ଯବନିକା ପାତ
ଯବନିକା ପାତ


ସଦାଶିବ ପଣ୍ଡା
ବାପା ଇହଧାମ ଛାଡ଼ିଲାବେଳକୁ ଅନିମେଷକୁ ଏକୋଇଶ ବର୍ଷ । ବାପାଙ୍କ ବ୍ୟବସାୟରେ ସେ ନିଜକୁ ସାମିଲ କଲେ । ମାଲ୍ ଆଣିବା ପାଇଁ ମଝିରେ ମଝିରେ କଲିକତାର ମଙ୍ଗଳା ହାଟକୁ ଯିବାକୁ ପଡୁଥିଲା । ସେଠାରେ ତାଙ୍କର ସୁନ୍ଦରୀ ଅପର୍ଣ୍ଣା ସହ ସାକ୍ଷାତ ହୁଏ । ପରବର୍ତ୍ତୀ କାଳରେ ସେ ଅପର୍ଣ୍ଣାଙ୍କୁ ପ୍ରେମ ବିବାହ କଲେ ।
ପାଞ୍ଚ, ସାତ ବର୍ଷ ପରେ ଅପର୍ଣ୍ଣା ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଲେ । ଖୁସିରେ ତା'ର ନାମ ସ୍ୱପ୍ନା ରଖାଗଲା । ସ୍ୱପ୍ନାର ଆବିର୍ଭାବ ପରିବାରରେ ସୁଖ, ଶାନ୍ତି ଭରିଦେଲା । ସେ ଚନ୍ଦ୍ରକଳା ପରି ବଢ଼ିବାରେ ଲାଗିଲା । ଅଳ୍ପ କିଛିଦିନ ପରେ ଅନିମେଷର ମାଆ ମଧ୍ୟ ଆଖି ବୁଜିଲେ । ବର୍ତ୍ତମାନ ପରିବାରରେ ସର୍ବମୋଟ ସଦସ୍ୟ ତିନିଜଣ । କେଉଁଥିରେ ଅଭାବ ନାହିଁ । ଅପର୍ଣ୍ଣା ମନେ ମନେ ଭାବୁଥିଲେ ସ୍ୱପ୍ନାକୁ ବହୁତ ପାଠ ପଢ଼ାଇବେ ବୋଲି ।
ସ୍ୱପ୍ନା ସ୍କୁଲ ସାର୍ଟିଫିକେଟ୍ ଆଇ.ଏ., ବି.ଏ. (ଇଂରାଜୀ ସମ୍ମାନ) ଏବଂ ଏମ୍.ଏ. (ଇଂରାଜୀ) ପରୀକ୍ଷା କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଆନ୍ଧ୍ରପ୍ରଦେଶର ଉସ୍ମାନିଆଁ ବିଶ୍ୱବିଦ୍ୟାଳୟରେ ଇଂରାଜୀ ଅଧ୍ୟାପିକା ଭାବେ ନିଯୁକ୍ତ ହେଲେ ।
ସେତେବେଳକୁ ସ୍ୱପ୍ନାକୁ ଛବିଶ ବର୍ଷ । ତା'ର ଶରୀର ଗୋଟିଏ ଚାଉଳରେ ଗଢ଼ା । ଦେହର ବର୍ଣ୍ଣ ସୁନା ପରି ହଳଦିଆ । ପାଖପଡିଶ଼। ସ୍ତ୍ରୀ ଲୋକମାନେ କହନ୍ତି, ସ୍ୱପ୍ନା ଗର୍ଭରେ ରହଲି।ବେଳେ ତାହାର ମାଆ ସୁନା ପାଣି ପିଉଥିଲେ ।
ସ୍ୱପ୍ନାକୁ ବାହା ହେବାପାଇଁ ବାପାମାଆଙ୍କ ଚିନ୍ତା ବଢିବଢ଼ି ଚାଲଥି।ଏ । କେତୋଟି ପ୍ରସ୍ତ୍ର।ବ ଆସି କାଟ୍ ଖାଇଯାଇଛି । ଶେଷରେ ପ୍ରକାଶ ଚନ୍ଦ୍ର ସାମନ୍ତରାୟଙ୍କ ପ୍ରସ୍ତ୍ର।ବ ଆସିଲ। । ସେ ପିତ।ମାତାଙ୍କର ଏକମାତ୍ର ସନ୍ତାନ । ସେ ଏମ୍॰ ବି॰ ଏ॰ କରି ରେୟାର୍ ଆର୍ଥ ଏବଂ ୟୁରାନୟିମ୍ ଭଳି ବିରଳ ଧାତୁମ।ନଙ୍କର ବିଜିନେସ୍ ଏକଜିକ୍ୟୁଟିଭ୍ ଭାବରେ ବର୍ତ୍ତମାନ ବାଙ୍ଗାଲୋର୍ ରେ ଅବସ୍ଥାପିତ ଥିଲେ । ସେ ଧନଶାଳୀ ଏବଂ ଦେଖିବାକୁ ସୁନ୍ଦର । ସ୍ୱପ୍ନା ଏବଂ ପ୍ରକାଶଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇ ବିବାହ ସ୍ଥିର କରାଗଲା ଏବଂ ନର୍ଦ୍ଦିଷ୍ଟ ତାରିଖରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେଲେ ।
କିଛିଦିନ ଉତ୍ତାରେ ସ୍ୱପ୍ନାକୁ ନିଯୁକ୍ତି ଛାଡ଼ି ସ୍ୱାମୀଙ୍କ ସହ ବାଙ୍ଗାଲୋର୍ ରେ ରହିଲେ । ସେଠାର ବିରାଟ ବଙ୍ଗଳା, ଲନ୍, ଗାଡି, ଟେଲିଫୋନ୍, ବିଶ୍ରାମାଗାର, ଚାକରବାକରଙ୍କ ସହ ପରିଚିତ ହେବାକୁ ସ୍ୱପ୍ନାକୁ ଅଧିକ ସମୟ ଲାଗିଲାନି ।
ସ୍ୱାମୀ ପ୍ରକାଶ ବାଙ୍ଗାଲୋର୍ ରେ ଅବସ୍ଥାପିତ ହେଲେ ହେଁ ତାଙ୍କୁ ଭାରତର ବଡ଼ ବଡ଼ ସହର ଏବଂ କେତେକ ବିଦେଶୀ ରାଷ୍ଟ୍ରକୁ ମଧ୍ୟ ବରାବର ଗସ୍ତ କରୁଥିଲେ । ସମୟେ ସମୟେ ଗସ୍ତରୁ ଫେରିଲା ପରେ ପାର୍ଟିର ଆୟୋଜନ ହୁଏ । ଏହି ପାର୍ଟିରେ କେତେକ ଉଚ୍ଚପଦସ୍ଥ ସହକର୍ମୀ । ସହରର ବଡ଼ ବଡ଼ ବ୍ୟବସାୟୀ ଏବଂ ପଦସ୍ଥ ସରକାରୀ କର୍ମଚାରୀ ମଧ୍ୟ ଯୋଗ ଦେଉଥିଲେ । ପାର୍ଟିର ଖାନାପିନା, ଗାନା, ମଉଜ ମଜଲିସରେ କାରନାମା ସ୍ୱପ୍ନା ହିଁ ବୁଝାଶୁଝା କରୁଥିଲେ । ତେଣୁ ପାର୍ଟିରେ ସମସ୍ତଙ୍କର ଚ
କ୍ଷୁ ସ୍ୱପ୍ନାର ସୌନ୍ଦର୍ଯ୍ୟ ଉପରେ କେନ୍ଦ୍ରୀଭୂତ ହେଉଥିଲା । ଏଥିରେ ତାଙ୍କର ସ୍ୱାମୀ ପ୍ରକାଶ ବେଶ୍ ଆନନ୍ଦ ଏବଂ ଗର୍ବ ଅନୁଭବ କରୁଥିଲେ ।
ବାଙ୍ଗାଲୋରର୍ ବିଶିଷ୍ଟ ହୀରା ବ୍ୟବସାୟୀ ଥିଲେ ୱାଇ.ଏସ. ରାଓପଟ୍ଟନାୟକ । ପାର୍ଟିରୁ ଆରମ୍ଭ କରି ପ୍ରକ।ଶଙ୍କ ପରିବ।ରରେ ତାଙ୍କର ଆତ୍ମୀୟତା ବଢିବ଼।କୁ ଲାଗିଲା । ଥରେ ସେ ପ୍ରସ୍ତ୍ର।ବ ଦେଲେ ଯେ ସ୍ୱପ୍ନାଙ୍କ ଜନ୍ମଦିନରେ ପାର୍ଟି ଆୟୋଜନ ପାଇଁ । ଏଥିରେ ତାଙ୍କୁ ଯଦି ସୁଯୋଗ ଦିଅ।ଯାଏ ଏହି ପାର୍ଟି ହିଁ ସ୍ୱପ୍ନାଙ୍କ ପାଇଁ ସେ ଆୟୋଜନ କରିବେ । ସମ୍ପକର୍ର ଡୋରି ପ୍ରକାଶଙ୍କୁ ବାଧା ଦେଇପାରି ନ ଥିଲ। । ସ୍ୱପ୍ନାଙ୍କ ଜନ୍ମଦିନି ପାର୍ଟିରେ ବହୁ ଉପହାର ମିଳିଲ। । ରାଓ ପଟ୍ଟନାୟକ ହୀରାହାର ଥିଲା ସ୍ୱପ୍ନାଙ୍କ ପାଇଁ ଶ୍ରେଷ୍ଠ ଉପହାର । ହୀରାହାର ସ୍ୱପ୍ନାଙ୍କ ବେକରେ ଚମତ୍କାର ଦେଖାଯାଉଥିଲା ।
ରାଓ ପଟ୍ଟନାୟକ ବର୍ତ୍ତମାନ ପ୍ରକାଶଙ୍କ ଗୋଟାପଣେ ପରିବାରର ବନ୍ଧୁ ପାଲଟି ଯାଇଛନ୍ତି । ପରିବାରରେ ତାଙ୍କର ଅବାଧ ମିଳାମିଶା । ସ୍ୱାମୀଙ୍କ ବିଦେଶ ଗସ୍ତ ସମୟରେ ସ୍ୱପ୍ନା ଏବଂ ରାଓ ପଟ୍ଟନାୟକଙ୍କ ବିମାନ ବନ୍ଦରରେ ବିଦାୟ ସମ୍ବର୍ଦ୍ଧନା । ପ୍ରକାଶଙ୍କ ଅନୁପସ୍ଥିତିରେ ପୂର୍ଣ୍ଣ ସୁଯୋଗ ନେଲେ ରାଓ ପଟ୍ଟନାୟକ ।
ସାନ୍ଧ୍ୟଭ୍ରମଣରେ ଯିବା ପାଇଁ ସେ ସ୍ୱପ୍ନାଙ୍କୁ ନିମନ୍ତ୍ରଣ ଜଣାଇଲେ । ଭ୍ରମଣ ପରେ ପଞ୍ଚ ତାରକା ହୋଟେଲରେ ଡିନର ବ୍ୟବସ୍ଥା । ମୃଦୁ ପାନୀୟରୁ ଆରମ୍ଭ କରି ମଦ୍ୟପାନରେ ଉଭୟ ଆତ୍ମହରା ହୋଇପଡ଼ିଲେ । ଡିନର ପରେ ଉଭୟେ ପ୍ରକାଶଙ୍କ ବଙ୍ଗଳାକୁ ଡେରି ରାତ୍ରିରେ ଫେରିଲେ । ସ୍ୱପ୍ନା ଡେରି ରାତ୍ରିରେ ଘରକୁ ନ ଫେରିବାକୁ ରାଓ ପଟ୍ଟନାୟକଙ୍କୁ ଅନୁରୋଧ ଜଣାଇଲେ । ଶେଷରେ ତାଙ୍କର ବଙ୍ଗଳାରେ ଉଭୟେ ସଖୁ ରାତ୍ରି ଯାପନ କଲେ । ସେହିଦିନଠାରୁ ତାଙ୍କ ମଧ୍ୟରେ ସମ୍ପର୍କ ଘନୀଭୂତ ହେବାରେ ଲାଗିଲା ।
ସ୍ୱାମୀ ପ୍ରକାଶଙ୍କ ସହ ବୈବାହିକ ସମ୍ପର୍କରେ ଭଟ୍ଟା ପଡ଼ିବ।ରେ ଲାଗିଲ। । ଉଭୟଙ୍କ ସମ୍ପର୍କରେ ଆଶାନୁରୂପକ ତିକ୍ତ ହେଲା । ସ୍ୱପ୍ନା ରୋକ୍ଠୋକ୍ କହିଦେଲା ସେମାନେ ଆଉ ଗୋଟିଏ ଛାତ ତଳେ ରହିବା ସମ୍ଭବ ନୁହେଁ । ଶେଷରେ ପବିତ୍ର ବିବାହ ବନ୍ଧନ ଛିନ୍ନ ହେଲା ।
ସ୍ୱପ୍ନା ହୀରା ବ୍ୟବସାୟୀ ରାଓ ପଟ୍ଟନାୟକଙ୍କ ଦ୍ୱିତୀୟ ପତ୍ନୀ ହେବାରେ ଗର୍ବ ଅନୁଭବ କଲେ । ସୁଖର ସମୟ ସବୁଦିନେ ରହେ ନାହିଁ । ମଝିରେ ମଝିରେ ପ୍ରଥମ ଓ ଦ୍ୱିତୀୟ ପତ୍ନୀଙ୍କ ମଧ୍ୟରେ କଳିଝଗଡ଼ା ଚାଲେ । ରାଓ ପଟ୍ଟନାୟକ ନିଜକୁ ଦୁଇ ପତ୍ନୀଙ୍କ କଳିତକରାଳଠାରୁ ଦୂରେଇ ରଖନ୍ତି । ସେ ଅନେକ ସମୟରେ ଶାନ୍ତି ପାଇଁ ମଦର ସାହାରା ନେଉଥିଲେ । ସ୍ୱପ୍ନାଙ୍କ ଜିଦ୍ ଆଗରେ ରାଓ ପଟ୍ଟନାୟକ ମୁଣ୍ଡ ନୁଆଁଇଲେ ନାହିଁ । ମଦ ନିଶାରେ ସ୍ୱପ୍ନାକୁ ସେ କେତେଥର ମାରଧର କଲେ । ପରିସ୍ଥିତି ଭିନ୍ନ ରୂପ ଧାରଣ କଲା । ସ୍ୱପ୍ନା ନିଜକୁ ଅସହାୟ ଏବଂ ଏକୁଟିଆ ମନେ କଲେ । ଅସଲି ସ୍ୱାମୀଙ୍କୁ ଛାଡ଼ି ଅ।ସିଥିବାରୁ ଅନୁତ।ପ କରିବାକୁ ଲାଗିଲେ । ସେହି ଅନୁତାପ ଅନଳରେ ଦଗ୍ଧୀଭୂତ ହୋଇ ସ୍ୱପ୍ନା ବିଷ ପିଇ ଆତ୍ମହତ୍ୟା କଲେ । ଶେଷରେ ଗୋଟିଏ ଉଦ୍ଭଟ ଜୀବନର ଯବନିକା ପାତ ହେଲା ।