Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

itikshya mishra

Inspirational Fantasy

2.5  

itikshya mishra

Inspirational Fantasy

ପ୍ରକୃତି

ପ୍ରକୃତି

1 min
7.3K


ପ୍ରଜାପତିର ସୁନ୍ଦରତା,

ପକ୍ଷୀର ସେ ମିଠା ସ୍ୱର,

ଫୁଲର ଆକର୍ଷିତ ରଂଗ,

ନା ଦିଏ କାହାକୁ କିଛି ଲାଭ

ନା ଦିଏ କାହାକୁ ପ୍ରତିଷ୍ଠାତା,

ତଥାପି ତାକୁ ଦେଖି

ସଭିଏଁ ହୁଅନ୍ତି ଖୁସି

ଏ ତ ପ୍ରକୃତିର ମଧୁରତା ।

ସମୁଦ୍ରର ଲହରୀ,

ନଦୀର କୁଳୁକୁଳୁ ଶଦ୍ଦ,

ଗଛର ଶୀଥିଳତା ଭରା ପବନ,

ନା ଦିଏ କାହାକୁ ଧନ

ନା ଦିଏ ସମାଜରେ ପ୍ରାଧାନ୍ୟ,

ତଥାପି ସେ ଜିଣି ନିଏ ମନ

ଏ ତ ପ୍ରକୃତିର ବିଚିତ୍ର ବର୍ଣ୍ଣ ।

ଇଚ୍ଛା ହୁଏ ତୋଳିବାକୁ ସେ ମଧୁରତାକୁ ଟିକେ,

ପାଇବାକୁ ସେ ବିଚିତ୍ର ବର୍ଣ୍ଣକୁ,

ହେଲେ ଜିଣିପାରେ ନାହିଁ ସେ ସବୁକୁ ।

କାହିଁକି କେଜାଣି କରେ ତୁଳନା ନିଜକୁ,

ଏ ସବୁ ତ ପ୍ରକୃତିର ଦାନ ଆମକୁ ।


Rate this content
Log in

Similar oriya poem from Inspirational