ଯିଏ ଡରିଗଲା ସିଏ ମରିଗଲା
ଯିଏ ଡରିଗଲା ସିଏ ମରିଗଲା
ହାଲୋ କଣ ହେଲାକି ଝିଅ ଏତେ ରାତିରେ ପୁଣି ଫୋନ କରିଲୁ ? ଏଇ ଅଧଘଣ୍ଟା ପୂର୍ବରୁ ମୋ ସହ କଥା ହୋଇଥିଲୁ ପରା।
ନାଇ ମାମା ନିଦ ଲାଗୁନିତ ଟିକେ କଥାହେବା ପାଇଁ ଫୋନ କରିଦେଲି। ରାତି ଗୋଟେରେ କଥା ହେବା ସମୟ ! କଣ କହିବୁ କହ!
ନାଇ ମମି ଆଜି କାଇଁ ମତେ ନିଦ ଲାଗୁନି।
ଯଦି ନିଦ ଲାଗୁନି ବହି ଧରି ବସେ। ନିଦ ଲାଗିଯିବ।
ନାଇଁ ସେମିତି ନାଇଁ ଯେ। କଥା କଣ କି ତୁମେ ଜାଣିଛ ମୁଁ କେବେ ଡରିବା ପିଲାନୁହଁ ତଥାପି ଆଜି କାହିଁକି.....।
ମାନେ କ'ଣ କହିବାକୁ ତୁ ଯାଉଛୁ?
ତୋ ପାଖରେ ସେତିକି ଧୈର୍ଯ୍ୟ ଆଉ ଶକ୍ତିଅଛି ଜାଣେ। ତତେ ତ କାହାକୁ ଭୟନାହିଁ। ଆଜି କହୁଛୁ ଭୟ ଲାଗୁଛି ! କଣ ହୋଇଛି ଖୋଲିକି କହ?
ମାମା ମତେ ସେହି କଟା ମୁଣ୍ଡଟି ଦେଖାଯାଉଛି। ଆରେ ରୁନୁ କାହାର କଟା ମୁଣ୍ଡ !
ମାମା ପାଣି ଭିତରେ।
ଆରେ କୋ ପାଣି ଭିତରେ।
ତୋର କଣ ହୋଇଛି? ଏମିତି ଅଜବ କଥାମାନ କହୁଛୁ!
ନାଇ ମାମା ସେମିତି କିଛି ନୁହଁ ମୁଁ ଆଜି ସୁଇମିଙ୍ଗ ପୁଲରେ ଅଣ୍ଡର ଓ୍ବାଟରରେ ସୁଇମିଙ୍ଗ୍ କଲାବେଳେ ଗୋଟେ କଟା ମୁଣ୍ଡଟି ଦେଖିବାକୁ ମିଳିଲା।
ଏହା ଏକ ମନର ଭ୍ରମ କଟାମୁଣ୍ଡ କେଉଁଠୁ ଆସିବ କହିଲୁ। ତାହା ପୁଣି ସୁଇମିଙ୍ଗ୍ ପୁଲରେ ଆହୁରି କଲେଜ କ୍ୟାମ୍ପସ ଭିତରେ। ବାଜେ କଥା ସେ ସବୁ ମୁଣ୍ଡ ଭିତରୁ କାଡେ ଶାନ୍ତିରେ ଶୁଅ। କାଲି ସକାଳୁ ପୁଣି ତତେ କ୍ଲାସ କରିବାର ଅଛି ନା।
ହଁ ମାମା ମୁଁ କଣ ଡରିବା ପିଲାକି ହେଲେ ଶୁଣନ ମୋ କଥା ମୁଁ ପାଣି ଭିତରେ ପହଁରିବା ସମୟରେ ସେ କଟା ମୁଣ୍ଡକୁ ଦେଖି ତାଠୁ ଦୂରେଇ ଯେତେ ଆଗକୁ ଯାଉଥାଏ ସେ ମୋ ସାମନାକୁ ପୁଣି ଚାଲି ଆସିଯାଉଥାଏ। ସେ କଟାମୁଣ୍ଡ ତଳେ କି ରକ୍ତର ଦାଗ। ମାମା ମୁଁ ବହୁତ ଡରିଗଲି। ମନେମନେ ହନୁମାନ ଚାଳିସା ପାଠ କଲି। ଆଉ ପାଣିରେ ସୁଇମିଙ୍ଗ୍ ନ କରି ସିଧା ସୁଇମିଙ୍ଗ ପୁଲରୁ ଵାହାରକୁ ଚାଲିଆସିଲି। ଛାତିଭିତରଟା କାହିଁକି ଟିକେ ଧଡଧଡ ହୋଇଗଲା। ଗୋଡହାତ ଵି ଟିକେ ଥରି ଉଠିଲା। ତଥାପି ନିଜ ମନକୁ ନିଜେ ଦୃଢ କରିନେଲି।
ମୁଁ କେତେ ହରର ମୁଭି ଦେଖେ କେବେ ଡରିବା ପିଲାନୁହଁ।
ମୁଁ ଜାଣିନି କି ତତେ ତୁ ପରା ମୋ ଝିଅ। ତୋ ସାହାସ, ଧୈର୍ଯ୍ୟକେତେ ମତେ ସବୁ ଜଣା। ତୁ ମୋର ପରା ସାହାସୀ ଝିଅ। ସେ ଦିନ କୂଅକୁ ଡେଇଁ ମାମାଲିକୁ ପାଣି ଭିତରୁ ଉଦ୍ଧାର କରିଥିଲୁ ମୁଁ ତତେ ଜାଣିନି କି !
ଆଛା ପାଣି ଭିତରେ ଆଉ କିଏ କିଏ ସୁଇମିଙ୍ଗ୍ କରୁଥିଲେ କହିଲୁ?
ନିକିତା, ଶ୍ୟାମଳି, ପୂଜା ଆଉ ମୁଁ।
ଆଛା ସେମାନଙ୍କୁ କଣ ଦେଖାଗଲା କଟାମୁଣ୍ଡଟି !
ନାଇ ମାମା ମୁଁ ସେମାନଙ୍କୁ ଏ ବିଷୟରେ ପଚାରିନି।
ଠିକ୍ ଅଛି ଏ ସବୁ ମନ ଭିତରୁ ବାହାର କରି ଆଜି ଶୋଇପଡ। କାଲି ଏକଥା ତୋ ସାଙ୍ଗସାଥୀ ସହ ଆଲୋଚନା କରିବୁ। ଗୁଡ ନାଇଟ୍ ବେଟା।
ହେଲେ ମାମା !
କଣ ହେଲା କହ ?
ମାମା ମୁଁ କାଲିଠୁ ଆଉ ସୁଇମିଙ୍ଗ୍ କରିବାକୁ ଯିବିନି।
ହଉ କାଲିର କଥା କାଲି ଅଛି। ତତେ ଭଲ ଲାଗିଲେ ତୁ ଯିବୁ ସୁଇମିଙ୍ଗ୍ କରିବାକୁ ନ ହେଲେ ନାହିଁ। ହେଲା ଏଥର ଲାଇଟ୍ ଅଫ୍ କର। ଗୁଡ୍ ନାଇଟ୍ ସୁଇଟ୍ ଡ୍ରିମ୍।
ବାଏ ମମି....। ହେ ଭଗବାନ ମମି ସିନା ମତେ ମନରେ ଦମ୍ଭଦେଇ କହିଦେଲା କିନ୍ତୁ ଯାହା ଆଖିଆଗରେ ଦେଖିଛି କଣ ମନରୁ ଭୁଲିହେବ ! ତଥାପି ମୁଁ ଡରିବା ପିଲାନୁହଁ। ମମି କହିଲା ପରି ହନୁମାନ ଚାଳିସା ପାଠ କରି ଶୋଇପଡିବି।
ତକିଆକୁ ଭିଡି ଧରି ଶୋଇବାକୁ ଚେଷ୍ଟାକଲା ରୁନି ତଥାପି ଆଖିକୁ ନିଦ ଆସିଲା ନାହିଁ। ଖାଲି ଆଖି ସାମନାକୁ କଟାମୁଣ୍ଡଟି ଦେଖାଗଲା। ହଷ୍ଟେଲର ନିଜ ରୁମ୍ ଭିତରେ ନ ରହି ତା ସାଙ୍ଗ ନିକିତା ପାଖକୁ ଚାଲିଆସିଲା ଶୋଇବାକୁ। ନିକିତାକୁ ଧରି ଆଖି ବୁଜି ଶୋଇବାକୁ ଚେଷ୍ଟା କଲା। ଏମିତି ଖଟରେ ଗଡୁଗଡୁ ଆଖିକୁ ନିଦ ଆସିଗଲା କେତେବେଳେ ରୁନିକୁ। କେତେଶ୍ରୀର୍ଘ ସକାଳ ହୋଇଗଲା ଜାଣିପାରିଲା ନାହିଁ। ନିକିତା ନିଦରୁ ରୁନିକୁ ଉଠାଇବାରୁ ଧାଇଁ ଉଠିବସି ପଡିଲା ରୁନି। ସମୟ ଦେଖିଲା ଦିନ ଦଶଟା ବାଜିଲାଣି। କ୍ଲାସ ଟାଇମ୍ ହୋଇଗଲାଣି। ଧାଇଁ ମୁଁହ ଧୋଇ ବାହାରି ପଡିଲା କ୍ଲାସକୁ। ଭାବିଲା ଏ ବିଷୟରେ ନିକିତା ଏବଂ ଅନ୍ୟମାନଙ୍କ ସହ ପରେ ଆଲୋଚନା କରିବ।
ସନ୍ଧ୍ୟାରେ ରୁନୁ ନିକିତାକୁ କହିଲା ଆଜି ମତେ ସୁଇମିଙ୍ଗ୍ କରିବାକୁ ଇଛା ହେଉନି। ମୁଁ ଯିବିନି ତୁମେମାନେ ଯାଅ। ହେଲେ ତୁ ନ ଯିବାର କାରଣ କଣ ନିକିତା ପଚାରିଲା ରୁନିକୁ। ରୁନି କହିଲା ନାଇ ଯେ ଏମିତି !
କଣ ହେଇଛି ?
କାଲି ନିକିତା ଜାଣିଛୁ ମୁଁ ପାଣିରେ ସୁଇମିଙ୍ଗ୍ କଲାବେଳେ କଟାମୁଣ୍ଡଟି ଦେଖିଲି। ତୁ ତ ମୋ ସହ ସୁଇମିଙ୍ଗ୍ କରୁଥିଲୁ। ତୁ କଣ ଦେଖିବାକୁ ପାଇଲୁ ?
ନାଇ ତ ରୁନୁ ମୁଁ ସେମିତି କିଛି ଦେଖିନି। ଆସେ ଆଜି ଯିବା ତୋ କଥା ସତ ନା ନାହିଁ ଦେଖିବା।
ତାହାହେଲେ ମୁଁ ମିଛ କହୁଛି ? ଚାଲ ଏଥର ଯିବା ପାଣି ଭିତରକୁ।
ନିକିତା ଏବଂ ରୁନୁ ସୁଇମିଙ୍ଗ୍ ପୁଲର ପାଣି ଭିତରେ ଅଧଘଣ୍ଟା ଖଣ୍ଡେ ସୁଇମିଙ୍ଗ୍ କଲେ। କିନ୍ତୁ କୋ କଟାମୁଣ୍ଡ ନା ଫଟାମୁଣ୍ଡ କିଛି ଦେଖିବାକୁ ପାଇନଥିଲେ। ଦୁହେଁ ମନ ଖୁସିରେ ସୁଇମିଙ୍ଗ୍ କରି ହଷ୍ଟେଲ ରୁମ ଭିତରକୁ ପଢିବାକୁ ଗଲେ।
ରୁନୁ ତା ମାଆ ଆଗରେ ସବୁକଥା କହିଲା। ମମି ମୁଁ ଆଜି ପୁଣି ସୁଇମିଙ୍ଗ୍ କରିବାକୁ ଯାଇଥିଲି କୋ କଟାମୁଣ୍ଡ ଦେଖିଲିନି।
ରୁନୁର ମମି ଏ କଥା ଶୁଣି କହିଲେ ଦେଖିଲୁ ଏହା ନିଜ ମନର ଭ୍ରମ। ତୁ ପରା ମୋର ସାହାସୀ ପିଲା। ଦେଖିଲୁ ତୋ ପାଖରେ ସେତିକି ସାହାସ ଥିବା ଲାଗି ଆଜି ମଧ୍ୟ ସୁଇମିଙ୍ଗ୍ ପୁଲରେ ପହଁରିପାରିଲୁ। ସାବାସ୍ ବେଟା। ବେଟା ଆଉ ଗୋଟେ କଥା ତତେ ମୁଁ ସପ୍ରାଇଜ ଦେବି। ଆଡଭାନ୍ସ ହେପି ବାତ୍ ଡେ ଟୁ ୟୁ।
ଥେଙ୍କୟୁ ମମି। ତୁମେ ମନେପକେଇଦେଲ। ମୋର ଜନ୍ମଦିନ ଆସନ୍ତାକାଲି ମୋର ଜମାରୁ ମନେନଥିଲା। ହଉ ମନେପକେଇଦେଲ।
ରୁନୁ ତୋ ଜନ୍ମଦିନ ତତେ ମନେ ନାହିଁ। କିନ୍ତୁ ତୋ ସାଙ୍ଗସାଥୀଙ୍କର ନିଶ୍ଚୟ ମନେଥିବ। ଗତବର୍ଷ କହୁଥିଲୁ ମତେ, ସେମାନେ ସବୁ ପ୍ରକାର ଆୟୋଜନ କରିଥିଲେ ତୋ ଜନ୍ମଦିନ ଉପଲକ୍ଷେ। ଧୁମଧାମରେ ନାଚଗିତ କରି ଚକଲେଟ୍ ଖୁଆଖୁଇ ହୋଇ କେକ୍ କାଟିଥିଲୁ ପରା। ମନେପକା ଗତବର୍ଷ କଥା।
ହଁ ମାମା ମନେପଡିଲା। ଏ ବର୍ଷ ମଧ୍ୟ ମୋ ଜନ୍ମଦିନ ଉପଲକ୍ଷେ କିଛି ସର୍ପାଇଜ ରଖିଥିବେ। ମନେପକାଇଦେଲ ଥାଙ୍କ ୟୁ ମମି। ଆଇ, ଲଭ୍ ,ୟୁ।
ଆଇ,ଲଭ୍,ୟୁ ବେଟା। ଗଡ ବ୍ଲେସ ୟୁ। ମେନି ମେନି ହାପି ରିଟରନ୍ସ ଅଫ୍ ଦା ଡେ।
ହଉ ରହିଲି ମମି।
ଆରେ ପୂଜା ରହ ମତେ କଣ ଏମିତି ଟାଣିକି ନେଉଛୁ।
କଣ ଆମର ମନେ ନାହିଁ ବୋଲି ଭାବୁଛୁ କି ରୁନୁ ଆସନ୍ତା କାଲି ପରା ତୋର ଜନ୍ମଦିନ । କେତେଟା ବାଜିଲାଣି ଘଡିରେ ଦେଖିଲୁଣି । ରାତିବାର ମାନେ ତୋ ଜନ୍ମଦିନ ଆସିଗଲା। ହାପି ବାତ୍ ଡେ ଟୁ ୟୁ ସାଙ୍ଗ। ମେନି ମେନି ହାପି ରିଟରନ୍ସ ଅଫ୍ ଦା ଡେ।
ନିକିତା,ଶ୍ୟାମଳି ଆଉ ଅନ୍ୟମାନେ ସବୁ କାହାନ୍ତି। ତୁ ମୋର ଆଖି କାହିଁକି ବନ୍ଦ କରୁଛୁ ମତେ କେଉଁ ରୁମରେ ନେଇ ଛାଡୁଛୁ। ମତେ ଏକୁଟିଆ ରଖି କବାଟ ଦେଇ କାହିଁକି ଚାଲିଯାଉଛୁ। ହେ ଭଗବାନ କି ଅନ୍ଧାର କଠୋରି। ଇଏ କାହାର ରୁମ। ନିକିତା,ଶ୍ୟାମଳି, ମାଳବିକା, ମୌସୁମୀ ତୁମେ ସବୁ କୁଆଡେ ଗଲ।
ମୁଁ ଡରିବାର ପିଲା ନୁହଁ !!!
ଆ........ମମି.......ଭୂତ ଭୂତ....ଭୂତ....ଭୂତ !!!!!
ଜୟ ହନୁମାନ ଜ୍ଞାନ ଗୁନସାଗର........
ନିକିତା ,ଶ୍ୟାମଳୀ ତୁମେସବୁ କୁଆଡେ ଗଲ ।
ଅନ୍ଧାର କଠୋର ଭିତରେ କ'ଣ ହଟାତ୍ ଲାଇଟ୍ ଟା ଆପେ ଆପେ କେମିତି ଜଳିଉଠିଲା । ରୁମ ଭିତରେ ତ କେହି ନାହାନ୍ତି ଏଭଳି ସାଜସଜ୍ଜା ହୋଇଛି କାହା ପାଇଁ ? ଓଃ ମୋ ବାର୍ଥ ଡେ ସେଲିର୍ବେସନ ପାଇଁ ନୁହଁ ତ !
ସେ ରୁମର ଵାଥରୁମ ଭିତରୁ ବାହାରକୁ ଚାଲିଆସିଲେ ନିକିତା, ଶ୍ୟାମଳି ହାପି ବାର୍ଥ ଡେ କହି କହି। ସେମାନଙ୍କୁ ଦେଖି ଅବାକ୍ ହୋଇ ରହିଗଲା ରୁନୁ କିଛି ସମୟ। ମନେମନେ ଭାବିନେଲା ଏହା ସବୁ ଏମାନଙ୍କର କାରନାମା। ମୁଁ କେଵେ ଭୂତକୁ ଡରେ ନାହିଁ ତ ସେଥିପାଇଁ କାଳେ ଡରୁଛି ନା ନାହିଁ ଦେଖିବା ପାଇଁ ନିଜକୁ ଭୂତ ବେଶରେ ସଜ୍ଜିତ କରି ଡରାବନା କରାଉଥିଲେ। ଓଃ ତାହାହେଲେ ଏମାନେ ଗୋଟେ ଗୋଟେ ସେହି ଭୂତୁଣି।
ରୁନୁର ମୁଣ୍ଡକୁ ହଟାତ୍ ସେଦିନର ଘଟଣାଟି ଚାଲିଆସିଲା। ଶ୍ୟାମଳି, ନିକିତା ଭିତରୁ କେହି ଜଣେ ସେ କଟାମୁଣ୍ଡଟିକୁ ଲଗାଇ ମତେ ଏମିତି ଡରାଉଥିଲେ। କିନ୍ତୁ କେତେ ଡରାଇଲେ କଣ ହେବ ? ମୁଁ କଣ ଡରିବାର ପିଲା କି !
ଡର କେଉଁମାନଙ୍କୁ ଆସେ ସେମାନେ ବୋଧେ ଜାଣି ନାହାନ୍ତି ଯିଏ ମାନସିକ ସ୍ଥରରେ ଦୁର୍ବଳ ସେଭଳି ବ୍ୟକ୍ତିମାନଙ୍କୁ ଭୟ ଆସିଥାଏ। ଭୟ ବୋଲି ଦୁନିଆରେ କିଛି ନାହିଁ ନିଜ ଚିତ୍ତ ହିଁ ନିଜକୁ ଭୟ କରାଏ। କଥାରେ ଅଛି ପରା ଯିଏ ଡରିଗଲା ସିଏ ମରିଗଲା।

