STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ତୁମର କେତେବେଳେ କୋଉ ରଙ୍ଗ

ତୁମର କେତେବେଳେ କୋଉ ରଙ୍ଗ

1 min
113


ତୁମେ ଯେତେବେଳେ ନୀଳକନ୍ଦରେ

ଝଟକୁଥିଲ ବିଶ୍ୱାସ ଭରେ

ତୁମେ ଯେବେ ଥିଲ ଜନ୍ମବେଦୀରେ

ମୁହଁ ନୁହେଁ ଥିଲ କାଠଗଣ୍ଡିରେ

ତୁମେ ଯେବେ ଥିଲ ଶିରୀମନ୍ଦିରେ

ଷାଠିଏ ପଉଟି ପେଟେ ହାକୁଟି ମାରେ

ତୁମେ ଯେବେ ଥିଲ ରତ୍ନବେଦୀରେ

ଭକ୍ତ ଦେଖୁଥିଲା ଦରଦ ଦ୍ଵାର ଦେଶରେ

ତୁମେ ଯେବେ ଥାଅ ସ୍ନାନ ବେଦୀରେ

ସୁନାକୁଅ ପାଣି ବାସ୍ନା ଭରେ

ତୁମେ ଯେବେ ଥାଅ ନନ୍ଦିଘୋଷରେ

ଟହଟହ ଓଠ ନାଲି ନାଲିରେ

ତୁମେ ଯେବେ ବିଜେ ଆଡ଼ପ ବେଦୀରେ

ଭକ୍ତ ଓଜନ ହିସାବ ତୁମ ହୃଦ ତଟରେ

ତୁମେ ଯେବେ ହୁଅ ପହଣ୍ଡି ଥରେ ଥରେ

କଳାବଦନ ହାହିଆ ହଲେଇ ଆସେ ଧୀରେ

ତୁମେ ଯେବେ ଫେର ବାହୁଡ଼ା ଯାତ୍ରାରେ

ତୁମ ଲୁହ ବୋଳା ମୁହଁ ପଡେ ନଜରେ

ତୁମେ ଯେବେ ବିଜେ ବାଲୁକା ଶିଳ୍ପରେ

 ସମୁଦ୍ରରେ ମୁହଁ ଚମକେ ଜହ୍ନ ଜୋତ୍ସ୍ନାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational