ଗୁରୁଦେବ ଚିର ନମସ୍ୟ
ଗୁରୁଦେବ ଚିର ନମସ୍ୟ
ଗୁରୁ ପରମ ବ୍ରହ୍ମ ସାକ୍ଷାତ ଈଶ୍ଵର
ଗୁରୁଦେବ ଚିର ପୂଜ୍ୟ
ଗୁରୁଦେବ ବିଷ୍ଣୁ ଗୁରୁ ଦେବ ବିଭୁ
ପଦ ପୂଜା କର ନିତ୍ୟ !
ଗୁରୁ ଦିବସରେ ସରାଗ ମନରେ
ନିଆରା ସମ୍ପର୍କ ଯୋଡ
ଭାବ ବନ୍ଧନରେ ହଜିଯାଅ ସର୍ବେ
ହସିବ ବିଦ୍ୟାର ନୀଡ଼ !
ପ୍ରିୟ ଶିଷ୍ୟ ଗଣ ରଖ ସଦା ପଣ
ଗୁରୁ ବାଣୀ ୠଣୀ ହୋଇ
ଶିଷ୍ୟର ସୁଖ୍ୟାତି ଗୁରୁର ସମ୍ପତ୍ତି
ଏକଥା ଭୁଲିବ ନାଇଁ !
ଦିବ୍ୟ ଜ୍ଞାନ ଦାତା ଗୁରୁ ଧର୍ମ ପିତା
ଗୁରୁ ହିଁ ଆଦର୍ଶ ସୂର୍ଯ୍ୟ
ଗୁରୁ ଆଶୀର୍ବାଦେ ପୁଷ୍ପ ବର୍ଷା ହୁଏ
ସଫଳତା ହୁଏ ଧାର୍ଯ୍ୟ !
ପୁରାଣ ବର୍ଣ୍ଣିତ କହାଣୀ ପ୍ରତୀତ
ଗୁରୁ ଶିଷ୍ୟ ପରମ୍ପରା
ପବିତ୍ର ଭାରତେ ଗୁରୁ ଛବି ଭାସେ
ଏ ସୃଷ୍ଟି୍ର ନିଆରା ଧାରା !
ହେ ଚିର ନମସ୍ୟ ସର୍ବ ପଲ୍ଲୀ ସୁତ
ଭୂତପୂର୍ବ ଗୁରୁ ବ୍ରହ୍ମା
ତଵ ଜନ୍ମ ଦିନ ଭାରତେ ବଦିତ
ଗୁରୁ ପାଏ ପଦ ପୂଜା !
ସଦାନନ୍ଦ ସାହୁ
କାରା କର୍ମଚାରୀ ;ଚୌଦ୍ୱାର ;କଟକ