Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଗୀତା-୨୫୬
ଜୀବନ ଗୀତା-୨୫୬
★★★★★

© Geeta Sarangi

Inspirational

10 Minutes   7.0K    4


Content Ranking

ଜୀବନ ତ ସରି ସରିଯାଏ

ପ୍ରାପ୍ତିର ପଛରେ ଧାଇଁ

କେତେ ପ୍ରାର୍ଥନା କେତେ ଯାତନା

ଫଳ କିନ୍ତୁ ମିଳେନାହିଁ ॥୦॥

ରାତିର ସପନ ତ ଶେଫାଳି ଫୁଲ

ସକାଳକୁ ଝରିଯାଏ

ହୃଦୟ ଆବେଗ ମୁଠାଏ ପାଉଁଶ

ପବନରେ ଉଡିଯାଏ

ଯେତେ ଚେତନା ସେତେ ଭାବନା

ଚିନ୍ତାରୁ ତ ମୁକ୍ତି ନାହିଁ ॥୧॥

ମଧୁର ଆନନ୍ଦ ତ ଇଦ୍​ର ଚାନ୍ଦ

ଡେରିକରି ଉଇଁଥାଏ

ମନର ବିଷାଦ ତ ସକାଳ ସୂର୍ଯ୍ୟ

ଟିକେ ବି ଡେରି ନହୁଏ

ଯେତେ କାମନା ସେତିକି ତୃଷ୍ଣା

ଜୀବନରେ ଶେଷନାହିଁ ॥୨॥

ଜୀବନ ହୃଦୟ ତୃଷ୍ଣା

Rate the content


Originality
Flow
Language
Cover design

Comments

Post


Some text some message..