ଆକାଂକ୍ଷା
ଆକାଂକ୍ଷା
ଆଉ ଆଉ ଆଉ ....
ଏଇ ତ ଏକ ମାତ୍ର ଆକାଂକ୍ଷା !!!
ଧନୀ କହେ ଧନ ଦରକାର
ଆଉ ଆଉ ଆଉ,
ତ୍ୟାଗୀ କହେ ତ୍ୟାଗ ଦରକାର
ଆଉ ଆଉ ଆଉ,
ଜନ୍ମ ହେଲାବେଳେ
ନ ଥାଏ ତ ଏଇ "ମୁଁ "
ଦୂରରେ ଠିଆ ହୋଇଥାଏ
ଆଶାବାଡ଼ି ହେଇ
ଏକୁଟିଆ ସେଇ "ତୁ",
ପରେ ପରେ, ଧୀରେ ଧୀରେ
ଜନ୍ମେ "ମୋର" ପରିଧି
ସରେନା ସେ ଅସରନ୍ତି ରାସ୍ତା
ଧାଉଁ ଥାଏ, ଧାଉଁ ଥାଏ...
କିନ୍ତୁ ମିଳେ କି ତାକୁ
ଖୁସିର ଅସଲି ପୟୋଧି ???
@ନୀଳିମାନିବେଦିତା