Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Chinmaya Jena

Inspirational Others


4.5  

Chinmaya Jena

Inspirational Others


ଛୋଟ ମୋର ଗାଁଟି

ଛୋଟ ମୋର ଗାଁଟି

5 mins 178 5 mins 178

ସମୟର ଅନ୍ତରାଳେ ସବୁ କିଛି ବଦଳିଛି ତା ସହ ବଦଳିଛି ଚାଲିଚଳନ ବେଶଭୂଷା ସର୍ବୋପରି ଜୀବନଯାପନପ୍ରଣାଳୀର ପରିଭାଷା। ପରିବର୍ତ୍ତନଶୀଳ ଦୁନିଆରେ ତାଳ ଦେଇ ନିଜକୁ ଖାପ୍ ଖୁଆଇଦେଇ ଚାଲୁଛି ଏ ମାନବ ସଭ୍ୟତା। ଯେଉଁଠି ଆଗରୁ ଘଞ୍ଚ ଅରଣ୍ୟ ଥିଲା ତାହା ଆଜି ସହର ବୋଲାଉଛି ମାଟି କାଦୁଆ ରାସ୍ତା ଆଜି ପିଚୁ ପକ୍କା ରାସ୍ତା ହେଇଯାଇଛି ଚାଳ ଛପର ଘର ପକ୍କା ହେଇଯାଇଛି ଆଉ ଗାଁ ମୁଣ୍ଡରେ ଥିବା ସେ ଭାଗବତ ଟୁଙ୍ଗି ତ୍ରିନାଥ ମଣ୍ଡପ ଲୁଚି ଯାଇ ସେଠି ବିଦ୍ୟମାନ ହେଉଛି କ୍ଲବ ଘର। ନା ଅଛି ଗ୍ରାମ ଦେବୀଙ୍କ ସନ୍ଧ୍ୟା ଆରତୀର ଘଣ୍ଟ ନାଦ ନା ଅଛି ଭାଗବତ ଟୁଙ୍ଗିର ଭାଗବତ ପୁରାଣ କଥା। ତଥାପି ଏ ମଣିଷ ଖୁସି ଅଛି ଏ ଭୌତିକ ପରିବେଶରେ। ସେହି ପରିବର୍ତ୍ତନଶୀଳ ଦୁନିଆ ସହ ନିଜକୁ ପରିବର୍ତ୍ତନ କରି ଦୁନିଆ ସହ ତାଳ ଦେଇ ଚାଲିବାକୁ ପ୍ରୟାସ କରିଥିଲା ରାଜୁ। ଛୁଆଟି ବେଳୁ ଗାଁରେ ହସି ଖେଳି ବୁଲି କଟିଛି ତାର ଶୈଶବ ଓ ବାଲ୍ୟ ଜୀବନ। ଗାଁଦାଣ୍ଡ ଧୂଳିରେ ନିଜେ ଧୂଳି ହୋଇ ଖେଳିଛି ଆଉ ସାଉଁଟି ରଖିଛି କେତେ ସୁନ୍ଦର ସ୍ମୃତିକୁ। ସାଙ୍ଗମାନଙ୍କ ସହ ମିଶି ଗଢ଼ିଛି ତା ଛୋଟ କଳ୍ପନା ରାଜ୍ୟରେ ଉଙ୍କି ମାରିଥିବା କୋଣାର୍କ ମନ୍ଦିରର ଚିତ୍ରକୁ ବାଲିରେ ଆଙ୍କି କେତେଥର ଭାଙ୍ଗିଛି ତାହାର ହିସାବ ନାହିଁ ତା ପାଖରେ। ସଞ୍ଜ ହୋଇ ଆସିଲେ ଗାଁ ନଈପଠାକୁ ବୁଲିଯିବା ଓ ସେଠି ବସି ସୁଲୁସୁଲିଆ ପବନକୁ ନିଜ ମନ ପ୍ରାଣରେ ଭରିଦେବାରେ ସେ କେବେ ବ ଦ୍ଵିଧା କରିନି। ଯେବେ ରାଜୁର ପ୍ରାଥମିକ ଶିକ୍ଷା ଶେଷ ହେଲା ଉଚ୍ଚ ଶିକ୍ଷା ପାଇଁ ତାକୁ ଗାଁ ପାଖ ସହରକୁ ଯିବାକୁ ପଡିଲା। ଛୋଟ ପିଲାଟିଏ ତେଣୁ ସବୁଦିନ ଯିବା ଆସିବା କରି ପାଠ ପଢ଼ିବା କଷ୍ଟକର କାମ ତେଣୁ ତାର ଜଣେ ସମ୍ପର୍କୀୟ ମଉସାଙ୍କ ଘରେ ରହି ପଢ଼ିବା ପାଇଁ ମନସ୍ଥ କରାଗଲା।

ତା ବାପା ତାର ନାମ ଲେଖାଇ ଦେଇ ସମ୍ପର୍କୀୟଙ୍କ ଘରେ ରାଜୁକୁ ଛାଡ଼ିଦେଇ ଗାଁ କୁ ଫେରିଆସିଲେ। ଗାଁରୁ ଯାଇ ସହରରେ ରହିବା ରାଜୁ ପାଇଁ କେତେ କଷ୍ଟ ସେ ହିଁ କେବଳ ଜାଣିଛି। ପ୍ରଥମେ ପ୍ରଥମେ ରାଜୁକୁ ଗୋଟେ ଗୋଟେ ଦିନ ଗୋଟେ ଗୋଟେ ଯୁଗ ପରି ଲାଗୁଥିଲା କିନ୍ତୁ ପାଠ ପଢା ପାଇଁ ସେ ସବୁ କଷ୍ଟକୁ ସହିଯାଉଥିଲା।ଧୀରେ ଧୀରେ ତାର ସମ୍ପର୍କୀୟ ମଉସାଙ୍କ ପୁଅ ସହ ବନ୍ଧୁତା ପଢିଲା ଓ ପଢ଼ାପଢ଼ି ରେ ନିଜକୁ ବ୍ୟସ୍ତରଖିଲା ତେଣୁ ଅଧିକ କିଛି ଜଣା ପଡୁ ନ ଥିଲା। କିନ୍ତୁ ଦିନେ ରାତିରେ ସେ ତା ଘର କଥା ଓ ଗାଁ କଥା ବାପା ମାଙ୍କ କଥା ଭାବି ବହୁତ୍ ଜୋରେ କାନ୍ଦି ବସିଲା ତେଣୁ ତା ପରା ଦିନ ସକାଳେ ସମ୍ପର୍କୀୟ ମଉସାଙ୍କ ପୁଅ ଓ ସେ ଦୁହେଁ ମିଶିକି ଗାଁ କୁ ବୁଲିବାକୁ ଗଲେ ଯେମିତି ସେ ଗାଁ ମୁଣ୍ଡରେ ପହଞ୍ଚିଛି ତାର ଖୁସି କହିଲେ ନ ସରେ ସତେ ଯେମିତି ଗୋଟେ ବନ୍ଦୀ ଆଜି କାରାଗାରାରୁ ମୁକ୍ତ ହୋଇ ପ୍ରଥମ ଥର ପାଇଁ ଦୁନିଆକୁ ଦେଖୁଛି। ଏମିତି ଗାଁରେ ୨ ଦିନ ରହିଲା ଓ ବହୁତ୍ ହସ ଖୁସିରେ ଦିନ ବିତିଗଲା ଯେବେ ସହରକୁ ଯିବାର ସମୟ ଆସିଲେ ରାଜୁର ମୁହଁ ବୈଶାଖରେ କଳାହାଣ୍ଡିଆ ମେଘ ଢାଙ୍କି ଆସିଲା ଭଳି ଦେଖାଗଲା ତାର ଆଖି ଦୁଇଟି ଲୁହରେ ଛଳଛଳ ହୋଇଗଲା। ଏମିତି ବହୁତ୍ ବର୍ଷ ବିତି ଯାଇଛି ଆଉ ରାଜୁ ମଧ୍ୟ ନିଜର ଉଚ୍ଚଶିକ୍ଷା ଶେଷ କରି ସାରିଥାଏ କିନ୍ତୁ ସେ ଯେତେ ବି ସହରରେ ରହିଲେ ବି କେବେ ଗାଁକୁ ଭୁଲି ନା ଥାଏ ଯେବେ ବି ତାକୁ ତାର ଗାଁ କଥା ମନେ ପଡେ ସେ ସବୁ କାମ ଛାଡି ଚାଲିଆସେ ତାର ନିଜ ଗାଁ କୁ। ସହରରେ ରହି ଚାକିରୀ କଲା ରାଜୁ ଓ ପରବର୍ତ୍ତୀ ସମୟରେ ନିଜ ବାପାମାଙ୍କୁ ବି ନିଜ ପାଖକୁ ସହରକୁ ନେଇଗଲା ଓ ସେହିଠାରେ ରହି ବାହା ହୋଇ ସାରିଥାଏ ଓ ତାର ସ୍ତ୍ରୀ ଗୃହିଣୀ ଅଟେ। ଏମିତି ହସ ଖୁସିରେ ସମୟ ଗଡି ଚାଲିଥାଏ।କିଛି ପୂଜା ପାର୍ବଣ ହେଲେ ସମସ୍ତେ ମିଶି ଗାଁ କୁ ବୁଲିଯାନ୍ତି ସେଠାରେ ରହି ହସ ଖୁସିରେ ପୂଜା ପର୍ବ ପାଳନ କରି ପୁଣି ଫେରି ଆସନ୍ତୁ ସହରକୁ। କ୍ରମଶଃ ରାଜୁର ବାପାମାଆ ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ହୋଇସାରିଥିଲେ ଓ ଦୁହେଁ ଆଗ ପଛ ହୋଇ ଦୁନିଆ ଛାଡ଼ି ସାରିଥିଲେ। ରାଜୁର ପୁଅ ଝିଅ ବି ବଡ଼ ହେବାକୁ ଲାଗିଲେ ଆଉ ସେମାନେ ସହରୀ ସଭ୍ୟତାରେ ବଢ଼ି ଧୀରେ ଧୀରେ ଗାଁକୁ ଯିବାକୁ ମନ ବଳେଇଲେ ନାହିଁ। ରାଜୁ ପୁଅ ଝିଅଙ୍କର ବାହାଘର କରେଇ ସାରିଥାଏ ଓ ଚାକିରିରୁ ମଧ୍ୟ ଅବସର ନେଇସାରିଥାଏ। ପୁଅ ବୋହୂ ଦୁହେଁ ଚାକିରିଆ ତେଣୁ ସକାଳ ୯ ଟାରୁ ଘରୁ ବାହାରି ଯାଆନ୍ତି ଓ ରାତି ପ୍ରାୟ ୭କୁ ଫେରନ୍ତି। ଦିନ ସାରା ବୁଢ଼ା ବୁଢ଼ୀ ଦୁହେଁ ଘରେ ରହି ରହି ଖାଲିଟାରେ ବସିକି ବିରକ୍ତି ହେଉଥାନ୍ତି। ଆଉ ଏ ସହରରେ ରହିଥିବା ଲୋକ ଠିକ୍ ଜାଣିଥିବେ ଯେ ଏଠି ବେଶୀ କାହାର କାହା ସହ ସମ୍ପର୍କ ନ ଥାଏ ଯିଏ ଯାହା କାମରେ ବ୍ୟସ୍ତ ନହେଲେ ନିଜ ଘରେ ମୁହଁ ମାଡ଼ି ପଡିଥାନ୍ତି। ତା ସାଙ୍ଗକୁ ନାତି ନାତୁଣୀ ଘରେ ଥିଲେ ତାଙ୍କ ସହ ହସି ଖେଳି ସମୟ ବିତିଯାଏ କିନ୍ତୁ ଆଜିର ସଭ୍ୟତାରେ ତ ଛୁଆ ଠିକ୍ ଭାବରେ କଥା କହିବା ଶିଖି ନ ଥିବ ତାକୁ ନେଇ play school ରେ ଭର୍ତ୍ତି କରେଇ ଦେଉଛନ୍ତି। ଏମିତି ବସି ରହି ରାଜୁ ନିଜକୁ ଅଣ ନିଃଶ୍ୱାସ ଭରି ଅନୁଭବ କଲା ଆଉ ତାର ପିଲା ଦିନର ଗାଁ କଥା ସବୁ ବସି ଭାବିବାକୁ ଲାଗିଲା। ଏମିତି ହୁଏ ସେ ତା ସ୍ମୃତି ଯେବେ ସବୁକୁ ମନେ ପକେଇ ତା ସ୍ତ୍ରୀକୁ ପାଖରେ ବସେଇ କୁହେ ଆଉ ସେହି ସମୟରେ ତା ଆଖିରୁ ଲୁହ ଧାର ଧାର ହୋଇ ବହିଚାଲେ। ବହୁତ୍ ଥର ତା ପୁଅକୁ କହିଛି ଗାଁ ଫେରିଯିବାକୁ ଆଉ ସେଠି ରହି ଜମିରେ ଚାଷବାସ କରି ଖୁସିରେ ରହିବାକୁ ତାକୁ ଏ ସହରୀ ସୁଖ ଯେମିତି ଅଣ ନିଃଶ୍ୱାସ କରିଦେଉଛି କିନ୍ତୁ ସେ ଚାକିରୀ ଛାଡ଼ି ଯିବାକୁ ଚାହେଁନି ଆଉ ସହରର ସୁଖ ସୁବିଧା ଛାଡିକି ସେ ଗାଁରେ ଯାଇ କଷ୍ଟ କରିବାକୁ ସେ ଚାହୁଁନି ଆଉ ସେଠିକି ଗଲେ ତା ପିଲାଙ୍କର ପାଠ ପଢ଼ା ରେ ବି ଅସୁବିଧା ହେବ ନା ସେଠି ଅଛି ଗୋଟେ ଭଲ ସ୍କୁଲ ନା ଗୋଟେ ଭଲ କଲେଜ ଏମିତି ସବୁ କହିଲି ତାର ପୁଅ ତା କଥାକୁ ଟଳି ଦିଏ। ଆଉ ରାଜୁ ଏଥି ପାଇଁ ନିଜକୁ ଦାୟୀ କରେ ଯଦି ସେ ଗାଁରେ ରହିଥାଆନ୍ତି ତେବେ ଆଜି ତାକୁ ଏ ସବୁ ଦୁଃଖ ଭୋଗିବାକୁ ପଡୁ ନ ଥାଆନ୍ତା। ଏ ସବୁ କଷ୍ଟକୁ ସହି ନ ପାରି ରାଜୁ ଠିକ୍ କଲା ସେ ଓ ତାଙ୍କ ସ୍ତ୍ରୀ ଦୁହେଁ ଗାଁକୁ ଫେରିଯିବେ ଆଉ ଜୀବନର ଶେଷ ସମୟକୁ ନିଜ ଭିଟା ମାଟିରେ ବିତେଇଦେବେ। ଦିନେ ହଠାତ୍ ସେ ଏକ ଚିଠି ଲେଖି table ଉପରେ ରଖି ଦେଉ ଦୁହେଁ ସକାଳୁ ସମସ୍ତେ ଉଠିବା ଆଗରୁ ବହାରିଗଲେ ନିଜ ଭିଟାମାଟି ନିଜ ଗାଁକୁ। ସେଠି ଦୁହେଁ ବହୁତ୍ ହସ ଖୁସିରେ ରହିବାକୁ ଲାଗିଲେ।ଏହାରି ଭିତରେ ରାଜୁର ପୁଅ ବୋହୂ ଦୁହେଁ ଆସି ସହରକୁ ଫେରି ଯିବାକୁ ବହୁତ୍ ଅନୁରୋଧ କରିଛନ୍ତି କିନ୍ତୁ ରାଜୁର ରୋକଠୋକ୍ ଜବାବ୍ ସେ ତା ଭିଟାମାଟି ଛାଡ଼ି କୁଆଡେ ଯିବନି। ରାଜୁର ପେନସନ ଟଙ୍କା ଯାହା ଆସେ ନିଜ ଖର୍ଚ ପାଇଁ ଯେତିକି ଦରକାର ସେତିକି ରଖିଦେଇ ବାକି ଟଙ୍କା ଗାଁର ଉନ୍ନତି ପାଇଁ ଦାନ କରିଦିଏ। ଦିନ ସମୟରେ ରାଜୁ ଗାଁର ଉନ୍ନତି ପାଇଁ ବିଭିନ୍ନ ଅଫିସ ଯାଏ କେମିତି ଗାଁରେ ମଧ୍ୟ ସବୁ ସୁବିଧା ଉପଲବ୍ଧ ହେବ ସେ କଥା ଚିନ୍ତା କରେ ଓ ସନ୍ଧ୍ୟା ହେଲେ ଗାଁ ମୁଣ୍ଡରେ ଥିବା ମଣ୍ଡପରେ ବସି ନିତି ଭଜନ କୀର୍ତ୍ତନ ଭାଗବତ ଟୁଙ୍ଗୀରେ ଭାଗବତ ପଢା ଆଦିରେ ନିଜକୁ ନିୟୋଜିତ କଲା। ଏବେ ରାଜୁର ନେତୃତ୍ୱରେ ଗାଁ ଲୋକମାନଙ୍କ ପ୍ରଚେଷ୍ଟା ବଳରେ ଗାଁରେ ସବୁ ପ୍ରକାର ସୁବିଧା ହୋଇଯାଇଛି ଏବଂ ରାଜୁ ନିଜର ପେନସନ ଟଙ୍କାରେ ଗାଁରେ ଏକ ପାଠାଗାର ମଧ୍ୟ ତିଆରି କରିଛି। ସମୟର ଅନ୍ତରାଳେ ସମସ୍ତଙ୍କୁ ଛାଡ଼ି ରାଜୁ ଆରପାରିକୁ ଚାଲି ଯାଇଛି ସତ କିନ୍ତୁ ତାର କୀର୍ତ୍ତି ଓ ଗାରିମା ତାକୁ ଆଜି ବି ଆମର କରି ରଖିଛି ଗାଁ ଲୋକଙ୍କ ମଧ୍ୟରେ ଆଉ ଗାଁ ଲୋକ ସମସ୍ତେ ମିଶି ରାଜୁର ଏକ ପ୍ରତିମୂର୍ତ୍ତି ଗାଁ ମୁଣ୍ଡରେ ତିଆରି କରିଛନ୍ତି। 

ଆଜିବି ସେଇ ଗୀତରୁ ପଦେ ଗୁଣୁ ଗୁଣେଇ ଦେଲେ କେଜାଣି କାହିଁକି ଅମାନିଆ ଲୁହ ଧାର ଆପେ ଆପେ ବହିଯାଏ


ଛୋଟ ମୋର ଗାଁଟି

ଭୂଗୋଳ ପୋଥି ପତରେ ପଛେ ନ ଥାଉ ତାର ନାଁ ଟି

ଛୋଟ ମୋର ଗାଁଟି।


Rate this content
Log in

More oriya story from Chinmaya Jena

Similar oriya story from Inspirational