Sunanda Mohanty

Action Inspirational Others

3  

Sunanda Mohanty

Action Inspirational Others

ଯୁବ ପ୍ରେରଣା

ଯୁବ ପ୍ରେରଣା

1 min
207



କର୍ତ୍ତବ୍ୟ କର୍ମ ବିମୁଖ ହେଲେଣି ଯୁବକ

କହିବାଟା ନୁହେଁ ନ୍ୟାୟ ସଙ୍ଗତ

ସେବା ପୁଣ୍ୟ ବଳେ ଯୁବକ ଗୋଷ୍ଠୀ

ବଞ୍ଚାଇ ଆନ ଜୀବନ ଦିଅନ୍ତି ରକ୍ତ

ବାହାନଗା କଥା ଜ୍ଜ୍ୱଳନ୍ତ ଉଦାହାରଣ ଅଟେ

କର୍ତ୍ତବ୍ୟ, ସେବାରେ ଯୁବକ ଆଦୃତ

ସେବା ସହଯୋଗ ମହା ଦାନ ପୁଣ୍ୟ କଥା

ଯୁବକ ଗୋଷ୍ଠୀ ହୁଅନ୍ତି ଅନାଥ ଆଶ୍ରିତ

ବିପଦ ଆପଦେ ଯିଏ ପାଖେ ପାଖେ ଥାଏ

ସେବା କର୍ତ୍ତବ୍ୟରେ ଗୌରବାନ୍ୱିତ

ମଣିଷ ରୂପରେ ମଣିଷପଣିଆ ଭାବର ନାବରେ

ମଣିଷ ଭିତରେ ସେ ସ୍ବର୍ଗଦୂତ 

ମାଆ ପରି ସେବା ଯିଏ ଯୋଗାଏ ତାଙ୍କୁ କହେ

ମନ ହୃଦୟରେ ଧନୀ ନିଶ୍ଚିନ୍ତ

ଧନ ନୁହେଁ ବଡ଼ ବୁଝି ଯେ ଯାଇଛି ମନ

 ତାର ଭାରି ସ୍ୱଚ୍ଛ ପବିତ୍ର

ଦେହରୁ ନିଗାଡି ରକ୍ତ ଦେଇପାରେ ସେ ମଣିଷ

ସେବା ଧର୍ମ ତାର କର୍ତ୍ତବ୍ୟରତ

ସ୍ୱାର୍ଥପର ନୋହି କାମ କରିଯାଇ ଅନାହୁତ

ସେ ମଣିଷ ରୂପରେ ସ୍ୱୟଂ ଜଗତନାଥ

ରଖେ ହରି ତ ମାରି ପାରେ କିଏ କଥା ବହୁତ

ହରି ହର ହୋଇ ସେବାକାରୀ ଅଟେ ଉତ୍ସର୍ଗୀକୃତ

ସେବା ପରି ଧର୍ମ କର୍ତ୍ତବ୍ୟ କର୍ମ ମଣିଷପଣିଆ

ବଡ଼ ଆଉ କଣ ଅଛି ଏହି ଜଗତ

ନିଷ୍ଠା ପ୍ରଚେଷ୍ଠା ଶାନ୍ତି ସଦଭାବନା ପ୍ରତିଷ୍ଠା

ସେବା ଧର୍ମ ଅଟେ ସର୍ବବୃହତ ।


Rate this content
Log in

Similar oriya story from Action