STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଯୋଗର ମହତ୍ତ୍ବ

ଯୋଗର ମହତ୍ତ୍ବ

2 mins
228

ଯୋଗ ଆମେ ନିହାତି କରିବା ଆବଶ୍ୟକ।ପ୍ରାଚିନ କାଳ ରୁ ରୁଷି ମୁନି ମାନେ ଏହା କରି ଆସୁଛନ୍ତି।ଏହା ଆମ ଦେହ ମନ କୁ ସୁସ୍ଥ ରଖେ।ମହା ମୁନି ପତଞ୍ଜଳି ମଧ୍ୟ ଯୋଗ ବିଷୟ ରେ ଅନେକ କଥା କହି ଛନ୍ତି।ବର୍ତ୍ତମାନ ଆମ ଦେଶ ରେ ଯୋଗ ଗୁରୁ ବାବା ରାମ ଦେବ ଯୋଗ ବିଷୟ ରେ ଅନେକ ଶିକ୍ଷା ଦିଅନ୍ତି।ପ୍ରତି ବର୍ଷ ଜୁନ ୨୧ ରେ ଯୋଗ ଦିବସ ପାଳନ ହୋଇ ଥାଏ।ଆମେ ଯୋଗ କରିବା ନିହାତି ଦରକାର। ଥରେ ସୀତା ପୁର ଗାଁ ର ଘନ ଶ୍ୟାମ ବାବୁ ନାମକ ଜଣେ ଲୋକ ର ଦେହ ଖରାପ ହେଲା।ସେ ଗାଧୋଉ ଥିବା ବେଳେ ପଡି ଗଲେ।ଡାକ୍ତର କହିଲେ ତାଙ୍କୁ ପାରାଲିସିସ୍ ହୋଇଛି। ସେ ବହୁତ ଔଷଧ ଖାଇଲେ କିନ୍ତୁ ଭଲ ହେଲେ ନାହିଁ ।ବହୁତ କଷ୍ଟ ପାଇଲେ ଚଲା ବୁଲା କରି ପାରିଲେ ନାହିଁ।ପୁଣି ଡାକ୍ତର ଙ୍କ ପାଖକୁ ଗଲେ।ଡାକ୍ତର କହିଲେ ଖାଲି ଔଷଧ ଖାଇଲେ କିଛି ହେବ ନାହିଁ।ତୁମେ ପ୍ରତି ଦିନ ବ୍ୟାୟାମ କର ଚଲା ବୁଲା କର।ତୁମ ପୁଅ ଝିଅ ତୁମକୁ ବୁଲାଇବେ।ତୁମେ ବ୍ୟାୟମ କଲେ ହିଁ ସୁସ୍ଥ ହୋଇ ପାରିବ।ସେହି ଦିନ ଠାରୁ ସେ ବ୍ୟାୟମ କଲେ ,ତାଙ୍କ ପୁଅ ଝିଅ ଘନ ଶ୍ୟାମ ବାବୁ ଙ୍କ ହାତ ଧରି ତାଙ୍କୁ ଚଲାଇବା ଶିଖାଇଲେ।ସେ ଧୀରେ ଧୀରେ ସୁସ୍ଥ ହେଲେ।ଏହା ଦେଖି ଡାକ୍ତର ବହୁତ ଖୁସି ହେଲେ। ଥରେ ସୀତା ପୁର ଗାଁ ରେ ରାମ ଦେବ ବାବା ଙ୍କ ଯୋଗ ଶିବିର ହେଲା।ସାତ ଦିନ ଗାଁ ଲୋକ ଯୋଗ ଶିଖିଲେ।ଘନ ଶ୍ୟାମ ବାବୁ ରାମ ଦେବ ବାବା ଙ୍କ ଯୋଗ କୁ ଧୀରେ ଧୀରେ କଲେ ।ସବୁ ଦିନେ ଅନୁ ଲୋମ ବିଲୋମ୍,କପାଳ ଭାତୀ ,ଭ୍ରାମରି ଆଦି ଅନେକ ଯୋଗ ପ୍ରାଣାୟାମ୍ , ବିଭିନ୍ନ ମୁଦ୍ରା ଆଦି ଶିଖି ସୁସ୍ଥ ହୋଇ ଗଲେ। ସେ ପ୍ରତି ଦିନ ଯୋଗ କରି ନିରୋଗ ରହିଲେ। ଆମେ ଏହି କାହାଣୀ ରୁ ଶିଖିବା ଯୋଗ କଲେ ଆମେ ସୁସ୍ଥ ହେବା ନିରୋଗ ରହିବା।ତେଣୁ ଆସନ୍ତୁ ପ୍ରତି ଦିନ ସମସ୍ତେ କିଛି ସମୟ ଯୋଗ କରିବା।

  "ଆସ ଆମେ ସର୍ବେ ଯୋଗ କରିବା

  ଯୋଗ କରିବା ସୁସ୍ଥ ଶରୀର ପାଇବା

ଯୋଗ କୁ ହେୟ କରିବା ନାହିଁ

  ସ୍ବାସ୍ଥ୍ଯ ଠୁ ବଡ଼ ସମ୍ପଦ ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational