STORYMIRROR

Sita Nayak

Drama Inspirational Others

3  

Sita Nayak

Drama Inspirational Others

ଉପହାସ...

ଉପହାସ...

2 mins
45

ସେଦିନ ସ୍କୁଲରେ ଇଂରାଜୀ କ୍ଲାସ୍ ରେ ରଚନା ଉପରେ ଲେଖିବା ପାଇଁ ସାର୍ ସମସ୍ତଙ୍କୁ କହିଥିଲେ ।ଆଉ ବିଷୟ ଥିଲା ମାଇ ଏଇମ୍ (my aim)। ବେଶୀ ନୁହଁ ଦଶ ଧାଡ଼ି ହେଲେ ବି ଚଳିବ।କିଛି ଆଗ ଧାଡ଼ିର ପିଲା ଲେଖି ନେଇ ଦେଖେଇ ଆସିଥିଲେ ।ଆଉ ସେତିକି ଭିତରେ ସମୟଟା କେତେ ଜଲଦି ଚାଲିଗଲା । ମୁଁ ନା ଆଗ ଧାଡ଼ି ପିଲା ମଧ୍ୟରେ ଥିଲି ନା ପଛ ଧାଡ଼ି ପିଲା ଭିତରେ ଥିଲି। ମୁଁ ତୃତୀୟ ଧାଡ଼ିରେ ବସିଥିବା ପିଲାଟିଏ ।ବୋଧେ ମୋ ଲେଖା ହିଁ ସରିନଥିଲା।ଭାବୁଥିଲି କଣ ହୋଇପାରେ ମୋ ଜୀବନର ଲକ୍ଷ୍ୟ ।ଆଉ ମୁଁ ବଡ଼ ହେଲେ କଣ ହେବି । ଏମିତି ଭାବିବା ଭିତରେ ପିଲାଙ୍କର କୋଳାହଳ ଶୁଣା ଗଲାଣି। ସାର୍ ମଧ୍ୟ ବସିଛନ୍ତି ।ଆଉ ସମସ୍ତଙ୍କ ଖାତା ଦେଖୁଛନ୍ତି ।ଆଉ ବାରମ୍ବାର ଡଷ୍ଟର୍ ଟିକୁ ଟେବୁଲ୍ ଉପରେ ପିଟୁ ଥାଆନ୍ତି ।

ପିଲାମାନେ ଚୁପ୍ ରୁହନ୍ତି ଆଉ ପୁଣି ଗପ ଆରମ୍ଭ କରିଦିଅନ୍ତି।

ଆଉ ସାର୍ ପିଲାଙ୍କୁ ଚୁପ୍ କରିବା ଉଦ୍ଦେଶ୍ୟରେ ପଚାରିଲେ ଆଚ୍ଛା ପିଲେ କହିଲ ଦେଖି ତୁମ ମାନଙ୍କ ଲକ୍ଷ୍ୟ କଣ କଣ ସବୁ ? କିଏ କହିଲା ମୁଁ ଡକ୍ଟର ,କିଏ କହିଲା ମୁଁ ଇଞ୍ଜନିୟର ତ ଆଉ କିଏ କହିଲା ମୁଁ ପୋଲିସ୍ ହେବି । ଏମିତି ପରସ୍ପର ଭିତରେ କୁହା କୁହି ହେଉ ଥାଆନ୍ତି।ଆଉ ସାର୍ ଙ୍କୁ ମଧ୍ୟ କୁହନ୍ତି ସାର୍ ସେ କହୁଛି ସେ ବଡ଼ ହେଲେ ଏୟା ଏୟା ହେବ ।

ମୁଁ ମଧ୍ୟ କହୁ କହୁ କହିଦେଲି ମୁଁ ବଡ଼ ହେଲେ ଗୋଟେ କବି ଅବା ଲେଖକଟିଏ ହେବି।ଆଉ ମୋ କବିତା ଆଉ

ଗଳ୍ପ ସବୁ ବହିରେ ଛପା ହେବ।ଆଉ ସବୁ ପଢ଼ିବେ।ତାପରେ ଦେଖିବାକୁ ପାଇଥିଲି ସମସ୍ତଙ୍କ ମୁହଁରେ ସେହି ମୃଦୁ ହାସ୍ୟ।ସମସ୍ତଙ୍କ ନଜର ଟିକେ ଅଲଗା ପ୍ରକାର ଥିଲା। ସତେ ଯେମିତି ତାତ୍ସଲ୍ୟ ଭରା। ଆଉ ସେମାନେ ହସରେ ଉଡ଼େଇ ଦେଉଥିଲେ । ସାର୍ ଙ୍କୁ କହିଲେ ସାର୍ ଏ କହୁଛି କବି ହେବ, ହା ହା ଏଟା ବି ଗୋଟେ ଲକ୍ଷ୍ୟ। ସାର୍ ବି ଟିକେ ହସି ଦେଇ ଥିଲେ ସେଦିନ ।ଆଉ ଏଇ କଥା ମୋତେ ସେହି କିଛିଦିନ ଶୁଆଇ ଦେଇ ନଥିଲା ।ଭାବୁଥିଲି କାହିଁ କହୁଥିଲି କି ମୁଁ କଣ ହେବି।ଚୁପ୍ ରହିବା ଟା ଭଲ ହୁଅନ୍ତା ବୋଧେ ।ତାପରେ ସେଦିନର କଥା ହୁଏତ ସମସ୍ତେ ଭୁଲି ଯାଇଥିବେ, 

ହେଲେ ଆଜିବି ମୋ ପାଖେ ସାଇତା।

ଆଜି ମୁଁ କୋଉ ନାମୀ ଦାମୀ ଲେଖିକା ନୁହଁ କି କବି ନୁହଁ କିନ୍ତୁ ଲେଖିବାକୁ ଭଲ ପାଇଥିବା ମଣିଷଟିଏ।ହଁ ମୋ କବିତା କି ଗଳ୍ପ କୋଉଠି ଛପା ଯାଇନି। କିନ୍ତୁ ଏତିକି କହିପାରିବି ପଢୁଥିବା ବ୍ୟକ୍ତିର ମନକୁ ନିହାତି ଛୁଇଁ ଥାଏ।ସବୁ ଡାକ୍ତର ,ଇଞ୍ଜିନୟର ,ଆଉ ପୋଲିସ୍ କହୁଥିବା ପିଲା ଆଜି ସେହି ଜାଗାରେ ଅଛନ୍ତି କି ନାହିଁ ଜାଣିନି ।କିନ୍ତୁ ମୋ ପାଇଁ ସେଦିନର ଉପହାସ ଆଜି ମୋ ଲେଖିବାର କାରଣ ଟିଏ ।ଆଉ ମୁଁ ଗର୍ବିତ ମୋ ନିଜ ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama