Kiran Mishra

Inspirational

3  

Kiran Mishra

Inspirational

ବନ୍ଧକ

ବନ୍ଧକ

4 mins
494



  ଅବେଳରେ ସୁରେଶକୁ ଅଫିସ୍ ରୁ ଆସିବା ଦେଖି ସ୍ତ୍ରୀ ଲିନୁ ପଚାରିଲା,

-କ'ଣ ହେଲା ଅଫିସ୍ ରୁ ଚାଲି ଆସିଲ ଯେ।

ସୁରେଶ କହିଲା ,


-ଶୀଘ୍ର ବାହାରି ପଡ , ଗାଁ କୁ ଯିବା ବାପାଙ୍କର ଦେହ ବହୁତ ଖରାପ୍। ବାପା ପଡ଼ି ଯାଇଛନ୍ତି ଆଉ ଉଠି ପାରୁନାହାନ୍ତି। ଗାଁ ରୁ ନରି କକେଇ ଫୋନ୍ କରିଥିଲେ। ମୁଁ ଗୋଟେ ଟ୍ୟାକ୍ସି କରିଛି ବାପା ଙ୍କୁ ନେଇ ଚାଲି ଆସିବା।

 ଗୋଟିଏ ନିଃଶ୍ଵାସରେ ସୁରେଶ ଏତକ କହି ସାରି ନିଜେ ପ୍ରସ୍ତୁତ ହେଲା।  ଲିନୁ କୈାଣସି ପ୍ରଶ୍ନ ନପଚାରି ଶୀଘ୍ର ବାହାରି ପଡ଼ିଲି। ଭୁବନେଶ୍ଵରରୁ ଗାଁ ପ୍ରାୟ ଶହେ କିଲୋମିଟର। ବାଟରେ ସୁରେଶ ଚିନ୍ତାରେ ଥାଏ ।

କେମିତି ଅବସ୍ଥାରେ ବାପାଙ୍କୁ ଦେଖିବ ଭାବୁଥାଏ।  ଲିନୁ ବି ଚୁପ୍ ଥାଏ ।ସେ ଜାଣିଛି ସୁରେଶ ଚିନ୍ତାରେ ଥିଲା ବେଳେ କିଛି ପଚାରିଲେ ଚିଡି ଚିଡ଼ି ହୁଏ। ତେଣୁ ବାଟ ସାରା କିଛିବି ପଚାରି ନଥିଲା।ସୁରେଶ ମନକୁ ମନ କହୁଥାଏ,


 -କେତେ କହିଲି ଭୁବନେଶ୍ବର ପଳେଇ ଆସ । ଦେହ ଖରାପ ହେଲେ ଡାକ୍ତର ଦେଖାଇବା ସୁବିଧା ହେବ ,ଜମା ଶୁଣିଲେନି।ବୁଢ଼ା ଲୋକ ଏକୁଟିଆ ଗାଁ ରେ କିଏ ତୁମର ଭଲ ମନ୍ଦ ବୁଝିବ। କ'ଣ ନା ମୁଁ ଗାଁ ଛାଡି ପାରିବିନି।

 ଶହେ କିଲୋମିଟର ତାକୁ ଲାଗୁଥାଏ ଯେମିତି ହଜାରେ କିଲୋମିଟର ସେ ଯାଉଛି।  ଦୁଆର ମୁହଁରେ ଗାଡି ରଖୁ ରଖୁ ଗୋଟେ ଖେପାରେ ଘର ଭିତରକୁ ଯାଇ ଦେଖେ,ବାପା ଶୋଇଛନ୍ତି।ତା'ଙ୍କ ଗୋଡ଼ ତଳେ ରଇତ ରଘୁଆ ବସିଛି। ଆଉ ଚାରି ପାଞ୍ଚଜଣ ଗାଁ ଲୋକ ତାକୁ ଅପେକ୍ଷା କରି ବସିଛନ୍ତି।

 ସୁରେଶଙ୍କୁ ଦେଖି ରଘୁଆର କହିଲା,


- ହେଇଟି ସାନ ବାବୁ ତ ଆସିଲେଣି।ବଡ଼ ବାବୁ ସକାଳୁ କୂଅ ମୂଳେ ଗାଧଉ ଗାଧଉ ପଡିଗଲେ ଯେ ଆଉ ଉଠି ପାରିଲେନି।ସେତିକି ବେଳୁ ଏମିତି ପଡିଛନ୍ତି।ସୁରେଶ ହିସାବ କଲା ସଂଧ୍ୟା ସାତଟା ଭିତରେ ଭୁବନେଶ୍ଵରରେ ପହଞ୍ଚି ଯିବ।ସୁରେଶ ବାପାଙ୍କୁ ଦେଖି କାନ୍ଦି ପକାଇଲା।‌

 ସୁରେଶ ଓ ଵୋହୂ ଲିନୁ ସଙ୍ଗେ ସଙ୍ଗେ ,ଘର ଜିମା ରଘୁଆକୁ ଦେଇ ବୁଢ଼ା ଙ୍କୁ ଧରି ଭୁଵନେଶ୍ଵର ବାହରିଲେ। ବାଟ ସାରା ହନୁମାନ ଚାଳିଶା ଗାଉଥାଏ। କେମିତି ଭଲରେ ଭଲରେ ଭୁବନେଶ୍ଵର ପହଞ୍ଚି ଯାଉ। ଗାଡି ବାଲାକୁ ନିର୍ଦ୍ଦେଶ ଦେଲା ଭୁବନେଶ୍ଵରର ଗୋଟିଏ ନାମୀ ହସ୍ପିଟାଲକୁ ନେବାପାଇଁ।  ଗାଡି ସେଠି ସଂଧ୍ୟା ସାତଟାରେ ପହଞ୍ଚାଇ ଦେଲା। ଭଗବାନଙ୍କ କରୁଣାରୁ ସେମିତି କଣ୍ଡିସନ୍ ରେ ବାପା ତାର ଥାନ୍ତି।

 ଗାଡି ରହିବା ପରେ ସୁରେଶ ପାଗଳ ପରି ବାପାଙ୍କୁ ଟେକି ହସ୍ପିଟାଲର ବେଡରେ ଶୁଆଇ ଦେଲା। ସଙ୍ଗେସଙ୍ଗେ ଡାକ୍ତରମାନେ ବିଭିନ୍ନ ପ୍ରକାର ଟେଷ୍ଟ କଲେ । ଇ.ସି.ଜି ରିପୋର୍ଟ ଦେଖି ଡାକ୍ତର କହିଲେ।


-ଚାରୋଟି ଯାଗାରେ ବ୍ଳକେଜ ଅଛି।ହାର୍ଟ ରେ ଅସୁବିଧା ଅଛି ।ସଙ୍ଗେସଙ୍ଗେ ଅପରେସନରେ ଦରକାର। ଭଗବାନଙ୍କୁ ଡାକନ୍ତୁ ରୋଗୀ କେମିତି ଅପରେସନ ପର୍ଯ୍ୟନ୍ତ ବଂଚି ରହୁ।

ସଙ୍ଗେ ସଙ୍ଗେ ସେମାନେ ଅପରେସନ ପାଇଁ ଓ.ଟି ଠିକ୍ କଲେ। କିଛି ପଇସା ଏବେ ଏବଂ ବାକି ଅପରେସନ ପରେ ଦାଖଲ କରିବାକୁ ପଡ଼ିବ। ସମସ୍ତେ କହୁଥାନ୍ତି ,


-କିଛି ଚିନ୍ତା କରନ୍ତୁନି,ଡଃ ରାୟ ସାକ୍ଷାତ ଭଗବାନ। ସେ ସର୍ଜରୀ କଲେ ଭଲ ହୋଇଯିବେ। ସୁରେଶ ଓ ଲିନୁ ଦୁଇ ଜଣ ଖାଲି ଲୁହ ଢାଳୁଥାନ୍ତି।

 ସଙ୍ଗେସଙ୍ଗେ ସର୍ଜରୀ ଓ ଆନେସ୍ତେସିୟା ଡାକ୍ତର ଙ୍କୁ ଖବର ଦିଆଗଲା। ସେମାନେ ଆସିଲେ। ସର୍ଜରୀ ଡାକ୍ତରଙ୍କୁ ଦେଖି ସୁରେଶ ଚମକି ଗଲା।ମନେ ମନେ କହିଲା।


-ଆରେ ଶୁଭକାନ୍ତ ।ସେ କେବେ ଭୁବନେଶ୍ଵର ଆସିଲା।ସେ ତ ଆମେରିକା ରେ ଥିଲା।ସେ କ'ଣ ତାହେଲେ ଡଃ ରାୟ !! 

 ଡାକ୍ତର ଶୁଭକାନ୍ତ ରାୟ ଆସି ଗୋଟେ ନଜର ସୁରେଶ ଉପରେ ପକାଇ ପେସେଣ୍ଟ ରିପୋର୍ଟ ଦେଖି ,


 -ଶୀଘ୍ର ଓ.ଟି ରେଡ଼ି କର‌।କହି ଓ.ଟି ଭିତରକୁ ଚାଲିଗଲେ।


 ମନେ ପଡ଼ୁଥିଲା ସ୍କୁଲ ସାଙ୍ଗ ଶୁଭକାନ୍ତ ସହିତ କଟାଇ ଥିବା  ଦିନର କଥା ସବୁ।ପିଲାଦିନର ଏକାଠି ନଈ ପହଁରା,ବାଗୁଡ଼ି ଖେଳ ଡାଳ ତାଙ୍କୁଡି ଖେଳ,ଶୀତ ଦିନର ଭୋଜି। ତା ସହିତ କଟେଇ ଥିବା ଅନେକ ସ୍ମୃତି ମନେ ପଡ଼ିଛି ସୁରେଶ୍।ସୁରେଶ ଭାବୁଛି,


-କିନ୍ତୁ ଶୁଭକାନ୍ତ କ'ଣ ସେହି ପୁରୁଣା କଥାଟି ମନେ ରଖିଛି!!

କାଇଁ ମତେ ଦେଖିକରି କୈାଣସି ଭାବାବେଗ ତ ପ୍ରକାଶ କଲାନି।ନା ଚିହ୍ନି ପାରିଲାନି ! ଶୁଭକାନ୍ତ ଓ ସୁରେଶ ଗୋଟିଏ କ୍ଲାସ ରେ ଗୋଟିଏ ବେଞ୍ଚ ରେ ବସୁ ଥିଲେ।ସୁରେଶ ର ଘନିଷ୍ଠ ବନ୍ଧୁ। ଶୁଭକାନ୍ତ ପଢ଼ାରେ ଖୁବ୍ ତେଜ ଥିଲା।ସବୁ ଶ୍ରେଣୀରେ ପ୍ରଥମ ହୁଏ। ସରସ୍ଵତୀ ଙ୍କ ବରପୁତ୍ର ପ୍ରତି ଲକ୍ଷ୍ମୀ କିନ୍ତୁ ବିମୁଖ ଥିଲେ।ବାପା ପର ଘରେ ମୂଲ ଲାଗି ଚାରି ପ୍ରାଣୀ କୁଟୁମ୍ବ ଙ୍କୁ ପୋଷନ୍ତି।ଅଭାବ ଅନଟନ ସବୁବେଳେ ଲାଗି ରୁହେ।

ସେ ବର୍ଷ ଥାଏ ମ୍ୟାଟ୍ରିକ ପରୀକ୍ଷା ର ବର୍ଷ। ଫର୍ମ ଫିଲପ୍ ଟାଇମ୍। ସବୁ ପିଲା ଫର୍ମ ଫିଲପ୍ କରିସାରିଲେଣି।କିନ୍ତୁ ସବୁଠୁ ମେଧାବୀ ଛାତ୍ରଟି ରହି ଯାଇଥାଏ। ସୁରେଶ୍ ର ବାପାଙ୍କର ଦୋକାନଟିଏ ଥାଏ।

କିଛି ପଇସା ବନ୍ଧକ ରଖି ସୁଧରେ ମଧ୍ୟ ଦିଅନ୍ତି। ସେଦିନ ଶୁଭକାନ୍ତ ବାପ ପୁଅର ଫର୍ମ ଫିଲପ୍ ପାଇଁ କିଛି ପଇସା ଉଧାର ମାଗିବାକୁ ଆସନ୍ତି। ସୁରେଶ୍ ବାପା ସିଧା ସିଧା ଶୁଣାଇ ଦେଲେ,


-- ତୁମେ ଆଗରୁ ପଇସା ନେଇଛ ଫେରାଇନ।ଏଥର ବିନା ବନ୍ଧକରେ ମୁଁ କିଛି ବି ଦେବିନି।


ସେଦିନ ଶୁଭକାନ୍ତ କିଛି କଂସା ବାସନ ଆଣି ବନ୍ଧକ ରଖି ପଇସା ନେଇଥିଲା ଫର୍ମ ଫିଲପ୍ କରିବା ପାଇଁ। କିନ୍ତୁ ଆଜି,ଆଜି ତାଙ୍କ ଜୀବନ ବନ୍ଧକ ପଡ଼ିଛି ଶୁଭକାନ୍ତ ପାଖରେ। ସୁରେଶକୁ କିନ୍ତୁ ବାପାଙ୍କ କାର୍ଯ୍ୟ ଭଲ ଲାଗି ନଥିଲା।ବାପା ଚାହିଁ ଥିଲେ ପୁତ୍ରବତ୍ ମେଧାବୀ ଛାତ୍ରଟିକୁ ଫର୍ମ ଫିଲପ୍ ପାଇଁ ଏମିତି ପଇସା ଦେଇ ପାରିଥାନ୍ତେ। ସେ ଦିନଠାରୁ ସୁରେଶ ଶୁଭକାନ୍ତ ପାଖରେ ଲଜ୍ଜିତ ଅନୁଭବ କରୁଥିଲା।

ମ୍ୟାଟ୍ରିକ ପରେ ଶୁଭକାନ୍ତ ବୃତ୍ତି ପାଇ ଓ ସରକାରଙ୍କ ଠାରୁ ଲୋନ୍ ନେଇ ପଢି ଡାକ୍ତର ଟିଏ ହୋଇପାରିଥିଲା। ସୁରେଶ ମ୍ୟାଟ୍ରିକ ପରେ ମାମୁଁ ଘର ଗାଁ କୁ ଚାଲି ଆସିବାରେ ଆଉ ଉଭୟଙ୍କ ଭିତରେ ଭେଟ ହୋଇନି।ଆଜି ଦୀର୍ଘ କୋଡ଼ିଏ ବର୍ଷ ପରେ ଉଭୟଙ୍କର ଦେଖା। ଏମିତି ଅତୀତକୁ ଭାବୁ ଭାବୁ ତିନି ଘଣ୍ଟା ଅତିକ୍ରମ କରି ଯାଇଛି କେତେବେଳେ। ହଠାତ୍ କାହା ଡାକରେ ବାସ୍ତବ ଜଗତକୁ ଫେରି ଆସିଲା।


-ସାର୍ ଆପଣଙ୍କୁ ତାଙ୍କ ଚାମ୍ବରକୁ ଡୁକୁଛନ୍ତି।

ଗୋଟିଏ ପିଅନ ଠିଆ ହୋଇ କହୁଛି। ଧଡ଼ ପଡ଼ ହୋଇ ସୁରେଶ ଧାଇଁଲା ଡାକ୍ତରଙ୍କ ଚାମ୍ବରକୁ।ଶୁଭକାନ୍ତ ସେଠି ବସିଛି ।ପଚାରିଲା


-କ'ଣ ହେଲା ଡାକ୍ତର ବାପା ଠିକ୍ ଅଛନ୍ତି ତ!


-ହଁ ଅପରେସନ ତ ଠିକ୍ ହୋଇଛି ,କିନ୍ତୁ ଗୋଟେ ଦିନ ଅବଜରଭେସନ ରଖାଯିବ। ଭଗବାନଙ୍କୁ ଡାକ ଠିକ୍ ହୋଇଯିବେ।

ତାଙ୍କର ଏତେ ବ୍ଲକେଜ୍ ଦେଖି ମୁଁ ନିଜେ ଡରି ଯାଇଥିଲି।


ତୁମେ ମୋର ପିଲା ଦିନର ଅନ୍ତରଙ୍ଗ ବନ୍ଧୁ,ମଉସାଙ୍କ ନିକଟରେ ମୁଁ ମଧ୍ୟ ଋଣୀ ସୁରେଶ।  ମଉସାଙ୍କ ଯୋଗୁ ଆଜି ମୁଁ ଏଠି ପହଞ୍ଚି ପାରିଛି ସୁରେଶ ,ସେଦିନ ଫର୍ମ ଫିଲପ୍ ପାଇଁ ଯଦି ମଉସା ପଇସା ଦେଇ ନଥାନ୍ତେ ତାହେଲେ ମୁଁ ମ୍ୟାଟ୍ରିକ ବି ଡେଇଁ ପାରିନାହାନ୍ତି।


 ସେଦିନ ଅନେକ ଲୋକଙ୍କ ପାଖକୁ ବାପା ଓ ମୁଁ ଯାଇ ଫେରିଥିଲୁ। ଶେଷରେ ମଉସା ହିଁ ଆମକୁ ସାହାଯ୍ୟ କରିଥିଲେ।ମଉସାଙ୍କୁ ଅପରେସନ କରୁଥିବା ସମୟରେ ସେଦିନର ସେ କଥା ଭାବୁଥାଏ।

ସୁରେଶ ଶୁଭ ମୁହଁ କୁ ଚାହିଁ ତା ହୃଦୟର ବିଶାଳତାକୁ କଳନା କରି ବିସ୍ମୟ ହେଉଥାଏ ।।।


Rate this content
Log in

Similar oriya story from Inspirational