Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mishra

Inspirational

3  

Manorama Mishra

Inspirational

ଇଛା

ଇଛା

1 min
6.9K


ବିପୁଳତାର ବ୍ୟାପକତା ତମେ

ଗଭୀରତାରୁ ଆହୁରି ଗଭୀରତା

ତୁମର ଚଳ ଚଂଚଳତା ଓ

ଗାମ୍ଭୀଯ୍ୟ ପୂର୍ଣ୍ଣ ତୁମର

ସବୁ ନୀରବତା,

କିନ୍ତୁ----

ହଜାଇ ଦେଲ ତୁମେ ତୁମର

ସବୁକିଛି-----

ଝରି ଆସୁଥିବା ରସସିକ୍ତ ଅସ୍ତିରୁ

ଜମାଟ ବାନ୍ଧୁଥିବା ହିମୋଗ୍ଲୋବିନରେ ,

ସବୁ ପରେ ମଜିଗଲ

ଘନୀଭୂତ କାମନାର

ହଜି ଯାଉଥିବା ବୟସରୁ

ଛାଇ ଆଲୁଅ ଭିତରେ

ତଥାପି କାହା ପାଇଁ

ବଢୁଥିଲା ଅପେକ୍ଷାର ମୋହ

ରୋମାଞ୍ଚିତ ବେଳାଭୂମିର

ବାଲୁକା ଶେଯରେ

ଜୀବନର ଗୋଧୂଳି ସଂଜରେ

ମୋକ୍ଷ ରେ ନୁହେଁ

ବରଂ------

ଜୀଇ ବାର ସ୍ଵପ୍ନ ଦେଖୁଥିଲ

ଶୋଇ ମରଣ ଶେଯରେ ,

ମୁଁ କିନ୍ତୁ ତୁମ ପାଇଁ ଲେଖି ସାରିଛି

ପ୍ରେମର ମହାକାବ୍ୟ

ହୃଦୟରୁ ଝରୁଥିବା ବିନ୍ଦୁ ବିନ୍ଦୁ ରକ୍ତରେ

ତୁମକୁ ଖୋଜିଛି

ଆଶା ଥିବା କ୍ଷଣିକ ଆଲୋକରେ ,

ଏ ଦେହର ନର୍କରେ ତୁମେ ଭେଦିଥିଲ

ସୁବାସିତ ସେଇ-କୀଟର ଦଂଶନରେ

ସବୁ ଇଛାର କୋମଳ ପଣରେ

   --- ମନୋରମା ମିଶ୍ର,


Rate this content
Log in

Similar oriya poem from Inspirational