Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ବିଜୟ ମନ୍ତ୍ର

ବିଜୟ ମନ୍ତ୍ର

1 min
6.9K



ଦେଖି ନେ ନେତ୍ରୁ ଲୁଚିଛି ଶତ୍ରୁ

ନିଶ୍ଚୟ ଯୁଦ୍ଧ କରିବ ଲୁବ୍ଧ

ଡରିବୁନି ଭାଇ ଡରିବୁନି

ପଛକୁ କଦାପି ଫେରିବୁନି ।

ନ କରି ସନ୍ଧି ଆଣିବୁ ବାନ୍ଧି

ନ ହାରି ଧୈର୍ଯ୍ୟ କରିବୁ କାର୍ଯ୍ୟ

ଫେରିବୁନି ଖାଲି ଫେରିବୁନି

ଯାହା ହେଉ ହାର ମାନିବୁନି ।

ଭାଇର ରକ୍ତ କରିଛି ସିକ୍ତ

ଜନନୀ ବକ୍ଷ ସାଧିବୁ ଲକ୍ଷ୍ୟ

ମାନିବୁନି ଆଉ ମାନିବୁନି

ପ୍ରତିଶୋଧ ବିନା ଶୁଣିବୁନି ।

ମୋ ଦେଶ ଯୋଦ୍ଧା ଆଜି ବି ସୁଦ୍ଧା

ହୋଇଛି ବନ୍ଧା ଭାଙ୍ଗିବୁ ଫନ୍ଦା

ଶୁଣିବୁନି କାନ୍ଦ ଶୁଣିବୁନି

ଛାତିର ଦମ୍ଭକୁ ହାରିବୁନି ।

ନେଇଛୁ ଦୀକ୍ଷା ଦେଶର ରକ୍ଷା

ଚଳାଇ ଯନ୍ତ୍ର ବିଜୟ ମନ୍ତ୍ର

ହାରିବୁନି କେବେ ହାରିବୁନି

ପ୍ରେମର ଆୟୁଷ କଳିବୁନି ।

ତୁ କାଳସର୍ପ ଦେଖାଇ ଦର୍ପ

ମାରିବୁ ଦଂଶି ନ ଯିବୁ ସଂଶି

କଳିବୁନି କ୍ଷମା କଳିବୁନି

ଶତ୍ରୁ ପ୍ରତି ଦୟା କରିବୁନି ।

ବରିଲେ ମୃତ୍ୟୁ ଅମରେ ମର୍ତ୍ତ୍ୟୁ

ଯିବୁ ତୁ ସ୍ବର୍ଗେ ମୁକ୍ତିର ମାର୍ଗେ

କରିବୁନି ଭୟ କରିବୁନି

ହାତରୁ ତ୍ରିରଙ୍ଗା ଛାଡିବୁନି ।


ପ୍ରସନ୍ନ କୁମାର ମାଦଳା



Rate this content
Log in

Similar oriya poem from Inspirational