Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଖାଦ୍ୟ-ଲୁହ
ଖାଦ୍ୟ-ଲୁହ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

2 Minutes   7.5K    21


Content Ranking

ସମିର ଆଉ ରଶ୍ମି ଦୁହେଁ ଚେନ୍ନାଇରେ ଗୋଟିଏ କଲ୍‌ ସେଣ୍ର୍ଟ‌ରେ କାମ କରନ୍ତି। ରଶ୍ମିଭୁବନେଶ୍ୱର ଆଉ ସମିର କଟକ ଜିଲ୍ଲାର ଏକ ନିପଟ ମଫସଲୀ ଗାଁର। ରଶ୍ମିକାମ କରେ ୟୁ.ଏସ୍‌.ଏ. କ୍ଲାଏଣ୍ଟ୍‌ପାଇଁ, ଯେଉଁଥିରେ ଇଂଲିଶ ଭାଷାର ବ୍ୟବହାର ଆଉ ସମିର ଭାରତୀୟ କ୍ଲାଏଣ୍ଟ୍‌ପାଇଁ, ଯେଉଁଥିରେ ଭାରତୀୟ ଭାଷାର ବ୍ୟବହାର ଅଧିକ। ମୁଖ୍ୟ କଥା ହେଲା ରଶ୍ମିସମ୍ଭ୍ରାନ୍ତ ପରିବାରର, ଦୁଃଖ କଷ୍ଟ କ’ଣ ଜାଣିନିଆଉ ସମିର ସାଧାରଣ ଚାଷୀ ତଥା ଗରିବ ପରିବାରର, ଯେଉଁଠିଲହୁସେ୍ୱଦ ହୋଇ ନ ବୋହିଲେ ପେଟକୁଦାନା ମିଳେନି।

ରଶ୍ମିରୁହେ ଗୋଟେ ଦାମୀ ଘରେ ପେଇଙ୍ଗ୍‌ ଗେଷ୍ଟ ଭାବରେ ଆଉ ସମିର ରୁହେ ଗୋଟେ ବସ୍ତିରେ ଏକ ଛୋଟ ଘରଟିଏ ଭଡ଼ା ନେଇ।

ରଶ୍ମିହୋଟେଲ୍‌ରୁବିଭିନ୍ନ ଖାଦ୍ୟ ଅର୍ଡର କରିଖାଏ ଏବଂ ସମିର ନିଜେ ରୋଷେଇ କରିଖାଏ। କିନ୍ତୁଏସବୁପରେ ବିଦୁହିଁଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା। ଯେତେବେଳେ ଘଣ୍ଟା ଘଣ୍ଟା ଧରିବକ୍‌ବକ୍‌ ପରେ ଦଶ ମିନିଟ୍‌ର ବିରତି ମିଳିଯାଏ ସେତେବେଳେ ଦୁହେଁଏକାଠିହୁଅନ୍ତି କାଫେଟେରଆରେ। ଗ୍ରିନ୍‌ ଟି’ ଆଉ ବେ୍ରଡ୍‌ ଅମ୍‌ଲେଟ୍‌, କେବେ ଜିଞ୍ଜର ଟି’ ଆଉ ମ୍ୟାରି ବିସ୍କୁଟ୍‌ତ କେବେ କମ୍ପାନିତରଫରୁମିଳୁଥିବା ବ୍ରେକଫାସ୍ଟ ,ଲଞ୍ଚ୍‌ ଅବା ଡିର୍ନ‌ର ସବୁବେଳେ ଏକାଠିଖାଆନ୍ତି। ରଶ୍ମିତଥା ଆହୁରିଅନେକ ସହକର୍ମୀ ଯେତେବେଳେ ପିଜା ବର୍ଗର ପରିଦାମୀ ଖାଦ୍ୟ କିମ୍ବା କମ୍ପାନି ତରଫରୁ ଫ୍ରି ମିଳୁଥିବା ବ୍ରେକଫାସ୍ଟ, ଲଞ୍ଚ୍‌ ଅବା ଡିର୍ନ‌ର ଆଦି ଡଷ୍ଟବିନ୍‌କୁ ଫିଙ୍ଗିଦିଅନ୍ତି ସେତେବେଳେ ସମିର ବହୁତ କଷ୍ଟ ପାଏ ମନେ ମନେ। ପ୍ରତିଦିନ କ୍ୟାଫେଟେରିଆ ନୋଟିସ ବୋର୍ଡରେ ଫିଙ୍ଗାଯାଇଥିବା ଖାଦ୍ୟର ପରିମାଣ ଦେଖି ବହୁତ କଷ୍ଟ ପାଏ ସମିର। ମନେପଡ଼େ ତା’ ଗାଁରେ ମୁଠାଏ ଖାଇବା ପାଇଁ ଜୀବନ ସାରା ମଣିଷ କେତେ ସଂଘର୍ଷ କରୁଥାଏ। କେମିତି ଚାଷୀ ହତାଶ ହୋଇ ଆତ୍ମହତ୍ୟା କରୁଛି। ଆହୁରିଭାବେ ଏଇ ସହରୀ ମଣିଷଗୁଡ଼ାଙ୍କର ହୃଦୟ ନାହିଁ, ନ ହେଲେ ଖାଦ୍ୟକୁ ଏମିତି ଫିଙ୍ଗିଦେଉ ନଥାନ୍ତେ ! ମନ ଭିତରର ଏଇ ଯନ୍ତ୍ରଣା ସବୁକୁ ଦିନେ ସେ କାଫେଟେରିଆରେ ଖାଇବା ସମୟରେ ରଶ୍ମିକୁ କହିଲା, ‘‘ଦେଖ, ଆମେ ଆଜିସଭ୍ୟ ସମାଜରେ ବଢ଼ି ସୁଦ୍ଧା ଅସଭ୍ୟଙ୍କ ଭଳିଖାଦ୍ୟ ନଷ୍ଟ କରୁଛେ ’’ ରଶ୍ମିତା’ର କଥାକୁ ଫୁ କରିହସରେ ଉଡ଼େଇଦେଇ କହିଲା, ‘‘କ’ଣ ଏମିତି ବେକାର କଥା କହୁଚ? ଏତିକିଟିକେ ଖାଦ୍ୟ ନଷ୍ଟ ହୋଇଗଲେ ସଭ୍ୟ-ଅସଭ୍ୟ କଥା ଉଠୁଚି କୋଉଠୁ? ଆଫ୍‌ର୍ଟ‌ଅଲ୍‌ ଇଟ୍‌ସ୍‌ଏ ସିମ୍ବଲ୍‌ ଅଫ୍‌ ୟୋର୍‌ ଷ୍ଟାଟସ୍‌।’’ ସତେ ଯେମିତି ନିଆଁ ଲାଗିଗଲା ସମିର ଦେହରେ। ଗର୍ଜିଉଠିଲା ସେ- ‘‘ତମେ ସେକଥା କାହିଁବୁଝିବ? ତମର ଏ ଷ୍ଟାଟସ୍‌ଟିକକ ପାଇଁ ତମେ କେବେ ଦେଖିନ ଥିବା ମଣିଷଟିଏ ପାଣିକାଦୁଅରେ ମାସ ମାସ ପରିଶ୍ରମ କରିତା’ର ଲହୁକୁଝାଳ କରି କେତେଟା ଶସ୍ୟ ଫଳାଏ। ନିଜ ପରିବାରକୁ ପଛକରିସେ ଦେଶ ପାଇଁ ଦାନା ଅମଳ କରେ।

ବେଳେବେଳେ ସମୟ ଦାଉରେ ତାକୁ ଆତ୍ମହତ୍ୟା କରିବାକୁପଡ଼େ। ହେଲେ ତମପରି ମଣିଷମାନେ ନିଜର ଷ୍ଟାଟସ୍‌କୁ ଦେଖାଅ। ଦେଖିବ ଏମିତିସମୟ ଆସିବ ଆମକୁ ଖାଦ୍ୟ ବଦଳରେ ଔଷଧ ଖାଇ ବଞ୍ଚିବାକୁହେବ ଆଉ ସେଦିନ ତମର ଷ୍ଟାଟସ୍‌ ଦେଖାଇବାକୁଆଉ କିଛିନ ଥିବ।’’ ରାଗ ତମତମ ହୋଇ ସମିର ଉଠିଗଲା ଖାଇବା ଛାଡ଼ି। ଖାଇବା ସବୁ ସେମିତି ଥାଳିରେ ଥୁଆହୋଇଥାଏ। ସାରା କାଫେଟେରିଆରେ ଗହଳଚହଳ। ଚୁପ୍‌ଚାପ୍‌ ରଶ୍ମି। ପାଖରେ ଖାଉଥିବା ଅନ୍ୟମାନେ ବୋଧେ ଏ ଦୁହିଁଙ୍କ ଭାଷା ବୁଝିପାରିନ ଥିଲେ। ରଶ୍ମି କିନ୍ତୁବୁଝିସାରିଥିଲା ଗୋଟେ ଥାଳିଖାଦ୍ୟ ଭିତରେ ଥିବା ଲୁହ ଆଉ ଲହୁକୁ। ସମିର ଛାଡ଼ିଯାଇଥିବା ଥାଳିକୁ ସେ ନିଜଆଡ଼କୁ ଟାଣିନେଲା।

ସମିର ରଶ୍ମି ଖାଦ୍ୟ

Rate the content


Originality
Flow
Language
Cover design

Comments

Post

Some text some message..