STORYMIRROR

Sudeshna Misra

Inspirational

3  

Sudeshna Misra

Inspirational

ଉମା

ଉମା

3 mins
321

ହଇହୋ ଶୁଣୁଛ , କୁଆଡେ ଗଲଯେ? ଆଜି କ'ଣ ଠାକୁରଘରେ ପୂଜା ପାଇଁ ଯୋଗାଡ଼ କରିବନି କି ? ବେଳ ଆସି କେତେ ହେଲାଣି, ଦେଖୁନ। ଅଜା ଡାକୁଥିଲେ ଆଈ ଙ୍କୁ।


ପାଛିଆରେ ନାନା ଜାତିକା ଫୁଲ , ଟଗର, ଅପରାଜିତା, ମନ୍ଦାର । ଆଉ ତା ସହିତ କିଛି ଦୁବ ଓ ବରକୋଳି ପତ୍ର ସଜଡ଼ା ହେଇ ରହିଥାଏ ସକାଳୁ ସକାଳୁ। ଠାକୁରବାସନ ମଜା ହେଇ ରହେ , ଆଉ ଚନ୍ଦନ ବି ଘୋରାହୁଏ। ଓଦା କନାଟିରେ ଠାକୁରଙ୍କ ଫଟ ସବୁ ପୋଛାଯାଏ। ଦୂର୍ଗାମାଆଙ୍କ ମୂର୍ତ୍ତିକୁ ଗାଧେଇଦେବା ପାଇଁ ଛୋଟ ପିତଳ ତସଲାରେ ପାଣି ରଖାଯାଏ। ଘଣ୍ଟି, ଭୋଗ ଥାଳି ତମ୍ବାପାତ୍ରି ଆଦି ଯୋଗାଡି ରଖିବା , ଏସବୁ କାମ ହେଉଛି ଆଈଙ୍କର। ସବୁଦିନ ସକାଳୁ ବଗିଚାକୁ ଯାଇ ଫୁଲ‌ଆଣିବା କାମଟି ଅଜାଙ୍କର। ଅଜା କିନ୍ତୁ ଅଳ୍ପ ଫୁଲ ଆଣନ୍ତି ବାକି ସବୁ ଫୁଲ ରଖି ଦିଅନ୍ତି ମହୁମାଛି ଓ ପ୍ରଜାପତି ମାନଙ୍କ ପାଇଁ।ସବୁଦିନ ପରମ ବିଶ୍ୱାସରେ ଫୁଲ ଚନ୍ଦନ ଆଦି ଲାଗି କରାଇବା ଅଜା ଜୈବ ବିବିଧତା ଉପରେ ମଧ୍ଯ ଧ୍ୟାନ ଦିଅନ୍ତି।

ଆଜି ସକାଳୁ କିଛି ଶୋର ଶବ୍ଦ ନ ଶୁଣି ଅଜା ପୁଣି ଡାକିଲେ ଉମା ଉମା । ଆଜି ଦୂର୍ଗାଷ୍ଟମୀ, ମା'ଙ୍କୁ ଖେଚେଡ଼ି ଭୋଗ ଲଗାହେବ, କେତେକାମ ଅଛି । କୁଆଡେ ଗଲେ ଯେ ଡାକି ଡାକି ଶୁଣୁନାହାନ୍ତି। ଅଜା ପୁଣି ଡାକିବାକୁ ଲାଗିଲେ । ଏଥର ୧୪ ରୁ ୧୫ ବର୍ଷର ଝିଅଟିଏ ଠାକୁର ଘରୁ ବାହାରି ଆସିଲା ଓ କହିଲା ଡାକୁଥିଲକି ଅଜା ? ଅଜା ଝିଅଟିକୁ ଦେଖି ଆଶ୍ଚର୍ଯ୍ୟ । ଘରେ ତ ଅଜା ଆଈ ଦି ପ୍ରାଣୀ। ପୁଣି ଏ ଝିଅଟି ଆସିଲା କେଉଁଠୁ । କିଛି ବୁଝିପାରିଲେନି ସେ। ଝିଅଟିର ରଙ୍ଗ ତମ୍ବା ପରି , ଉଜ୍ଜ୍ବଳ ମୁଖଶ୍ରୀ। କଳା ମିଚ୍ ମିଚ୍ କେଶ ଓ ଟଣା ଟଣା ଆଖି । ତୀକ୍ଷ୍ଣ ନାସା ଓ ନାଲି ଓଷ୍ଠ। ଅଜା ପଚାରିଲେ, ତୁମେ କିଏ ମା ? ଆମଘରକୁ କିପରି ଆସିଲ। ? ମୁଁ ତ ଉମାକୁ ଡାକୁଛି। ଝିଅଟି କହିଲା ହଁ ମୁଁ ଉମା। ଆମଘର ଏଇ ସାମ୍ନା ପାର୍ବତୀ ମନ୍ଦିର ପାଖରେ । ମତେ ଆଈ ଚିହ୍ନିଚନ୍ତି । ଆଈଙ୍କୁ ଆଜି‌ ଜର ତ , ମତେ ଖବର ପଠେଇ ଥିଲେ ପୂଜା ଜିନିଷ ସଜିଲ୍ କରିବାକୁ। ତୁମେ ଯାଇ ତାଙ୍କୁ ଦେଖ। ମୁଁ ସବୁ କରିଦେଉଛି। 


ଆଈକୁ ଜର, ଅଥଚ ମୁଁ ତ କିଛି ଜାଣାନି । ଧନ୍ୟ ମୁଁ ଧନ୍ୟ ମୋର ବୁଦ୍ଧି। ନିଜକୁ ଧିକ୍କାର କରି ଭାବି ବସିଲେ , ସବୁଦିନ ରୋଷେଇ ବାସ ସହ ଠାକୁରପୂଜାର ସବୁ ଯୋଗାଡ଼ ଉମା କରନ୍ତି। କେବେବି ସେଥିରେ ଏପଟ ସେପଟ ହୁଏନି। ତାଙ୍କର ସବୁ ସେବା କରୁଥିଵା ଧର୍ମପତ୍ନୀ ଉମାଙ୍କ ଦେହ ଭଲ ନାହିଁ ଅଥଚ ସେ ଜାଣିବି ନାହାଁନ୍ତି । ଏମିତି ଭାବୁ ଭାବୁ ଅନ୍ୟମନସ୍କ ହୋଇଗଲେ ଅଜା । ହଠାତ୍ କାହାଡାକରେ ଚମକି ପଡ଼ି ଚାହିଁଲେ । ସେଇ ଝିଅଟି ପୁଣି ଡାକୁଥିଲା। ଅଜା, ଅଜା ଯାଅ , ପୂଜା ଆରମ୍ଭ କରିବ। ମୁଁ ତ ଧୂପ ଦୀପ ସବୁ ସଜାଡି ଦେଇଛି । ଆଉ ଖେଚେଢି ପାଇଁ ଚାଉଳ ଡାଲି ଧୋଇ ରଖିଛି, ଚୂଲିରେ ପାଣି ବସେଇ ଦେଇଛି । ଚାଉଳ‌ପକେଇ ଫୁଟିଗଲେ ଖାଲି ଲୁଣ, ଚିନି ଓ ଘିଅ ପକେଇ ଓହ୍ଲେଇ ଭୋଗ ଲଗେଇବ। ମୁଁ ଯାଉଛି , ମୋର ଆଜି ବହୁତ କାମ। ମନ୍ଦିରରେ ଲୋକମାନେ ପୂଜାଦେବାକୂ ଆସିବେ ପରା । ଅଷ୍ଟମୀ ଓପାସ କରୁଛନ୍ତି , ଫଳଭୋଗ ଦେବେ। ଆଉ ମତେ ଖୋଜିବେ। ଏତିକି କହି ଝିଅଟି ଚାଲିଗଲା। 

ଅଜା ଯାଇ ଦେଖିଲେ ଆଈ ଆଖିବୁଜି ଶୋଇଛନ୍ତି। ତାଙ୍କୁ ଉଠେଇବା ଠିକ୍‌ହେବନି ଭାବି ଶୋଇବା ଘରୁ ବାହାରି ଆସି ରୋଷେଇଘରେ ଖେଚେଡ଼ି ପାଇଁ ଚାଉଳ ମୁଗ ଡାଲି ପକେଇ ଆସିଲାବେଳେ ଦେଖନ୍ତି ଆଈ ଉଠିଆସି ତାଙ୍କ ପଛରେ ଠିଆ ହେଇଛନ୍ତି। ଅଜା କହିଲେ ତୁମ ଦେହ ଭଲ ନାହିଁକି ଉମା ? ଆଈ କହିଲେ 'ନା ଦିହଟା ଟିକେ କସମସିଆ ଲାଗୁଛି। ଆଉ ତୁମେ କଣ ରାନ୍ଧୁଛ ?' 

ହଁ, ଆଜି ପରା ଅଷ୍ଟମୀ ଖେଚେଡ଼ି ଭୋଗ ହେବ । ତୁମନଦେହ ଭଲ ନାହିଁ ତ ସେଥିପାଇଁ ଚୁଲିରେ ବସେଇ ଦେଲି। 

ଓହୋ ମୁଁ ପୁରା ଭୁଲିଯାଇଥିଲି। କାଲି ରାତିରୁ କେମିତି ଦେହଟା ଭଲ ଲାଗୁନି ତ, ସେଥିପାଇଁ। ହଉ ତୁମେ ଯାଅ ମୁଁ ଗାଧେଇ ଆସି ସବୁ କରିଦେବି । ତୁମେ ଟିକେ ଠାକୁରପୂଜା ଯୋଗାଡ଼ଟା ଆଜି କରିଦିଅ। ମୋର କାହିଁକି ଆଜି ବଳ‌ପାଉନି। କହିଲେ ଆଈ।

ଅଜା କହିଲେ ପୂଜା ଯୋଗାଡ଼ ତ ହେଇସାରିଛି। ତୁମେ ଯେଉଁ ପଡିଶାଘର ଝିଅକୁ ଡକେଇ କହିଥିଲ ସାହାଯ୍ୟ କରିବାକୁ , ସେ ସବୁ କରିଦେଇଛି। 

ମୁଁ ତ କୋଉ ଝିଅକୁ କହିନି , କହିଲେ ଆଈ। ଆରେ ସେ କୁଞ୍ଚକୁଞ୍ଚିଆ ବାଳ ଗୋରୀ ହେଇ ପତଳି ଝିଅଟି ମ। କହିଲା ତା ନାଁ ବି ଉମା । ଅଜା ଉତ୍ତର ଦେଇ ଚାଲିଗଲେ ଠାକୁରଘରକୁ।

କି ଆଶ୍ଚର୍ଯ୍ୟ ଆଈ କିଛି ବୁଝିପାରୁନଥିଲେ। ସେତ କାହାକୁ କିଛି କହିନାହାନ୍ତି। ଆଉ ଏ ପାଖଆଖରେ ଅଜା ବର୍ଣ୍ଣନା କଲାପରି ସେଇ ବୟସର କେହି ଝିଅ ବି ତ ନାହାଁନ୍ତି।

ଆଈ ଯାଇ ଠାକୁର ଘର କବାଟ ପାଖରୁ ଉଣ୍ଡିଲେ। ଠାକୁର ଘରେ ସବୁ ଯୋଗାଡ଼ ସୁନ୍ଦର ଭାବରେ ହେଇଛି। ଧୂପର ମହ ମହ ସୁଗନ୍ଧ ବି ଆସୁଛି। ଅଜା ମାଆଙ୍କ ମୂର୍ତ୍ତିଙ୍କୁ ଆଣି ତସଲା ପାଣିରେ ଗାଧେଇ ପୋଛିଦେଇ ଆସ୍ଥାନ ଉପରେ ସ୍ଥାପନା କରୁଥାଆନ୍ତି। ନୂଆଲୁଗା ସୁନ୍ଦର ଭାବରେ ପିନ୍ଧେଇଲେ। ତାପରେ ଠାକୁରାଣୀଙ୍କ ଗହଣା ଓ ମୁକୁଟ ଲଗେଇ ଚନ୍ଦନ ଟିପି ଟିପି କରି ସଜେଇଦେଲେ। ମାଆ ଦେଖାଗଲେ ଅପରୂପା। ଆଈ ଦେଖୁଥାଆନ୍ତି ଆଉ ଅଜା ପଚାରିଲେ କଣକି ଉମା? 

ଆଈ କହିଲେ ମୁଁ ତ କାହାକୁ କହିନଥିଲି ଆମଘରେ ପୂଜା ଯୋଗାଡ଼ କରିବା ପାଇଁ...

ଅଜା ମାଆଙ୍କ ମୂର୍ତ୍ତିକୁ ଚାହିଁ ଚମକି ପଡ଼ିଲେ। ଠିକ୍ ସେହି ଗୋରୀ ହେଇ ପାତେଳି ଝିଅଟିର ମୁହଁ।



Rate this content
Log in

Similar oriya story from Inspirational