Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବୋଝ

Classics

3 Minutes   7.7K    24


Content Ranking

ଶ୍ୟାମ ଶାସ୍ତ୍ରୀ ଜଣେ ସଚ୍ଚା ପଣ୍ଡିତ ଥିଲେ । ସେ ବହୁକାଳ ଧରି ନାନା ଶାସ୍ତ୍ର ଅଧ୍ୟୟନ କଲେ । ଲୋକେ କାହିଁକି ଧର୍ମ ନାମରେ ପରସ୍ପର କନ୍ଦଳ କରନ୍ତି, ସେ ଏଇ କଥା ବୁଝିବାକୁ ଚାହୁଁଥିଲେ । ସେ ଦେଖିଲେ ହିନ୍ଦୁ ଧର୍ମଶାସ୍ତ୍ରର ପ୍ରଧାନ ସତ୍ୟ ହେଲ।, ଧର୍ମ ମଣିଷ ସହ ଭଗବାନଙ୍କର ସମ୍ପର୍କ ସ୍ଥାପନ କରିବା ପାଇଁ ଉଦ୍ଦିଷ୍ଟ । ମଣିଷ ମଣିଷ ଭିତରେ ଝଗଡା ଉପଜାଇବ। ଧର୍ମଶାସ୍ତ୍ରର ଉଦ୍ଦେଶ୍ୟ ନୁହେଁ ।

ଶ୍ୟାମ ଶାସ୍ତ୍ରୀ ଭାବିଲେ, ହୁଏତ ଅନ୍ୟାନ୍ୟ ଧର୍ମଶାସ୍ତ୍ରରେ କନ୍ଦଳ ପାଇଁ କିଛି ଖୋରାକ ଥିବ । ସେଉଠୁ ସେ ଅନ୍ୟ ସବୁ ଧର୍ମର ମୂଳ ଶାସ୍ତ୍ର ପଢିବାକୁ ଆରମ୍ଭ କଲେ । ଦେଖିଲେ, ସେସବୁ ଥିରେ ମଧ୍ୟ ଶାନ୍ତି, ମୈତ୍ରୀ, ଏହିସବୁ ଗୁଣ ଉପରେ ଯଥେଷ୍ଟ ଗୁରୁତ୍ଵ ଦିଆଯାଇଛି ।

ତେବେ ଭିନ୍ନ ଭିନ୍ନ ଧର୍ମର ଲୋକେ କାହିଁକି ମାଡପିଟ ହୁଅନ୍ତି? ନିଜ ନିଜର ଅଜ୍ଞତା ଯୋଗୁଁ । ଏକଥା ତାଙ୍କର ହୃଦ୍‌ବୋଧ ହେଲ। । ସେ ଭାବିଲେ, ଏ ବିଷୟରେ ଲୋକଙ୍କୁ ବୁଝାଇବ। ଅତି ଆବଶ୍ୟକ । ତଦ୍ୱ।ର। ସେମାନଙ୍କର ଜ୍ଞାନଚକ୍ଷୁ ମଧ୍ୟ ଖୋଲିଯିବ । ଧର୍ମର ପ୍ରକୃତ ଅର୍ଥ ବୁଝିପାରିଲେ ହୁଏତ ଧର୍ମନାମରେ ସେମାନେ ଆଉ କେବେବି ମାଡପିଟ କରିବେ ନାହିଁ ।

ସେ ପ୍ରସ୍ତୁତ ହୋଇ ସବୁ ଧର୍ମଶାସ୍ତ୍ରର ପ୍ରଧାନ ବହିମ।ନ ଧରି ଦେଶ ବ୍ୟାପି ଗସ୍ତ କରିବାକୁ ବାହାରିଲେ । ବହି ବୋଝ ଧରି ତାଙ୍କ ସାଙ୍ଗରେ ଯିବ। ନିମନ୍ତେ ସେ ଜଣେ ଲୋକ ଠିକ୍ କଲେ । ତାଦର ନାମ ଶେଖର ।

ପ୍ରଥମେ ପ୍ରଥମେ ତ ସେ ପଣ୍ଡିତଙ୍କ ସଭାରେ ବିଶେଷ କେହି ଲୋକ ହେଉ ନଥାନ୍ତି । ମାତ୍ର ପରେ ତାଙ୍କ ବକ୍ତୃତାରୁ ଶୈଳୀ ଓ ଧର୍ମଗ୍ରନ୍ଥ ମାନଙ୍କର ଦୃଷ୍ଟାନ୍ତ ଉପସ୍ଥାପନ କରିବାର ପଦ୍ଧତିରେ ଲୋକେ ଏତେ ପ୍ରଭାବିତ୍ତ ହେଲେ ଯେ ତାଙ୍କ ଖ୍ୟାତି କ୍ରମେ ବ୍ୟାପିଗଲା। । ବଡ ବଡ ଅନୁଷ୍ଠ।ନ ତ।ଙ୍କୁ ବକ୍ତୃତ। ଦେବ। ପ।ଇଁ ନିମନ୍ତ୍ରଣ କଲେ । ସବୁଠାରେ ତାଙ୍କୁ ସମ୍ବର୍ଦ୍ଧନା ଦେବା ସଙ୍ଗେ ସଙ୍ଗେ ନାନା ଭେଟି ମଧ୍ୟ ଦିଆଗଲ। ।

ଶ୍ୟାମ ଶାସ୍ତ୍ରୀ ଦିନେ ଲକ୍ଷ୍ୟ କଲେ, ଶେଖର ବଡ ହାଲିଆ ଦିଶୁଛି । ତଦା ସ୍ୱ।ସ୍ଥ୍ୟ ଯେପରି ଖରାପ ନ ହେବ, ସେଥିପାଇଁ ଶାସ୍ତ୍ରୀ ତ।କୁ ଭଲ ଖାଦ୍ୟ ଖୁଆଇଲେ । କିନ୍ତୁ କ୍ରମେ ତଦା ସ୍ଵାସ୍ଥ୍ୟ ଯେପରି ଭ।ଙ୍ଗି ପଡିବାର ସେ ଲକ୍ଷ୍ୟ କଲେ ।

ଦିନେ ଜମାଳ ଗାଁର ଜମିଦାର ଶେଖ୍ ବଦ୍ରୁଦ୍ଦିନ ସାହେବ ଶ୍ୟାମ ଶାସ୍ତ୍ରୀଙ୍କୁ ଏକ ଲକ୍ଷ ଟଙ୍କ। ପୁରସ୍କାର ଦେଲେ । ତହିଁ ଆର ସପ୍ତାହରେ ବିଷ୍ଣୁପୁରର ରାଜା ପ୍ରତାପ ରାୟ ତ।ଙ୍କୁ ଦୁଇଲକ୍ଷ ଟଙ୍କ। ଦେଲେ ଓ ବିଷ୍ଣୁ ପୁରରେ ସାତ ଆଠଦିନ ରହିବାକୁ ତାଙ୍କୁ ଅନୁରୋଧ କଲେ ।

ଶ୍ୟାମ ଶାସ୍ତ୍ରୀ ସେହି ସୁଯୋଗରେ ଶେଖରକୁ ରାଜବୈଦ୍ୟଙ୍କ ପାଖକୁ ନେଇଯାଇ ତାକୁ ଭଲ ଭାବର ପରୀକ୍ଷା କରିବାକୁ ବୈଦ୍ୟଙ୍କୁ ଅନୁରୋଧ କଲେ । ତିନିଦିନ କାଳ ପରୀକ୍ଷା କରି ବୈଦ୍ୟ ଜଣାଇଲେ, “ଶେଖରର ସେମିତି କୌଣସି ବ୍ୟାଧି ନାହିଁ । ବରଂ ତ।ଦର ମନରେ କିଛି ବେଦନ। ରହିଛି ।

ଏକଥ। ଶୁଣିବ। ମାତ୍ରେ ଶ୍ୟାମ ଶାସ୍ତ୍ରୀ ଖୁବ୍ ଆଶ୍ଚର୍ଯ୍ୟ ହେଲେ । ଶେଖର ଘରୁ ବାହାରିବ। ବେଳେ ତ ତାଙ୍କଠାରୁ ସେ ବଳି ଉତ୍ସାହ ଦେଖଉଥିଲା । ପୁଣି ତାଦ ମାନସିକ ବେଦନାର କାରଣ କଦଣ ହେଲ। । ସେ ଯେପରି ତଦା ଘରକୁ ନିୟମିତ ଭାବେ ଟଙ୍କ। ପଠାଇ ପାରିବ, ଶ୍ୟାମ ଶାସ୍ତ୍ରୀ ସେ ବ୍ୟବସ୍ଥା ବି କରିଦେଇଥିଲେ ।

ସେ ଥରେ ଶେଖରକୁ ଏକାନ୍ତରେ ପଚାରିଲେ, “ସତ କହିଲୁ, ତୋର କଦଣ ହୋଇଛି?

ଶେଖର କାନ୍ଦ କାନ୍ଦ ଦେଖାଗଲା ଓ କହିଲ।, “ପଣ୍ଡିତେ, ମୁଁ ସତହିଁ କହିବି । ତମେ ଯେଉଁ ବହିରୁ ଜ୍ଞାନ କାଢି ଲୋକଙ୍କୁ ଦେଉଛ, ସେ ସମୁଦାୟ ବହି ତ ମୁଁ ମୋ ନିଜ ମୁଣ୍ଡରେ ଧରି ଚାଲିଛି । ଅଥଚ ଲୋକେ ତମକୁ ସମ୍ବର୍ଦ୍ଧନା ଦେଉଛନ୍ତି, ଫୁଲମାଳ ଦେଉଛନ୍ତି, ଭେଟି ଦେଉଛନ୍ତି, ହେଲେ ମୋତେ ତ କାହିଁ କେହିବି ହେଲେ ପଚାରୁ ନାହାଁନ୍ତି!

ଏଥର ଶ୍ୟାମ ଶାସ୍ତ୍ରୀ ରହସ୍ୟ ବୁଝିଲେ । ସେ ପଚାରିଲେ, “ଆଚ୍ଛ। ଶେଖର, ତୁ ଦୈନିକ କେତେ ଘଂଟା ବୋଝ ମୁଣ୍ଡାଇ ଚାଲୁଛୁ?

ଉତ୍ତର ଆସିଲ। “ହାରାହାରି ଦୁଇ ଘଂଟା।!

ଶାସ୍ତ୍ରୀ ପଚାରିଲେ “ବେଶ୍ । ଯଦି କ୍ଳାନ୍ତ ଲାଗେ, ତେବେ ତୁ କଦଣ କରୁ?

ତହୁଁ ଶେଖର କହିଲ। “ବୋଝ ତଳେ ରଖିଦିଏ ।

ଶାସ୍ତ୍ରୀ ପଚାରିଲେ “ବେଶ୍ । ତୁ ମୋ ଅବସ୍ଥା କେବେ ବିଚାର କରିଛୁ? ମୁଁ ମୋ ମୁଣ୍ଡ ଭିତରେ ସବୁ ଜ୍ଞାନ, ଯୁକ୍ତି ତର୍କ ଧରି ଚାଲିଛି । ନିଦରେ ଶୋଇବ। ବେଳେ ବି ତାକୁ ଉତାରି ଦେବାର କୌଣସି ଉପାୟ ନାହିଁ । କ୍ଳାନ୍ତ ହେଲେ ବି ମୁଁ ତ।କୁ ତଳେ ଥୋଇ ପାରିବି ନାହିଁ । ତେବେ କଷ୍ଟ କାହାର?

ଶେଖର କହିଲ। “ସତେ ତ ପଣ୍ଡିତେ! ମୁଁ ତ ଏକଥା ଆଦୌ ଭାବି ନଥିଲି!

ତେଣିକି ଶେଖର ନିଜେ ବୋଝ ତଳେ ରଖିଲ। ବେଳେ ମନକୁ ମନ କହେ, “ବିଚର। ପଣ୍ଡିତ! ସେ କେବେବି ବୋଝରୁ ମୁକୁଳି ପାରିବେ ନାହିଁ । ମୋ ବୋଝ ସିନ। ମୋ ମୁଣ୍ଡ ଉପରେ । ହେଲେ ତାଙ୍କର ଭିତରେ! ଏହାପରେ ଶେଖରର ସ୍ଵାସ୍ଥ୍ୟରେ ବେଶ୍ ଉନ୍ନତି ଦେଖାଗଲା।

ଶ୍ୟ।ମ ଶ।ସ୍ତ୍ରୀ ପଣ୍ଡିତ ଶ।ସ୍ତ୍ର

Rate the content


Originality
Flow
Language
Cover design

Comments

Post

Some text some message..