ଓଡ଼ିଆ ଗଳ୍ପ ଓ କବିତା - ୩

Children

0.7  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଯେମିତି ପ୍ରଶ୍ନକୁ ସେମିତି ଉତ୍ତର

ଯେମିତି ପ୍ରଶ୍ନକୁ ସେମିତି ଉତ୍ତର

2 mins
7.9K


ଶ୍ରୀମତୀ ସୁଜାତା ସିହ୍ନା

ବାଦଶାହ ଆକବର ସବୁ ମନ୍ତ୍ରୀମାନଙ୍କ ମଧ୍ୟରୁ ବୀରବଲଙ୍କୁ ବହୁତ ଭଲ ପାଉଥିଲେ l ବୀରବଲଙ୍କ ବୁଦ୍ଧିର ଆଗରେ ବଡ଼ବୁଦ୍ଧିଆ ମାନେ ହାର ମାନି ଯାଉଥିଲେ l ସେଥି ଯୋଗୁଁ ତାଙ୍କ ଦରବାରରେ ଅନ୍ୟ ମନ୍ତ୍ରୀମାନେ ଈର୍ଷା କରୁଥିଲେ l ତେଣୁ ସେମାନେ ସବୁବେଳେ କେମିତି ବୀରବଲଙ୍କୁ ଅସୁବିଧାରେ ପକାଇବେ ଚିନ୍ତା କରୁଥିଲେ l

ଆକବରଙ୍କ ଦରବାରରେ ଖ୍ୱ।ଜା ସରା ନାମରେ ଜଣେ ମନ୍ତ୍ରୀଥିଲେ l ସେ ନିଜର ବିଦ୍ୟା ଓ ବୁଢୀ ଉପରେ ତାଙ୍କର ବହୁତ ଅଭିମାନ ଥିଲା l ଦିନେ ସେ ବୀରବଲଙ୍କୁ ମୂର୍ଖ ସାବ୍ୟସ୍ତ କରିବା ପାଇଁ ବହୁତ ଭାବିଚିନ୍ତି ତିନୋଟି ପ୍ରଶ୍ନ ମନେ ମନେ ଚିନ୍ତା କଲେ l ତା’ ପରେ ସେ ବାଦଶାହଙ୍କୁ ଯାଇ କହିଲେ-ଜାହାଁପନା ! ବୀରବଲ ନିଜକୁ ବଡ଼ ବୁଦ୍ଧିମାନ ବୋଲି ଭାବୁଛି l ମୁଁ ଭାବୁଛି ଆପଣ ଯଦି ମୋର ତିନୋଟି ପ୍ରଶ୍ନର ଉତ୍ତର ତାକୁ ପଚାରନ୍ତେ ତେବେ ଆପଣ ଜାଣି ପାରନ୍ତେ ସେ କେତେ ବୁଦ୍ଧଆ l

ବାଦଶାହ ବୀରବଲଙ୍କୁ ଡାକି ପଚାରିଲେ – ଖ୍ୱ।ଜା ସରା ତୁମକୁ ତିନୋଟି ପ୍ରଶ୍ନ ପଚାରିବାକୁ ଚାହୁଁଛନ୍ତି l ତୁମେ କ’ଣ ତାଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିବ l ଏହା ଶୁଣି ବୀରବଲ କହିଲେ ଜହାଁପନା l ପଚାରନ୍ତୁ l ମୁଁ ଖୁସିରେ ଉତ୍ତର ଦେବି l ତା’ପରେ ଖ୍ୱାଜା ସରା ନିଜର ତିନୋଟି ପ୍ରଶ୍ନ ଏକ କାଗଜରେ ଲେଖି ଆକବରଙ୍କୁ ଦେଲେ l ଆକବର ଖ୍ୱାଜାଙ୍କର ପ୍ରଥମ ପ୍ରଶ୍ନ ପଚାରିଲେ – ସଂସାରର କେନ୍ଦ୍ର ବିନ୍ଦୁ କେଉଁଠି l

ଆକବର ଏଥର ଦ୍ଵିତୀୟ ପ୍ରଶ୍ନ ପଚାରିଲେ – ଆକାଶରେ କେତୋଟି ତାରା ଅଛନ୍ତି ? ବୀରବଲ ଏକ ମେଣ୍ଢା ମଗାଇ କହିଲେ ଏହି ମେଣ୍ଢାର ଶରୀରରେ ଯେତୋଟି ଲୋମ ଅଛି ଆକାଶରେ ସେତିକିଟି ତାରା ଅଛନ୍ତି l ଯଦି ଖ୍ୱାଜା ସରାଙ୍କୁ ବିଶ୍ଵାସ ନ ହେଉଛି ତେବେ ସେ ଲୋମସବୁକୁ ଗଣିକରି ତାରାମାନଙ୍କର ସଂଖ୍ୟା କଳନା କରି ପାରନ୍ତି l

ତା’ପରେ ଆକବର ତୃତୀୟ ପ୍ରଶ୍ନ ପଚାରିଲେ –ସଂସାରର ଜନସଂଖ୍ୟା କେତେ ? ବୀରବଲ କହିଲେ ଜହାଁପନା ! ଏ ସଂସାରର ଜନସଂଖ୍ୟା ପ୍ରତି କ୍ଷଣରେ ବଢୁଛି ଏବଂ କମୁଛି l କାରଣ ସବୁବେଳେ ଲୋକମାନଙ୍କର ମରିବା ଓ ଜନ୍ମ ହେବା ଲାଗି ରହିଛି l ତେଣୁ ଯଦି ସବୁ ଲୋକଙ୍କୁ ଏହି ସ୍ଥାନରେ ଏକାଠି କରାଯାଏ ତେବେ ମୁଁ ଗଣିକରି ଠିକ୍ ଠିକ୍ କହିଦେବି l

ବାଦଶାହ ବିରବଲଙ୍କ ଉତ୍ତରରେ ତ ସନ୍ତୁଷ୍ଟ ହୋଇଗଲେ କିନ୍ତୁ ଖ୍ୱାଜା ସରା ମୁହଁ ମୋଡ଼ି କରି କହିଲେ – ଏପରି ଗୋଳମାଳିଆ ଉତ୍ତରରେ କାମ ଚାଲିବ ନାହିଁ l ବୀରବଲ କହିଲେ –ତୁମେ ଯେମିତି ପ୍ରଶ୍ନ ପଚାରିଲ ମୁଁ ସେମିତି ଉତ୍ତର ଦେଲି l ତୁମେ ପ୍ରଥମେ ମୋର ଉତ୍ତରକୁ ଭୁଲ ବୋଲି ସାବ୍ୟସ୍ତ କରିଦିଅ l ତା ’ ପରେ ଆଗକୁ କହିବି l ଏହାସୁଣୀ ଖ୍ୱାଜାସରା ଆଉ କିଛି ନ କହି ସେଠାରୁ ଚାଲିଗଲେ l


Rate this content
Log in

Similar oriya story from Children