Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamata Dash

Romance

2  

Mamata Dash

Romance

ରୁମାଲ

ରୁମାଲ

5 mins
7.1K


ସୁଦୀପ୍ତ ଫେରିଯିବା ପରେ ଛନ୍ଦା ତାର ଶୁନ୍ୟ ଶୋଇବା ଘରକୁ ପଶିଲା ଓ dressing table ଦର୍ପଣରେ ମୁହଁ ଦେଖିଲା।ସେ କଣ ସତରେ ହାଲିଆ ଦିଶୁଛି?ସୁଦୀପ୍ତ କହିଲାଯେ !ସେ କିନ୍ତୁ ନିଜକୁ ବେଶ ଯତ୍ନ କରିଥିଲା ସୁଦୀପ୍ତ ଆସିବ ବୋଲି।ଛନ୍ଦା ହଟାତ ଲକ୍ଷ କଲା ସୁଦୀପ ରୁମାଲ ଛାଡ଼ି ଯାଇଛି ସେଇ ଦର୍ପଣ ପାଖରେ।ତାକୁ ଥଣ୍ଡା ହେଇଥିଲା, ଛିଙ୍କ ହେଉଥିଲା, ଆଖିରୁ ପାଣି ବାହାରୁ ଥିଲା।ଛନ୍ଦା କୁ ଦୋଷୀ ଲାଗିଲା।କାରଣ ସେ ହିଁ ବାଧ୍ୟ କରି ସେଇ ମନ୍ଦିରକୁ ନେଇଯାଇଥିଲା।ନହେଲେ ସୁଦୀପ୍ତର ଏସବୁ ଦେବଦେବୀଙ୍କ ଉପରେ ଧାର୍ମିକ ବିଶ୍ୱାସ ନଥିଲା।ପଡିଶା ଘର ଝିଅ ତାକୁ ଦିନେ କହିଥିଲା ଅମୁକ ଗାଁ ରେ ସମୁକ ଠାକୁରାଣୀ ଅଛନ୍ତି ଚଉଦଜଣ।ବଡ଼ ପ୍ରତକ୍ଷ ।ଜାଗାରେ ସବୁ ମାନସିକ ପୂରଣ ହୁଏ।ବଡ ରହସ୍ୟ ମୟ ସ୍ପନ୍ଦନ।

ଛଂଦା ର ମନେ ହେଲା ସେଇ ଅଜଣା ମନ୍ଦିର ର ଚଉଦ ଜଣ ଯୋଗିନି ଙ୍କ ଦେଖା କରିବା ଉଚିତ ହେବ ସୁଦୀପ୍ତ ସଂଗେ। ବହୁଦିନୁ ଏକାଠି ଯାଇନାହାନ୍ତି କୁଆଡେ।ପ୍ରଥମେ ସୁଦୀପ୍ତ ମନା କଲା।ପୁଣି ରାଜି ହେଲା।

ସୁଦୀପ୍ତ ବିବାହିତ କି ନା ,ଯଦିବା ବିବାହିତ ତାର ପିଲା ଓ ପତ୍ନୀ ପାଖରେ ରହୁଥିଲେ କି ନା ,ସେ ଛନ୍ଦା ର ସ୍ଥିତି ବିଷୟରେ ସଚେତନ ଥିଲେ କି ନା  ସେ ବିିଷୟରେ ଆଲୋଚନା ଆବଶ୍ୟକ ନୁହେଁ।ଛଂଦାର ଏକୁଟିଆ ବୁଲିବାରେ କାହିଁକି ଅବାଧ ସ୍ୱାଧୀନତା ରହିଥିଲା ସେ ବିଷୟରେ ବି କହିବା ଦରକାର ନାହିଁ।ମୋଟ ଉପରେ ସେ ଦୁହେଁ ଏକ ସ୍ଥାନ କାଳ ବହିର୍ଭୁତ ଜାଗା ରେ ରହୁଥିଲେ।ଓ ସେଦିନ ସେ ମନ୍ଦିର ଓ ତା ଚଉଦ ଠାକୁରାଣୀଙ୍କ ଦର୍ଶନ ପାଇଁ ବାହାରିଲେ।(

ରୁମାଲ।

ସହର ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ସେହି ଜାଗା ଯେଉଁଠି ଥିଲେ ସେହି ଚଉଷଠି ଜଣ ଯୋଗିନୀ।କିଂତୁ ମୁଖ୍ୟ ଦେବୀ କିଏ ଛନ୍ଦା ଜାଣି ନଥିଲା।

ଅତି ଉଦାସ ଓ ନୀରବ ଟାକ୍ସି ଡ୍ରାଇଭର କିଛି କଥା କହୁନଥିଲା।ଯାହା ପଚାରିଲେ ହଁ ଟିଏ କି ନାହିଁ ଟିଏ ତାଠୁ ଆଦାୟ କରିବା କଷ୍ଟକର ଥିଲା।ଛନ୍ଦା ଭାବିଲା ତାର କିଛି ଅସୁବିଧା ଥିବ।ହୁଏତ ତା ପିଲାକୁ ଜଣ୍ଡିସ ହେଇଥିବ।ସହର ରେ ଜଣ୍ଡିସ ହେଉଛି ଏବେ ପିଲା ଗୁଡା ମରି ଯାଉଛନ୍ତି।ସେ ସହାନୁଭୂତିଶୀଳ ହୋଇ ପଚାରିଲା "ତୁମ ନାଁ କଣ?"ବେଶ କିଛି କାଳ ପରେ ଡ୍ର।ଇଭ ର କହିଲା "ଗୋବିନ୍ଦ ନାୟକ।"ଛନ୍ଦା ଅଧିକ କିଛି ପଚାରିପାରିଲା ନାହିଁ।ସୁଦୀପ୍ତ ଭାବିଲା ଏମିତି ଲୋକ ଭଲ ଅଯଥା କୌତହୁଳ ନାହିଁ।

ଟିକିଏ ପରେ ଛନ୍ଦା ର ମନେହେଲା ସେମାନେ ଗୋଟିଏ ଅଣଓସାରିଆ ରାସ୍ତାରେ ଯାଉଛନ୍ତି, ଅନ୍ଧାର ହୋଇ ଗଲାଣି।କେଉଁଠି ବି ବିଜୁଳି ଖୁଣ୍ଟ ନାହିଁ।ଲାଗିଲା ଅନେକ ବେଳ ଧରି ସେମାନେ ଯାଉଥିଲେବି 35 km ବାଟ ଅତିକ୍ରମ କରି ନାହାନ୍ତି।ଏ driver ଯଦି ଆତଙ୍କବାଦୀ ହୋଇଥିବ!

ଛନ୍ଦା କୁ ଛି ଡର ଲାଗିବା ସତ୍ୱେ ଖୁସି ବି ଲାଗିଲା।ଭାରି interesting ହେବ।କିଛି ତ ଗୋଟେ ହେବ।ଏଇ ଯେ କିଛି ନଘଟୁଥିବାର ଜୀବନ....ବିତାଇବା କି କଷ୍ଟ।

ସୁଦୀପ୍ତ କିନ୍ତୁ ଭୁଲି ଯାଇଥିଲା ଯେ ସେମାନେ କାର ରେ ଯାଉଛନ୍ତି।ସତେ କି କଲେଜ ପଡ଼ିଆ ରେ ସେମାନେ ଚାଲୁଛନ୍ତି ତ ଚାଲୁଛନ୍ତି।ନୀଳ ଲୋହିତ ଆଲୁଅ ଭିତରେ ଅପରୁପା ଦଶୁଚି ଛନ୍ଦା।,ତାର ଖୋଲା ବାଳ ପଡିଛି ପିଠିରେ ,ଉନ୍ନତ ଛାତିରେ।ସୁଦୀପ୍ତ ତା ମୁହଁକୁ ଅନାଇବାକୁ ବି ଅଯୋଗ୍ୟ ମନେ କରୁଚି ନିଜକୁ।

କିନ୍ତୁ ପ୍ରକୃତ କଥା ହେଉଛି ଅପରାହ୍ନ 4.30 ରେ ଖୁବ କମ ସମୟରେ ସେମାନେ ପହଞ୍ଚିଲେ ସେମାନଙ୍କ ପାଇଁ ଅଜଣା ସେଇ ମନ୍ଦିରରେ।ଓସ୍ତ ଆମ୍ବ ବେଲ କନିଅରଗଛ....ମନ୍ଦିର ରେ ଥିବା ଚିରା ଚରତା ଗଛ ଗୁଡିକି ପାଖରେ ଥିଲା ଦୁଇଟି ଭୋଗ ଦୋକାନ।ସେଇଠୁ ବାହାରି ଆସିଲା ଜଣେ ହସ ହସ ପୂଜାରି।ସତେକି ସେ ସେମାନଙ୍କୁ ବହୁଦିନୁ ଜାଣିଚି ସେଇପରି ସ୍ୱାଗତ କରି ଡାଲାଏ ଭୋଗ ଫୁଲ ନେଇ ଆଗେ ଆଗେ ଚାଲିଲା।

ଛୋଟ ମନ୍ଦିର।ମନ୍ଦିର ଗାତ୍ର ରେ ଅନେକ କାରୁକଳ।ଠାକୁରାଣୀ ଙ୍କ ମୂର୍ତ୍ତି।ଚଣ୍ଡୀ ପୀଠ ମଝିରେ।ସବୁ ଯୋଗିନୀଙ୍କର ଜଣେ ଜଣେ ଭୈରବ ଅଛନ୍ତି।ଖାଲି ଚଣ୍ଡୀ ଙ୍କର କେହି ପୁରୁଷ ନାହାନ୍ତି।ଗୋଟି ଗୋଟି ସବୁ ଦେଖିଲେ ଦୁହେଁ।ପୂଜାରୀ ସବୁ ବୁଝାଇ ଦେଲା।ଠିକ କହିଥିଲା ରୁମା।କଣ ଗୋଟିଏ ରହସ୍ୟ ଘୁରିବୁଲୁଚି।କିଛିଥର ଥର ଭାବ, ଅଚିହ୍ନା ଶିହରଣ।ଛନ୍ଦା ଓ ସୁଦୀପ୍ତ ପରସ୍ପରକୁ ଚାହିଁଲେ ସତେକି ଭିତରୁ ଝଲସି ଆସୁଛି ମୁଠେ ଆଲୁଅ।

ପମୁଖ୍ ଦେବୀ ମାନଙ୍କୁ ଦୀପ ଦିଆ ହେଲା।

"କେଉଁଠି ପୂଜା କରିବେ?"ପୂଜାରି ପଚାରିଲା।ଛନ୍ଦା ଦେଖିଲା ଜଣଙ୍କ ପାଖେ ପୂଜା ହେଇଛି  ଫୁଲ ପଡିଚି।"ଏଇଠିi ଇଏ କିଏ?"

"ଛିନ୍ନମସ୍ତ।"

"ଏଇଠପୂଜା କରନ୍ତୁ"କାହିଁକି ?ବୋଲି ପଚାରିଲା ନାହିଁ ସୁଦୀପ୍ତ।ସେ ଅନ୍ୟମନସ୍କ ଥିଲା।

ପୂଜାରୀ ଚିତ୍କାର କରି ମନ୍ତ୍ର ପଢ଼ିିଲା।ଛନ୍ଦା ଧୀରେ ଧୀରେ ନିଜକୁ ଭୂଲି ଯାଉଥିଲା।ଛିନମସ୍ତା୍କର ପରିଚୟ ସେ ଜାଣିଥିଲା।ତାଂକ ହାତରେ ଥିବା ନିଜର କଟା ମୁଣ୍ଡ ହସୁଥିଲା କାାହିଁକି?

ପୂଜାରି ପଚାରିଲା "ଗୋତ୍ର?"

"କୌଶିକ"ଉତ୍ତର ଦେଲା ଛନ୍ଦା ସୁଦୀପ୍ତ୍ର ର ଗୋତ୍ର କଣ ସେ ଜାଣି ନଥିଲା।

"ନାମ"

"ଛନ୍ଦା, ସୁଦୀପ୍ତ"

"ପିଲାଙ୍କ ନାମ?"ପୂଜାରୀ ପଚାରିଲା।ଏଯାଏଁ ଅନ୍ୟମନସ୍କ ସୁଦୀପ୍ତ ଚାହିଁଲା ଛନ୍ଦା ଆଡେ।

ଛନ୍ଦା ଭାବିଲା କୋଉଠି ଥିବ ସେ?ମାଂପିଣ୍ଡୁଳାଟି, କେତେ ରକ୍ତ ସହିତ କିମିତି କେଉଁଠି ଢାଳିଦେଇଥିବେ ସେମାନେ  ,ବେସିନ ରେ?ସେ କାନ୍ଦି ଥିବ?ମାଂସ ପିଣ୍ଡୁଳାଟି କାନ୍ଦେ?ଡାକିଥିବ କି ମାଆ ବୋଲି?ସେ ତ ହସ୍ପିଟାଲରେ କାହାକୁ ପଚାରିନଥିଲା ସେତେବେଳେ!

ସୁଦୀପ୍ତ ଚମକି ପଡିଲା।ଛନ୍ଦା ଆଡକୁ ଚାହିଁ ଦେଖିଲା, ଛନ୍ଦା ସେଠି କେଉଁଠି ନାହିଁ।କେଉଁଠି ଅଛି ଛନ୍ଦା?ତାର କୋଳରେ ମୁଣ୍ଡ ଦେଇ ଶୋଇଛି କି ଏବେବି?କେତେ ବେଳ ଶୋଇଥିଲା ସେଦିନ?ନିଦ ପାଇଁ ଇଂଜେକସନ ଦିଆ ହୋଇଥିଲା।ତାର କୋଳରେ ଛନ୍ଦା...ଥରଟେ ଆଖି ଖୋଲି କହିଥିଲା "ତାର ନାଁ କଣ ଦେବା ସୁଦୀପ୍ତ?ତମ ନାଁ ମୋ ନାଁ ମିଶାଇ କିଛି?"ସୁଦୀପ୍ତ ତାର ଅଲରା ବାଳ କୁ ଆଉଁଶି ଦେଇ କହିଲା "ଟିକେ ଶୋଇପଡ ସୁନାଟି।"ତାର ଆଖିରୁ ନାକରୁ ଝରିଥିବା ପାଣିକୁ ପୋଛି ଦେଇ ସେ ଛଂଦାର କପାଳରେ ଚୁମା ଦେଲ ।ାଛନ୍ଦା ଆଖି ବୁଜିଲା ପୁଣି।

କିଛି ଉତ୍ତର ନପାଇ ପୂଜାରୀ ମନ୍ତ୍ର ପଢିଲା।".......ସୁଦୀପ୍ତ ତସ୍ୟ ଭାର୍ଯ୍ୟା ଛନ୍ଦା.... ଶୁଭମସ୍ତୁ, ଶୁଭମସ୍ତୁ ଶୁଭମସ୍ତୁ।"

ସୁଦୀପ୍ତ ର କପାଳରେ ସେ ସିନ୍ଦୁର ମିଶା ଚନ୍ଦନ ଲଗାଇ ଦେଲା।ଟିପା ଟିଏ ବେକରେ ଲଗାଇଲା ଛନ୍ଦା।କଣ ଭାବିଲା ପୂଜାରୀ କହିଲା "ସକଳ ମନସ୍କାମନା ପୂର୍ଣ ହେଉ।

କଣ ମନାସିବ ଛନ୍ଦା?ତାର ଓ ସୁଦୀପ୍ତର ଏକତ୍ର ଜୀଵନ ,ଏକତ୍ର ମରଣ, ଏକତ୍ର ପୁନର୍ଜନ୍ମ? ସୁଦୀପ୍ତ ଭାବିଲା କଲେଜ ର ଆନୁଆଲ ଡେ ରେ ନାଚୁଥିଲା ଛନ୍ଦା।"ଦିବ୍ୟ କୁଣ୍ଡଳ ହାରମୁଜ୍ଜଳ "ଶିବ ବନ୍ଦନା।କି ଲାଳିତ୍ୟ ରେ ଭାଙ୍ଗିଭୁଙ୍ଗି ଯାଉଥିଲା ତାର ଅବୟବ।ସତେକି ସେ ନିଜେ ଆରାଧନା ରେ ପରିଣତ ହୋଇ ଯାଇଥିଲା।ସେତିକି ବେଳେ ସେ ସ୍ଥିର କରିଥିଲା ଛନ୍ଦା କୁ ତା ମନ କଥା କହିଦେବ ନିଶ୍ଚେ, ଏ କାମନା ,ଏ ପ୍ରେମ କୁ ସମାହିତ କରିବାକୁ ହେବ।ନାଚ ସରିବା ପରେ ସୁଦୀପ୍ତ ର ମୁଗ୍ଧ ଆବେଶ ଦେଖି ଛନ୍ଦା ର ମନେ ହେଲା ଏଇ ମଣିଷଟି ମୋର।ସେ ନିଶ୍ଚେ ଏ ଭିତରେ ମନ କଥା କହିଦେବ।ଘରେ କଥା ଟା ପକାଇ ଦେବା କିଂତୁ କିଛି ହୋଇ ପାରିଲା ନାହିଁ।ପରୀକ୍ଷା ଆସିଗଲା ।ସରିଗଲା। ସୁଦୀପ ବହୁତ ପରେ ସେମାନେ ଜାଣିଲେ,ଭୂଲ ଟ୍ରେନ ରେ ବସି ଭୁଲ ଷ୍ଟେସନ ରେ ପହଁଚିଲା ପରେ।ଏବେ ଯେ ଭୂଲ ପ୍ଲାଟଫୋର୍ମ ରେ ଦେଖା ହୁଏ ବେଳେ ବେଳେ ସେହି ସମୟର ଅମରତ୍ୱ ମାଗିବ କି ସେ ଏଇ ଶକ୍ତିଶାଳୀ ଚୌଷ୍ଠୀ ଦେବୀଙ୍କୁ?

ଘରେ ପହଂଚିବା ପରେ ସୁଦୀପ୍ତ ଛନ୍ଦା କୁ ଆଲିଙ୍ଗନ କରି ଗାଢ ଚୁମ୍ବନରେ ବୁଡାଇ ଦେଲା।ଦୁହେଁ ପରସ୍ପରର ଆଖିକୁ ଚାହିଁ ରହିଲେ ଅନେକ ବେଳ।ପୃଥିବୀ ଘୁଞ୍ଚି ଗଲା ନମ୍ର ଭାବରେ।ଦିହେଁ ତରଳି ଯାଇ ଆକାଶକୁ ଉଠିଗଲେ ,ପୁଣିଥରେ ବର୍ଷା ହୋଇ ଝରିପଡ଼ିଲେ ଏ ବିଶ୍ୱର କୋଣ ଅନୁକୋଣରେ।

ତାପରେ ସୁଦୀପ୍ତ ସେଇ ସ୍ଥାନ କାଳ ବହିର୍ଭୁତ ଘରୁ ବାହାରି ଯାଇ ହଜି ଗଲା ଏକ ଧୁଳି ଧୂସର ସହର ର ନିୟମ ବଦ୍ଧ ,ସ୍ବୀକୃତି ପୂର୍ଣ, ଦମ୍ଭ ,ଧନସମ୍ପଦ ପୂର୍ଣ ଗୋଟିଦୁଇ ମହଲା ଘରେ।

ଛନ୍ଦା ଦର୍ପଣରେ ନିଜ ମୁହଁକୁ ଦେଖିଲା।ସୁଦୀପ୍ତର ଚୁମ୍ବନର ରଙ୍ଗରେ ଏକ ଛାୟାଲୋକ ତିଆରି ହୋଇଛି ତା ମୁହଁରେ।କି ସୁଂଦର।ହଠାତ ଦେଖିଲା ସୁଦୀପ୍ତ ରୁମାଲ ଛାଡି ଯାଇଛି।ସୁଦୀପ୍ତ ର ବାସ୍ନା।ଆଃ।ଆରେ, ଏ ରୁମାଲ ରେ ସିନ୍ଦୁର ଲାଗିଛି।ସୁଦୀପ୍ତ ମୁହଁ ପୋଛି ସବୁ କିଛି ଲିଭାଇ ,ରୁମାଲ ଛାଡି ଯାଇଛି ଜାଣି ଜାଣି?

ଭୟା?ସାଂସାରିକ ନିରାପତ୍ତା?

ଛନ୍ଦା ଦୁଇହାତ ରେ ମୁହଁକୁ ଘୋଡାଇ ବସି ରହିଲା।କି ଯେ ଭାଗ୍ୟ। 

ତାର ଦୀର୍ଘଶ୍ଵାସ ହାହାକାର ଛାତିରୁ ନିଗିଡି ସୁଦୀପ୍ତ ର ଛାତିରେ ବାଜିଲା।କେତେ ଲୋକ ଆଖ ପାଖରେ ଥିବା ସତ୍ୱେ ସୁଦୀପ୍ତ ଚମକି ପଡି ଛାତିକୁ ଆଉଁସି ଦେଲା ଓ ବୁଝି ଗଲା।

ଛନ୍ଦା ଆଖି ଖୋଲି ପୁଣି କହିଲା କି ଯେ ଭାଗ୍ୟ।ହଠାତ ଦେଖିଲା ଡ୍ରେସସିଙ୍ଗ ଟେବୁଲ ଉପରେ ଆଲୋକିତ ରୁମଲ ଟି ଠିଆା ହୋଇଛି।ଜୀବନ୍ତ ସିନ୍ଦୁର ବୋଳା ରୁମାଲ।ଦର୍ପଣ ପର୍ଯ୍ୟନ୍ତ ଲମ୍ବା।କପାଳରେ ରୂପାର ଟୀକା।,ସୁନାର ଆଖି, ହଳଦିଆ ଶାଢ଼ୀ ନାଲି ଜରି ଧଡି।ଗୋଟିଏ ହାତରେ ଅଭୟ ମୁଦ୍ରା, ଆର ହାତରୁ ଝରି ପଡୁଛି ସିନ୍ଦୂର।

ଇଏ କିଏ?ଛିନ୍ନମସ୍ତା ତ ନୁହେଁ।କମଳତ୍ମିକା।ବିସ୍ମିତ ଅଭିଭୂତ ଛନ୍ଦା ହାତ ଯୋଡ଼ିଲା।

ସୁଦୀପ୍ତଙ୍କୁ ସେଇଠି ସ୍ପନ୍ଦିତ କରି ଦେଇ କହିଲା"ଆମେ ପୂଜାରି କୁ ଜମା 600 ଟଙ୍କା ଦେଲେ, ଏଇ ଅତୁଳନୀୟ ଉତ୍ସବ ର ମୁଲ୍ୟ କେତେ ହୋଇଥାନ୍ତା କହିଲ?"

ସୁଦୀପ୍ତ ଉତ୍ତର ଦେଲା"ହୁଣ୍ଡି ଝିଅ, ଏ ଉତ୍ସବ ଯେଉଁଠି ଘଟିଲା ସେଠି ଏଇ ଟଙ୍କା ର କିଛି ମୂଲ୍ୟ ନାହିଁ,ଜାଣିନ?

(ଶେଷ)


Rate this content
Log in

More oriya story from Mamata Dash

Similar oriya story from Romance