Sunanda Mohanty

Inspirational Others Children

2  

Sunanda Mohanty

Inspirational Others Children

ଉପକ୍ରମଣିକା

ଉପକ୍ରମଣିକା

1 min
77


ଆଜିକାଲି ଆଉ ଠିକ ସମୟରେ ଖରା, ବର୍ଷା ଶୀତ ବି ଅନୁଭୂତ ହେଉନି, ଲଘୁଚାପ ଜନିତ ବର୍ଷା ର ବି ଦେଖା ନାହିଁ ଏ ସନ, ତ ଗାଁ ଟିରେ ଭାଳେଣୀ ପଡିଯାଇଥିଲା, କିଏ କହୁଥିଲା ଯଜ୍ଞ କରାଯାଉ, କିଏ କହୁଥିଲା ରାମଚରିତ ମାନସ ପାରାୟଣ, ହେଲେ ଶୁକୃ ଜାନି ଠାକୁର ଙ୍କ ପାଖକୁ ଚିଠି ଲେଖିବାକୁ କହୁଥିଲା ତ ସମେସ୍ତେ ତାକୁ ବିଦ୍ରୁପ କରୁଥିଲେ ।


ଯୋଉଦିନ ପ୍ରକୃତରେ ଘଣ୍ଟ, ଘଣ୍ଟା, ମୃଦଙ୍ଗ, ଢୋଲ ବାଜି, କି ଶିକ୍ଷିତ, ଅର୍ଦ୍ଧଶିକ୍ଷିତ, ପିଲା ଠୁ ବୁଢା ଯାଏଁ ଗାଁରେ ପୂଜା କରୁଥିଲେ, ସମେସ୍ତେ ଲୁଣା ନଈ ର ଶୁଖିଲା ପଠା ରେ ଏକତ୍ରିତ ହୋଇ ଚିନ୍ତା ମଗ୍ନ ଥାଇ ବସିଥିଲେ ତ, ଶୁକୃ ଜାନି ଛତା ଖୋଲି ବସିରହିଥିବାରୁ ଟୋକାଏ ଟାହି ଟାପରା କରୁଥିଲେ ।


କୋଉଠି ଥିଲା ଘଡ଼ଗଡି ଚଡ଼ଚଡ଼ିମାରି ବର୍ଷା ଆସିଗଲା, ତ କିଏ ଛତ୍ର ଭଙ୍ଗ ଦେଲାତ, କିଏ ଆନନ୍ଦ ରେ ନୃତ୍ୟ କଲା, କିଏ ଧନ୍ୟ ଇନ୍ଦ୍ର ଦେବତା କହି ନାଚୁଥିଲା, ତ ବୁଢା ଟି ଛତା ତଳେ ଆତ୍ମ ସନ୍ତୋଷ ରେ ବସିରହିଥିଲା ।


 ତା ଆରଦିନ ପିଲାମାନ ଙ୍କୁ ଇଂରାଜୀ ବିଷୟର ପ୍ରଥମ ପ୍ରୋଜ" ଏ ଲେଟର ଟୁ ଗଡ଼ ", ପଢ଼ାଇବାକୁ ଯାଇ ସାର ଯେବେ ଲେଞ୍ଚ କିଏ କହୁଥିଲେ, ସେ ଗାଁର ପିଲାମାନେ ସେହି ବୁଢା ବିଷୟରେ କହୁ ଥିଲେ ସାର ଙ୍କୁ ତ ସାର ବୁଝିଗଲେ ପିଲାଏ ଠିକ ବୁଝି ପାରିଛନ୍ତି ।


Rate this content
Log in

Similar oriya story from Inspirational