ପବିତ୍ର ବନ୍ଧନ
ପବିତ୍ର ବନ୍ଧନ
ଭାଇ ଭଉଣୀର ପବିତ୍ର ବନ୍ଧନ
ସ୍ନେହ ଶରଧାରେ ବନ୍ଧା..।
ସ୍ନେହ ପ୍ରେମ ଯଦି ନାହିଁ ପରିବାରେ
ଜୀବନ ଫାଶିର ଫନ୍ଦା..॥
ଭଉଣୀ ମନରେ ଟିକେ ଦୁଃଖ ହେଲେ
ଭାଇ ଛାତି ତଳେ କୋହ..।
ଭାଇ ମୁହଁ ଟିକେ ଶୁଖି ଗଲେ ପରା
ଭଉଣୀ ଆଖରେ ଲୁହ..॥
ଭଉଣୀ ପାଦରେ କଣ୍ଟା ଫୁଟିଗଲେ
ଭାଇକୁ ହୁଅଇ କଷ୍ଟ..।
ଭାଇର ଆଖିରେ ଲୁହ ଦେଖିଦେଲେ
ଥରେ ଭଉଣୀର ଓଠ..॥
ରାଗ ରୁଷା କରି କିଛି ଲାଭ ନାହିଁ
ସ୍ନେହ ପ୍ରେମ ତ୍ୟାଗ ସ୍ଵର୍ଗ..।
ଦେହ ସିନା ଦୁଇ ଜୀବନ ଗୋଟିଏ
ସେ ହିଁ ସର୍ବ ଶ୍ରେଷ୍ଠ ମାର୍ଗ..॥
◆ କେ.ନିର୍ମଳ
◆ ଭଦ୍ରକ, ବାସୁଦେବପୁର (ଜଗନ୍ନାଥି)