Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଦୁଇ ଭିନ୍ନ ଗୁରୁ ଶିଷ୍ୟ
ଦୁଇ ଭିନ୍ନ ଗୁରୁ ଶିଷ୍ୟ
★★★★★

© Pratibha Priyadarshini

Inspirational

4 Minutes   7.1K    20


Content Ranking

ଆଦର୍ଶ ଗୁରୁ-ଶିଷ୍ୟ ପରମ୍ପରା

***********************

ଆମ ଦେଶ ଯୁଗ ଯୁଗ ଧରି ଆଦର୍ଶ ଗୁରୁ-ଶିଷ୍ୟ ପରମ୍ପରା ର ଅନନ୍ୟ ଉଦାହରଣ ମାନ ଦେଇଆସିଛି। ଶିଷ୍ୟର ବିଲକ୍ଷଣ ପ୍ରତିଭା କୁ ଉଚିତ ଶିକ୍ଷା ମାଧ୍ୟମରେ ଅଧିକ ପ୍ରଭାବଶାଳୀ କରି ତାକୁ ବିଚକ୍ଷଣ ଓ ଶ୍ରେଷ୍ଠ କରି ଗଢିତୋଳିବା ର କୌଶଳ ଗୁରୁ ବିଶେଷ ରେ ଭିନ୍ନ ଭିନ୍ନ। ଜଣେ ପ୍ରକୃତ ଗୁରୁ କେବେ ଶିଷ୍ୟର ବର୍ତ୍ତମାନ ଦେଖନ୍ତି ନାହିଁ ବରଂ ସେ ଭବିଷ୍ୟତରେ କ'ଣ କରିପାରିବାକୁ ସମର୍ଥ ତାହା ଦେଖନ୍ତି। ଶିଷ୍ୟର କ୍ଷମତା ଓ ପାରିବାରପଣ କୁ ଚିହ୍ନନ୍ତି। ଅତୀତ ତାଙ୍କ ପାଖରେ କୌଣସି ମହତ୍ତ୍ବ ରଖେନାହିଁ। ବର୍ତ୍ତମାନ ଶିଷ୍ୟଟି କ'ଣ କରୁଛି ତାହା ସାମାନ୍ୟ ମହତ୍ତ୍ବ ରଖେ, ମାତ୍ର ଭବିଷ୍ୟତରେ ସେ କ'ଣ କରିପାରେ ତାହା ସବୁଠୁଁ ଗୁରୁତ୍ତ୍ବପୂର୍ଣ୍ଣ। ସେଇଭଳି ଦୁଇ ଭିନ୍ନ ଧରଣ ଗୁରୁ-ଶିଷ୍ୟ ଙ୍କ ବିଷୟରେ ଏହି ଆଲେଖ୍ୟ। ପଦ୍ମପାଦ-ଶଙ୍କରାଚାର୍ଯ୍ୟ ଏବଂ ନିଦାଘ-ଋଭୁ ମହର୍ଷି ଙ୍କ କାହାଣୀ।

ପଦ୍ମପାଦ-ଆଚାର୍ଯ୍ୟ ଶଙ୍କର

*******************

କାବେରୀ ତଟ ପ୍ରଦେଶରେ ସେତେବେଳେ ଚୋଳ ମାନଙ୍କର ରାଜୁତି ଥାଏ। ସେହି ପ୍ରଦେଶରେ ବିମଳ ନାମରେ ଜଣେ ଧାର୍ମିକ ବ୍ରାହ୍ମଣ ଥାଆନ୍ତି। ତାଙ୍କର ପୁତ୍ର ସନ୍ତାନ ଟିଏ ଥାଏ। ପିଲାଟି କିଶୋର ଅବସ୍ଥାରେ ହିଁ ବେଦଶାସ୍ତ୍ରରେ ଧୁରୀଣ ହୋଇସାରିଥାଏ ଏବଂ ସାଂସାରିକ ବସ୍ତୁବାଦୀ ଜୀବନ ପ୍ରତି ବିମୁଖ ମଧ୍ୟ। ସଂସାର ସାଗର ପାର କରିବା ପାଇଁ ସେ ଜଣେ ଉତ୍ତମ ଗୁରୁଙ୍କ ସନ୍ଧାନରେ ଥାଏ। ବିବାହ ନକରି, ସେ ଏମିତି ଜଣେ ଗୁରୁଙ୍କ ସନ୍ଧାନରେ ବାହାରିଗଲେ। ସୌଭାଗ୍ୟବଶତଃ ସେତେବେଳକୁ ଶ୍ରୀ ଶଙ୍କର କାଶୀରେ ଅବସ୍ଥାନ କରୁଥାନ୍ତି ଏବଂ ତାଙ୍କ ଆଧ୍ୟାତ୍ମିକ ଭାଷ୍ୟ ଗୁଡିକର ବ୍ୟାଖ୍ୟା କରୁଥାଆନ୍ତି। ବ୍ରହ୍ମତେଜରେ ଦିପ୍ତୀମନ୍ତ ପିଲାଟି ତାଙ୍କ ପାଖକୁ ଦୌଡିଯାଇ ପାଦତଳେ ଲୋଟିଗଲା। ଆଚାର୍ଯ୍ୟ ଶଙ୍କର ପିଲାଟିର ନିଷ୍ଠା, ଜ୍ଞାନ, ସାହସ ଓ ମନନଶୀଳତା ରେ ପ୍ରଭାବିତ ହେଲେ ଓ ନିଜ ଶିଷ୍ୟ ଭାବେ ଗ୍ରହଣ କଲେ। ସେ ତାକୁ ସନ୍ନ୍ୟାସ ଆଶ୍ରମର ଦୀକ୍ଷା ଦିଆଇଲେ ଏବଂ ନୂତନ ନାମ ରଖିଲେ ସନନ୍ଦନ। ସେ ବହୁ ଗୁଣରେ ଶଙ୍କରଙ୍କର ଶ୍ରେଷ୍ଠ ଶିଷ୍ୟ ମାନଙ୍କ ଭିତରେ ଅନ୍ୟତମ ଥିଲେ। ଏକଦା ଶଙ୍କର ଙ୍କ କାଶୀ ରହଣି କାଳରେ, ସନନ୍ଦନ ଗଙ୍ଗାର ଅପର ପାର୍ଶ୍ବରେ ଥାଆନ୍ତି। ସେ ଗୁରୁଙ୍କ ଓଦା ବସ୍ତ୍ର ଶୁଖାଉ ଥିଲେ, ଶଙ୍କର ଚାହିଁଲେ ସମସ୍ତ ସଂସାର ତାଙ୍କ ଶିଷ୍ୟର ଅସୀମ ଗୁରୁଭକ୍ତି ଦେଖୁ। ତେଣୁ ଶଙ୍କର ଗଙ୍ଗାସ୍ନାନ ସମାପନ କରି ଓଦା ବସ୍ତ୍ର ପରିଧାନ ପୂର୍ବକ ଶିଷ୍ୟକୁ ଡାକିଲେ ଶୁଖିଲା ବସ୍ତ୍ର ଆଣି ଦେବାକୁ। ସନନ୍ଦନ ଗୁରୁଭକ୍ତିରେ ପ୍ରେରିତ ହୋଇ ଭାବିଲେ, ମୋ ଗୁରୁ ଯେବେ ମୋତେ କିଛି କରିବାକୁ ଆଦେଶ ଦେଇଛନ୍ତି, ତେବେ ମୁଁ ସେ କାର୍ଯ୍ୟ ତୁରନ୍ତ କରିବା ଉଚିତ। ଗୁରୁ ଓଦା ବସ୍ତ୍ରରେ ଅଛନ୍ତି ଜାଣି ସେ ଦୁଃଖିତ ହେଲେ। ଗୁରୁଙ୍କ ପ୍ରତି ଅକୁଟ ପ୍ରେମ ଓ ଭକ୍ତି ଭାବରେ ସେ ଏକ ପ୍ରକାର ବଶୀଭୂତ ହୋଇପଡିଥିଲେ। ତେଣୁ ହିତାହିତ ବିଚାର କରି ଯୁକ୍ତିସଙ୍ଗତ କୌଣସି ନିଷ୍ପତ୍ତି ନେବା ଅବସ୍ଥାରେ ସେ ନଥିଲେ। ସେ ଏକଥା ମଧ୍ୟ ପାଶୋରି ଗଲେ ଯେ ଖରସ୍ରୋତା ଗଙ୍ଗାନଦୀ ପାର ହେବାପାଇଁ ନୌକାର ଆବଶ୍ୟକତା ରହିଛି। ତାଙ୍କ ମତି କେବଳ ଗୋଟିଏ ମାତ୍ର ନିଶାରେ ମୋହାଛନ୍ନ ଥିଲା ଯେ, ଗୁରୁଙ୍କୁ ଯଥାଶୀଘ୍ର ଶୁଖିଲା ବସ୍ତ୍ର ନେଇ ପହଞ୍ଚ କରାଇବାକୁ ହେବ। ତେଣୁ କଠିନ ସମତଳ ଭୂମିରେ ଚାଲିବା ଭଳି ସେ ଗଙ୍ଗାଜଳ ଉପରେ ଚାଲିବା ଆରମ୍ଭ କଲେ !!! ସେତେବେଳେ ସେ ନିଜେ ପାଣିରେ ବୁଡିଯିବେ କିମ୍ବା ଗୁରୁଙ୍କ ବସ୍ତ୍ର ପୁନଶ୍ଚ ଓଦା ହୋଇଯିବ, ସେସବୁ ଭାବନା ତାଙ୍କୁ ବିବ୍ରତ କରୁନଥିଲା। ଯେଉଁ ଶିଷ୍ୟଙ୍କର ଏଭଳି ଆଧ୍ୟାତ୍ମିକ ଉତ୍ସାହ ଓ ଅସୀମ ଗୁରୁଭକ୍ତି ଥିବ, ତାଙ୍କୁ ଉଚ୍ଚପଦରେ ଭୂଷିତ କରିବା ପାଇଁ ସ୍ବୟଂ ଭଗବାନ ମଧ୍ୟ ମର୍ତ୍ତ୍ୟକୁ ଓହ୍ଲାଇ ଆସିବେ। ଠିକ୍ ସେହିଭଳି କିଛି ଘଟିଲା ଯେବେ ସନନ୍ଦନ ପାଣି ଉପରେ ଚାଲିବା ଆରମ୍ଭ କଲେ। ଏକ ଚମତ୍କାର ଘଟଣା ଘଟିଲା! ସନନ୍ଦନ ଚାଲିବା ଆରମ୍ଭ କରିବା ପରେ ସ୍ବୟଂ ଦେବୀ ଗଙ୍ଗା ତାଙ୍କ ପଥ ରେ ପଦ୍ମ ସ୍ଥାପନ କଲେ ଯେମିତିକି ସେ ତହିଁପରେ ନିରାପଦରେ ନଦୀ ଅତିକ୍ରମ କରି ପାରିବେ। ଅନ୍ୟ ପ୍ରକାର ଦେଖିଲେ ପ୍ରତୀତ ହେଉଥିଲା ଯେମିତି ସେ ପାଦ ପକାଇବା ମାତ୍ରେ ପଦ୍ମ ଫୁଟିଉଠୁଥିଲା। କିନ୍ତୁ ପଦ୍ମ ଉପରେ ଚାଲୁଛନ୍ତି ବୋଲି ସେ ନିଜେ ମଧ୍ୟ ଜାଣି ନଥିଲେ। ଦେଖଣାହାରୀଙ୍କ ମୁହଁ ଭୟ ଓ ଆଶ୍ଚର୍ଯ୍ୟରେ ଖୋଲା ରହିଗଲା ସନନ୍ଦନ ଙ୍କ ଗୁରୁଭକ୍ତି ଦେଖି, ଯେବେ ସେ ବିଶାଳ ନଦୀ ପାର କରି ଗୁରୁଙ୍କୁ ଶୁଖିଲା ବସ୍ତ୍ର ପ୍ରଦାନ କଲେ। ଶଙ୍କରାଚାର୍ଯ୍ୟ ସହଜ ଭାବେ ପଚାରିଲେ, "ବାବୁରେ, ଗଙ୍ଗା କେମିତି ପାର ହେଲ?'' ସେତେବେଳେ ମଧ୍ୟ ସନନ୍ଦନ ଙ୍କ ଆଗ୍ରହ ହେଲାନାହିଁ ବୁଲି ଦେଖିବାକୁ। ସେ ଉତ୍ତରରେ କହିଲେ,"କେବଳ ଆପଣଙ୍କ ବିଷୟରେ ଚିନ୍ତାକଲେ ସଂସାରର ଅଥଳ ସାଗର ମଧ୍ୟ ଆଣ୍ଠୁଏ ଗଭୀର ଜଣାପଡେ। ଆପଣ ଯେବେ ମୋତେ କିଛି କରିବାକୁ ପ୍ରେରିତ କରିଛନ୍ତି, ସେବେ ଗଙ୍ଗାପାର କରିବା କୌଣସି ବଡ ଘଟଣା ନୁହେଁ।'' ସେତେବେଳେ ଶଙ୍କରାଚାର୍ଯ୍ୟ ତାଙ୍କୁ ପଦ୍ମ ଫୁଲ ଗୁଡିକ ଦେଖାଇ ସମସ୍ତ ପ୍ରସଙ୍ଗ କହିଲେ ଏବଂ ସେହିଦିନୁ ସନନ୍ଦନ "ପଦ୍ମପାଦ'' ନାମରେ ଖ୍ୟାତ ହେଲେ।

 

ମହର୍ଷି ଋଭୁ ଓ ନିଦାଘ

****************

ଜଣେ ପ୍ରଖ୍ୟାତ ଗୁରୁ ଥିଲେ, ଯାହାଙ୍କ ନାମ ଋଭୁ ମହର୍ଷି। ତାଙ୍କର ଜଣେ ଶିଷ୍ୟ, ଯେ କି ବଡ ଜିଦ୍ଦି, ଚଞ୍ଚଳମତି ଓ ବିପଥଗାମୀ ଥିଲା। ତା' ନା ଥିଲା ନିଦାଘ। ସେହି ଶିଷ୍ୟ ଜଣକ ଅନ୍ୟ ଶିଷ୍ୟ ମାନଙ୍କ ପରି ଏକାଗ୍ର ଓ ନିଷ୍ଠାପର ନଥିଲେ ହେଁ ମହର୍ଷି ଋଭୁଙ୍କ ପ୍ରିୟ ଥିଲା। ସେଥିପାଇଁ ଅନ୍ୟ ଶିଷ୍ୟ ମାନଙ୍କ ଭାବନା ଥିଲାଯେ,"ନିଦାଘ ଏତେ ଅନ୍ୟମନସ୍କ ହୋଇ ମଧ୍ୟ ଗୁରୁଙ୍କ ଅତୀବ ପ୍ରିୟ, ଆମ ସମସ୍ତଙ୍କ ଠାରୁ। ଏଭଳି କାହିଁକି?'' ଏଭଳି ଘଟଣା ସବୁକାଳରେ ଘଟେ। ଗୁରୁ ଶିଷ୍ୟର ଅତୀତ ବା ବର୍ତ୍ତମାନ ନୁହେଁ ବରଂ ଭବିଷ୍ୟତ ଦେଖି ଉତ୍ସାହୀ ହୁଅନ୍ତି। ନିଦାଘ ପ୍ରାୟତଃ ଆଶ୍ରମରୁ ଲୁଚି ପଳାଇ ଯାଏ। ମହର୍ଷି ଋଭୁ ତାକୁ ଖୋଜି ବାହାର କରନ୍ତି। ସେ ସହଜେ ବିଦ୍ୟା ଗ୍ରହଣ କରେ ନାହିଁ। ତେଣୁ ମହର୍ଷି ନିଜେ ବେଶ ବଦଳାଇ ତାକୁ ଜ୍ଞାନ, ଆଶୀର୍ବାଦ ଓ ଉପଦେଶ ଦେଉଥିଲେ। ଦିନେ ମହର୍ଷି ନିଜକୁ ନିପଟ ଗାଉଁଲି ପରିଧାନରେ ସଜାଇ, ନିଦାଘ ଥିବା ସ୍ଥାନକୁ ଗଲେ। ରାସ୍ତାରେ ରାଜାଙ୍କ ରୋଷଣୀ ପଟୁଆର ଯାଉଥାଏ। ନିଦାଘ ପଟୁଆର ଦେଖିବାରେ ମଗ୍ନ ହୋଇ ଖୁବ୍ ଆନନ୍ଦିତ ହେଉଥାଏ। ଗାଉଁଲି ବେଶଧାରୀ ଋଭୁ ମହର୍ଷି ଯାଇ ତା ପାଖରେ ଠିଆ ହେଲେ ଏବଂ ପଚାରିଲେ, "ତୁମେ କ'ଣ ଦେଖୁଛ?'' ନିଦାଘ ତାଙ୍କ ଆଡକୁ ଘୃଣାରେ ଚାହିଁଲା ଏବଂ ମନେ ମନେ ଭାବୁଥିଲା, "ସମସ୍ତେ ପଟୁଆର ଦେଖୁଛନ୍ତି, ହେଲେ ଏଇ ମୂର୍ଖ ଏତିକି ମଧ୍ୟ ଜାଣେନାହିଁ ଆମେ ସବୁ କ'ଣ ଦେଖୁଛୁ ବୋଲି!'' ସେ କହିଲା-ଆମେ ରାଜାଙ୍କ ଶୋଭାଯାତ୍ରା ଦେଖୁଛୁ। ଋଭୁ ମହର୍ଷି ପଚାରିଲେ- ରାଜା କେଉଁଠି ଅଛନ୍ତି? ନିଦାଘ-ତୁମକୁ ଦିଶୁନାହିଁ କି? ରାଜା ହାତୀ ପିଠିରେ ବସିଛନ୍ତି ମହର୍ଷି- ତେବେ, ସେମାନଙ୍କ ଭିତରୁ କେଉଁ ଜଣକ ରାଜା? ଏହା ଶୁଣି ନିଦାଘ ଖୁବ୍ ଚିଡି ଉଠିଲା ଓ ରାଗିକି କହିଲା- ରେ ମୂର୍ଖ, ଦେଖାଯାଉନି ତୁମକୁ? ଉପରେ ବସିଥିବା ମଣିଷଟି ରାଜା ଏବଂ ତାଙ୍କ ତଳେ ଥିବା ପଶୁଟି ହାତୀ। ଋଭୁ- ଆଚ୍ଛା! ତେବେ ଏଇ ଉପର ତଳ କ'ଣ? ମୁଁ ବୁଝିପାରୁନାହିଁ। ଏତକ ଶୁଣି ନିଦାଘ ଅସମ୍ଭବ ରାଗିଗଲା ଏବଂ କହିଲା - ରେ ମୂର୍ଖ! ତୁ ଜାଣିନାହୁଁ ଉପର ଓ ତଳ କ'ଣ? ଲାଗୁଛି ତୁମେ ଯାହା ଦେଖୁଛ ବା ଶୁଣୁଛ ତାହା ତୁମ ବୁଦ୍ଧିକୁ ବୁଝାପଡୁନାହିଁ। ତୁମକୁ କାର୍ଯ୍ୟରେ କରି ଦେଖାଇବାକୁ ପଡିବ। ଏହାକହି ସେ ଋଭୁ ମହର୍ଷିଙ୍କୁ ଜୋର କରି ନୁଆଇଁ ଦେଲା ଏବଂ ତାଙ୍କ କାନ୍ଧରେ ଚଢିଗଲା। କହିଲା - ଏବେ ଦେଖ! ଏବେ ମୁଁ ତୁମ ଉପରେ ଏବଂ ତୁମେ ମୋ ତଳେ। ମୁଁ ରାଜା ଏବଂ ତୁମେ ହେଉଛ ସେହି ପଶୁ। ଏବେ ବୁଝିପାରିଲ? ନାଁ, ବୁଝିପାରିଲିନି। ଏବେ କେବଳ ବୁଝିଲି ମଣିଷ କ'ଣ ଓ ପଶୁ କ'ଣ। ଉପର କ'ଣ ଓ ତଳ କ'ଣ। ତେବେ ତୁମେ ଯେଉଁ "ମୁଁ'' ଓ "ତୁମେ'' କହୁଛ, ତା'ର ମାନେ କ'ଣ? ମହର୍ଷି ପଚାରିଲେ। ତତ୍କ୍ଷଣାତ୍ ନିଦାଘ ସେହି ମୂଳପ୍ରଶ୍ନ "ମୁଁ କିଏ''? "ତୁମେ କିଏ''? ଶୁଣି ଅଟକି ଗଲା ଏବଂ ଗୁରୁଙ୍କ ପାଦତଳେ ଲୋଟିଗଲା, ଯେବେ ଜାଣିପାରିଲା କି ସେହି ଗାଉଁଲି ବେଶଧାରୀ ମଣିଷଟି ତା' ଗୁରୁ ବୋଲି। ତାକୁ ସେଇ ସମୟରେ ହିଁ ଆତ୍ମଜ୍ଞାନ ପ୍ରାପ୍ତ ହେଲା। 

ଶଙ୍କରାଚାର୍ଯ୍ୟ ପଦ୍ମପାଦ ରିଭୁ

Rate the content


Originality
Flow
Language
Cover design

Comments

Post

Some text some message..