କବି
କବି
ସରସ ସୁନ୍ଦର ଭାବର ସାଗର
କବି ଲେଖନୀର କୃତି ;
ଗୋଲାପୀ ବେଳାରେ ସରାଗ ମନରେ
କବି ଆଙ୍କେ ପ୍ରତି ଛବି !!!
ଜୀବନର ଛବି ଆଙ୍କି ବାରେ କବି
ଉଣା କିଛି କରେ ନାହିଁ ;
ବାର୍ତ୍ତାବହ ସାଜି ଲେଖେ ଆଖି ବୁଜି
ଦୁଃଖର ଯାତନା ସହି !!!
କବିର ପ୍ରେମିକା ସ୍ମୃତି ଅନାମିକା
ସପନ ନିଦରେ ଆସେ ;
ପ୍ରେମ ପରଶରେ ଉଁଆସି ରାତିରେ
କବିତା ପ୍ରେମରେ ଭାସେ !!!
ସୁରମ୍ୟ ସଂସାରେ କବି ନୀଡ ଗଢେ
ପ୍ରେମରେ ଭିଜିବା ପାଇଁ ;
କବି ପ୍ରେମ ଗାଥା ନୁହେଁ ଜମା ଶସ୍ତା
ଜାଣିଥା ଏ କଥା ଭାଇ !!!
ଭାବ ବନ୍ଧନରେ ସମ୍ପର୍କ ଡୋରୀରେ
କବି ବାନ୍ଧେ ସେତୁ ବନ୍ଧ ;
ବିଚାର ବିମର୍ଷେ କବି ସ୍ମିତ ହସେ
କବି ସାଜେ ନାହିଁ ଅନ୍ଧ !!!
କବିର ସାବକ ସ୍ମୃତିର ପ୍ରତୀକ
ସମାଜରେ ବଞ୍ଚି ରହେ ;
ଆଦର୍ଶର କଥା କୁହେ ସେ ସହସା
ପାଠକର ମନ ମୋହେ !!
କବି ପାଣ୍ଡୁଲିପି ଅଲିଭା ପ୍ରଣତୀ
ଦୀପ ଶିଖା ପରି ଜଳେ ;
ତମସା ରଜନୀ ପ୍ରୀତି ସୁହାଗିନୀ
ସ୍ନେହ କରେ ଧରି କୋଳେ !!!
କବି ମନ ଭଷା ଅସୁମାରୀ ଆଶା
ପାଠକୀୟ ଆଦୃତିରେ ;
ଧନ ଲୋଭ ନାହିଁ ଧନୀ ହେବା ପାଇଁ
ପୁରଷ୍କାର ପୀରତିରେ !!!
କବିଟା ସ୍ଵତନ୍ତ୍ର ଲେଖନୀ ତା' ଅସ୍ତ୍ର
ସମାଜ ସତ୍କାରେ ମନ ;
କୁହୁକ ମନ୍ତର ଶବ୍ଦର ଭଣ୍ଡାର
କବିର ନିଆରା ଧନ !!!!