ବାଘ ମୁହେଁ
ବାଘ ମୁହେଁ
ସେଦିନ ହୁଏ ତ ସେମିତି ଗୋଟେ ଦିନ ,ଆରେ ଆରେ.. ଦିନ ତ ନୁହଁ ରାତି ଥିଲା, ଆଉ ମୁଁ ସବୁଦିନ ଭଳି ସେଦିନ ମଧ୍ୟ ଡୁଟୀ ସାରି ଫେରୁଥିଲି । ଏକୁଟିଆ ଝିଅ ପିଲାଟେ ଯଦି ସେହି ରାସ୍ତାରେ କେହି କିଡ୍- ନାପ କରି ନେଇଯାଏ ତଥାପି ବି କେହି ଜାଣି ପାରିବେ ନାହିଁ।ସେତେବେଳେ ସମୟ ପ୍ରାୟ ୯:୩୦ ପାଖାପାଖି ।ଆଗରୁ ବହୁତ୍ ଥର ଶୁଣିବାକୁ ପାଇଛି କି ସେହି ରାସ୍ତାରେ ବହୁତ୍ ଚୋରୀ ଡକାୟତ ହୁଏ ହେଲେ କରିବି ବା କଣ ଯିବା ଆସିବା ରାସ୍ତା ତ ସେଇ ପାଖରେ ହିଁ ।ବହୁତ୍ ଥର ପେଟ୍ରୋଲିୟମ ପାଇଁ ଅଭିଯୋଗ ବି ପାଖ ଥାନାରେ କରାଯାଇଛି।ହେଲେ ,କଣ ହେବ? ସେହି ଅସୁବିଧା ଲାଗି ହିଁ ରହିଛି !
ଅବଶ୍ୟ ମୋ ଆଖିରେ କେବେ ବି ପଡ଼ି ନଥିଲା ଯାହା କେବଳ ଶୁଣିବାକୁ ପାଇଥିଲି ସେ ପୁଣି ବହୁତ୍ ଆଗରୁ।
ଡର କାହାକୁ ବା ନ ଲାଗେ ବାସ୍ ସାହସିକତା ପାଇଁ ଟିକେ ଘର ଆଡ଼କୁ କଲ୍ କରି ଗପି ଗପି ଆସେ।
ଆସୁଥିବା ବାଟରେ ପିଲାଟିର ବୟସ ତା ୧୮-୧୯ ହେବ , ଗୋଟେ କୁକୁର ଛୁଆକୁ ଧରି ବୁଲୁଥାଏ ।ଯାହା ହେଉ ତାକୁ ଦେଖି ଟିକେ ସାହସ ବଢିଲା ରାସ୍ତାରେ କେହି ତ ଜଣେ ଅଛି ।
ଆଉ ମୁଁ ଆସୁଥାଏ ଫୋନରେ ଗପି ଗପି ।
ହଠାତ୍ ଜଣେ ବାଇକ୍ ରେ ଆସିଲା ହେଲମେଟ ପିନ୍ଧା ଲୋକ ଜଣକ । ମୋ ପାଖାପାଖି ଆସିଲା ବେଳେ ସେ ତା'
ର ବାଇକ୍ ଟାକୁ ଧୀର କରି ସାରିଥିଲା ।।ଆଉ ମୁଁ ତାକୁ ଦେଖି ନ ଦେଖିଲା ଭଳି ଫୋନ୍ ରେ ଗପି ଚାଲିଥାଏ ।ଆଉ ସେ ଲୋକ ମଧ୍ୟ ପଛକୁ ଫେରି ଘୁରି ଘୁରି ଚାହିଁ ପଳେଇଲା । ପଛରେ ଥିଲା ସେହି ପିଲା ଜଣକ ଯିଏ କି କୁକୁର ଚାଳକ ।ଆଉ ମୁଁ ତା ପାଖାପାଖି ଆସି ସାରିଥିଲି। ଆଉ ରାସ୍ତା ବି ସରି ଆସିଲାଣି ।।
ଠିକ୍ ସେତିକି ବେଳେ ଜଣେ ବିଧବା ମହିଳା ମଧ୍ୟ ବୟସର ଦଉଡ଼ି ଦଉଡ଼ି ଆସି ସେହି ପୁଅଟିକୁ ପଚାରିଲେ ,ବାପରେ - ସେହି ବାଇକ୍ ବାଲା ଲୋକକୁ ଜାଣିଛୁ କି??
ଆଉ ସେ ପିଲାଟି ଉତ୍ତର ଦେଲା ନାହିଁ ମାଉସୀ ମୁ ଜାଣିନି। କିନ୍ତୁ କଣ ହେଲା ତମେ ଏତେ ଡରି ଯାଇଛ ଯେ !
ମାଉସୀ ଜଣକ କହିଲେ କଣ କହିବି ରେ ପୁଅ, ମୁଁ ଆସୁଥିଲି ହେଲେ ସେ ଲୋକଟି ମୋ ଦେହରେ ହାତ ମାରି ଚାଲିଗଲା। ଆଉ ମୁଁ ତା ପଛରେ ଆସୁ ଆସୁ ସେ ସ୍ପିଡ୍ ରେ ଚାଲିଗଲା । କଣ ଆଉ କରିବି??
ଆଉ ସେତେବେଳେ ମୁଁ ଭାବିଲି ଯେ ମୋ ପାଖେ ବାଇକ୍ କାହିଁକି ସ୍ଲୋ ହେଲା ।ହୁଏ ତ ସେଦିନ ମୋତେ ଭଗବାନ ହିଁ ବଞ୍ଚେଇ ଦେଲେ ଏହି ମଣିଷ ରୂପକ ବାଘମୁହଁରୁ..
ଏଠି ବାଘ କଥା ପଡ଼ିଥିଲା ନା ହଁ ମୁଁ ବି ସେହି ବାଘ କଥା ହିଁ କହୁଚି ହୁଏ ତ ସେ ପଶୁ ବାଘ ମଣିଷକୁ ଦେଖିଲେ ରକ୍ତାକ୍ତ କରିଦେବ ହେଲେ ଏହି ବାଘ ବି କିଛି କମ୍ ନୁହଁ ଏ ମଧ୍ୟ ମଣିଷ ରୂପି ବାଘ।ଯାହାକୁ ଚିହ୍ନିବା ବହୁତ୍ କଷ୍ଟ ।
ସେହି ବାଘ ହାବୁଡ଼ରେ ହୁଏ ତ ଜୀବନ ହାରି ଦେବୁ କିନ୍ତୁ ଏମିତି ବାଘକୁ କୋଉଠୁ ଯେ ପାଇବୁ ଯାହା ପାଖେ ସର୍ବସ୍ବ ହରାଇବୁ।ସେହି ବାଘ ତ ବିଲୁପ୍ତ ହେଇଚାଲିଛନ୍ତି ହେଲେ ମଣିଷ ବାଘ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି।
ବାଃ ବାଃ ରେ ମଣିଷ ମୁହାଁ ବାଘ !
ସତରେ ଚିହ୍ନିବା ଭାରି କଷ୍ଟ ନା ଏମିତି ମଣିଷ ମୁହାଁ ବାଘକୁ ସେମାନେ ଗର୍ଜନ ନୁହ କେବଳ ଶିକାରରେ ଧ୍ୟାନ ଦିଅନ୍ତି ଏମିତି ସମୟର ସୁଯୋଗ ଦେଖି ।
ଆଉ ହଁ ଏଇଟା ଆଜି କିମ୍ବା କାଲିର ଘଟଣା ନୁହ ପ୍ରତିଦିନ ଆଉ ପ୍ରତି ମୁହୂର୍ତ୍ତରେ କୋଉଠି ନା କୋଉଠି ଏମିତି ସବୁ ଘଟି ଚାଲେ ।ଆଉ ସମସ୍ତଙ୍କ ପାଟି ଚୁପ୍ ଥାଏ । ଏଇଟା ଆମ ସମାଜର ପ୍ରକୃତ ସତ।।
(ବିଷୟଟି ସତ ଘଟଣା ଉପରେ ଆଧାରିତ)
ଉପସ୍ଥାପନା:- ସୀତା ନାୟକ।।
