Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ନିଜ ବୁଦ୍ଧିରେ ଠାକୁର

ନିଜ ବୁଦ୍ଧିରେ ଠାକୁର

3 mins
7.7K


ଶ୍ରୀମତୀ ଲୀନା ମିଶ୍ର

ଦୁଇଟି ସାଙ୍ଗ ଥିଲେ ଜଣଙ୍କ ନାମ ମିନୁ ଓ ଅନ୍ୟ ଜଣଙ୍କ ନାମ ବିନୁ l ମିନୁ ଓ ବିନୁ ଦୁହେଁ ଦୁହିଁକୁ ବହୁତ ଭଲ ପାଉଥିଲେ l ମିନୁ ବହୁତ ଭଲ ପିଲା ଥିଲା l ସେ ମଲା ମାଛିକୁ ମ କହେନା l ରାସ୍ତାରେ ଚାଲିଲା ବେଳେ ସବୁବେଳେ ମୁଣ୍ଡପୋତି ଚାଲୁ ଥାଏ l ଗୁରୁଜନମାନଙ୍କୁ ବହୁତ ଭକ୍ତି କରେ l ଛୋଟ ଭାଇଭଉଣୀ ମାନଙ୍କୁ ବହୁତ ସ୍ନେହ କରେ l ଗାଁ ଦାଣ୍ଡରେ ତାକୁ ସମସ୍ତେ ଭଲ ପାଆନ୍ତି l ବାପମାଆଙ୍କ ପ୍ରତି ତା’ର ବହୁତ ଭକ୍ତି l ସକାଳୁ ଉଠିଲେ ସର୍ବ ପ୍ରଥମେ ମୁହଁ ଧୋଇ ବାପାମାଆଙ୍କୁ ପ୍ରଣାମ କରେ l ଠାକୁରଙ୍କ ପ୍ରତି ତାହାର ବହୁତ ଭକ୍ତି ଥାଏ l କୌଣସି ଝିଅଙ୍କୁ ଆଡ଼ ଆଖିରେ ବି ଚାହେଁନି l ଲୋକେ ଖରାପ କହିଲା ଭଳି କାମ ସେ କେବେ କରେନି l ବିନୁ କିନ୍ତୁ ଅନ୍ୟ ଧରଣର ପିଲା ଥିଲା l ଲୋକେ କାହାକୁ ଭଲ ପାଇବେ ନ ପାଇବେ ତା’ର ଯାଏ ଆସେ ନାହିଁ l ନିଜକୁ ଯାହା ଭଲ ସେ ସେମିତି ଚଳେ l ଭଲ ପିନ୍ଧିବା, ଉତ୍ତମ ଖାଇବାକୁ ସେ ବହୁତ ପସନ୍ଦ କରେ l ବିନୁର ଏମିତି ଚାଲି ଚଳନ ଓ ବ୍ୟବହାର ପାଇଁ ମିନୁ ତାକୁ ବହୁତ ବୁଝାଏ l କହେ ଲୋକମାନେ ଖରାପ ଭାବିବେ ତୁ କାହିଁକି ଏପରି ବ୍ୟବହାର କରୁଛୁ l ବିନୁ କିନ୍ତୁ ମିନୁ କଥାକୁ ପସନ୍ଦ କରେ ନାହିଁ l ଆରେ ଯା କିଏ ଖରାପ ଭାବିଲେ ମୋର କ’ଣ ଯାଏ ଆସେ l ମୁଁ ଏକତାକୁ ଖାତିର କରେନା l ତୋ ଭଳି କ’ଣ ମୁଁ ଲାଙ୍ଗୁଡ ଜକା ହୋଇଛି l ଲୋକେ ତୋତେ ଭଲ କହନ୍ତୁ, କିନ୍ତୁ ମୁଁ ପସନ୍ଦ କରେନି l ମିନୁ ବିନୁ ସହ ସବୁବେଳେ ଯୁକ୍ତି କରେ ଧିରସ୍ତିର ହୋଇ ଚଳିବା ପାଇଁ l କିନ୍ତୁ ବିନୁ ମାନେନା ମିନୁକୁ ସବୁବେଳେ ବୁଝାଉଥାଏ l ଆରେ ରାସ୍ତାରେ ଯାଉଛେ ଯଦି କେଉଁଠି ଏକ ଖଳ ପଡିଲା, ଆମେ ଡେଇଁ କରିଯିବା l କିଏ ଯଦି କହିବ କେମିତି ଷ୍ଟାଇଲ୍ ରେ ଡ଼େଉଁଛି ଦେଖିବା, ତାହାହେଲେ ଆମେ କ’ଣ ଖାଲରେ ପଡ଼ିବା ? ଲୋକଙ୍କ କଥା ଶୁଣିଲେ ଜୀବନରେ ଆଗେଇ ପାରିବୁ ନାହିଁ l ଦୂରକୁ ଯିବାକୁ ଇଚ୍ଛା ତ ନିଜ ବୁଦ୍ଧିରେ ଚାଲ l ଆଗକୁ ପଛକୁ ଚାହିଁ ଚାଲିବା l ମିନୁ କିନ୍ତୁ ଏତେ ଉଦ୍ଧତକୁ ଭଲ ପାଏନା l

ଥରେ ଗାଁ ଲୋକ ମିନୁକୁ କହିଲେ, ମିନୁ ତୁ ଗାଁରେ ଏକ ଥଣ୍ଡା ମେସିନ୍ ଟିଏ ଆଣେ l ଖରାଦିନେ ଲୋକଙ୍କର ବହୁତ ଅସୁବିଧା ହେଉଛି l ଥଣ୍ଡା ମେସିନ୍ ବସାଇ ସବୁ ଦୋକାନକୁ ଦେବୁ ଓ ତୁ ବି ଦୁଇପଇସା ସେଥିରୁ ପାଇବୁ l ମିନୁ ଗାଁ ଲୋକଙ୍କ କଥାରେ ରାଜି ହୋଇଗଲା l ବିନୁ କିନ୍ତୁ ଏଥିପାଇଁ ଜମା ରାଜି ନାହିଁ l ତୁ ଶାନ୍ତଶିଷ୍ଠ ପିଲା ତୋ ଠାରୁ ବାକି ପକାଇ ନେଇଯିବେ l ତୋତେ ହଇରାଣ କରିବେ ଏଥିରେ ତୁ ରାଜି ହୁଅ ନାହିଁ l କିନ୍ତୁ ଘର ବାହାରକୁ ବାହାରିଲେ ମିନୁକୁ ଗାଁ ଲୋକ ପଚାରନ୍ତି କ’ଣ ମିନୁ ଏଥର ଥଣ୍ଡାର ଆଉ ଅସୁବିଧା ନାହିଁ l ହଉ ଭଲ ପିଲାଟା ତୁ ! ମିନୁ ପର ବୋଢିଆ ପିଲା l କ’ଣ କରିବ, ଏତେ ଥର ଲୋକ ପଚାରିଲେ ତାକୁ ଖରାପ ଲାଗୁଛି l ତେଣୁ ସେ ଠିକ୍ କଲା ଯାହା ହେଉ ଥଣ୍ଡା ମେସିନ୍ ଆଣି ଘରେ ବସାଇବା l କିନ୍ତୁ ବିନୁ ଏଥିପାଇଁ ଜମା ରାଜି ହେଲା ନାହିଁ l ବିନୁ କଥା ନ ଶୁଣି ମିନୁ ଗୋଟିଏ ଥଣ୍ଡା ମେସିନ୍ ଆଣିଲା l ଲୋକମାନେ ବହୁତ ଖୁସି l ଯାଉଣୁ ଆଶୁଣୁ ମିନୁକୁ ଟେକାଟେକି କରିଦିଅନ୍ତି l ମିନୁ ଏଥର ଥଣ୍ଡା କରି ବିକ୍ରି କଲା l ଗାଁର ଲୋକମାନେ ଆସନ୍ତି ମିନୁ ଠାରୁ ଥଣ୍ଡା ପିଇ ଯାଆନ୍ତି l ଏମିତି କେତେଦିନ ଚାଲିଲା ଲ ଗାଁ ଲୋକମାନେ ବାକି ପକାଇ ଥଣ୍ଡା ପିଇ ଗଲେ l ମିନୁ ଟଙ୍କା ମାଗିଲେ ତା’ ସହିତ ଗଣ୍ଡଗୋଳ କରି, ବାଡ଼େଇବାକୁ ଆସନ୍ତି l ବିନୁ ଥିବା ଯୋଗୁଁ ମିନୁ ଟିକେ ରକ୍ଷା ପାଇଯାଏ l

ଏମିତି କିଛି ଦିନ ଗଲା ପରେ ମିନୁ ଚିନ୍ତା କଲା ବିନୁ କଥା ନଶୁଣି ମୁଁ ଭାରି ହଇରାଣ ହୋଇଗଲି l ମୋର ସରଳତା ଯୋଗୁଁ ସେମାନେ ମୋତେ ଖାତିର୍ କରୁ ନାହାନ୍ତି ତେଣୁ ସେ ବିନୁକୁ ସବୁ ଦୁଃଖ ଜଣାଇଲା l ବିନୁ କହିଲା, ଆରେ ଭାଇ ମୁ ତୋତେ ପ୍ରଥମରୁ କହୁଛି ‘’ନିଜ ବୁଦ୍ଧିରେ ଠାକୁର ପର ବୁଦ୍ଧିରେ କୁକୁର l ‘’ ସେମାନେ ତାଙ୍କର ସ୍ଵାର୍ଥ ପାଇଁ ତୋତେ ଟେକାଟେକି କରି କହି ଦେଲେ ତୁ ବିଶ୍ବାସ କରିଦେଲୁ l ଯେ କୌଣସି କାମ କରିବା ପୂର୍ବରୁ ଆଗକୁ ପଛକୁ ବିଚାର କରି ନିଜ ବୁଦ୍ଧିରେ ଚାଲିବ l ନଚେତ୍ ନିଜ ଘରର ଗୁରୁଜନ ମାନଙ୍କୁ ପଚାରି କିଛି ନିସ୍ପତି ନେବ l ପର ବୁଦ୍ଧିରେ ପଡ଼ିଲେ ନିଶ୍ଚୟ ଖାଲରେ ପଡ଼ିବ l ମୁଁ ତୋତେ କେତେ ମନା କଲି ମାନିଲୁ ନାହିଁ l ଏବେ ଦେଖିଲୁ ତୋତେ ଫୁସଲା ଫୁସୁଲି କରି କେମିତି ତୋର କ୍ଷତି କରିଦେଲେ l ମିନୁ ନିଜର ଭୁଲ୍ ବୁଝିପାରିଲା l ବିନୁକୁ କହିଲା ଭାଇ, ମୋର ବହୁତ ସରଳତା ମୋତେ ଧୋକା ଦେଇଛି l ଆଜିଠୁ ଜାଣିଲି ନିଜ ବୁଦ୍ଧିରେ ଠାକୁର l


Rate this content
Log in

Similar oriya story from Children