ଏକ ନିଆରା ଦୁନିଆ.
ଏକ ନିଆରା ଦୁନିଆ.
ଫୁଲର ପାଖୁଡାର ରଂଗ ପରି
ଆକର୍ଷିତ କରି ମୋତେ
ନେଇଗଲ ଦୂରକୁ
ଅନେକ ଦୂରକୁ
ଏକ ନିଆରା ଦୁନିଆକୁ ।
ମୁଁ ଆଉ ତମେ, ତମେ ଆଉ ମୁଁ ।
ଓଠରେ ତୁମର ତପ୍ତରତା,
ମଧୁ ପରି ମିଠା ଭାଷା,
ବଢିଯାଏ ମୋ ବ୍ୟଗ୍ରତା,
ଏ ନିଆରା ଦୁନିଆର ନିଆରା
ସ୍ପର୍ଶକୁ କରିବାକୁ ଆପଣାର,
ହୋଇଉଠେ ମୁଁ ଚପଳତା ।
ମନ କରେ ପକ୍ଷୀଟିଏ ପରି ଉଡିବାକୁ
ବସା ବାନ୍ଧି ରହିବାକୁ ଏଠି ।
କ୍ଷଣିକର ବର୍ଷା ଆଉ ଘଡଘଡି ଶଦ୍ଦ
ଭଂଗ କଲା ମୋ ଭାବନାକୁ,
ଫେରିଆସିଲି ପୁଣି ଏ ବ୍ୟସ୍ତ ବହୁଳ ଜୀବନକୁ ।
ସ୍ୱପ୍ନ ସହ ଭାଂଗିଗଲା ସେ ନିଆରା ଦୁନିଆ,
ଭାବେ ପୁଣି ତାକୁ କେବେ ଫେରି ପାଇବାକୁ ।