STORYMIRROR

PRITIRANJAN NAYAK

Abstract

2  

PRITIRANJAN NAYAK

Abstract

ନାରୀ ଦିବସ

ନାରୀ ଦିବସ

1 min
622

ଅନ୍ତର୍ଜାତୀୟ ଏ ନାରୀ ଦିବସ କୁ 

     ପାଳନ କରୁଛି ବିଶ୍ଵ,

ଆଜି ପାଇଁ ଖାଲି ସମ୍ମାନ ଥୋଇକି

    କାଲି କରେ ସର୍ବନାଶ


କି ଲାଭ ପାଳନ ଏଇ ଦିବସକୁ

   ଯଦି ଗୋଟେ ଦିନ ପାଇଁ,

ନାରୀ କୁ ସମ୍ମାନ ନାରୀ ଯେ ସମାନ

   ପାଳନ ନକର କାହିଁ


ସେଲଫି ଉଠେଇକି ମାତୃ ଦିବସରେ

   ରଖ ହେ ଷ୍ଟାଟସ୍ କେତେ,

ଜରାଶ୍ରମେ ପୁଣି ସେଇ ମା ଦେଖି

  ମନେ ଦୁଃଖ ଭରେ ସେତେ


ତୁମ ଭଗ୍ନୀ ପତ୍ନୀ ସୁରକ୍ଷା ପାଇବେ

   କମେନ୍ଟ ମାର ଅନ୍ୟକୁ

ସିଏ ବି ତ କାହା ପତ୍ନୀ ଆଉ ଭଗ୍ନୀ

   ଭାବନି କାହିଁ ତାହାକୁ


ଶେଷେ ଏ ଦିବସେ ଅନୁରୋଧ ମୋର

  ଚାଲ ଯେ ଶପଥ ନେବା

ଗୋଟେ ଦିନ ନୁହଁ ବରଷ ଯାକ ଯେ

   ଏ ଦିବସ ପାଳୁଥିବା 


Rate this content
Log in

Similar oriya poem from Abstract