STORYMIRROR

Sunanda Mohanty

Tragedy Inspirational

2  

Sunanda Mohanty

Tragedy Inspirational

ଉଷା

ଉଷା

1 min
264

ସେଦିନ ଉଷାକୁ ଶାଶୁଘରୁ ନେଇଆସି କେତେ ବଡ ଭୁଲ କରିଥିଲେ ବୋଲି ଭାବୁଥିବା ମାଆ, ବାପାଙ୍କ ରୋଗ ଶଯ୍ୟାରେ ବାପାଙ୍କର ଯାବତୀୟ ସେବା ଶୁଶ୍ରୁଷା ଓ ବନ୍ଧୁବାନ୍ଧବଙ୍କ ଦେଖାଶୁଣା ତଥା ମାଆଙ୍କ ଯାବତୀୟ ସୁଖ ଦୁଃଖରେ କିଏ ସାହାରା ହେଇଥାନ୍ତା, କରୋନା ଯୋଗୁଁ ପୁଅ ବୋହୁ ଆସିପାରିଲେନି, ଆସିଥିଲେ ବି କ୍ଵାରେନଣ୍ଟାଇନରେ ରହିଥାନ୍ତେ, ଆଉ ଝିଅ ଉଷା ଯାହା କରିପାରିଲା ବୋହୁ କେଵେ କରିନଥାନ୍ତା, ବାପାଙ୍କ ଝାଡା ସଫାଠୁ ବେଡ଼ ପକା ଇତ୍ୟାଦି ସବୁ ତ ସେଇ, ହେଲେ ବି ବାପା ଚାଲିଗଲେ, ଉଷା ହିଁ ମୁଖାଗ୍ନି ଦେଲା, ଉଷା ଯଦି ଶାଶୁ ଘରେ ଥାଆନ୍ତା ହୁଏତ ତାକୁ ଯୌତୁକ ଜୁଇରେ ବଳି ପଡ଼ିବାକୁ ହେଇଥାନ୍ତା, ଏଵେ ପୁଅ ନୁହେଁ ଝିଅ ଉଷା ହିଁ ମାଆଟିର ସାହା ଭରସା, ଅଙ୍ଗନ ବାଡ଼ି ଦିଦି ହୋଇ କରୋନା ଯୁଦ୍ଧର ଯୋଦ୍ଧା ଉଷା ଆଜି ନିଜ ମୁହଁରେ ହସ ଫୁଟାଇ ମାଆ ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପାଇଁ ସଂଗ୍ରାମ କରୁଛି, ମୋ ଝିଅ କହି ମାଆ ଆଉଁସି ଦେଉଥିଲେ ଉଷା ମୁଣ୍ଡକୁ ସଗର୍ଵରେ. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy