Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational Others

2  

Prasanna Kumar Madala

Inspirational Others

ଜ୍ବଳନ୍ତ ଜୀବନ

ଜ୍ବଳନ୍ତ ଜୀବନ

1 min
209



ବିଶ୍ବ ଏକ ରଙ୍ଗମଞ୍ଚ ଜୀବନ ଏକ ନାଟକ 

ଆମେ ସବୁ କଳାକାର 

ମୃତ୍ୟୁ ତ ବିକରାଳ ଯବନିକା 

ଯାହା ଅବଶ୍ୟ ହେବ ଆହୁତି ବା ଆତ୍ମଦାହେ ।


ଭୂମିକା ସାନବଡ 

କାହାକୁ କେତେ ଆଉ 

କେବେ କି ଚରିତ୍ର କି ରଙ୍ଗ ବୋଳା ହେବ 

କେଉଁ ଯାଏ କେଉଁ ରସେ ଅଭିନୟ

ହାସ୍ୟ ଶୋକ ଘୃଣା ବିଭତ୍ସ ସବୁ ପୂର୍ବ ନିର୍ଦ୍ଧାରିତ । 


ଏକକ ଅଭିନୟ କି ମୁକ ଅଭିନୟ କି ଦ୍ୱୈତ 

ସବୁ କିଛି ସୀମିତ ଯୋଗ୍ୟତା ଅନୁସାରେ

ବାଃ ବାଃ ନେବାକୁ 

ନିଖୁଣ ଅଭିନୟ କରି ସାର୍ଥକ କରି ହେବ

ନିଜସ୍ଵ ନିପୁଣତାରେ ।


ଭୂମିକା ସରିଗଲେ ଗ୍ରୀନ୍ ରୁମ୍ ଯାଇ

ରଙ୍ଗ ଛଡାଇବାକୁ ହବ 

ମୂଳରୁପକୁ ଫେରିବାକୁ 

ଚୁପଚାପ୍ ଭିନ୍ନ ଏକ ନାଟକ ଯାଏଁ । 


ଜୀବନ , ଅଥବା ଏକ ବସାଘର 

କିଛି ସମୟ ପାଇଁ 

ନିୟମ ମାନି ଚଳିବାକୁ ହେବ ଏଠି 

ଘର ମାଲିକ ଇଚ୍ଛାରେ 

କ୍ଷୟ କ୍ଷତିର ଭରଣା କରିବାକୁ ହେବ 

ଅକସ୍ମାତ ମିଆଦ ପୁରିଗଲେ । 


ଦଣ୍ଡେ ନିମିଷେ ପାଇଁ ଅଧିକ ରହିପାରିବନି 

ଆଉ କାହାକୁ ଏଠି ଛାଡି ଚାଲିବାକୁ ହେବ  

ପ୍ରୀତି କଳହ ପ୍ରତାରଣା 

ଯେତେ ଝଡଝଞ୍ଜା ଆସିଯାଉ ପଛେ 

ସମସ୍ତଙ୍କୁ ସ୍ବାଗତ କରି ରହିବାକୁ ପଡିବ 

ଦଗ୍ଧିଭୂତ କାୟା ନେଇ ଯିବା ବେଳ ଯାଏଁ । 


ଆଉ ଯଦି ବନ୍ଦୀଘର, 

ଦଣ୍ଡ ସରିବା ଆଗରୁ 

ଖସିଯିବାକୁ ଚେଷ୍ଟା କଲେ 

ଦଣ୍ଡ ବିଧାନ ବଢିଯିବ ହୁତାଶନେ ଜଳିବାର

ନିୟାମକଙ୍କ କଠୋର ନିର୍ଦ୍ଦେଶରେ । 




Rate this content
Log in

Similar oriya poem from Inspirational