୀବନ ସାରା ଦେବ ପୂଜନ ଓ ଧର୍ମ ପୁସ୍ତକ ପଠନ କରି ଫଳ ଶୂନ୍ୟ। ମନ ବ୍ୟାକୁଳ, ତେବେ କଣ ଆଉ ଉପାୟ ଅଛି ସେଇ କର୍ତ୍ତା ଜାଣନ୍ତି। 


ଦିନେ ଜଣେ ସାଧୁ ପ୍ରବଚନ ଦେଉଥିଲେ, ଏ, ମନ ପଞ୍ଚୁଥାଏ ଯାହା, କାଳେ ପ୍ରାପତ୍ ହୁଏ ତାହା। କାହିଁ ପ୍ରାପ୍ତ ତ ଦୂରେ ଥାଉ ପ୍ରପଞ୍ଚ ଗୁଡ଼ିକ ଅଧିକ ଆସ୍ଥାନ ଜମେଇ ଚାଲିଛନ୍ତି। ବନମାଳି ଭାଗବତ ପଢ଼ି ଯାହା ଜାଣିଥିଲା ତାହାକୁ ନିରୋଲାରେ ବସି ଭାବେ, ବିଚାର କରେ। କଳିଯୁଗରେ କର୍ମକାଣ୍ଡ, ଦେବ ପୂଜା ଓ ଜାଗ ଯଜ୍ଞ ଠାରୁ ଶ୍ରେଷ୍ଟ ମହା ମନ୍ତ୍ର। ରାମ ନାମ ଜପି ଦଶୁ ରତନାକର ବାଲ୍ମୀକି ଋଷି ହେଲେ, ରାମାୟଣ ରଚନା କଲେ। ଦିନ ସାରା କାମ କରି ରାତ୍ରୀ ରେ ବନମାଳି ମାଳି ଧରି ରାମ ନାମ ହଜାରେ ଏକଥର ଜପ କଲେ। ବର୍ଷେ ଦିବରସ ଗଲା, ଯେମିତି ସେମିତି ଅଧିକ ଲୋଭ ଓ କ୍ରୋଧ ମାଡ଼ି ଧରିଛି। ନା କିଛିଟା ଉପାୟ ବାହାର ନକଲେ ମଲା ପରେ ଦୁନିଆଁରେ ଅପ ଯଶ ରହିବ। ମନ କହେ ଦାନ କରିବାକୁ, ହେଲେ ଲୋଭ ଛାଡୁନାହିଁ। ଆଉ କେତେ ଅସନା କଥା ଗୁଡାକ ଆସ୍ଥାନ ମାଡ଼ି ବସିଛି। ବନମାଳି ନିଜ ବିଚାର ଖଟେଇ ଆଗକୁ ଯେତିକି ମାଡ଼ୁଛି ସେତିକି ତଳକୁ ଖସି ଆସୁଛି। 


ଦିନକର କଥା। ସକାଳୁ ସକାଳୁ ନିଜ ନିତ୍ୟ କର୍ମ ସାରି ବାହାରିଲା ବନମାଳି। ଜଣେ ସାଧୁଙ୍କ ଦର୍ଶନ ପାଇଁ। ଆଗରୁ ସାଧୁଙ୍କ ବିଷୟରେ ବହୁତ ଶୁଣିଥିଲା। ଆଜିକାଲିର ସାଧୁମାନେ ବିଭିନ୍ନ ପ୍ରକାର କଥା କହି ନିଜର ପାଣ୍ଠି ବଢେଇବାରେ ଧୁରନ୍ଦର୍। ଏ ପାପ ଚାରୀ ମନୁଷ୍ୟ କିମିତିବା ଚିନ୍ନିବ କିଏ ସାଧୁ କିଏ ଅସାଧୁ। କିଏ ଧାନ କିଏ ବାଳୁଙ୍ଗା। କେବଳ ବିଶ୍ଵାସ କରିବା ଛଡା ଅନ୍ୟ ଗତି ନାହିଁ। ସାଧୁ ଜଣଙ୍କ ବସି ଥିଲେ ଏକ ଇଟା କୁ ଭରାଦେଇ ପଥର ଉପରେ। ଭେଶଭୂଷ ଫକିର ପରି। ହାତରେ ଚିମୁଟା ଟିଏ ଧରିଥିଲେ। ତାଙ୍କ ପାଖାପାଖି କେତେକ ଭକ୍ତ ବସିଥିଲେ। ଏହିସମୟରେ ବନମାଳି ସାଧୁଙ୍କ ପଦ ଛୁଇଁ ପ୍ରଣାମ କଲେ। ନିକଟରେ ବସିଲେ। ଅନ୍ୟ କିଛି ଭକ୍ତ ଏହିସମୟରେ ଆସି ପହଚିଲେ। ମୁସଲମାନ ନାରୀ ମାନେ ବୁର୍ଖା ପିନ୍ଧି ଆସିଲେ। ଦିନବନ୍ଧୁ ଟିକେ ଦୂରେଇ ଯାଇ ବସିଲେ। ବୁର୍ଖ। ଟେକି ସାଧୁଙ୍କୁ ପ୍ରଣାମ ଜଣାଇଲେ। ତାଙ୍କର ଚମ୍ପା ରଙ୍ଗର ମୁଖ ଦେଖିବାର ସୁଯୋଗ ପାଇଲେ ଦିନବନ୍ଧୁ। ମନରେ ଦ୍ରବିଭୂତ୍ କାମନା ଜାଗ୍ରତ ହୋଇଥିଲା। ନିଜ ବିବେକ କୁ ପ୍ରଶ୍ନ ପଚାରିଲା ପରେ ସେଇ ନାରୀମାନଙ୍କ ମୁଖ ଦର୍ଶନ ଲାଳସା କୁ ଦମନ କରି ନିଜର ଚକ୍ଷୁ ଫେରେଇ ନେଲେ। ସାଧୁ, ଦୀନବନ୍ଧୁଙ୍କୁ ନିକଟକୁ ଡାକି ବସେଇଲେ। କହିଲେ, ଦିନବନ୍ଧୁ! ସୁନ୍ଦରତା କୁ ଦର୍ଶନ କରିବା ପାଇଁ ମାଲିକ ଚକ୍ଷୁ ଦେଇଛନ୍ତି। ପ୍ରତେକ୍ ଇନ୍ଦ୍ରିୟକୁ ସତ୍ ବ୍ୟବହାର କରିବାକୁ ହେବ। ପାଖରେ ବସିଥିବା କେତେକ ଭକ୍ତଙ୍କଆଡ଼କୁ ଦୃଷ୍ଟି ଦେଉ ସାଧୁ ତାଙ୍କୁ ଉପଦେଶ ଦେଲେ। ଚକ୍ଷୁ ର କାମ ଦର୍ଶନ କରିବା। ଦୃଷ୍ଟି ଫେରେଇନେବା ଅର୍ଥ ସୁନ୍ଦରତା ପ୍ରତି ଅସମ୍ମାନ କରିବା।


ନାରୀଙ୍କ ମୁଖ ସୋନ୍ଦର୍ଯ୍ୟ ଦର୍ଶନ କରି ତାହାଙ୍କୁ ସମ୍ମାନ ଦେବା ଉଚିତ୍। ସୁନ୍ଦରୀ ନାରୀ ପୁରୁଷର ଆକର୍ଷଣ। ଏହାଦ୍ବାରା ପ୍ରକୃତି ପ୍ରତି ଆସ୍ଥା ସ୍ଥାପନ କରାଯାଏ। ଆଗକୁ ବିଚାର କଲେ, ମନୁଷ୍ୟ ନାରୀର ସୌ୍ଦର୍ଯ୍ୟ ଠାରୁ ଅଧିକ ବିଚାର କରିବାକୁ ହେବ ଯେ, ଏହି ପ୍ରକୃତି ନାରୀ ଠାରୁ କେତେ ସୁନ୍ଦର୍ ନୁହେଁ ସତେ। ମୋର ଈଶ୍ୱର ପ୍ରକୃତିଠାରୁ କେତେ ସୁନ୍ଦର ନଥିବେ ସତେ। ଏହିଭାବନା ଯେତେ ଉର୍ଦ୍ଧ ଗାମୀ ହେବ ମନୁଷ୍ୟର କୁତ୍ସିତ ଯୌନ ଲାଳସା ସେତିକି ଦୂରେଇ ଜୀବ। ଯୌନତା କ୍ଷଣିକ ଉତେଜନା। ତାହା କ୍ଷଣସ୍ଥାୟୀ। କିନ୍ତୁ ସୁନ୍ଦରତା ଚିରସ୍ଥାୟୀ। ତାହା ନିର୍ମଳ ଜଳପରି ଶୁଦ୍ଧ ଓ ପବିତ୍ର। ଈଶ୍ୱରଙ୍କୁ ଆରାଧନା କରି ସେଇ ଦିବ୍ୟ ସୁନ୍ଦରତା ପ୍ରାପ୍ତ ହୁଏ। ସମଚକ୍ରରେ ଏହି ଚିର ସୁନ୍ଦର ମୟ ପ୍ରକୃତି ମାତା ଓ ସତ୍ ଚିତ ଆନନ୍ଦ ଦାତା ଭଗବାନ ନିଜର କରିବାକୁ ଚେଷ୍ଟା ଓ ପ୍ରୟାସ କରି ନିଶ୍ଚୟ ସଫଳତା ଲାଭକରିବ। ସମୟ କ୍ରମେ ଯୌନ ଲାଳସା ଦୂରୀଭୂତ ହୋଇ ନାରୀର ମୁଖ ସୋଉନ୍ଦର୍ଯ୍ୟ ଭିତର ଆତ୍ମୀୟ ଶ୍ରଦ୍ଧା ଓ ସହଯୋଗ ଭାବନା ଅଙ୍କୁରିତ ହେବ।


ବନମାଳି ସାଧୁଙ୍କୁ ପ୍ରଣିପାତ କରି କହିଲା, ଆପଣ ମୋର ମନର ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି। କିଛି ମୋଠାରୁ ଶୁଣିବା ପୂର୍ବରୁ, ମୋର ମନର କଥାକୁ ପଢ଼ିଛନ୍ତି। ଓ ତାର ସମାଧାନର ସୂତ୍ର ମଧ୍ୟ ଦେଖିଛନ୍ତି। ଆପଣ ଜଣେ ସତ୍ ଗୁରୁ। ବନମାଳି ମସ୍ତକରେ ସାଧୁ ହସ୍ତ୍ ରଖି ଅର୍ଶ୍ରୀପଦମୁଦ୍ରାରେ ଅଭୟ ପ୍ରଦାନ କଲେ। ସାଧୁଙ୍କମୁଖରୁ ଭା ସିଆସିଲା ମାଲିକ ଭରଷା। ବନମାଳି ସାଧୁଙ୍କ ଅନୁମତି ନେଇ ଘରକୁ ଫେରିଲେ।


Rate this content
Log in

Similar oriya story from Inspirational