ତୁମ ପାଇଁ ଦୀପଟିଏ
ତୁମ ପାଇଁ ଦୀପଟିଏ
ସେଦିନ ତୁମେ କରିଥିଲ ଅନେକ ପ୍ରଶ୍ନ, କି କାହା ପାଇଁ ଦୀପଟିଏ ହାତରେ ଧରି ମନ୍ଦିର ଆଡେ ଧାଇଁ ଯାଅ ସବୁଦିନ ! ମୁଁ କିନ୍ତୁ ସେମିତି ଚୁପ ହେଇ ହସିଦେଇ ଚାଲିଗଲି କେମିତିବା କହିଥାନ୍ତି ତୁମ ଶୁଭ ମାନସୀ ,ତୁମ ପାଇଁ ଦୀପ ଜାଳେ ସବୁଦିନ !
ଧେତ୍ ତୁମେବି ନା କଣ ଯେ ବୁଝି ପାରୁନ, ତୁମ ଛଡା ଆଉ କାହା ପାଇଁ ଦୀପ ଜାଳିବି କହିଲ!
ତୁମ ସବୁ ପ୍ରଶ୍ନର କଣ ଉତ୍ତର ଦେବି ଭାବିଲ !
ଜାଣ! ଦୀପାବଳି ପାଖେଇ ଆସିଲାଣି କେତେସାରା ଦୀପ ଜଳିବ ତୁମ ଘର ଅଗଣାରେ,ଆମ ଘର ଅଗଣା ବୁଡ଼ିଥିବ ସେମିତି ଅନ୍ଧରରେ !
କାହିଁକି ତୁମର କଣ ଦୀପାବଳି ହୁଏନିକି...!
ହୁଏ ଯେ, ସାଥେ ଯାହା ଦୀପ ଜାଳିବାକୁ ଆସନି
ତୁମେ...!
ଓହୋ କଥା ତାହେଲେ ଏଠି..!
ହଉ ହେଲା ଆର ସନ ଦୀପାବଳିକୁ କିନ୍ତୁ ତୁମ ଅଗଣାରେ ଦୀପ ଜାଳିବି ମୁଁ, ନା ନା ତୁମେ ମୁଁ ଓ ଆମେ......!!
ଗୋଟେ ସତ କଥା ଜାଣିଛ ଦୀପ ଜାଳିବା ତ ଗୋଟେ ବାହାନା ଦୀପ ଠୁ ଅଧିକ ତୁମେତ ଜଳୁଛ ସଳିତା ବି, ଇର୍ଷାରେ ଦାଉ ଦାଉ ହେଇ ଜଳୁଛି ...!
ଆଉ ଦୁହେଁ, ମୋତେ ବି ଜାଳୁଛ ବୋଧେ ଏତକ ହିଁ ମୋର ପାଉଣା ll
ଏମିତି କି ସଳିତା ଜଳୁଛି ନା ତୁମେ...?
ଭାବିପାର ଦୁହେଁ ..!!
ତୁମେ ବି ନା ସବୁକଥା ବୁଲେଇ ବଙ୍କେଇ କହିବାର
ଅଭ୍ୟାସ ତୁମର !
ହଉ ହେଲା ଏବେ ବୁଝିଲ ତ ମୁଁ କଣ କହିବାକୁ ଚାଁହୁଥିଲି
ହଁ ବୁଝିଲି..!!
ଆର ବର୍ଷ ଦୀପାବଳିରେ ତୁମ ଘରେ ଦୀପ ଜାଳିବି....!!
ଏବେ ତ ରାଗ ଶାନ୍ତ କର.....?
