Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ପୁନର୍ମିଳନ

ପୁନର୍ମିଳନ

1 min
6.6K


ରୋମାଣ୍ଟିକ କବି ମାୟାଧର ମାନସିଂହ


ଭାବିଛି ସମସ୍ତ ପଥ ମୁଖଛବି ତାର

କେମନ୍ତେ ମୋ ପାଶେ ପୁଣି,ତାର ଅଭିସାର

ହୋଇବ ବିରହ ପରେ;ଭାଷି ମୁଁ କି ବାଣୀ

ଡାକିବି ପ୍ରଥମେ ତାରେ;ଅଭିମାନେ ରାଣୀ

ନ ଶୁଣିଲେ ମୋ ଆଦର, ନ ବସିଲେ ପାଶେ

ମୋ ବ୍ୟଥା ବ୍ୟକତ ମୁହିଁ କରିବି କି ଭାଷେ ?

ଏହି ସେହି ଦ୍ୱାର ଦେଶ,ରଖ ରଖ ଯାନ

ଓହ୍ଲାଏ ମୁଁ,- ଥରିଲାଣି ମୋ ନିଖିଳ ପ୍ରାଣ

ପୁଲକିତ ଆଶଙ୍କାରେ ।ଗୃହ-ଲକ୍ଷ୍ମୀ କାହିଁ ?

ଗୃହେ ମୁଁ ଯେ ହେଲି ଏବେ- କେହି କ'ଣ ନାହିଁ ?

ସହସା ଚରଣ ପାତ ଶୁଭିଲା କାହାର,

ପଣନ୍ତର ସଞ୍ଚାଳନ; ଦିଗ ବାରୁ ତାର,

ସମ୍ମୁଖେ ହୋଇଲେ ଉଭା ଶିରୀ କୁଟୀରର

ନେତ୍ର ମିଳୁ ମିଳୁ ବକ୍ଷ ମିଳିଲା ସତ୍ୱର ।

ସମାପ୍ତ


Rate this content
Log in

Similar oriya poem from Classics