Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Trushna Das

Abstract Drama Fantasy

4.7  

Trushna Das

Abstract Drama Fantasy

ଖୁସି

ଖୁସି

5 mins
279


ଖୁସି ବାପା ମାଆର ଗୋଟିଏ ବୋଲି ଗେହ୍ଲି ଝିଅ। ଜେଜେମାର ଗେହ୍ଲି ନାତୁଣୀ।ବିବାହର ଛଅ ବର୍ଷ ପରେ ମଧ୍ୟ ସୁଶିଲ ବାବୁ ଓ ମିଲିଙ୍କ କୋଳ ଖାଳି ଥିଲା। ବହୁତ ଡାକ୍ତର ଚିକିତ୍ସା ପରେ ମିଲି ମାଆ ହୋଇ ଥିଲେ। ସନ୍ତାନ ଖୁସି ଏତେ ବର୍ଷ ପରେ ଆସି ଥିବାରୁ ଝିଅର ନାମ ଖୁସି ରଖିଥିଲେ।


ସୁଶିଲ ବାବୁ ଜଣେ ବଡ ବ୍ୟବସାୟୀ। ଧନ ସମ୍ପତ୍ତିରେ ଭରପୁର।ତେଣୁ ଖୁସି ପୁରା ରାଜକୁମାରୀ ପରି ବଡ଼ ହୋଇ ଥିଲେ।ଜେଜେମାଙ୍କ ଠାରୁ ନାନା ପ୍ରକାରର ଗପ ଶୁଣୁଥିଲେ। ପଞ୍ଚତନ୍ତ୍ର, ଅବୋଲକରା କାହାଣୀ,ଆକବର୍ ବିରବଲ୍ କାହାଣୀ ସ ଜେଜେମାଙ୍କ ଠାରୁ ଶୁଣିଥିଲେ। ଖୁସିଙ୍କୁ ବେଶୀ ରାଜକୁମାରୀ ଓ ରାଜକୁମାର କାହାଣୀ ଶୁଣିବାକୁ ଭଲ ଲାଗୁଥିଲା। ଜେଜେମା କହୁଥିଲେ ଖୁସିଙ୍କୁ ଆଜି ମୋ ରାଜକୁମାରୀ ରାଜକୁମାର କାହାଣୀ ଶୁଣୁଛି। କାଲି ବଡ଼ ହେଲା ପରେ ଗୋଟିଏ ରାଜକୁମାର ଆସି ମୋ ରାଜକୁମାରୀକୁ ତା ରାଣୀ କରି ନେଇଯିବ। 


ଖୁସି ଜଣେ ଭଲ ଛାତ୍ରୀ ଥିଲେ। ସେ ବଡ଼ ହୋଇ ଡକ୍ଟର ହେବାର ଲକ୍ଷ୍ୟ ରଖିଥିଲେ। ବାପା ସୁଶିଲଙ୍କର ଧନ ସମ୍ପତ୍ତି ବହୁତ। ସବୁଠାରୁ ଭଲ ଭଲ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖୁସିଙ୍କୁ ପଢାଇଛନ୍ତି। 


କଲେଜରେ ପଢୁଥିବା ସମୟରେ ଖୁସିଙ୍କ ଜୀବନକୁ ଶୁଭମ ଆସିଛନ୍ତି। ଖୁସି ଓ ଶୁଭମଙ୍କ ମଧ୍ୟରେ ଭଲ ପାଇବା ସୃଷ୍ଟି ହୋଇଛି। ଶୁଭମ ଖୁସିଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଅଛନ୍ତି। ଖୁସି ଘରେ ସମସ୍ତଙ୍କୁ ଶୁଭମଙ୍କ ବିଷୟରେ କହିଛନ୍ତି। ଶୁଭମଙ୍କର ବ୍ୟବହାର ଦେଖି ଘରେ ମଧ୍ୟ ଏ ସମ୍ପର୍କରେ ରାଜି ହୋଇଛନ୍ତି।ଶୁଭମଙ୍କ ପରିବାର ଓ ଖୁସିଙ୍କ ପରିବାର ମଧ୍ୟରେ ବିବାହକୁ ନେଇ କଥା ବାର୍ତ୍ତା ସ୍ଥିର ହୋଇ ସାରିଛି ଯେ ଶୁଭମ ନିଜେ ଗୋଟିଏ ଚାକିରୀ କରିବା ପରେ ଓ ଖୁସିଙ୍କ ଏମ୍. ବି.ବିଏସ୍ ପଢା ପରେ ସେମାନେ ବିବାହ କରିବେ। 


ଖୁସିକୁ ଜେଜେମା ଚିଡାଇ କହୁଥାନ୍ତି ଦେଖିଲୁ ତ ମୁଁ ଯାହା କହୁଥିଲି ସତ ହେଲା। ମୋ ରାଜକୁମାରୀ ପାଇଁ ଶୁଭମ ରାଜକୁମାର ହୋଇ ଆସିଛି।ଖୁସି ଲାଜେଇ ଯାଆନ୍ତି। 


ଡିଗ୍ରୀ ସରିଲା ପରେ ଖୁସି ଭୂବନେଶ୍ବର ଯାଇ ଏମ୍. ବି. ବିଏସ୍ ପଢିଲେ। ଶୁଭମ ମଝିରେ ମଝିରେ ଭୂବନେଶ୍ବର ଯାଇ ଖୁସିଙ୍କୁ ଦେଖା କରି ଆସନ୍ତି। ଖୁସି ବି ଛୁଟିରେ ଘରକୁ ଆସିଥିବା ସମୟରେ ଶୁଭମଙ୍କୁ ଦେଖା କରନ୍ତି। ଖୁସି ଓ ତାଙ୍କ ପରିବାର ଲୋକ ଶୁଭମକୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତି। 


ହଷ୍ଟେଲରେ ଥିବା ସମୟରେ ଖୁସିଙ୍କ ରୁମରେ ରହୁଥିବା ବାନ୍ଧବୀମାନେ ଶୁଭମଙ୍କ ବିଷୟରେ ଶୁଣି ଥିଲେ ହେଲେ କେହି ତାଙ୍କୁ ଦେଖି ନ ଥିଲେ। 


ଖୁସି ପରୀକ୍ଷା ପାଖେଇ ଆସୁଥିବାରୁ ବହୁତ ଦିନ ହେବ ଘରକୁ ଯାଇ ନାହାଁନ୍ତି।ଶୁଭମ ବି ଦୁଇ ମାସ ହେଲାଣି ଖୁସିଙ୍କୁ ଦେଖା କରିବାକୁ ଆସି ନାହାନ୍ତି। କେବଳ ଫୋନରେ କଥା ହେଉ ଥାଆନ୍ତି ଏବଂ କହୁଥିଲେ ଯେ ଚାକିରୀରେ କଣ ଗୋଟେ ଅସୁବିଧା ହୋଇଛି। ସେଥିପାଇଁ ଛୁଟି ମିଲୁ ନାହିଁ। ହେଲେ ସବୁ ଦିନ ଖୁସି କଥା ଫୋନରେ ବୁଝୁ ଥାଆନ୍ତି।


ଦିନେ ଖୁସିଙ୍କ ଘରକୁ ଯିବା ଥାଏ।କିନ୍ତୁ ହଠାତ୍ ତାଙ୍କ ଦେହ ଭଲ ନ ଲାଗିବାରୁ ସେ ଯାଇ ନାହାଁନ୍ତି କି ଘର ଲୋକଙ୍କୁ କହି ନାହାଁନ୍ତି। ଖୁସିଙ୍କ ରୁମର ବାନ୍ଧବୀ ଲିନା ଦିନେ କଥା ହେଉ ହେଉ ଖୁସିଙ୍କୁ କହିଲେ ତୋର ଭାଗ୍ୟ ବହୁତ ଭଲ ତୋତେ ଏତେ ଭଲ ପାଉଥିବା ସାଥିଟିଏ ମିଳିଛି। ନ ହେଲେ ଆଜିକାଲି ଝିଅ ଓ ପୁଅମାନେ ଯେ କଣ ହେଉଛନ୍ତି? 


ଖୁସି ପଚାରିଲେ କଣ ହେଲା କି ?


ଲିନା କହିଲେ ମୋର ଦୂର ସମ୍ପର୍କୀୟ ଭଉଣୀ ରିନି ତା ଅଫିସର ଗୋଟିଏ ପୁଅକୁ ଭଲ ପାଉଥିଲା। ପୁଅ ବାହା ହେବାର ପ୍ରତିଶ୍ରୁତି ଦେଲା।ଏ ବି ତା କଥାରେ ରାଜି ହୋଇ ତା ସହ ଶାରୀରିକ ସମ୍ପର୍କ ରଖିଲା। ଏବେ ସେ ପୁଅ ରିନିକୁ ବାହା ହେବାକୁ ମନା କରୁଛି। ଆଉ କହୁଛି ରିନି ଯଦି ଏ ବିଷୟରେ କାହାକୁ କହିବ ତେବେ ସେ ରିନିର ଅଶ୍ଳୀଳ ଫଟୋ ଓ ଭିଡିଓ ସବୁ ନେଟରେ ଛାଡି ଦେବ।ଏବେ ରିନି କାହାକୁ କିଛି ନ କହି ଆତ୍ମହତ୍ୟା କରିବାକୁ ଯାଉଥିଲା। ତା ବାପା ମାଆ ଠିକ ସମୟରେ ସବୁ ଜାଣି ପାରି ତାକୁ ଚୁପଚାପ ସେଠାରୁ ନେଇ ଗଲେ। ସେ ପିଲାକୁ ମୁଁ ଫଟୋରେ ଦେଖି ଥିଲି। ଏବେ କିଛି ଦିନ ତଳେ ଭୂବନେଶ୍ବରରେ ତାକୁ ପାଖ ହଷ୍ଟେଲରେ ରହୁଥିବା ଝିଅ ସହ ବୁଲୁ ଥିବା ଦେଖିଥିଲି। ତୁ ବଧେ ସେତେବେଳକୁ ତୋ ଗାଁକୁ ଯାଇ ଥିଲୁ।ଦେଖିଲେ କେବେ ବି ତୁ ଭାବି ପାରୁନାହିଁ ଯେ ଏତେ ସରଳ ପିଲାର ଭିତର ରୂପଟା ଏତେ ଖରାପ। ରହ ତୋତେ ତାର ଫୋଟ ମୁଁ ଦେଖଉଛି। 


ଠିକ୍ ସେତିକି ବେଳକୁ ଲିନା ହଠାତ ପାଟି କରି ଡାକି କହିଲା ଖୁସି ଦେଖ ସେଇ ପିଲା ସେ ଝିଅ ସହିତ ଅଛି। 


ଖୁସି ଯେତେବେଳେ ସେ ପିଲାକୁ ଦେଖିଲେ ତାଙ୍କ ପାଦ ତଳରୁ ମାଟି ଖସିଗଲା। କାରଣ ସେ ପିଲା ଆଉ କେହି ନୁହେଁ ତାଙ୍କର ପ୍ରେମିକ ଶୁଭମ। 


ଖୁସି ସାଙ୍ଗ ସାଙ୍ଗ ଶୁଭମଙ୍କୁ ଫୋନ କଲେ।ଶୁଭମ କହିଲେ ଖୁସି ମୁଁ ଟିକେ ଅଫିସରେ ବ୍ୟସ୍ତ ଅଛି। ପରେ କଥା ହେଉଛି। 


ଖୁସି ସଙ୍ଗେ ସାଙ୍ଗ ଶୁଭମଙ୍କ ପିଛା କରିଛନ୍ତି ନିଜ ମୁହଁ ଲୁଚାଇ। ତାପରେ ସେ ଦେଖିଲେ ଶୁଭମ ଏମିତି ଗୋଟିଏ ହୋଟେଲକୁ ଗଲେ ଯେଉଁଟା ସେକ୍ସ ରେକର୍ଡରେ ନାମ ଅଛି। ଖୁସି ଭିତରକୁ ଯାଇ ଜାଣିଲେ ମ୍ୟାନେଜର ଠାରୁ ଯେ ଶୁଭମ ଏମିତି ବହୁତ ଝିଅଙ୍କ ସହ ଏହି ହୋଟେଲରେ ରାତି କାଟିଛନ୍ତି। ଏଇ ଦୁଇ ସପ୍ତାହ ଭିତରେ ସେ ବଧେ ଚାରିଟି ଝିଅ ସହ ରହିଛନ୍ତି। 


ଖୁସି ଯାଇ କବାଟ ନକ କରିବାରୁ ଶୁଭମ କବାଟ ଖୋଲି ଖୁସିଙ୍କୁ ଦେଖି ଆଶ୍ଚର୍ଯ୍ୟ। 


ଶୁଭମର ମୁଖଟା ଖୁସି ଆଗରେ ଖୋଲି ଗଲା। ଶୁଭମ ତାଙ୍କୁ ଭିତରକୁ ଟାଣି ନେଲେ।ଝଗଡା ଲାଗୁ ଲାଗୁ ଖୁସିଙ୍କୁ ବେଲକନୀରୁ ଠେଲି ଦେଲେ। ସେ ଝିଅକୁ ଓ ହୋଟେଲର ଷ୍ଟାଫଙ୍କୁ କହିଲେ କହିବା ପାଇଁ ଯେ ସେ ହୋଟେଲରେ ଖୁସି ଅନ୍ୟ ପୁଅ ସହ ଥିବାର ଶୁଭମ ଧରିବାରୁ ସେ ଲାଜରେ ଆତ୍ମହତ୍ୟା କଲେ। 


ପଥରେ ବାଜୀ ଖୁସିର ଗୋଟିଏ ପିଖ ମୁହଁ ପୁରା ଖରାପ ହୋଇଯାଇ ଥାଏ।ଶୁଭମ ଭାବିଲେ ଖୁସି ଏତେ ଉପରୁ ପଡିଛି ଏବଂ ମୁଣ୍ଡରେ ବାଜିଛି ତ ସେ ମରି ଯିବ ନ ହେଲେ ସେ ବଞ୍ଚିଲେ ବି ନିନ୍ଦା ଅପମାନରେ ଆତ୍ମହତ୍ୟା କରିବ। 


ହେଲେ ଖୁସିର ଭାଗ୍ୟ ଭଲ ସେ ବଞ୍ଚିଗଲେ। ଶୁଭମ ସହ ଥିବା ଝିଅ ଓ ଲିନା ଶୁଭମ ବିରୋଧରେ ପ୍ରମାଣ ଦେବାରୁ ଶୁଭମଙ୍କୁ ଜେଲ ହେଲା। 


ଖୁସିଙ୍କ ମୁହଁ ଏବେ ଭୟଙ୍କର ଦେଖାଯାଉଛି। ଖୁସି କାନ୍ଦି ଜେଜେମାଙ୍କୁ କୁହନ୍ତି ଯେ ରାଜକୁମାରୀ ଜୀବନ ଅଭିଶପ୍ତ ହୋଇ ଗଲା। ଆଉ କେହି ରାଜକୁମାର ଆସିବେନି ତା ପାଇଁ। ଜେଜେମା କୁହନ୍ତି ନା ରେ ନିହାତି ରାଜକୁମାର ତ ପାଇଁ ଆସିବେ। 


ଖୁସିଙ୍କର ମୁହଁର ପ୍ଲାଷ୍ଟିକ ସର୍ଜରୀ ପାଇଁ ସୁଶିଲ ତାଙ୍କୁ ମୁମ୍ବାଇ ନେଇଛନ୍ତି। ସେଠାରେ ଜଣେ ପ୍ଲାଷ୍ଟିକ ସର୍ଜରୀର ଭଲ ଓଡ଼ିଆ ଡକ୍ଟର ସହନଙ୍କ ଠିକଣା ପାଇଛନ୍ତି। ସହନ ଖୁସିଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ପୁରା ଦାଗ ତ ଯିବନି ତଥାପି ସେ ଚେଷ୍ଟା କରିବେ ଯେତିକି ହେବ ସେ ଦାଗ ଲୁଚାଇବାକୁ।ସେଥିପାଇଁ ଚାରି ଥର ଅପରେସନ ହେବ ଖୁସିଙ୍କର ମୁହଁ। 


ସହନ ଖୁସିଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି। ଖୁସି ମାଆ ଓ ଜେଜେମା ସହ ମୁମ୍ବାଇରେ ବର୍ଷେ ପାଖାପାଖି ରହିଲେ। ସହନ ଜେଜେମା ଠାରୁ ସବୁ କଥା ଶୁଣି ସାରିଛନ୍ତି। ଦ୍ୱିତୀୟ ଥର ଅପରେସନ ପରେ ସହନ ଖୁସିକୁ ବିବାହ କରିବାର ପ୍ରସ୍ତାବ ଦେଇଛନ୍ତି ଏବଂ କହିଛନ୍ତି ବିବାହ ପରେ ଖୁସି ପାଠ ପଢି ନିଜ ସପନ ପୁରଣ କରିବେ...ଡକ୍ଟର ହେବେ। 


ଖୁସି ଶୁଣି ଚୁପ ହୋଇ ଯାଇଛନ୍ତି। ସହନ ଗଲା ପରେ ଜେଜେମା କହିଲେ ଦେଖିଲୁ ମୋ କଥା ସତ ହେଲା... ତୋ ରାଜକୁମାର ଆସିଛି। ତୋର ମୋନେ ଅଛି ମୁଁ ତୋତେ ଅଭିଶପ୍ତ ରାଜକୁମାରୀ ଓ ରାଜକୁମାରର ଅବୋଲକରା କାହାଣୀ କହିଥିଲି। ଆଜି ଆଉ ଥରେ କହୁଛି ଶୁଣ:


ପଣ୍ଡିତ ଓ ଅବୋଲକରା ତାଙ୍କର ବିଶ୍ୱ ଭ୍ରମଣରେ ବୁଲୁଥିବା ସମୟରେ ଗୋଟିଏ ଜାଗାରେ ବିଶ୍ରାମ ପାଇଁ ଅଟକିଲେ। ଅବୋଲକରା ଖାଦ୍ୟ ଆଣିବାକୁ ପଇସା ନେଇ ବଜାରକୁ ଗଲା। ସେଠାରେ ସେ ଗୋଟିଏ ରାଜକୁମାରୀର ଅସୁନ୍ଦର ମୁହଁର ମୂର୍ତି ଦେଖି ଆସି ପଣ୍ଡିତଙ୍କୁ ପଚାରିଲା। ପଣ୍ଡିତ କହିଲେ ପକା କମ୍ବଳ ପୋତ ଛତା ଶୁଣ ଅଭିଶପ୍ତ ରାଜକୁମାରୀ ଓ ରାଜକୁମାର କଥା। ବହୁ ବର୍ଷ ତଳର କଥା। ଏହି ରାଜ୍ୟର ରାଜକୁମାରୀ ବହୁତ ସୁନ୍ଦରୀ ଥିଲେ। ନିଜ ସୁନ୍ଦରତାକୁ ନେଇ ସେ ବହୁତ ଗର୍ବ କରୁଥିଲେ। ଦିନେ ଗୋଟିଏ ପଣ୍ଡିତଙ୍କ ଝିଅକୁ ଅସୁନ୍ଦର ବୋଲି ଅପମାନ କରିଥିବାରୁ ପଣ୍ଡିତ ତାଙ୍କୁ ଅସୁନ୍ଦର ହେବାର ଅଭିଶାପ ଦେବେ। ତାପରେ ହଠାତ୍ ରାଜକୁମାରୀଙ୍କ ମୁହଁ ଭୟଙ୍କର ହୋଇ ଯିବ। 


ରାଜକୁମାରୀ ନିଜ ଭୂଲ ବୁଝି କ୍ଷମା ମାଗିବାରୁ ପଣ୍ଡିତ କହିଲେ ଯେବେ ଗୋଟିଏ ରାଜକୁମାର ତୋ ଅସୁନ୍ଦର ମୁହଁ ଦେଖି ମଧ୍ୟ ତୋତେ ଭଲ ପାଇ ବାହା ହେବ ତେବେ ଯାଇ ତୁ ଅଭିଶାପ ମୁକ୍ତ ହେବୁ।

କିଛି ବର୍ଷ ପରେ ସେଇ ରାଜ୍ୟକୁ ଗୋଟିଏ ରାଜକୁମାର ଆସିଥିବେ। ତାଙ୍କ ଦେହ ଖରାପ ହୋଇ ଯିବ। ରାଜ କୁମାରୀର ସେବା ଯତ୍ନ ଦେଖି ସେ ରାଜକୁମାରୀ ଅସୁନ୍ଦର ଥିବା ସ୍ୱତେ ସେ ରାଜକୁମାରୀକୁ ଭଲ ପାଇ ବିବାହ କରିବେ।ତାପରେ ରାଜକୁମାରୀ ପୁଣି ସୁନ୍ଦର ହୋଇ ଯିବେ। ତାଙ୍କର ଅସୁନ୍ଦର ମୂର୍ତି ଏଇଠି ପାଇଁ ରଖା ହୋଇଛି ଯେ ତାହା ଦେଖି କେହି ଗର୍ବ କରିବେ ନାହିଁ। 


ଜେଜେମା କହିଲେ ଦେଖିଲୁ ତୁ ନିଜକୁ ଅଭିଶପ୍ତ ରାଜକୁମାରୀ କହୁଥିଲୁ ନା।ତ ପାଇଁ ତ ରାଜକୁମାର ଆସିଛି।ତୋତେ ଅପରେସନ୍ କରି ସୁନ୍ଦରୀ କରି ତୋ ସହ ବିବାହ କରିବ। ହେଲାନା ଅବୋଲକରା କାହାଣୀର ପୁନଃଉଦ୍ଧାର।


ଖୁସିଙ୍କର ଚାରି ଥର ଅପରେସନ ପରେ ତାଙ୍କ ମୁହଁରେ ହାଲୁକା ଦାଗ ଥାଏ।ତାପରେ ଡକ୍ତର ସହନଙ୍କ ସହ ତାଙ୍କର ବିବାହ ବଡ ଧୁମ୍ ରେ ହେଲା।


Rate this content
Log in

Similar oriya story from Abstract