Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action Classics

4.3  

ବି. ନିରୁପମା

Action Classics

କରିଅଛି ବାରଓଷା

କରିଅଛି ବାରଓଷା

1 min
218



ମନେପଡ଼େ ଆଜି ସେଇଦିନ କଥା

ତୋଅରି କଅଁଳ ଛୁଆଁ ,

ଯେଉଁଦିନ ମୋର ଜଠରୁ ଜନମି

ଡାକଦେଲୁ ତୁହି କୁଆଁ ।


ସ୍ନେହ-ମମତାରେ ପୁଲକିତ ହେଲା

ମୋର ଏଇ ତନୁ-ମନ ,

ତୋ ମୁହଁକୁ ଚାହିଁ ସକଳ ଯାତନା

ଭୁଲିଗଲି ଆରେ ଧନ ।


ହୃଦୟରେ ତୋତେ ଜଡ଼ାଇ ଧରିକି

ପାନ କରେଇଲି ସୁଧା ,

ଆଶା ସଞ୍ଚରିଲା ବଡ଼ ହୋଇ ନିଶ୍ଚେ

ନାଶିବୁ ମୋଅରି ବାଧା ।


ଲାଳନ ପାଳନ କଲି ଶରଧାରେ

ଧୀରେଧୀରେ ହେଲୁ ବଡ଼ ,

ଅବାଟରେ ଗଲେ ଆକଟ କରିକି

ଦେଇଛି ବି ଗାଳି, ମାଡ଼ ।


ସବୁବେଳେ କିନ୍ତୁ ତୋ କୁଶଳ ଇଛି

କରିଅଛି ବାରଓଷା ,

ଭଲ ମଣିଷଟେ ହୋଇ ତୁ ଯେମିତି

ପୂରେଇବୁ ମୋର ଆଶା ।


ଗୁହାରି ମୋହର ଶୁଣିଛନ୍ତି ସାଇଁ

ହୋଇଛୁ ତୁ ବଡ଼ଲୋକ ,

ଦୁଃଖୀ ଲୋକଙ୍କର ସାହାରା ହୋଇକି

ଦୂର କରୁଅଛୁ ଦୁଃଖ ।


ମୋଅରି ରକତେ ଗଢ଼ା ତୋ ଶରୀର

ମୁଁ ପରା ଅଟେ ତୋ ମାଆ ,

ଧନରେ ଯେଉଁଠି ରହିଥିଲେ ବି ତୁ

ସର୍ବ କୁଶଳରେ ଥାଆ ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Action