Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Abstract Classics Fantasy

4.2  

Trushna Das

Abstract Classics Fantasy

ଗୃହ ଯୁଦ୍ଧ (ମହୀଷ୍ମତୀ)

ଗୃହ ଯୁଦ୍ଧ (ମହୀଷ୍ମତୀ)

3 mins
335



ବହୁ ବର୍ଷ ପୂର୍ବେ ମହୀଷ୍ମତୀ ନାମକ ଗୋଟିଏ ସାମ୍ରାଜ୍ୟ ଥିଲା। ସେଥାକାର ରାଜା ଶ୍ୟାମଦେବ ଓ ରାଣୀଙ୍କ ଗାୟତ୍ରୀଙ୍କର ବିବାହର ବହୁ ବର୍ଷ ପରେ ଗୋଟିଏ କନ୍ୟା ସନ୍ତାନ ହେଲା। ତାଙ୍କ ନାମ ସୌଭାଗ୍ୟ ରଖା ହେଲା। 


ରାଜା ଶ୍ୟାମଦେବଙ୍କ ବାପା ହରିଦେବ ଦୁଇଟି ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଠାରୁ ତାଙ୍କର ପୁତ୍ର ସନ୍ତାନ ନ ହେବାରୁ ସେ ଦ୍ୱିତୀୟ ବିବାହ କରିଥିଲେ। ଦ୍ୱିତୀୟ ରାଣୀଙ୍କଠାରୁ ଶ୍ୟାମଦେବ ଜନ୍ମ ହୋଇଥିଲେ। ତେଣୁ ରାଜା ସବୁବେଳେ ଦ୍ୱିତୀୟ ରାଣୀଙ୍କୁ ବେଶୀ ଭଲ ପାଉଥିଲେ। ତାଙ୍କୁ ରାଜମାତାର ଉପାଧି ଦେଇଥିଲେ। 


ତାହା ପ୍ରଥମ ରାଣୀ ଦେଖି ସହି ପାରି ନ ଥିଲେ। ସେ ଗୁଣିଗାରେଡି କରି ଶ୍ୟାମଦେବଙ୍କୁ ପାଗଳ କରି ମାରିବାକୁ ଚାହୁଁଥିଲେ। ହେଲେ ହରିଦେବ ଠିକ ସମୟରେ ଜାଣି ପାରି ରାଣୀଙ୍କୁ ମୃତ୍ୟୁଦଣ୍ଡ ଦେଲେ। ମରିବା ଆଗରୁ ରାଣୀ ଅଭିଶାପ ଦେଲେ ଯେ ପୁତ୍ର ସନ୍ତାନ ପାଇଁ ଏତେ ସବୁ ହେଲା। ଶ୍ୟାମଦେବଙ୍କର ପୁତ୍ର ସନ୍ତାନ ନ ହେବାରୁ ଏ ସାମ୍ରାଜ୍ୟ ଲୋପ ହୋଇଯିବ। 


ରାଜା ଶ୍ୟାମଦେବଙ୍କର ରାଣୀ ଗାୟତ୍ରୀ ତୃତୀୟ ସ୍ତ୍ରୀ । ପ୍ରଥମ ଦୁଇ ରାଣୀଙ୍କଠାରୁ ସନ୍ତାନ ହେଲା ନାହିଁ। କିନ୍ତୁ ରାଣୀ ଗାୟତ୍ରୀଙ୍କ ଭାଗ୍ୟବଳ ଏବଂ ମା ଦୁର୍ଗାଙ୍କ ପ୍ରତି ଭକ୍ତି ଯୋଗୁଁ ଅଭିଶାପକୁ ଅଳ୍ପକେ କାଟି ତାଙ୍କର କନ୍ୟା ସନ୍ତାନ (ସୌଭାଗ୍ୟ) ପ୍ରାପ୍ତି ହୋଇଛି।ରାଜ ପୁରୋହିତ ବି କହି ସାରିଛନ୍ତି ଯେ ରାଜା ଶ୍ୟାମଦେବଙ୍କ ଆଉ ସନ୍ତାନ ଯୋଗ ନାହିଁ। 


ରାଜା ଶ୍ୟାମଦେବ ସୌଭାଗ୍ୟଙ୍କ ଜନ୍ମ ପାଖରୁ ସୌଭାଗ୍ୟଙ୍କୁ ରାଜ୍ୟର ଭବିଷ୍ୟତରେ ଉତ୍ତରାଧିକାରୀ ଭାବେ ଘୋଷଣା କରିଛନ୍ତି। ସେ ସୌଭାଗ୍ୟଙ୍କୁ ଛୋଟ ବେଳୁ ଯୁଦ୍ଧ କଳା, ସମସ୍ତ ଶସ୍ତ୍ର ଚଳାଇବା ବିଦ୍ୟା ଶିଖାଇଥିଲେ। ସେ ପଟେ ରାଣୀ ଗାୟତ୍ରୀ ରାଜକୁମାରୀ ସୌଭାଗ୍ୟଙ୍କୁ ଦୁର୍ଗା ମାଆଙ୍କ ପୂଜା କରିବା ପାଇଁ କହୁଥିଲେ।ରାଜକୁମାରୀ ସୌଭାଗ୍ୟ ଭି ଦୁର୍ଗା ମାଆଙ୍କ ବଡ ଭକ୍ତ ଥିଲେ। ରାଜା କହିଥିଲେ ରାଜକୁମାରୀ ସୌଭାଗ୍ୟ ଯେବେ ନିଜେ ଇଚ୍ଛା କରିବେ ତେବେ ସେ ବିବାହ କରିବେ। ରାଜକୁମାରୀ ସୌଭାଗ୍ୟଙ୍କର ସନ୍ତାନ ହିଁ ଏହି ମହୀଷ୍ମତୀ ସାମ୍ରାଜ୍ୟର ଉତ୍ତରାଧିକାରୀ ହେବ। 


ରାଜକମାରୀ ସୌଭାଗ୍ୟ ବହୁତ ବୁଦ୍ଧିମତୀ ଓ ସୁନ୍ଦରୀ। ସେ ଯୁଦ୍ଧ କଳାରେ ନିପୁଣ ଥିଲେ। ତାଙ୍କ ପାଖରେ ପାଖାପାଖି ରାଜ୍ୟର ରାଜକୁମାରମାନେ ମଧ୍ୟ ଯୁଦ୍ଧରେ ହର ମାନିଥିଲେ। 


ହଠାତ୍ ବେଳଗଢ ଓ ଅଲଗା ତିନୋଟି ସାମ୍ରାଜ୍ୟ ମିଶି ମହୀଷ୍ମତୀ ସାମ୍ରାଜ୍ୟ ସହ ଯୁଦ୍ଧ କଲେ। ଚାରିଟି ସାମ୍ରାଜ୍ୟ ମିଶି ଯିବାରୁ ମହୀଷ୍ମତୀ ସାମ୍ରାଜ୍ୟ ଯୁଦ୍ଧରେ ଦୁର୍ବଳ ହେବାକୁ ଲାଗିଲା। ସେହି ସମୟରେ କଳେବର ସାମ୍ରାଜ୍ୟର ରାଜକୁମାର ବୀରଶିଖର ମହୀଷ୍ମତୀ ସାମ୍ରାଜ୍ୟକୁ ଯୁଦ୍ଧରେ ସହାୟତାର ହାତ ବଢାଇଲେ।ସହାୟତା ପାଇ ମହୀଷ୍ମତୀ ସାମ୍ରାଜ୍ୟ ଯୁଦ୍ଧ ଜିତିଗଲେ। 

 

ଯୁଦ୍ଧ ଜିତିବା ପରେ ରାଜକୁମାର ବୀରଶିଖର କିଛିଦିନ ମହୀଷ୍ମତୀ ସାମ୍ରାଜ୍ୟରେ ରହିଲେ। ସେହି ସମୟରେ ରାଜକୁମାର ବୀରଶିଖର ଏବଂ ରାଜକୁମାରୀ ସୌଭାଗ୍ୟଙ୍କ ଭିତରେ ପ୍ରେମ ସମ୍ପର୍କ ହୋଇଛି ଏବଂ ସେମାନଙ୍କର ବିବାହ ହେଲା। 


ବିବାହର କିଛି ଦିନ ପରେ ହଠାତ୍ ବାହ୍ୟ ଶତ୍ରୁ ଆକ୍ରମଣରେ ରାଜ ଶ୍ୟାମଦେବ ଓ ରାଣୀ ଗାୟତ୍ରୀଙ୍କ ମୃତ୍ୟୁ ହୋଇଛି।ସେଇ ସମୟରେ ସୌଭାଗ୍ୟ ଓ ବୀରଶିଖର ସେଠାରେ ପହଞ୍ଚି ସାମ୍ରାଜ୍ୟକୁ ଶତ୍ରୁ ଠାରୁ ବଞ୍ଚାଇଛନ୍ତି। ବାପା ମାଆଙ୍କ ବିୟୋଗ ପରେ ସୌଭାଗ୍ୟ ମହୀଷ୍ମତୀ ସାମ୍ରାଜ୍ୟ ଚଳାଇବା ଦାୟିତ୍ବ ନିଜ ସ୍ୱାମୀ ବୀରଶିଖରଙ୍କୁ ଦେଇ ଥିଲେ। 


ବୀରଶିଖର ରାଜା ହେବା ପରେ ଆସ୍ତେ ଆସ୍ତେ ମହୀଷ୍ମତୀ ସାମ୍ରାଜ୍ୟର ଅବସ୍ଥା ଖରାପ ହେବାକୁ ଲାଗିଲା।ସମସ୍ତେ କହିଲେ ଅଭିଶାପ ସତ ହୋଇଯିବ। ରାଣୀ ସୌଭାଗ୍ୟ ଏବେ ପୂଜାରେ ବେଶୀ ଧ୍ୟାନ ଦେଉ ଥାଆନ୍ତି। 


କିଛିଦିନ ପରେ ରାଣୀ ସୌଭାଗ୍ୟଙ୍କୁ ସେନାପତି ଏକୁଟିଆ ଡାକି କହିଲେ ଯେ ରାଜା ବୀରଶିଖରଙ୍କ ଉଦେଶ୍ୟ ଠିକ ଲାଗୁ ନାହିଁ। ସେ ଶତ୍ରୁ ରାଜ୍ୟଙ୍କୁ ଯୁଦ୍ଧରେ ସାହାଯ୍ୟ କରୁଛନ୍ତି। ସେ ଆସ୍ତେ ଆସ୍ତେ ରାଜ୍ୟରୁ ସମ୍ପତ୍ତି କଳେବର ସାମ୍ରାଜ୍ୟକୁ ପଠେଇ ଦେଉଛନ୍ତି। ଏହା ଶୁଣି ରାଣୀ ସେନାପତିଙ୍କୁ କିଛି ନ କହି ସେଠାରୁ ପଳାଇଲେ।ତାପରେ ସେ ରାଜା ବୀରଶିଖରଙ୍କୁ ଲକ୍ଷ୍ୟ କଲେ।


ଦିନେ ରାଣୀ ସୌଭାଗ୍ୟ ରାଜା ବୀରଶିଖର କଳେବର ସାମ୍ରାଜ୍ୟର ସେନାପତି ସହ କଥା ହେଉଥିବା ଶୁଣିଲେ ଯେ ମହୀଷ୍ମତୀ ଉପରେ ପ୍ରଥମରୁ ହୋଇ ଥିବା ଆକ୍ରମଣ,ତାଙ୍କ ସହ ପରେ ବାହ୍ୟ ଶତ୍ରୁ ଆକ୍ରମଣ ଏ ସବୁ ବୀରଶିଖରଙ୍କର ଯୋଜନା ଥିଲା ଏବଂ କିଛି ଦିନ ପରେ ସେ ମହୀଷ୍ମତୀ ସାମ୍ରାଜ୍ୟର ନାମ ମିତାଇ ଦେଇ ତାକୁ କଳେବର ସାମ୍ରାଜ୍ୟ ସହ ମିଶାଇ ଦେବେ। 


ଏହା ଶୁଣି ରାଣୀ ସୌଭାଗ୍ୟ ରାଜା ବୀର ଶିଖରଙ୍କ ବିରୁଦ୍ଧରେ ସେନାପତି ସହ ମିଶି ଗୃହ ଯୁଦ୍ଧ ଘୋଷଣା କରିଛନ୍ତି। ଗୃହ ଯୁଦ୍ଧରେ ସେ ରାଜା ବୀରଶିଖର ଓ କଳେବର ସାମ୍ରାଜ୍ୟର ମହାରାଜଙ୍କୁ ମାରି ଜୟ ହୋଇଛନ୍ତି ଏବଂ ମହୀଷ୍ମତୀ ସାମ୍ରାଜ୍ୟକୁ ବଞ୍ଚାଇଛନ୍ତି। ରାଜ ଧର୍ମ ପାଖରେ ରାଣୀ ସୌଭାଗ୍ୟ ନିଜ ସ୍ୱାମୀଙ୍କୁ ଭି ଛାଡି ନାହାଁନ୍ତି। ଯୁଦ୍ଧ ଶେଷ ପରେ ସେ ଜାଣିଲେ ଯେ ସେ ଗର୍ଭବତୀ ଅଛନ୍ତି। 


ଆଠ ମାସ ପରେ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ହୋଇଛି। ରାଜା ଶ୍ୟାମଦେବଙ୍କ କହିବା ଅନୁସାରେ ରାଣୀ ସୌଭାଗ୍ୟଙ୍କ ପରେ ତାଙ୍କ ପୁଅକୁ ରାଣୀ ମହୀଷ୍ମତୀ ସାମ୍ରାଜ୍ୟର ଉତ୍ତରାଧିକାରୀ ହେବ ବୋଲି ଘୋଷଣା କଲେ। ସମଗ୍ର ରାଜ୍ୟରେ ରାଣୀଙ୍କ ପ୍ରଶଂସା କଲେ ।



#ନନ୍ ଷ୍ଟପ ନଭେମ୍ବର


Rate this content
Log in

Similar oriya story from Abstract