ସ୍ୱପ୍ନ ସନ୍ତାନ-୮
ସ୍ୱପ୍ନ ସନ୍ତାନ-୮
ସ୍ୱପ୍ନ ସନ୍ତାନ ତ ସତ୍ୟ ରୂପ ନେଇ,
ଗୁରୁଣ୍ଡି ଖେଳୁଛି ଆଜି ।
ମାଆ ସିନା ତୁହି ତାହାର ଲୋ ପ୍ରିୟା,
ପାରିନି ପିତା ମୁ ସାଜି ।
ଯେତେ ଭାବନା ଯେତେ ଆଶା ମୋର,
ରହିଗଲା ସପନରେ ।
ସ୍ୱପ୍ନ ସନ୍ତାନକୁ ଦେଖିବା ପାଇଁ ଲୋ,
ଆଜି ବି ମୁଁ ଝୁରିମରେ ।
ବିତିଗଲାଣି ଯେ ଛ'ଅ ଗୋଟି ମାସ,
କେତେ ସକାଳରୁ ସଞ୍ଜ ।
ଦେଖିବା ପାଇଁ ସେ ବିଶିକେଶନକୁ,
ହେଉଛି ମୁଁ ଦହଗଞ୍ଜ ।
ଦେଖରେ ନଳିନୀ ନୀଳମଣି ମୋର,
ଅନ୍ୟ ପିତା ପରିଚୟେ ।
ମାଆ ମାଆ ବୋଲି ତୋତେ ସିନା ଡାକେ,
ବାପ ମୁଁ ଅଲୋଡା ସତେ ।
କୋମଳ ଚନ୍ଦନ କାଁହୁ ବା ଜାଣିବ,
ଆମ ସଂପର୍କର ଇତିହାସ ।
ପାଇ ପାରିନି ମୁଁ ତୋତେ ଜୀବନେ,
ଯାହା ଅଛି ଅବଶୋଶ ।
ଖଣ୍ଡଗିରି ଆଉ ଧଉଳି ପାହାଡ,
ଲେଖି ପ୍ରତୀକର ନାମ ।
ସ୍ୱପ୍ନ ସନ୍ତାନର ପରିକଳ୍ପନାକୁ,
କରିଥିଲେ ଉନ୍ମୋଚନ ।
ତୋ ସ୍ୱପ୍ନ ସିନା ସତ ହୋଇଗଲା,
ସମ୍ପର୍କ ତୁଟିଲା ପରେ ।
କେମିତି କହିବି ସମ୍ପର୍କ କଥାକୁ,
ଭାବି ବସେ ସପନରେ ।