Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଦୋଷ କାହାର

ଦୋଷ କାହାର

2 mins
7.6K


ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ସେଥର ବିକ୍ରମାଦିତ୍ୟ ବେତାଳକୁ ନିଜର କାନ୍ଧରେ ଧରି ଗଲାବେଳେ ଏଇ କାହାଣୀଟି ଶୁଣାଇଥିଲା l ସେ ସମୟରେ ଅବନ୍ତି ଗୁଣବନ୍ତ ନାମରେ ଜଣେ ଧନୀଲୋକ ଥିଲା l ତା’ର ସ୍ତ୍ରୀ ଚରିତ୍ର ଭଲ ନଥିଲା l ତା’ର ଝିଅ ରତ୍ନାବତୀର ମଧ୍ୟ ମାଆ ପରି ଚରିତ୍ରଥିଲା l ବୟସ ହେବାରୁ ରତ୍ନାବତୀର ତାଙ୍କ ଚାକର ସହ ଖରାପ ସମ୍ପର୍କ ଗଢି ଉଠିଲା l ହେଲେ ତା’ର ବାପା ଏ କଥା ଜାଣିବାରୁ ଚାକରକୁ ଘରୁ ବାହାର କରିଦେଲେ l ଏହା ଭିତରେ ରତ୍ନାବତୀର ବିଭାଘର ହୋଇଗଲା l ରତ୍ନାବତୀ ବିଭା ହେଲେ ମଧ୍ୟ ପୂର୍ବ ପରି ସେହି ଚାକର ସହିତ ସମ୍ପର୍କ ରଖିଥିଲା l ଏସବୁ ଜାଣିଲା ପରେ ତା’ର ସ୍ଵାମୀ ଚାକରକୁ ଭେଟିବାକୁ ରାତିରେ ଚାଲିଗଲା l

ରତ୍ନାବତୀ ନିଜର ଦେହରେ ବହୁତ ଅଳଙ୍କାର ପିନ୍ଧିଥିଲା l ତେଣୁ ଗୋଟିଏ ଚୋର ତା’ ପଛେ ପଛେ ଗଲା l ରତ୍ନାବତୀ ଚାକର ପାଖକୁ ଗଳାରୁ ଗୋଟିଏ ପ୍ରେତ ଚାକର ଦେହରେ ପଶି ତା’ସହିତ ସମ୍ପର୍କ ରଖିଲା l ଶେଷରେ ରତ୍ନାବତୀର ନକରୁ ଖଣ୍ଡେ ଛିଣ୍ଡାଇ ନେଇ ଚାକରର ମୁହଁରେ ରଖିଦେଇ ପ୍ରେତଟି ନିଜ ବାଟରେ ଚାଲି ଗଲା l ରତ୍ନାବତୀ ଭୟରେ ସେଠାରୁ ପକାଇଗଲା l ଚୋରଟି ତା’ର ପଛେ ପଛେ ଗଲା l

ରତ୍ନାବତୀ ଘରକୁ ଫେରିଆସି ନିଜର ସ୍ବାମୀର ଶୋଇବା ଘର ଆଗରେ ଜୋରରେ କାନ୍ଦିବାରେ ଲାଗିଲା l ତା’ର ସ୍ଵାମୀ ଉଠି ପଡ଼ିଲା ଏବଂ ତା’ର ଘର ଲୋକ ମଧ୍ୟ ଉଠି ପଡ଼ିଲେ l ରତ୍ନାବତୀ ଜୋରରେ କାନ୍ଦି କାନ୍ଦି କହିଲା ଯେ ତା’ର ସ୍ଵାମୀ ମାଡ଼ ମାରି ଏପରି ନାକ ଉଡେଇ ଦେଇଛି l ପାଖ ପଡ଼ିଶା ଲୋକେ ଏକଥା ଶୁଣି ତା’ର ସ୍ଵାମୀକୁ ଧିକ୍କାର କରିବାରେ ଲାଗିଲେ l ରତ୍ନାବତୀର ସ୍ଵାମୀ ଯେତେ କହିଲେ ମଧ୍ୟ କେହି ତା’ର କଥା ଶୁଣିଲେ ନାହିଁ l ଏ କଥା ରାଜାଙ୍କର କାନକୁ ଗଲା l ରାଜାଙ୍କ ଆଗରେ ରତ୍ନାବତୀ କାନ୍ଦି କାନ୍ଦି ନିଜର ସ୍ଵାମୀକୁ ଦୋଷୀ ବୋଲି କହିଲା l

ରାଜା ରାଗିଯାଇ ତା’ର ସ୍ଵାମୀକୁ ଶୂଳିରେ ଚଢାଇ ଦେବାକୁ ଆଦେଶ ଦେଲେ l ଏତିକି ବେଳେ ସେହି ଚୋରଟି ସେଠାରେ ହାଜର ହୋଇ କହିଲା- ‘’ ହଜୁର ! ସବୁ କଥା ଭୁଲ୍ l ଏ ସ୍ତ୍ରୀଟା ସବୁଠୁ ବଦମାସ୍ l ଏବେ ମଧ୍ୟ ସେହି ଚାକରର ଶବ ସେଠାରେ ପଡିଛି l ଟା’ର ମୁହଁ ଖୋଲି ଦେଖନ୍ତୁ, ସବୁ କଥା ବଳେ ବଳେ ଜାଣିପାରିବେ l ଏହାର କଟାନାକ ଖଣ୍ଡକ ସେହି ଚାକର ମୁହଁରେ ଲାଗିଛି l ‘’

ରାଜା ସୈନ୍ୟମାନଙ୍କୁ ଆଦେଶ ଦେଇ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚାହିଁଲେ l ଚୋର କହିଥିବା କଥା ସତ ହେଲା l ସେମାନେ ରତ୍ନାବତୀର ସ୍ଵାମୀକୁ ଛାଡ଼ି ଦେଲେ l ଆଉ ରତ୍ନାବତୀର ମୁଣ୍ଡକୁ ଲଣ୍ଡାକରି ଚୂନକାଲୀ ଦେଇ ରାଜ୍ୟରୁ ବାହାର କରିଦେଲେ l

‘’ ଏବେ ନ୍ୟାୟ କର ରାଜା ! ଏଥିରେ ଦୋଷ କାହାର ଓ କିଏ ନିଜର ସତ୍ ପଥରେ ରହିଥିଲା ?’’ ବିକ୍ରମାଦିତ୍ୟ ବେତାଳର କଥାରେ କିଛି ଉତ୍ତର ଦେଇ ନଥିଲେ l ସେହିପରି ତାକୁ କାନ୍ଧରେ ପକାଇ ଚୁପ୍ ଚାପ୍ ନିଜର ବାଟରେ ଚାଲୁଥିଲେ l


Rate this content
Log in

Similar oriya story from Children