Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kiran Mishra

Inspirational

3.1  

Kiran Mishra

Inspirational

ପରିଚୟ

ପରିଚୟ

3 mins
708


  ଯେଉଁ ଦିନ ସୁଲେଖାର ବା‌ହା ଘର ଠିକ୍ ହେଲା ସେଦିନ ସେ କାନ୍ଦି କାନ୍ଦି ବିପାଙ୍କୁ କହିଥିଲା,


 -- ବାପା ମୁଁ ଆଉରି ପଢିବି ଚାକିରୀ କରିବି। ମୁଁ ଏତେ ଶୀଘ୍ର ବା‌ହା ହେବାକୁ ଚାହୁଁନି।

 

ବାପା କହିଥିଲେ,


--- ଆରେ ମା !ମଣିଷ ରୋଜଗାର କରେ ଭଲରେ ରହିବା ପାଇଁ, ସେ ପୁଅ ଘର କଣ ନାହିଁ। ତୁ ଝିଅ ପିଲା କାହିଁକି ବାହାରକୁ ଯାଇ ଚାକିରୀ କରିବୁ।ତୁ ସୁନା ଦୋଳିରେ ଝୁଲିବୁ। ଏମିତି ପ୍ରସ୍ତାବ ଛାଡି ଦେଲେ ମତେ ଆଉ ମିଳିବ କି ନାହିଁ ସନ୍ଦେହ। ପିଲା ଲୋକ ତୋର ବୁଝିବା ବୟସ ହୋଇନି।ତୁ ତ ବି.ଏ ପାଶ୍ କରି ସାରିଲୁଣି  ବାହାଘର କରିଦେଲେ ମୋର ବି ଦାୟିତ୍ବ ଶେଷ।

 ସେଦିନ ସୁଲେଖା ବାପାଙ୍କ କଥାର ପ୍ରତିଉତ୍ତର କିଛି ଦେଇ ପାରିନଥିଲା।ତାକୁ ଲାଗିଥିଲା ସେ ଥିଲା ଗୋଟିଏ ବୋଝ ,ଯା‌ହାକୁ ଉତାରି ଦେଲା ପରେ ବାପା ଶାନ୍ତିରେ ନିଶ୍ବାସ ମାରିବେ।

 ଚାକିରୀ କରିବା ଉଦ୍ଦେଶ୍ୟ ସଂପର୍କ ରେ ବାପା ଯାହା ବୁଝିଛନ୍ତି ସେ ତାର ଅନ୍ୟ ଦିଗଟି ସଂପର୍କ ରେ ତାଙ୍କୁ ବୁଝାଇ ପାରିବି ନଥିଲା।

ଶୁଭେନ୍ଦୁଙ୍କ ଧନ ସଂପତ୍ତି ଦେଖି ବାପାଙ୍କ ଆଖି ଖୋସି ହୋଇ ଯାଇଥିଲ।ବାପାଙ୍କ ଦୃଷ୍ଟିରେ ଖୁସି ରହିବା ପାଇଁ କେବଳ ଧନ ହଁ ଆବଶ୍ୟକ।

  

   ଶ୍ରେଣୀରେ ସବୁବେଳେ ପ୍ରଥମ ହେଉଥିବା ସୁଲେଖା ତାର ସବୁ ଇଚ୍ଛାକୁ ଦମନ କରି ସହରର ବିଶିଷ୍ଟ ବ୍ୟବସାୟୀ ଶୁଭେନ୍ଦୁଙ୍କ ହାତ ଧରିଲା।ଧନ ସଂପତ୍ତି ଗାଡ଼ି ଘୋଡା କୋଉଥିରେ ଅଭାବ ନଥିଲା।


ସ୍କୁଲରେ ସେ ପାଠ,ଗୀତ,ଗଳ୍ପ ଓ ଭଲ ପ୍ରବନ୍ଧ ଲେଖୁଥିବା ଯୋଗୁଁ ସ ଅଲରାଉଣ୍ଡର୍ ପ୍ରାଇଜ ପାଇଥିବା ସୁଲେଖାର ସବୁ ପ୍ରତିଭା ବଳି ଦେଇ ଗୋଟିଏ ଶୋ ପିସ୍ ହୋଇଗଲା ।

ଶୁଭେନ୍ଦୁଙ୍କୁ ସବୁବେଳେ ବ୍ୟବସାୟ ବଢ଼ାଇବା ଓ ଆହୁରି ବଡଲୋକ ହେବାର ନିଶା ଘାରିଥାଏ।ଥରେ ସାହାସ ସଞ୍ଚୟ କରି କହିଥିଲା,

--ଶୁଭେନ୍ଦୁ ମୁଁ ଚାକିରୀ କରିବାକୁ ଚାହେଁ। ଘରେ ବସି ବସି ମୁଁ ବିରକ୍ତ ହୋଇଯାଉଛି।

 ସେଦିନ ଶୁଭେନ୍ଦୁ ବ୍ୟଙ୍ଗକରି କହିଥିଲେ

--ତୁମେ ସେ ମିଡ଼ିଲ୍ କ୍ଲାସ ଚିନ୍ତାଧାରାରୁ ନିଜକୁ ମୁକ୍ତ କର ସୁଲେଖା।

ମୁଁ ଗଣ୍ଡା ଗଣ୍ଡା ଲୋକଙ୍କୁ ଚାକିରି ଦେଉଛି,ତୁମେ କହୁଛ ଚାକିରୀ କରିବ।ତୁମର କୈାଣସି ଅଭାବ ନାହିଁ ଶାଢ଼ୀ,ଗହଣା ମୁଁ ତ କୋଉଥରେ କମି କରିନି।ତାପରେ ମା,ଭାଉଜ ଘରେ ଅଛନ୍ତି ତାଙ୍କ ସହିତ ସମୟ କାଟ।

 କେମିତି ସେ ଶୁଭେନ୍ଦୁଙ୍କୁ ବୁଝାଇବ "ଶାଢ଼ୀ,ଗହଣା,ଟିଭି ସିରିଏଲ୍ ,ସିନେମା ଆଲୋଚନା ରେ ସବୁ ନାରୀ ଖୁସି ନୁହନ୍ତି ।ଶୁଭେନ୍ଦୁ ! ମୁଁ ସମୟର ସଦ ଉପଯୋଗ କରିବାକୁ ଚାହେଁ।ମୋର ବି ନିଜର ପରିଚୟ ଦରକାର। ମୁଁ ଗୋଟିଏ କଣ୍ଢେଇ ହୋଇ ରହିବାକୁ ଚାହେଁନି। ଆତ୍ମା ତାର ଛଟପଟ କରି ଉଠେ। ବାପାଙ୍କ ଉପରେ ଅଭିମାନ ଆସେ।

  ସେଦିନ ଭ୍ୟାନିଟି ବ୍ୟାଗ୍ ରୁ କ'ଣ ବାହାର କରୁ କରୁ ପୁରୁଣା କଲମଟିଏ ପାଇଲା।ସେଇଟି ମାମୁଁ ଥରେ ପରୀକ୍ଷାରେ ପ୍ରଥମ ହୋଇଥିବାରୁ ଉପହାରେ ଦେଇଥିଲେ। କହିଥିଲେ

 -- ଝିଅ କଲମଟି ତୋର ସାଥି। ତାର ସଦର ଉପଯୋଗ କରିବୁ।ସେଇଟି ତା ପାଇଁ ଖୁବ୍ ଲକି ପେନ୍ ଥିଲା।

  ପେନଟି ହଠାତ୍ ସୁଲେଖାର ଚିନ୍ତାଧାରାରେ ପରିବର୍ତ୍ତନ ଆଣିଲା।


ସ୍କୁଲ ଓ କଲେଜ ରେ କିଛି କିଛି ଲେଖୁଥିବା ସୁଲେଖା ପୁଣି ଲେଖା ଲେଖି ଆରମ୍ଭ କରି ବିଭିନ୍ନ ପତ୍ରପତ୍ରିକାକୁ ପୋଷ୍ଟ କଲା। ଯେଉଁ ଦିନ ପ୍ରଥମେ ତା ଗଳ୍ପ ଗୋଟିଏ ନାମୀ ପତ୍ରିକାରେ ସ୍ଥାନ ପାଇଲା ସେଦିନ ଖୁସୀ ହୋଇ ଶୁଭେନ୍ଦୁଙ୍କୁ କହିଥିଲା

--ଦେଖୁଛ ମୋ ଗପ ଆଜି 'ପ୍ରତିଭା' ମାଗାଜିନ୍ ରେ ବାହାରିଛି।


 ଶୁଭେନ୍ଦୁ ଙ୍କ ପାଇଁ କିନ୍ତୁ ଏ କଥା ଥିଲା ନିହାତି ମାମୁଲି। ସୁଲେଖାର ସଫଳତା ଥିଲା ମୂଲ୍ୟହୀନ, ଆହତ ହୋଇଥିଲା ସେ। ଭାବୁଥିଲା ଶୁଭେନ୍ଦୁ ଯେତେବେଳେ ବ୍ୟବସାୟରେ ସଫଳତା ପାଆନ୍ତି ସେ ତ ତାଙ୍କ ଖୁସି ରେ ସାମିଲି ହୋଇଥାଏ। ସ୍ତ୍ରୀ ର ଖୁସୀରେ ସାମାନ୍ୟ ଖୁସୀ ହେବାରେ କ'ଣ ପୈାରୁଷତ୍ବ ଆଘାତ ପ୍ରାପ୍ତହୁଏ !

 ନିଜର ଲେଖା କିନ୍ତୁ ଛାଡେନି।କେମିତି ଛାଡିଦେବ।ବଂଚିବା କୁ ପୁଣି ତା'ର ରାହା ଦରକାର! ଅନ୍ୟମାନଙ୍କ ଅଗୋଚରରେ ଲେଖି ଚାଲେ।

 ସେଦିନ ଗୋଟିଏ ସାହିତ୍ୟ ଅନୁଷ୍ଠାନ ଗଳ୍ପ ପ୍ରତିଯୋଗିତା ପାଇଁ ଆଡ୍ ବାହାର କରିଥିଲା। ସୁଲେଖା ଗୋଟିଏ ଗପ ପଠାଇଥିଲା।

 ସୁଲେଖାର ସେହି ଗପଟି ପ୍ରଥମ ସ୍ଥାନ ପାଇଥିଲା ।ସୁଲେଖା ଖୁସୀ ରେ ନାଚି ଯାଇଥିଲା। ନହୁଅନ୍ତୁ କେହି ତା ଖୁସି ରେ ସାମିଲ୍।

 ଅନୁଷ୍ଠାନ ର ବାର୍ଷିକୋତ୍ସବ ରେ ଗଳ୍ପ ପ୍ରତିଯୋଗିତା ର ସଫଳତା ପାଇଥିବା ପ୍ରତିଯୋଗିମାନଙ୍କୁ ପୁରସ୍କୁତ କରିବା ପାଇଁ ତାକୁ ନିମନ୍ତ୍ରଣ ଆସିଥିଲା। ସେଦିନ କିନ୍ତୁ ସେ ବାଧ୍ୟ କରିଥିଲା ଶୁଭେନ୍ଦୁଙ୍କୁ ସେ ଉତ୍ସବକୁ ଯିବାକୁ। 

  ଅନିଚ୍ଛା ସତ୍ତ୍ବେ ଶୁଭେନ୍ଦୁ ସେଠିକୁ ଯାଇଥିଲେ।ପ୍ରାଇଜ ପାଇଁ ଗଳ୍ପ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସୁଲେଖାର ନାମ ଯେତେବେଳେ ଘୋଷଣା କରାଗଲା ହଲ୍ କରତାଳି ରେ ଉଛୁଳି ପଡ଼ିଲା।ତା ଭିତରୁ ଜୀବନର ଚରମ ଆନନ୍ଦକୁ ସୁଲେଖା ଉପଭୋଗ କରୁଥିଲା। ସହରର ସୁନାମଧନ୍ୟ ଲେଖକଙ୍କଠୁ ପ୍ରାଇଜ ଗ୍ରହଣ କଲାବେଳେ ତା ଚକ୍ଷୁରୁ ଧାରଧାର ଲୁହ ବୋହି ଯାଉଥିଲା।ସେଇଠି ସେ ଜୀବନର ସାର୍ଥକତା କୁ ସେ ଅନୁଭବ କରୁଥିଲା।ଟଙ୍କା ସୁନା ଦାମି ଶାଢୀଠାରୁ ସେ ଆନନ୍ଦ ବହୁତ ଅଧିକ ଥିଲା ।

  ପ୍ରାଇଜ ପାଇବାର ଦୁଇ ଦିନ ପରେ ଶୁଭେନ୍ଦୁ ଗୋଟିଏ ଲଫାପା ଆଣି କହିଲେ,

 -- ସୁଲେଖା ତୁମ ପାଇଁ ଗୋଟେ ଉପହାର।

ଲଫାପା ଟି ଖୋଲି ସୁଲେଖା ଦେଖେ ତା ନାଆରେ ଗୋଟିଏ ଇଂରାଜୀ ମିଡିୟମ ସ୍କୁଲର ନିଯୁକ୍ତି ପତ୍ର‌। ଶୁଭେନ୍ଦୁ କହୁଥିଲେ


-- ସେଦିନ ତୁମେ ପ୍ରାଇଜ ପାଇଲା ବେଳେ ମୁଁ ଦେଖିଛି ତୁମେ କେତେ ଖୁସି ଥିଲ। ସେଦିନ ମୁଁ ଅନୁଭବ କଲି ତୁମେ ସଂପତ୍ତିର ପ୍ରାଚୁର୍ଯ୍ୟରେ ଖୁସି ନୁହ ବରଂ ନିଜେ ନିଜର ସାମର୍ଥ୍ୟ ଦ୍ଵାରା କିଛି କରିପାରିଲେ ଓ ସମୟର ସଦ୍ ଉପଯୋଗ କରିପବାରେ ତୁମର ଆନନ୍ଦ।ତୁମେ କହୁଥିଲ ଚାକିରୀ କରିବ ବୋଲି ନା । ମୁଁ ମୋର ଗୋଟିଏ ସାଙ୍ଗକୁ କହି ତାସ୍କୁଲରେ ଚାକିରୀଟେ କରି ଦେଇଛି।କାଲିଠୁ ଯାଇ ଜଏନ୍ କରିଦିଅ।


 ଶୁଭେନ୍ଦୁ କଥା ଶୁଣି ସୁଲେଖା ମୁହଁ ର କିଛି ଭାଷା ସ୍ପୁରୁ ନଥିଲା। ଶୁଭେନ୍ଦୁକୁ ଜାକି ଧରି କେବଳ ଲୁହରେ ଭିଜୁଥିଲ ।ସତେରେ ଶୁଭେନ୍ଦୁ ତା'ର ଆତ୍ମାକୁ ଶାନ୍ତ କରାଇ ଦେଲେ।



Rate this content
Log in

Similar oriya story from Inspirational