Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational Abstract Others

2  

Prasanna Kumar Madala

Inspirational Abstract Others

ସୁନ୍ଦର ଜୀବନ

ସୁନ୍ଦର ଜୀବନ

1 min
7.0K


ଶାନ୍ତିର ସୁମନ      ହୃଦୟ ଓ ମନ

      ନଥିଲେ ଖଳ ହୁନ୍ଦର

ଈଶ୍ବର ସମାନ      ଶରୀର ପ୍ରମାଣ

     ସ୍ବଭାବେ କେଡେ ସୁନ୍ଦର ।

ଭାବର ଅର୍ଚ୍ଚନ      ନିବେଶି ବଚନ

      ଭକ୍ତି ନିବେଦନ ଥାଳି

ଭରିବ ଅନ୍ତର      ଜପିଲେ ମନ୍ତର

      ହରିନାମେ ଜପାମାଳି ।

ଗୁରୁ ଜନ ମନ      ତୋଷିଣ ନମନ

      କରି ଥିଲେ ମଥା ନତ

ପରମ ବନ୍ଧୁର      ସାହାରେ ବନ୍ଧୁର

      ପଥ ବି ସୁଗମ ସତ ।

କରୁଥିଲେ ଭିକ୍ଷା   ମୂଲ୍ୟବୋଧ ଶିକ୍ଷା

      ସମସ୍ତଙ୍କ ମେଳେ ମିତ

ସତ୍ୟ ନ୍ୟାୟ ପଥେ ହାତ ଥୋଇ ହାତେ

      ସାଧିବା ଜଗତ ହିତ ।

ଆଧ୍ୟାତ୍ମିକ ଭକ୍ତି      ଜୀବନର ଶକ୍ତି

      ସୁଧାରେ ଯାବତ କର୍ମ

ପ୍ରେମମୟ ସାରା   ବହେ ସୁଧା ଧାରା

      ସେବା ହିଁ ପରମ ଧର୍ମ ।

ସୁବିଚାର ପଢି     ସାଧୁ ମାର୍ଗେ ବଢି

     କରିଲେ ସଂସାର ସେବା

ସାର୍ଥକରେ ଗଣ୍ୟ   ଜୀବନେ ଏ ଧନ୍ଯ

      ଶରଧା ଭାଜନ ହେବା ।

      ପ୍ରସନ୍ନ କୁମାର ମାଦଳା


Rate this content
Log in

Similar oriya poem from Inspirational