Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Inspirational Others

3  

Bidyutprabha Gantayat

Inspirational Others

ଉତ୍ତରଟା ପବନରେ ଉଡ଼ିଗଲା

ଉତ୍ତରଟା ପବନରେ ଉଡ଼ିଗଲା

1 min
6.4K


ଇଂରାଜୀ :ବବ୍ ଡିଲନ ( ନୋବେଲ 2016 )

ଅନୁସୃଜନ : ଡ ବିଦ୍ୟୁତପ୍ରଭା ଗନ୍ତାୟତ

ଜଣେ ମଣିଷ କେତେଟା ରାସ୍ତାରେ ଚାଲିବ ଭଲା ?

ତୁମ ମତରେ ,ମଣିଷ ପଦବାଚ୍ୟ ହେବା ଆଗରୁ !

ଏକାକୀ ଶ୍ଵେତ ହଂସୀ କେତେଟା ସମୁଦ୍ର ପହଁରି ପାରିବ ଭଲା ?

ବାଲୁକା ଶଯ୍ୟାରେ ଶୋଇ ପଡ଼ିବା ଆଗରୁ ...

ହେ ,ବନ୍ଧୁ "ଉତ୍ତରଟା ପବନରେ ଉଡ଼ିଗଲା "ଯାହା ...

ପବନରେ ଉଡ଼ିଗଲା

ହଁ କୁହ , ଆଉ ବା କେତେଥର କମାଣରୁ ଗୁଳି ବାରୁଦ ଗର୍ଜିଵ

ସବୁଦିନ ପାଇଁ ପ୍ରତିବନ୍ଧିତ ହେବା ଆଗରୁ ?

ହଁ କୁହ , ଆଉ ବା କେତେ ବର୍ଷ ପର୍ବତଟିଏ ବିଦ୍ୟମାନ ରହିଥିବ ?

ସମୁଦ୍ର ଗର୍ଭ କୁ ଧୋଇ ହୋଇଯିବା ପୂର୍ବରୁ ...!

ହଁ ଆଉ ବା କେତେ ଵର୍ଷ କିଛି ମଣିଷ ତିଷ୍ଠି ରହି ପାରିବେ

ସେମାନଙ୍କୁ ସ୍ଵାଧୀନତା ମିଳିବା ଆଗରୁ ?

ହଁ , ଆଉ ବା କେତେ ଦିନ ଜଣେ ମଣିଷ ମୁଣ୍ଡ ଟୁଙ୍ଗାରୁ ଥିବ

ଓ ଛଳନା କରି କହୁଥିବ

ଏଇ ତ ସେ କିଛି ଦେଖି ନାହିଁ ...

ହେ ବନ୍ଧୁ , ଉତ୍ତରଟା "ପବନ ରେ ଉଡିଗଲା ଯାହା "

ପବନ ରେ ଉଡ଼ିଗଲା ...

ହଁ, ଆଉ ବା କେତେ କାଳ ଲୋକଟିଏ ଆକାଶକୁ ଚାହିଁ ରହିଥିବ

ପୁରା ଆକାଶଟା ଦେଖିବା ଆଗରୁ ?

ହଁ ଆଉ କେତେଟା ମରଣ ସେ ମରି ପାରିବ ?

ଅନେକ ଅନେକ ଲୋକ ମରି

ସାରିଲେଣି ...ଜାଣିବା ଆଗରୁ !

ହେ ବନ୍ଧୁ , " ଉତ୍ତରଟା ପବନରେ ଉଡି ଗଲା ଯାହା "

ପବନରେ ଉଡି ଗଲା ...


Rate this content
Log in

Similar oriya poem from Inspirational