Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କୁକୁର
କୁକୁର
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

1 Minutes   7.1K    14


Content Ranking

ରଶ୍ମିକାନ୍ତ ସେନାପତି

ହସଖୁସିରେ ପୀତବାସର ସଂସାର ଚାଲିଥିଲା । ହଠାତ୍‌ ଏକ ମାରାତ୍ମକ ରୋଗରେ ସେ ପୀଡ଼ିତ ହୋଇପଡ଼ିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ତାକୁ ଗୃହର ଅନତି ଦୂରରେ ଥିବା ଏକ ଝାଟିମାଟି ଘରେ ଅଲଗା ରହିବାକୁ ପଡ଼ିଲା ।

ପୀତବାସ ସେହି ଘରେ ଖଣ୍ଡିଏ ମସିଣା ଉପରେ ଦିନରାତି ଶୋଇ ରହିଲା । ଆତ୍ମୀୟସ୍ୱଜନ ଏକ ନିର୍ଦ୍ଦିଷ୍ଟ ପାତ୍ରରେ ତିନିବେଳା ଖାଦ୍ୟ ଓ ପାଣି ଢାଳଟିଏ ରଖିଦେଇ ଆସନ୍ତି । ପାଖରେ ବସିବା ତ ଦୂରର କଥା , ତା’ ସହିତ କେହି କଥାବାର୍ତ୍ତା ମଧ୍ୟ କରନ୍ତି ନାହିଁ । ପୀତବାସ ମନ ଦୁଃଖରେ ଥାଏ ।

ଜୀବନରେ ଅନ୍ୟମାନଙ୍କ ପାଇଁ ସେ ଅନେକ ତ୍ୟାଗ କରିଛି , ହେଲେ ଆଜି ତାହାର ଏ ଅସହାୟ ଅବସ୍ଥାରେ କଥା ପଦେ ହେବାକୁ କାହା ପାଖରେ ବି ସମୟ ନାହିଁ ? ଏ କଥା ଭାବି ପୀତବାସ ତା’ ପାଖରେ ସବୁବେଳେ ପଡ଼ି ରହୁଥିବା କୁକୁରଟିକୁ କ୍ରୋଧରେ ପାଦରେ ଆଡ଼େଇ ଦେଇ କହିଲା , ‘‘ ଯା’ ବାହାର୍‌ ଏଠୁ ! ଦୁନିଆରେ ସମସ୍ତେ ସ୍ୱାଥର୍ପର । ଆଉ ତୁ କାହିଁକି ଏଠି ପଡ଼ି ରହିଛୁ ? ’’

ମାତ୍ର କୁକୁରଟି ସେଠାରୁ ଗଲା ନାହିଁ । ସାମାନ୍ୟ ଦୂରକୁ ଘୁଞ୍ଚିଯାଇ ଛିଡ଼ା ହେଲା ଓ ବିକଳ ଦୃଷ୍ଟିରେ ପୀତବାସକୁ ଚାହିଁ ରହିଲା । ପୀତବାସକୁ ମନେହେଲା କୁକୁରଟି ଯେମିତି ତାକୁ ଆଖିରେ ଆଖିରେ କହୁଛି - ‘‘ ମୋତେ ଖାଇବାକୁ ନ ଦିଅ , ଗୋଡ଼ରେ ପଛେ ଆଡ଼େଇ ଦିଅ , ଗାଳି ଦିଅ କି ତୁମ ରୋଗ ମୋତେ ଡେଉଁ ତଥାପି ମୁଁ ତୁମ ପାଖକୁ ସବୁବେଳେ ଆସିବି । ମୋତେ ଖାଲି ଟିକେ ଆଉଁଶି ଦେଲେ ମୋ ପାଇଁ ସେତକ ଯେଥଷ୍ଟ । ’’

ପୀତବାସ ଆଖିରେ ଲୁହ ଭରିଗଲା । ପଶୁଟିର ଏହି ଆତ୍ମୀୟତାରେ ତା’ ହୃଦୟ ପୂର୍ଣ୍ଣ ହୋଇ ଉଠିଲା । ସେ ପାଖକୁ ଡାକୁ ଡାକୁ କୁକୁରଟି ପୀତବାସର ହାତ ପାପୁଲି ଭିତରେ ମୁହଁ ଗୁଞ୍ଜୁଥିଲା ।

ପୀତବାସ ସଂସାର କୁକୁର

Rate the content


Originality
Flow
Language
Cover design

Comments

Post

Some text some message..