Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଝିଅଟିର ନାଁ ଗୁଡ୍ଦି
ଝିଅଟିର ନାଁ ଗୁଡ୍ଦି
★★★★★

© ପ୍ରଶାନ୍ତ କୁମାର ବେହେରା

Inspirational

4 Minutes   632    55


Content Ranking

ଲୋକଟା ମୋତେ ଦେଖୁଦେଖୁ ଚିହ୍ନିଦେଇ କହିଲା, " ସାର୍ ଆପଣ ବୋଧେ ଏଇ କେଇ ବର୍ଷ ତଳେ ବହୁତ ଝିଅ ମାନଙ୍କୁ ସାଙ୍ଗରେ ଧରି ଏଠି ପିକ୍ ନିକ୍ କରିବାକୁ ଆସିଥିଲେ ? "

ମୁଁ ତା କଥାରେ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲି । ବାସ୍ତବରେ ପ୍ରାୟ ଚାରି ବର୍ଷ ତଳେ ଆମ କଲେଜର ଲେଡିଜ୍ ହଷ୍ଟେଲ୍ ପିଲାମାନଙ୍କୁ ପାଞ୍ଚଟି ବସ୍ ରେ ଧରି ପିକ୍ ନିକ୍ ପାଇଁ ଆସିଥିଲୁ । ସତରେ ତା'ର ସ୍ମରଣ ଶକ୍ତିକୁ ମାନିବାକୁ ହେବ ।

ମୁଁ ତାକୁ କହିଲି, "ହଁ ଠିକ୍ କହିଛ, ପ୍ରାୟ ଚାରି ବର୍ଷ ତଳେ ଆସିଥିଲୁ ।"

ସେ ବଙ୍ଗଳାର ପରିବେଶ ଖୁବ୍ ସୁନ୍ଦର । ବିରାଟ ବଡ ଏରିଆକୁ ନେଇ ଚାରିପଟେ ପାଚେରୀ ଆଉ ଠିକ୍ ତା ମଝିରେ ବଙ୍ଗଳାର କୋଠାଘର ରହିଥାଏ । ବଡ ବଡ ଗଛରେ ପରିପୂର୍ଣ୍ଣ ସେଇ ବଙ୍ଗଳାର ପରିବେଶ ଯେକୌଣସି ଲୋକର ମନକୁ ବିମୋହିତ କରିଦେବ । ଏଇ ଶୀତ ଦିନରେ କଲେଜ ଛାତ୍ରଛାତ୍ରୀ ମାନଙ୍କ ସହ ବହୁ ପର୍ଯ୍ୟଟକ ଆସନ୍ତି ବୁଲିବାକୁ । ସେଇ ବଙ୍ଗଳା ପରିବେଶରେ ରୋଷେଇ କରିବାକୁ କାହାକୁ ପ୍ରାୟ ଅନୁମତି ନଥାଏ । ବଙ୍ଗଳାଠାରୁ ଅଳ୍ପ ଦୂରରେ ଗୋଟେ ବଡ ପଡିଆରେ ଥିବା ଗଛ ମୂଳ ମାନଙ୍କରେ ପିଣ୍ତିରେ ହିଁ ରୋଷେଇ କରିବାକୁ ପିକ୍ ନିକ୍ ପାର୍ଟିଙ୍କୁ ଅନୁମତି ଦିଆଯାଇଥାଏ । କିନ୍ତୁ ସେଇ ସ୍ଥାନରେ ସବୁବେଳେ ଭିଡ ଜମିଥାଏ । ସେଇ ଭିଡରୁ ବର୍ତ୍ତିବା ପାଇଁ ମୁଁ ସିଧା ଏଇ ବଙ୍ଗଳା ଭିତରକୁ ସେଦିନ ଆସିଥିଲି । ଉଦ୍ଦେଶ୍ଯ ସେଇ ବଙ୍ଗଳା ଭିତରର ଖୁବ୍ ସଫା ସୁତୁରା ପରିବେଶରେ ଆମ ପିଲାମାନେ ବସିବେ ଆଉ ସେଇଠି ହିଁ ରୋଷେଇ କରାଯିବ ।

ଏ ଭିତରେ ସେ ପୁଣି ପଚାରିଲା, " ସାର୍ କଣ ପିଲାମାନେ ଆସିଛନ୍ତି କି ପିକ୍ ନିକ୍ କରିବାକୁ ? "

ମୁଁ କହିଲି , " ହଁ ଆମ ଡିପାର୍ଟମେଣ୍ଟ୍ ପିଲାମାନେ ଆସିଛନ୍ତି । ସେମାନଙ୍କ ସଂଖ୍ୟା ଏଇ ପଚାଶ ଭିତରେ ମାତ୍ର ।"

ସେ କହିଲା, " ଠିକ୍ ଅଛି ସାର୍ , ଏଇ କ୍ୟାମ୍ପସ୍ ରେ ଗତଥର ପରି ପିଲାମାନଙ୍କୁ ଧରି ରୋଷାଇ କରନ୍ତୁ । ମୁଁ ଗୋଟେ ଲୋକକୁ ଡାକିଦେବି ସେ ସବୁ ଯୋଗାଡ କରିଦେବା ସହ ପିଲାମାନେ ଭୋଜିକରି ସାରିବାପରେ ଏ ସ୍ଥାନକୁ ପୁଣି ସଫା କରିଦେବ । ତାକୁ ଅଳ୍ପ କିଛି ପାରିଶ୍ରମିକ ଦେବେ ।"

ମୁଁ ତା କଥାରେ ପୁରା ଖୁସି ହୋଇଗଲି । ଯେଉଁ ଉଦ୍ଦେଶ୍ଯ ନେଇ ଆସିଥିଲି ତା ପଖକୁ ତାହା ସଫଳ ହେଲା । ମୋ ସାଙ୍ଗରେ ବିହାରୀ ସାର୍ ଓ ଜିତୁ ( ମୋ ଛାତ୍ର ଯିଏ ଏବେ ଅଧ୍ଯାପକ ) ଥିଲେ । ସେମାନେ ଆମ ପିଲାଙ୍କୁ ଡାକିବା ସହିତ ରୋଷେଇ ପାଇଁ ଅଣା ଯାଇଥିବା ଜିନିଷ ପତ୍ର ସବୁ ପିଲାମାନଙ୍କ ଦ୍ୱାର ଆଣିବା ଉଦ୍ଦେଶ୍ଯରେ ବସ୍ ପାଖକୁ ଚାଲିଲେ । ମୁଁ ସେଠି ଥିବା ଗୋଟେ ସିମେଣ୍ଟ୍ ପିଣ୍ତିର ଘେରା ଉପରେ ବସି ପଡ଼ିଲି । ସେଇ ନିକଟରେ ଗୋଟେ ଭଙ୍ଗା ଆଜବେଷ୍ଟସ୍ ଘର ଥାଏ । ସେଥିରେ ବୋଧେ ଏଇ ଲୋକଟି ଅର୍ଥାତ୍ ସେ ବଙ୍ଗଳାର କେୟାରଟେକର୍ ରହେ ।

କିଛି ସମୟ ପରେ ସେ କଣ ଭାବିଲା କେଜାଣି - ହଠାତ୍ ସେଇ ଭଙ୍ଗା ଆଜବେଷ୍ଟସ୍ ଘରକୁ ଯାଇ ସାଙ୍ଗରେ ଛୋଟ ଝିଅଟିକୁ ଧରି ମୋ ପାଖରେ ପହଞ୍ଚି କହିଲା, " ସାର୍ ଙ୍କୁ ପ୍ରଣାମ କର ।"

ଝିଅଟି ମୋ ପାଖକୁ ଆସି ମୋ ପାଦଧୂଳି ନେବା ସମୟରେ ମୁଁ ତାକୁ ମୋ କୋଳକୁ ଭିଡି ଆଣିଲି ।

ସେ କହିଲା, " ସାର୍ ଏ ମୋ ଝିଅ ଗୁଡ୍ଡି । ଏଇ ଗୋଟିଏ ମାତ୍ର ଝିଅ ମୋର । ସେଇ ହିଁ ମୋର ସବୁକିଛି । ଦେଖିବେ ବଡ ହେଲେ ମୁଁ ଆକୁ ହିରୋଇନ୍ କରିବି ।"

ତା'ର ଏଇ କଥାରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଆଜିକାଲି ପିଲାକୁ ଡାକ୍ତର, ଇଂଜିନିୟର, ଓ.ଏ.ଏସ୍. କି ଆଇ.ଏ.ଏସ୍. କରିବି ବୋଲି ବାପ ମାନେ କହୁଥିବା ଵେଳେ ଏଠି ଗୋଟେ ବାପ ଠାରୁ ପ୍ରଥମଥର ପାଇଁ ଶୁଣିଲି ସେ ତା' ଝିଅକୁ ହୋରୋଇନ୍ କରିବ ବୋଲି କହୁଛି ।

ସେ ପୁଣି କହିଲା, " ମୁଁ ଗୋଟେ କଳାକାର ଆଜ୍ଞା । ପିଲାବେଳେ ବହୁତ ଡ୍ରାମାରେ ଅଭିନୟ କରିଥିଲି ଆଉ ବଡ ହୋଇ କିଛି ଯାତ୍ରା ପାର୍ଟିରେ ବି ଅଭିନୟ କରିଛି । ଏଠି ଏଇ ଚାକିରି କରି ମୋ ଭିତରର ସେଇ କଳା ସେମିତି ମରିଗଲା । ଗୁଡ୍ଡିକୁ ପାଠ ସହିତ ନାଚ ଓ ଗୀତ ମଧ୍ଯ ଶିକ୍ଷା ଦେଉଛି । ତାକୁ ପାଠରେ, ଶାଠରେ, ଗୀତରେ ଓ ନାଚରେ ସବୁଥିରେ ଏକ ନମ୍ବର କରିବି । ସେ ନିଶ୍ଚେ ଦିନେ ଭଲ ଆକ୍ଟ୍ରେସ୍ ହୋଇ ବାହାରିବ । "

ଲୋକଟିର କଥାବାର୍ତ୍ତାରୁ ସେ କେତେ ସରଳ, ନିରୀହ ଓ ସ୍ପଷ୍ଟବାଦୀ ତାହା ଜଣା ପଡି ଯାଉଥାଏ । ତା' ଝିଅକୁ ନେଇ ତା' ଭିତରେ ଥିବା ସବୁ ଉତ୍ସାହ, ଆଶା ଓ ଆକାଙ୍କ୍ଷ ଜଳଜଳ କରି ଦେଖା ଯାଉଥାଏ । ସତରେ କେତେ ଭଲ ପାଇବା ଭରି ରହିଛି ତା' ଭିତରେ ଗୁଡ୍ଡି ପାଇଁ । ମୁଁ ଖବରକାଗଜରୁ ପଢେ କିମ୍ବା ଟିଭିରେ ଦେଖେ କେଉଁଠି ଝିଅ ମାଆ ପେଟରେ ଥିବାରୁ ଭୃଣ ହତ୍ୟା କରାଗଲାଣି ତ ଆଉ କେଉଁଠି କିଏ ସଦ୍ୟ ଜନ୍ମିତ ଝିଅକୁ ଫୁଟ୍ପାଥ୍ କଡରେ ଥିବା ଡଷ୍ଟବିନ୍ ରେ ଥିବା ଅଳିଆ ଗଦା ଭିତରେ ବା କେଉଁ କିଆବୁଦା ମୂଳରେ ଫୋପାଡି ଦେଇ ଯାଇଛି । ସତରେ ସେଇ ନିଷ୍ପାପ ଶିଶୁ ମାନଙ୍କର ଦୋଷ କଣ ? ଝିଅ ହୋଇ ଜନ୍ମଗ୍ରହଣ କରିବା କଣ ଏମିତି ଭୁଲ୍ ?

କିନ୍ତୁ ଏଠି ଗୋଟେ ଲୋକକୁ ମୋ ସାମ୍ନାରେ ମୁଁ ଦେଖୁଥିଲି, ପରଖୁଥିଲି, ନିରେଖୁଥିଲି - ସତରେ କେତେ ଜୋସ୍ ତା' ଭିତରେ , କେତେ ଉତ୍ସାହ ଓ ଉର୍ଦ୍ଦିପନା ଭରି ରହିଛି ସେଇ ଲୋକଟିର ଅନ୍ତର ଭିତରେ ତା' ଝିଅର ଭବିଷ୍ୟତକୁ ଉଜ୍ଜଳମୟ କରିବାକୁ । କିଛି ଦୂରରେ ସେଇ ଭଙ୍ଗା ଆଜବେଷ୍ଟସ୍ ଘର ସାମ୍ନାରେ ଲୋକଟିର ସ୍ତ୍ରୀ ଖୁବ୍ ହସ ହସ ମୁହଁରେ ତା ସ୍ୱାମୀର କଥାସବୁ ଶୁଣୁଥିଲା । ନିଶ୍ଚୟ ଖୁବ୍ ଖୁସି ହେଉଥିବ ସେ ତା ସ୍ୱାମୀର ଗୁଡ୍ଡିକୁ ନେଇ ଏତେସବୁ କଥା ଶୁଣି ।

ସେତେବେଳ ଯାଏ ଗୁଡ୍ଡି ମୋ କୋଳରେ ସେମିତି ବସିଥାଏ । ଏମିତିରେ ମୋ ପିଲାମାନେ ମୋ ସହିତ ପ୍ରାୟ ସେଲଫି ନିଅନ୍ତି କିନ୍ତୁ ସେଦିନ ମୋର କାହିଁକି ସେଇ ଛୋଟ ଝିଅଟି ସହିତ ସେଲଫି ନେବାକୁ ଖୁବ୍ ଇଚ୍ଛା ହେଲା । ମୋବାଇଲ୍ କାଢି ବହୁତ ଖୁସିରେ କେଇଟି ସେଲଫି ନେଲି ଗୁଡ୍ଡି ସହିତ ।

ସେଦିନ ରୋଷେଇ ଚାଲିଥିବା ବେଳେ ଲକ୍ଷ୍ୟକଲି ଦୂରରୁ କିଛି ପିକ୍ ନିକ୍ ପାର୍ଟିଙ୍କ ସାଉଣ୍ତ୍ ସିଷ୍ଟମ୍ ରୁ ଭାଷି ଆସୁଥିବା ଗୀତର ତାଳେ ତାଳେ ଖୁବ୍ ସୁନ୍ଦର ଭାବରେ ଗୁଡ୍ଡି ନାଚୁଥାଏ । ଭଗବାନ୍ ଙ୍କ ପାଖରେ ଏତିକି ପ୍ରାର୍ଥନା - ସେଇ ଝିଅଟିର ଭବିଷ୍ୟତ ଖୁବ୍ ଉର୍ଜ୍ଜଳମୟ ହେଉ । ତା' ବାପର ସବୁ ଇଚ୍ଛା ପୂରଣ ହେଉ ।

ଶେଷକୁ ଆପଣ ମାନଙ୍କୁ କହିବି - କେବେ ଯଦି ନୟାଗଡ ଜିଲ୍ଲାର କଣ୍ଟିଲୋ ନୀଳମାଧବ ମନ୍ଦିରକୁ ବୁଲି ଯିବେ କିଛି ସମୟ ବାହାର କରି ସେଇ ପାହାଡର ପାଦ ଦେଶରେ ଥିବା ବଙ୍ଗଳା ଭିତରକୁ ଯିବେ । ସରକାରଙ୍କର ଖୁବ୍ ଛୋଟ ପଦବୀରେ ଥାଇ, ଭଙ୍ଗାଘରେ ରହି କେତେ ଖୁସିରେ ଅଛନ୍ତି ଦେଖିବେ ସେଇ ସୁଖୀ ପରିବାରକୁ । ଆଉ ଭେଟିବେ ନିଶ୍ଚେ ଗୁଡ୍ଡିର ବାପ ସନ୍ତୋଷକୁ । ତାଙ୍କ ଭିତରେ ପାଇବେ ଗୋଟେ ଖୁବ୍ ସୁନ୍ଦର ମଣିଷ ସହ ମଣିଷ ପଣିଆକୁ । ଏ ଦୁନିଆରେ ସନ୍ତୋଷଙ୍କ ପରି ଯଦି ସବୁ ବାପମାନେ ହୋଇଯାଆନ୍ତେ ମାଆ ପେଟରୁ ଭୃଣ ହତ୍ୟା କେବେ ବି ହୁଅନ୍ତା ନାହିଁ କିମ୍ବା ସଦ୍ୟ ଜନ୍ମିତ ଝିଅମାନଙ୍କୁ କେହି ବି କେଉଁଠି ନେଇ ଫିଙ୍ଗନ୍ତେ ନାହିଁ ।

( କିଛି ଫଟୋ ଗୁଡ୍ଡି ସହିତ ମୋର ଓ ତା' ବାପ ମଆଙ୍କର )

****************************************

ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୬୬

ଝିଅ ଗୁଡ୍ଡି କଳାକାର

Rate the content


Originality
Flow
Language
Cover design

Comments

Post

Some text some message..