ଯୋଉ ଗଛ ଡ଼ାଳ ସେଇ ଗଛରେ
ଯୋଉ ଗଛ ଡ଼ାଳ ସେଇ ଗଛରେ
ଅବିନାଶ ପାଠ ଶାଠ ପଢି ସରକାରୀ ଚାକିରୀ କରିଥିଲେ ବୋଲି ଅନୁରାଧାଙ୍କ ପରି ପତ୍ନୀ ପାଇଥିଲେ ସତ ହେଲେ ଏଯାଏଁ ଏକାଠି ଦୁହେଁ ମିଶି ମନ୍ଦିର ଯାଇନଥିଲେ କେବେ. ଏବେ ଏତେ ଦିନ ପରେ ପୁଅ ପାଖକୁ ଆମେରିକାର ବୋଷ୍ଟର୍ଣ୍ଣ ସହରରେ ନାତି ଜନ୍ମ ପାଖରୁ ଛଅ ମାସ ହେଲା ରହିଗଲେଣି ଯେ କି ମାୟା ମୋହ କେଜାଣି ଫେରିବାକୁ ଇଛା ହେଉନଥିଲା ଗାଁକୁ. ଶାଶୁ ସବୁବେଳେ କୁହନ୍ତି କରଜଠାରୁ ସୁଧର ମୋହ ବେଶୀ. ସେତେବେଳେ ସେ କଥାର ଅର୍ଥ ବୁଝିନଥିବା ଅନୁରାଧା ନାତିକୁ କୋଳକୁ ନେଇ ସେକଥା ଠିକ ଠିକ ବୁଝିପାରୁଛନ୍ତି. ପିଲାଟା ଏବେ ତାଙ୍କ କୋଳରୁ ବାପା ମାଆ ପାଖକୁ ଯିବାକୁ ମଧ୍ୟ ଅମଙ୍ଗ ହୁଏ ତ ଏଣିକି କେମିତି ରହିବ କେଜାଣି ଡେ କେୟାରରେ ଛୁଆଟା . ଛାଡିକି ଯିବାକୁ ତ ଜମା ଇଛା ନାହିଁ ହେଲେ ଦୁହେଁ ଟୁରିଷ୍ଟ ଭିସାରେ ଆସିଥିବାରୁ ଏ ଦେଶରେ କେବଳ ଛଅମାସ ରହଣୀ ଦୁହିଁଙ୍କର.ଟ୍ରଲି ବ୍ୟାଗ ସଜାଡୁ ସଜାଡୁ ହାତ ପଡିଲା ଆଡିଡାସର ଧଳା ରଙ୍ଗର ଜୋତା ଦୁଇଟି ଉପରେ ଅନୁରାଧାଙ୍କର. କାଲି ମଲରୁ ବାପାଙ୍କୁ କିଣେଇ ଦେଇଛି ପୁଅ. ତାଙ୍କୁ ଯେତେ ପଚାରିଲେ ସେ କିଛି ନେବେ ନାହିଁ କହିଲା ବେଳେ ଅବିନାଶ ଚାହିଁ ରହିଥିଲେ ସେହି ଜୋତା ହଳକୁ. ଆଜିକାଲି ନୁହେଁ ବରଂ ବାହା ହୋଇ ଆସିବା ପରଠୁ ଲକ୍ଷ କରନ୍ତି ଅନୁ ଯେ ସ୍ୱାମୀ କ୍ରିକେଟ ଖେଳ ଦେଖିଲା ବେଳେ ଖେଳାଳୀଙ୍କ ଛକା ଚଉକା ମାରିବାରେ ଯେତିକି ପାଟି କରି ଉତ୍ସାହ ଦେଖାନ୍ତି ତା ଠାରୁ ବେଶୀ ସେମାନଙ୍କ ଜୋତା ଓ ବୁଟ ଦେଖୁଥାନ୍ତି. ଶଶୁରଙ୍କ ବୈଠକଖାନାରେ କେବେ ସିନା ଗାନ୍ଧୀ,ଗୋପବନ୍ଧୁ, ଜବାହାରଲାଲ ନେହେରୁ, ସୁବାସ ବୋଷ ଇତ୍ୟାଦିଙ୍କ ଫଟୋ ଲାଗିଥିଲା ଅବିନାଶ ଯୁବକ ହେଲାପରେ ଲାଗିଛି ବିଭିର୍ନ୍ନ ଖେଳାଳୀମାନଙ୍କର ଫୁଲ ଫୋଟୋ ଯେମିତିକି ଜୋତା ଉପରେ ନଜର ପଡୁଥିବ. ଏମିତିକି ଜଣେ ଜଣେ ଖେଳାଳୀଙ୍କ ମୁହଁ ଦିଶୁନଥିଲା କିନ୍ତୁ ଦିଶୁଥିଲା ତାଙ୍କ ଜୋତା. ପିଲାମାନେ ଏସବୁ ଜାଣି ହସନ୍ତି କହନ୍ତି ତୁ କଣ କହୁଛୁ ବାପା ମଫୁ ବୋଲି ବାପାତ ଖୁବ ସୌକିନିଆ. ଏକଥା ଶୁଣି ଅନୁରାଧାଙ୍କ ଛାତି ଫୁଲିଉଠେ କିନ୍ତୁ ଏଯାଏଁ ସେମିତି ଗୋଟେ ଆଖିଦୃଶିଆ ଜୋତା ପିନ୍ଧିବା ଭାଗ୍ୟ ଜୁଟିନି ଅବିନାଶଙ୍କ ଭାଗ୍ୟରେ. କାଲିଠୁ ଜୋତାଟାକୁ ପିନ୍ଧିବେ ପିନ୍ଧିବେ ବୋଲି ବହୁତ ଇଛା କଲେଣି ହେଲେ ଅନୁରାଧା ସେକଥା କରେଇଦେଇନାହାଁନ୍ତି ବୋହୂଟା କଣ ଭାବିବ କହି ।
ଏତିକି ବେଳକୁ ଅବିନାଶଙ୍କର ଚା ପିଇବାକୁ ଇଛା ହେଲା ତ ଅନୁରାଧା ବିରକ୍ତ ହେଲେ ବି ଆଜି ଏ ବଡ଼ ସହରର ଅୟସୀ ରାତିରେ ସ୍ୱାମୀଙ୍କୁ ଚା ଟୋପେ ନଦେଇ ସେ କରିଆସିଥିବା ଅନେକ ଭୁଲଭାଲ ସହିତ ଆଉ ଗୋଟେ ଭୁଲ କରିବସିବେ ବୋଲି ଭାବି କିଚିନ ଅଭିମୁଖେ ଯାଉ ଯାଉ ପୁଅ ବୋହୁଙ୍କ ବେଡ଼ରୁମରୁ ବୋହୁର ଉଚ୍ଚସ୍ୱର ଶୁଣି ଅଟକିଗଲେ. ବୋହୂ କହୁଥିଲା କଣ ଦରକାର ଥିଲା ବାପାଙ୍କ ପାଇଁ ସେ ଜୋତା କିଣିବା.?ଓଡିଶାର ସେ ଆଖ୍ୟାତ ପଲ୍ଲୀ ଗାଁରେ ଏ ବୟସରେ ବାପା କଣ ଆଉ ସେ ଜୋତା ପିନ୍ଧିବେ? ମାଆ ପରା କହନ୍ତି ସେ ଭାରି କୋଚ୍ଚଟ ମଣିଷ. ଦେହରେ ସାବୁନ ଲଗାଇବା ଦୂରେ ଥାଉ ଲାର୍ଟିନରୁ ଫେରି ପାଉଁଶ ମାରନ୍ତି ହାତରେ. ସେଇଥିପାଇଁ ପରା ଅନେକଥର କଳି ହୁଏ ବାପା ମାଆଙ୍କ ଭିତରେ. ଚୁପ କର ଆନି. ଚୁପ ହେବା କଥା କହୁନି ଯେ ଘୁଷୁରୀକୁ ପାଚିଲା କଦଳୀ କଥା କହୁଛି. ଚା କରିବା ଛାଡି ଅନୁ ଫେରିଥିଲେ. ତାଙ୍କ ଆଖିର ଲୁହ ଦେଖି ଜୋତା ମାପୁ ମାପୁ ନିଜ ପାଦକୁ ଆଇନା ଭିତରେ ଦେଖୁଥିବା ସ୍ୱାମୀ କହୁଥିଲେ କାନ୍ଦ ତ ନିଶ୍ଚୟ ମାଡିବ,ନାତିକୁ ଛାଡି ଯିବା କଣ ସହଜ କଥା!ହଉ ଚା ଆଣିଲନି ମୋ ପାଇଁ. କ୍ଷୀର ସରିଯାଇଛି କହି ବ୍ୟାଗ ସଜାଡୁଥିଲେ ଅନୁ. ସକାଳ ସାତରେ ଫ୍ଲାଇଟ ଯେ.
ଏୟାରପୋର୍ଟରେ ବୋର୍ଡିଙ୍ଗ ପାସ ପାଇଁ ଲାଇନ ଲାଗିଛି. ଅନୁରାଧାଙ୍କ ଟ୍ରଲି ବ୍ୟାଗ ଓଜନ କରି କାଉଣ୍ଟରରେ ଥିବା ମହିଳା ଜଣେଇଲେ ଓଜନ ମାତ୍ରାଠାରୁ ଚାରିପାଉଣ୍ଡ ଅଧିକା ଅଛି. କିଛି ଜିନିଷ କାଢ଼ିବାକୁ ପଡିବ. ପୁଅ ମୁହଁକୁ ଚାହିଁଲେ ମାଆ ଅନୁରାଧା ଆଉ ବାପାଙ୍କ ପାଇଁ ପୁଅ କିଣିଥିବା ସେଇ ବୁଟ ଦୁଇଟିର ପ୍ୟାକେଟଟିକୁ କାଢି ଅନୁ ଆଗେଇ ଗଲାବେଳେ ସ୍ୱାମୀ ଅବିନାଶ ପାଦରୁ ଚପଲ ହଳକ କାଢି, ସେଇ ବୁଟ ହଳକ ପିନ୍ଧି ଆଗେଇଚାଲିଥିଲେ ସଗର୍ବରେ ଆଗକୁ ଆଗକୁ.କିନ୍ତୁ ଗାଁରେ ପହଁଚିଲା ପରେ ଦିନକେଇଟା ଯାଇନି ବାଟ କାଟିଲେ ଉପରକୁ ଅବିନାଶ ଅନୁରାଧାଙ୍କ ଛାତି ଜଳୁଥିଲା ଯନ୍ତ୍ରଣାରେ ସେଦିନ ରାତିରେ ଚା ଟିକେ କରି ଆମେରିକାରେ ଦେଇପାରିନଥିଲେ ବୋଲି ସ୍ୱାମୀଙ୍କୁ. ବାର ପତ୍ର ସାରି ପୁଅ ବୋହୂ ଫେରିବାକୁ ଜିନିଷପତ୍ର ପ୍ୟାକ କଲାବେଳେ ସେଇ ବୁଟ ହଳକ ନେଇଯିବାକୁ କହିଥିଲେ ପୁଅକୁ ମାଆ ଅନୁରାଧା ତ ବୋହୂ ଚୁପ କରି କହୁଥିଲା ମଲା ଲୋକଙ୍କ ଜିନିଷ ବ୍ୟବହାର କରାଯାଏନା. କିଛି ମାସ ଯାଇଛି କି ନାହିଁ ଅସୁସ୍ଥ ହୋଇପଡିଲେ ଅନୁରାଧା ଯିଏ ଯେତେ କହିଲେବି ପୁଅକୁ ଖବର ଦେଇନଥିଲେ ଅନୁ. ଶଶୁର ଶାଶୁଙ୍କ ଅମଳରୁ ତାଙ୍କ ବିଲରେ କାମ କରିଆସୁଥିବା ରଘୁକାକାଙ୍କୁ କହିଥିଲେ ମୋର ସମସ୍ତ ଜିନିଷ ମୁଁ ବଞ୍ଚିଥାଉ ଥାଉ ଦାନ କରିବାକୁ ଚାହେଁ ରଘୁକାକା. ତା ପରଦିନ ପୁଅ ବୋହୂ ପହଁଚିଲା ଆଗରୁ ଦରିଦ୍ରନାରାୟଣ ମହିଳାମାନଙ୍କୁ ନିଜର ସମସ୍ତ ଶାଢ଼ୀ ଦେଇଦେବା ସହ ଗହଣା ବାକ୍ସଟିକୁ ରଘୁକାକାଙ୍କ ହାତକୁ ବଢ଼େଇ ଦେଉ ଦେଉ କହିଥିଲେ ଏହା ତୁମ ନାତୁଣୀ ପାଇଁ ରଘୁକାକା. ମାଆ ସବୁ ଶାଢ଼ୀ ଗହଣାରେ ବୋହୂମାଙ୍କର ଭାରି ସଉକ ଏମିତି ଦାନ କରିଦେଲ ଯେ. ତୁମେ ବ୍ୟସ୍ତ ହୁଅନାହିଁ କାକା ମୁଁ ଚାଲିଯିବାପରେ ଏସବୁ ସେ ବ୍ୟବହାର କରିବନି ନିଶ୍ଚୟ. ଅନୁ ଚାଲିଯିବାର କେଇ ଦିନ ପରେ ପୁଅ ବୋହୂ ପହଂଚିଲା ବେଳକୁ ରଘୁକାକା ଓ ତାଙ୍କ ପୁଅ ସବୁ କାମ ବଢ଼େଇ ସାରିଥିଲେ ଅନୁରାଧାଙ୍କର. ଆମେରିକା ଫେରିଯିବା ବେଳେ ସ୍ତ୍ରୀ କଥା ନଶୁଣି ଏଥର ସେହି ବୁଟ ହଳକ ନେବାକୁ ଭୁଲିନଥିଲା ଅନୁରାଧାଙ୍କ ପୁଅ ଦିବ୍ୟ ଆଉ ବାଟରୁ ଅଫିସ କାମରେ କାଶ୍ମୀର ଦେଇ ଯିବା ବେଳେ ବାଟରେ ଭେଟିଥିବା ଭିକ୍ଷୁକ ପଣ୍ଡିତଙ୍କୁ ଖାଲି ପାଦରେ ଦେଖି ସେହି ଜୋତା ଦୁଇଟିକୁ ପିନ୍ଧେଇ ଦେଇ ଡାକୁଥିଲା କ୍ଷମା କରିବେ ବାପା. କାରଣ ସେଇ ଚେହେରା ଅନେକାଂଶରେ ଅବିନାଶଙ୍କ ସହ ମିଶିଯାଇଥିଲା. ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଭିକ୍ଷୁକ କାଶ୍ମୀର ପଣ୍ଡିତ ତୁମେ କିଏ ବତ୍ସ? ମୁଁ ଦିବ୍ୟ ଆଜ୍ଞା ଆପଣଙ୍କ ଚେହେରା ମୋ ବାପାଙ୍କ ଚେହେରା ସହିତ ମିଶିଯାଉଥିବାରୁ ଆପଣଙ୍କୁ ବାପା ଡାକିଲି. ବାପାଙ୍କ ପାଇଁ କିଣିଥିବା ବୁଟ ହଳକ ବାପା ମନଭରି ପିନ୍ଧିବା ପୂର୍ବରୁ ସେ ସ୍ବର୍ଗବାସୀ ହୋଇଗଲେ ତେଣୁ ଆପଣଙ୍କୁ ଦେଇ ବାପା ସମ୍ବୋଧନ କରିଛି ମାତ୍ର, କ୍ଷମା କରିଦେବେ. କ୍ଷମା କରିବା ବଦଳରେ କୃତ୍ୟ କୃତ୍ୟ ହେଲେ ଭିକ୍ଷୁକ ବ୍ରାହ୍ମଣ କାଶ୍ମୀର ପଣ୍ଡିତ ଆଉ କହିଲେ ତୁମେ କିଏ ପୁତ୍ର? ମୋ ଭଳି ତୁମ ବପାଙ୍କ ଚେହେରାରେ ସାମଞ୍ଜସ୍ୟ ରହିଛି କହୁଛ ମାନେ ତୁମେ କଣ ମୋ ଭାଇ ଅବିନାଶର ପୁଅ? ଚମକି ପଡିଲେ ଦିବ୍ୟ କହିଲେ ହଁ ଆଜ୍ଞା ମୁଁ ଅବିନାଶଙ୍କ ପୁଅ. କିନ୍ତୁ ଆମ ଘର ତ ଓଡ଼ିଶାରେ. ଆପଣ ଏଠି କେମିତି? ପୁଣି ଓଡ଼ିଆ କହି ବୁଝି ପାରୁଛନ୍ତି.ହଁ ପୁଅ ସେ ଗୋଟେ ଦୀର୍ଘ କାହାଣୀ ।
ପଣ୍ଡିତ କହିଚାଲିଥିଲେ.ଆମେ ଦୁଇ ଯାଅଁଳା ଭାଇ ଅବିନାଶ ଓ ଅନିମେଷ . ଅବିନାଶ ଓ ମୁଁ ଯାଆଁଳା ହେଲେ ଅବିନାଶ ଦୁଇ ମିନିଟ ବ୍ୟବଧାନରେ ଜନ୍ମ ହୋଇ ମୋଠୁ ସିନା ସାନ ଥିଲା କିନ୍ତୁ ପାଠ ଶାଠ ସବୁଥିରେ ଆଗୁଆ ଥିଲା. ସ୍କୁଲରେ ତାକୁ ସମସ୍ତେ ଭଲ ପାଉଥିଲା ବେଳେ ମତେ ସମସ୍ତେ ତୁ ଅବିନାଶର ଭାଇ ହୋଇ କେମିତି ଏଡ଼େ ମୂର୍ଖ ପାଲଟିଲୁ ବୋଲି ବିସ୍ମୟ ପ୍ରକାଶ କରୁଥିଲେ ତ ମୁଁ ଅବିନାଶ ଉପରେ ସ୍ନେହ ପରିବର୍ତ୍ତେ କ୍ରୋଧ ପ୍ରକାଶ କରୁଥିଲି ମନ ଭିତରେ ତ ଏଣିକି ତା ବହି ଖାତା ଲୁଚେଇବା ଓ ଚିରିବା ଯାଏଁ କଥା ଯାଇ ଧରା଼ ପଡି ମାଡ଼ ଖାଇଥିଲି. ମାଡ଼ ଖାଇ ସୁଧୁରିଯିବା ପରିବର୍ତ୍ତେ ବେଶୀ ଦୁଷ୍ଟ ହୋଇଯାଇଥିଲି ତ ଦିନେ ମନ୍ଦିର ଆଗରେ ବସି ଭିକ୍ଷାବୃତ୍ତି କରୁଥିବା ମାଆ ଝିଅଙ୍କ ଟଙ୍କାଥଳି ଚୋରାଇ ନେଲି. ପରିସ୍ଥିତିରେ ପଡି ମାଆଟି ଭିକାରୁଣୀ ସାଜିଥିଲେ ମଧ୍ୟ ତାର ଜ୍ଞାନ ଓ ବୁଦ୍ଧି ବଳରେ ସେ ମତେ ଥାନା,ଫାଣ୍ଡି ଓକିଲ ଦେଖାଇଦେଇଥିଲା . ମୁଁ କିନ୍ତୁ ଚୋରି କରିନାହିଁ ମୋ ଭାଇ ଅବିନାଶ ଚୋରି କରିଛି କହି ଖସିଯିବାକୁ ବସିଲା ବେଳେ ସେହି ଭିକାରୁଣୀର ଝିଅ ସାକ୍ଷୀ ଦେଇଥିଲା ଓ କହିଥିଲା ସେ ନିଜେ ଦେଖିଛି ଅନିମେଷ ହିଁ ଚୋରି କରିଛି ଅବିନାଶ ନୁହେଁ କାରଣ ଅନିମେଷ ମୁଁହରେ ନାକ ପାଖେ ଛୋଟ କଳାଜାଇ ତାକୁ ଅବିନାଶ ଚେହେରାଠୁ ପୃଥକ କରେ. ତା ପରେ କଣ ହେଲା ବାପା ପଚାରୁଥାଏ ଦିବ୍ୟ ତ ଅନିମେଷ କହିଥିଲେ ଖସିଗଲା ପାଦ ସବୁବେଳେ ତଳକୁ ତଳକୁ ପୁଅ.ତା ପରଦିନକୁ କୋର୍ଟ ଫଇସଲା ଶୁଣେଇବା ପୂର୍ବରୁ ଭିକାରୁଣୀର ଅଠର ବର୍ଷ ବୟସର ଝିଅକୁ ଗୁଣ୍ଡା ବଦମାସଙ୍କ ସହାୟତାରେ ତାକୁ ନେଇ ସେଦିନ ମୁଁ ଏଇ କାଶ୍ମୀରକୁ ଚାଲିଆସିଥିଲି. ମୋ ସ୍ତ୍ରୀ ହେବା ପରେ ଆଶାର ମୃତ୍ୟୁ ହୁଏ ଆଉ ମୁଁ ଏବେ ନିରାଶା ଭିତରେ ଦିନ କାଟି ଭିକ୍ଷୁକ ସାଜିଲେ ବି ମୋ ଚେହେରା ମତେ ତୋ ଭଳି ପୁଅକୁ ଫେରେଇଦେଇଛି. କହ ପୁଅ ମୋ ଭାଇ କେମିତି ଅଛି? ବାପା ମାଆ ଦୁହେଁ ସେପୁରେ ବାପା.ତୁମେ ଆଉ ମନାକରନା ଆମ ସଙ୍ଗେ ଆମେରିକା ଚାଲ. ନା ପୁଅ ଫେରିବି ଯଦି କେବଳ ଗାଁକୁ. ଯୋଉ ମାଟିରେ ମୋ ବାପା, ମାଆ,ଭାଇ ତଥା ଭାଇବୋହୁ ଶୋଇଯାଇଛନ୍ତି ସେଇ ମାଟିରେ ଗଛ ଲଗାଇ ସେମାନଙ୍କୁ ପୁଣି ଜୀବନ୍ତ କରିବାର ସୁଯୋଗ ଦେବୁ ଯଦି ଯିବି. ସେତେବେଳକୁ ଦିବ୍ୟର ପୁଅ ଜେଜେଙ୍କ ହାତ ଧରି ଜେଜେମାଆ କୁଆଡେ ଗଲା ଜେଜେ ପଚାରୁଥିଲା ତ ଅଶ୍ରୁ ଧାର ଶ୍ରାଵଣ ବରଷା ପରି ଝରୁଥିଲା ମାଟି ଓଦା କରି ।
