ମୋ ହାତ ଗୋଡ଼ ମୁଣ୍ଡ
ପିଠି ପାଟି ସବୁଠି ମାଟି
ମତେ ଏତେ ପ୍ରଶସ୍ତି ଦେଲ
ମୋର ବେଳ କାହିଁ ଚାହିଁବି ଲେଉଟି
ଋଣ ଓ ରଣରେ ପେଷି ହୋଇ
ଫୁଙ୍ଗୁଳା ମୋ ପିଠି
ଖାଲିପାଦ ନାହିଁ ଭଲ ଚଟି
ମୋ ପିଲାଏ ପଢ଼ନ୍ତେ ବଢ଼ନ୍ତେ
ଭାବି ମୁଁ ହୁଏ ଛାଟିପିଟି
ଢୋକେ ପଖାଳ ପିଏ ବିଷ ଚାଟି
ମୋ ମୃତ୍ୟୁରେ ବି ଜିନ୍ଦାବାଦ ଧ୍ୱନି
ଦେଉଥିବା ଆକାଶ ତାରା ବର୍ଷା ଘୋଟି
ଓଦା ହୋଇ ଡାକେ ମାଆ ମାଟି
ଛତା ଓ ଛାତ ପରି ପୁଅ ତୁ ମୋ ଗୋଟି
ହରିଆ ବଳିଆ ମକରା ରହିଲ କେଉଁଠି
ହଳ ଲଙ୍ଗଳ କଣ୍ଟି
ରୁଆ ବଛା କଟାରୁ ନାହିଁ ଛୁଟି
ଶଳା ଶାଳୀ ବାହାଘରେ ଖାଇବାକୁ ରୁଟି
ପିନ୍ଧିବା ବୁଲିବା ଭୁଲି ଖାଲି ପାଦେ ଚାଲି
ଭୁମିପୁତ୍ର ମୁଁ ଭୂଇଁ ସାଉଁଟି
ଫଳାଏ ସୁନା ସାକ୍ଷୀ ମାଆ ମାଟି
ଚିତ୍ର ଚୈତ୍ରରେ ଲେଖିଦେଇଛି ଶାଗୁଆ ଚିଠି
ଜଳ ବିହୁନେ ସର୍ବନାଶ ମାଟି ଆଁ ଫାଟି
ଜଳ ଗହଳେ ସର୍ବନାଶ କାଟିବାକୁ ଲୋଟି
ମୁଁ କିଏ ତୁମେ ଜାଣ ଇଶ୍ୱର ନୁହେଁଟି
ଘର ଖଣ୍ଡେ ମୋର ଝାଟି ମାଟି
ଦୁଆର ନାମରେ ଖଣ୍ଡେ ବାଉଁଶ ତାଟି
ମୁଁ ଅଗଣା ସୈନିକ ବୋଲି କୁହାଟି
ଦେଖେ ଦିନରେ ସୂର୍ଯ୍ୟ ରାତିରେ ଚାଳେ
ଚନ୍ଦ୍ର ଉଙ୍କି ମାରେଟି
ଗରବ ମୋ ଅଛି ପାଖେ ମାଆ ମାଟି
ସର୍ବସଂହା ଧରିତ୍ରୀ ନାଉ କରୁଥାଏ
ଦେଖାଇ ତା ପିଠି
ସେହି ମୋର ଭୋଗ ବିଳାସ ଖଟି
ପୁଣି ପଖାଳ ମୋର ଧଳା ଗୋଲ ରୁଟି
ମୁଁ କିଏ କହିବଟି