STORYMIRROR

Jayanta Janapriya Mahakur

Inspirational Others

3  

Jayanta Janapriya Mahakur

Inspirational Others

ଦୁଇ ଟଙ୍କା

ଦୁଇ ଟଙ୍କା

1 min
610

ସେଦିନ ଦଶହରା ଛୁଟି ପାଇଁ ଗାଁ କୁ ଆସୁଥିବା ବେଳେ ମୁଁ ଓ ମୋ ଓ ବଡମାମୁଁ ଫଳ ଦୋକାନ ଆଗରେ ଫଳ କିଣିବା ପାଇଁ ଅଟକି ଥିଲୁ। ଠିକ୍ ଏହି ସମୟରେ ଜଣେ ବୃଦ୍ଧ,ରୁଗଣ୍ ଭୀକାରୀ ଭିକ୍ଷା ଆଶାରେ ମୋ ମାମୁଁଙ୍କ ଆଗରେ ଠିଆ ହେଲା ।ମୋ ମାମୁଁ ମଧ୍ୟ ତାକୁ ନିରାଶ ନ କରି ଶ୍ରଦ୍ଧାର ସହ ମାତ୍ର ଦୁଇ ଟଙ୍କା ଦେଲେ।

ସେହି ଦୁଇ ଟଙ୍କା ପାଇ ସେ ଆନନ୍ଦରେ ଗୀତ ଦୁଇ ପଦ ଗାଇଲା(ବୋଧହୁଏ ତା ଭାଷାରେ ସେ ଆଶୀର୍ବାଦ ଦେଲା)।ସତେ ଯେପରି ସେ ଦୁଇ ଟଙ୍କା ତା ପାଇଁ ଦୁଇ ଲକ୍ଷ ଟଙ୍କା ସହ ସମାନ ଥିଲା। ମୁଁ ଭାବିଲି ନିଜକୁ ସଭ୍ୟ ଓ ବୁଦ୍ଧିମାନ ବୋଲାଉଥିବା ମଣିଷ ମାତ୍ର ଦୁଇ ଟଙ୍କା ସାହାଯ୍ୟ କରିବାକୁ କୁଣ୍ଠାବୋଧ କରୁଛି ମାତ୍ର ଦୁଇ କୋଟି ଟଙ୍କା ଚିଟଫଣ୍ଡ ରେ ଜମା କରି ସର୍ବଶ୍ଵାନ୍ତ ହେଉଛି। ବାସ୍ତବରେ ଦୁନିଆଟା ଭାରି ଗଜବ କ୍ଷମା କରିବେ ପରିବର୍ତ୍ତନଶୀଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational