STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Abstract

2  

ସୌମ୍ଯ ରଞ୍ଜନ ମହାପାତ୍ର

Abstract

ଭୟଙ୍କର ଭୋକ

ଭୟଙ୍କର ଭୋକ

1 min
522

ବାପା ମାଆ ଛେଉଣ୍ଡ ଦଶ - ବାର ବରଷର ଝିଅଟା ସିନା ନିଜ ଭୋକକୁ ମାରିଦେବ, ହେଲେ ତା' ସାନ ଭାଇର ଭୋକିଲା ପେଟକୁ ଦାନା ମୁଠାଏ ଦେବା ପାଇଁ ତାକୁ ବାର ଦୁଆର ଶୁଣ୍ଢି ପିଣ୍ଢା ହେବାକୁ ପଡ଼ିଲା କିନ୍ତୁ କାହା ତୁଣ୍ଡରୁ ଆହା ପଦିଏ ତ ମିଳିଲାନି ବରଂ ନାନା ଛି ଛାକର ର ଶିକାର ହେବାକୁ ପଡ଼ିଲା।

ଦୁନିଆର ବଡ଼ ବଡ଼ ବାବୁ ଭାୟା ମାନଙ୍କ ଡାହାଳ କୁକୁର ପରିକା ଭୋକିଲା ଭୋକିଲା ଆଖିରେ ନିଜର ପେଟର ଭୋକକୁ ମେଣ୍ଟେଇବାକୁ ଯାଇ ସେମାନଙ୍କ ଦେହର ଭୋକ ପାଇଁ ନିଜକୁ ନିଲାମ କରିଦେଲା।


Rate this content
Log in

Similar oriya story from Abstract